Posted inଜାତୀୟ

ହଡ଼ବଡ଼େଇଲେ ମମତା

କୋଲକାତା,୨୪ା୧: କେନ୍ଦ୍ର ସରକାରଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅହି ନକୁଳ ସମ୍ପର୍କ ଶନିବାର ଏକ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଛି। ନେତାଜୀ ଜୟନ୍ତୀ ପାଳନ ଅବସରରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମମତା ହଡ଼ବଡ଼ାଇ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଉତ୍ସାହିତ ଭାଜପା କର୍ମୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ମମତା ତାଙ୍କୁ ଅପମାନିତ କରାଯାଇଥିବା ଦର୍ଶାଇ ଭାଷଣ ଦେବାକୁ ମନା କରିଦେଇଥିଲେ। ପଶ୍ଚିମବଙ୍ଗବାସୀଙ୍କ ଅସ୍ମିତାକୁ ଉସୁକାଇବା ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ଏପରି କରିଥିବା କୁହାଯାଉଛି।
ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ କେନ୍ଦ୍ର ସରକାର ଏଥର ପରାକ୍ରମ ଦିବସ ଭାବେ ପାଳନ କରୁଛନ୍ତି। ଏହି ଅବସରରେ କେନ୍ଦ୍ର ପକ୍ଷରୁ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଞ୍ଚାସୀନ ଥିଲେ। ମମତାଙ୍କ ଭାଷଣ ଦେବା ପାଳି ଆସିବା ପରେ ସମ୍ବୋଧିତ କରିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା। ତେବେ ମମତା ଭାଷଣ ଆରମ୍ଭ କରିବା ମାତ୍ରେ ଉପସ୍ଥିତ ଭିଡ଼ ଭିତରୁ କେତେଜଣ ବ୍ୟକ୍ତି ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ଆୟୋଜକମାନେ ନୀରବ ରହିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ ହେଁ ସେମାନଙ୍କ କଥାକୁ ସ୍ଲୋଗାନ ଦେଉଥିବା ଲୋକେ ଶୁଣି ନ ଥିଲେ। ମମତା ଏଥିରେ କ୍ଷୁବ୍ଧ ହୋଇ କହିଥିଲେ, ତୁମେ ଯଦି ଏକ ସରକାରୀ କାର୍ଯ୍ୟକ୍ରମକୁ ଜଣଙ୍କୁ ନିମନ୍ତ୍ରଣ କରିଛ ତେବେ ତାଙ୍କୁ ଅପମାନିତ କରିବା ଅନୁଚିତ। ସରକାରୀ କାର୍ଯ୍ୟକ୍ରମର ମର୍ଯ୍ୟାଦା ରହିବା କଥା। ମୋତେ ଅପମାନିତ କରନାହିଁ ବୋଲି କହି ସେ ଭାଷଣ ଦେବାକୁ ମନା କରିଦେଇଥିଲେ। ତେବେ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମର ଆୟୋଜନ କୋଲକାତାରେ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କ ସହ ସଂସ୍କୃତି ମନ୍ତ୍ରଣାଳୟକୁ ମମତା ଧନ୍ୟବାଦ ଦେଇଥିଲେ। ମମତାଙ୍କ ମତରେ ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ। ସରକାରୀ କାର୍ଯ୍ୟକ୍ରମରେ ସବୁ ଦଳ ଓ ଧର୍ମର ଲୋକେ ସମ୍ପୃକ୍ତ ଥାଆନ୍ତି। ତେଣୁ ଏଭଳି କାର୍ଯ୍ୟକ୍ରମକୁ ଡାକି ଅପମାନିତ କରିବା ଗ୍ରହଣୀୟ ନୁହେଁ। ଏପରି ବ୍ୟବହାର ତୁମକୁ ଶୋଭାପାଉ ନାହିଁ। ଏହାର ପ୍ରତିବାଦ ସ୍ବରୂପ ମୁଁ କିଛି କହିବି ନାହିଁ। ଜୟ ହିନ୍ଦ୍‌, ଜୟ ବଙ୍ଗଳା କହି ମମତା ନିଜ ସଂକ୍ଷିପ୍ତ ଅଭିଭାଷଣକୁ ସମାପ୍ତ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମକୁ ଘରକୁ ପଠାନ୍ତୁନି ସାର୍‌, ପାରୋଲରେ ନ ଯିବାକୁ ଅନୁରୋଧ କଲେ କଏଦୀ…

ଗାଜିଆବାଦ୍‌,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜେଲ୍‌ରେ ଭିଡ଼ କମ୍‌ କରିବା ଲାଗି କଏଦୀଙ୍କୁ ପାରୋଲ୍‌ରେ ପଠାଇବା ଲାଗି ନିର୍ଦ୍ଦେଶ ଜାରି...

ରାଜ୍ୟ ସଭା ଅଚଳ: ବିରୋଧୀ କଲେ ଗୃହ ତ୍ୟାଗ, ଉପବାସ ପାଇଁ ଅନୁମତି ଲୋଡ଼ିଲେ ହରିବଂଶ

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ଘଟଣା ନେଇ ଏବେ ଗୃହ ଅଚଳ ହୋଇପଡ଼ିଛି। କଂଗ୍ରେସ ସମତେ ଅନ୍ୟ ବିରୋଧୀ ଦଳ...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ଦିଲ୍ଲୀରୁ ୧୪ଙ୍କୁ ଗିରଫ କଲା ଏନ୍‌ଆଇଏ

ନୂଆଦିଲ୍ଲୀ,୧୫।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଜାତୀୟ ତଦନ୍ତ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ଦିଲ୍ଲୀରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। ଚେନ୍ନାଇ ଏବଂ ନାଗାପଟ୍ଟିନମ୍‌ଠାରେ କେତେକ ସ୍ଥାନରେ...

ଅନିଦ୍ରା ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଅଧାକପ୍‌ ଏହି ଜୁସ୍‌…

ପ୍ରତିଦିନ ସକାଳେ ଅଧାକପ୍‌ ଗାଜର ଜୁସ୍‌ ପିଇଲେ ରାତିରେ ଭଲ ନିଦ ହେବା ସହିତ ଶରୀର ନିରୋଗ ରହିଥାଏ । ଅନିଦ୍ରା ସମସ୍ୟାରେ ଏହା ମହୌଷଧୀ...

ମାର୍ଚ୍ଚ ୩୧ ଯାଏ ସ୍କୁଲ-କଲେଜ ବନ୍ଦ

ଚଣ୍ଡିଗଡ଼,୧୯।୩: ପୁଣି ଥରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଦେଶର ୬ଟି ରାଜ୍ୟରେ ଦ୍ରୁତଗତିରେ ମାମଲା ବଢ଼ୁଥିବା ନଜର ଆସୁଥିବା ବେଳେ ସେଥିରେ ପଞ୍ଜାବ ରହିଛି।...

ବିପଦ ସଙ୍କେତ ଉପରେ ଯମୁନା: ୧୦ହଜାର ଲୋକଙ୍କୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୨୦।୮: ଦିଲ୍ଲୀର ଯମୁନା ନଦୀରେ ମଙ୍ଗଳବାର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହି ହେଉଛି। ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ...

ଆମେ ଭଲ ସ୍ଥିତିରେ ଅଛୁ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୯।୩: କରୋନା ଭାଇରସର ସ୍ଥିତିକୁ ଦେଖି ସୋମବାର କେନ୍ଦ୍ର ସ୍ବାସ୍ଥମନ୍ତ୍ରୀ ହର୍ଷ ବର୍ଦ୍ଧନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପରାଜ୍ୟପାଳ ଅନିଲ ବୈଜଲ ଓ ଅନ୍ୟ...

କଠୋର ହେବାକୁ ବାଧ୍ୟ କରନାହିଁ

ନୂଆଦିଲ୍ଲୀ,୮ା୫: ଅଦାଲତ ଅର୍ଡର ସତ୍ତ୍ୱେ କେନ୍ଦ୍ର ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇ ଦେଉନାହିଁ ବୋଲି ଦିଲ୍ଲୀ ସରକାର ଅଭିଯୋଗ ଆଣିଛନ୍ତି। ଆମକୁ କଠୋର ହେବାକୁ...

Advertisement
Archives

Model This Week