Posted inଜାତୀୟ

୫ ବର୍ଷରେ ଲକ୍ଷପତିରୁ କୋଟିପତି ପାଲଟୁଛନ୍ତି ବିଧାୟକ…

ଲକ୍ଷ୍ନୌ, ୩।୨ : ରାଜନେତାଙ୍କ ଘରେ ଟଙ୍କା ଗଛ ଲଗାଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି। ଯଦି ତାହା ହୋଇ ନ ଥାନ୍ତା, ତେବେ ୫ ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ସମ୍ପତ୍ତି ୭ କୋଟିରୁ ଅଧିକ ହୋଇ ପାରନ୍ତା ନାହିଁ। ଏଥି ସହିତ, ସରକାରୀ ତଥ୍ୟ ଅନୁଯାୟୀ, ୨୦୧୨-୧୩ରେ ଉତ୍ତରପ୍ରଦେଶରେ ମୁଣ୍ଡପିଛା ଆୟ ୩୩ ହଜାର ୧୩୭ ଟଙ୍କା ଥିଲା। ୨୦୧୬-୧୭ ରେ, ମୁଣ୍ଡପିଛା ବାର୍ଷିକ ଆୟ ୪୩ ହଜାର ୮୬୧ ଟଙ୍କାକୁ ବୃଦ୍ଧି ପାଇଥିଲା। ଅର୍ଥାତ୍‌ ୫ ବର୍ଷ ମଧ୍ୟରେ ସାଧାରଣ ଲୋକଙ୍କ ଆୟ ପ୍ରାୟ ୩୨ ପ୍ରତିଶତ ବୃଦ୍ଧି ପାଇଲା। ୨୦୧୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୮୦ ପ୍ରତିଶତ ବିଜୟୀ ପ୍ରାର୍ଥୀ କୋଟିପତି ହୋଇଥିଲେ।

ଏଡିଆର୍‌ର ୱେବସାଇଟ ମାଇଁନେତା ଡଟ୍‌ ଇନ୍‌ଫୋରେ ପ୍ରଦତ୍ତ ତଥ୍ୟ ଦର୍ଶାଉଛି ଯେ ୨୦୧୨ ନିର୍ବାଚନରେ ଜିତିଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ୨୦୧୭ ସୁଦ୍ଧା ୨୬୩୨ ପ୍ରତିଶତ ବୃଦ୍ଧି ପାଇଛି। ଏଥିରେ ବିଶ୍ୱନାଥଗଞ୍ଜର ଅପନା ଦଳ ବିଧାୟକ ରାକେଶ କୁମାରଙ୍କ ସମ୍ପତ୍ତି ମାତ୍ର ଚାରି ବର୍ଷ ମଧ୍ୟରେ ୧୨୦୮୩ ପ୍ରତିଶତ ବୃଦ୍ଧି ପାଇଛି। ସେ ୨୦୧୩ ଉପ-ନିର୍ବାଚନରେ ଜିତିଥିଲେ ଏବଂ ସେହି ସମୟରେ ସେ ସତ୍ୟପାଠରେ ନିଜ ସମ୍ପତ୍ତି ପରିମାଣ ୫.୯୭ ଲକ୍ଷ ଦର୍ଶାଇଥିଲେ। ପୁଣି ଥରେ ରାକେଶ ୨୦୧୭ରେ ନିର୍ବାଚନ ଲଢ଼ିବା ସମୟରେ ନିଜର ସମ୍ପତ୍ତି ପରିମାଣ ୭.୨୭ କୋଟି ଟଙ୍କା ସତ୍ୟପାଠରେ ପ୍ରକାଶ କରିଥିଲେ। ସମ୍ପତ୍ତି ବୃଦ୍ଧିରେ ରାକେଶ କୁମାର ଏକା ନୁହଁନ୍ତି।

ତାଙ୍କ ଭଳି ଚାରାର ଏସପି ବିଧାୟକଙ୍କ ସମ୍ପତ୍ତି ପାଞ୍ଚ ବର୍ଷରେ ୨୬୩୨ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୨ ନିର୍ବାଚନରେ, ତାଙ୍କର ସମ୍ପତ୍ତି ପରିମାଣ ୪.୭୯ ଲକ୍ଷ ଥିଲା, ଯାହା ୨୦୧୭ ସୁଦ୍ଧା ୧.୩୧ କୋଟିରୁ ଅଧିକ ହୋଇଯାଇଥିଲା।

ସମ୍ପତ୍ତି ରୋଜଗାର ତାଲିକାରେ  ଏସପି ବିଧାୟକ ଅବରାମ ଅହମ୍ମଦଙ୍କ ନାମ ମଧ୍ୟ ରହିଛି। ସେ ସୁଲତାନପୁରର ଇସୌଲି ବିଧାନସଭା ଆସନରୁ ଆସିଛନ୍ତି। ୨୦୧୨ରେ ମଧ୍ୟ ସେ ଇସୌଲି ଆସନରୁ ଜଣେ ବିଧାୟକ ଥିଲେ ଏବଂ ସେହି ସମୟରେ ତାଙ୍କର ସମ୍ପତ୍ତି ୨.୯୦ ଲକ୍ଷ ଥିଲା। ୨୦୧୭ରେ, ଯେତେବେଳେ ସେ ତାଙ୍କର ସମ୍ପତ୍ତି ଘୋଷଣା କଲେ, ଏହା ୫ ବର୍ଷରେ ୭୦.୯୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ତାଙ୍କ ସମ୍ପତ୍ତିରେ ମୋଟ ୨୩୪୮ ପ୍ରତିଶତ ବୃଦ୍ଧି ଘଟିଛି।

୨୦୧୨ରୁ ୨୦୧୭ ମଧ୍ୟରେ ଗୋରଖପୁର ଜିଲା ଖଜନୀ ଆସନରୁ ବିଜେପି ବିଧାୟକ ସନ୍ଥ ପ୍ରସାଦଙ୍କ ସମ୍ପତ୍ତି ମଧ୍ୟ ୧୦୪୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୨ ନିର୍ବାଚନରେ, ଯେତେବେଳେ ସେ ଏହି ଆସନରୁ ଭାଜପା ଟିକଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେତେବେଳେ ତାଙ୍କର ସମ୍ପତ୍ତି ମାତ୍ର ୧୪.୧୮ଲକ୍ଷ ଥିଲା। ଏହା ୨୦୧୭ରେ ୧.୬୨ କୋଟିକୁ ବୃଦ୍ଧି ପାଇଥିଲା।

କୁଶୀନଗର ଆସନରୁ ଗତ ନିର୍ବାଚନରେ ହାରିଥିବା ଏସପି ବିଧାୟକ ବ୍ରହ୍ମଶଙ୍କର ତ୍ରିପାଠୀଙ୍କ ସମ୍ପତ୍ତି ମଧ୍ୟ ୨୦୧୨ ରୁ ୨୦୧୭ ମଧ୍ୟରେ ୮୦୩ ପ୍ରତିଶତ ବୃଦ୍ଧି ପାଇ ୨.୩ କୋଟିରୁ ୨୬.୬୩ କୋଟି ହୋଇଛି। କ୍ୟାମ୍ପେରଗଞ୍ଜର ଭାଜପା ବିଧାୟକ ଫତେହ ବାହାଦୂର ୨୦୧୨ ନିର୍ବାଚନରେ ଜିତି ଜଣେ ବିଧାୟକ ହୋଇଥିଲେ ଏବଂ ୨୦୧୭ରେ ସେ ଭାଜପା ଟିକଟରେ ବିଜୟୀ ହୋଇଥିଲେ। ୫ ବର୍ଷରେ ତାଙ୍କର ସମ୍ପତ୍ତି ୧୩୮ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୨ରେ, ତାଙ୍କର ସମ୍ପତ୍ତି ୩.୨୯ କୋଟି ଥିଲା। ୨୦୧୭ ସୁଦ୍ଧା ଏହା ୭.୮୨ କୋଟିକୁ ବୃଦ୍ଧି ପାଇଛି।

ଏହା ନୁହେଁ ଯେ ସମସ୍ତ ବିଧାୟକଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। କେତେକ ବିଧାୟକ ଅଛନ୍ତି ଯେଉଁମାନଙ୍କର ସମ୍ପତ୍ତି ୫ ବର୍ଷରେ ଏକ ଚତୁର୍ଥାଂଶରୁ କମ ହୋଇଛି। ଏହି ତାଲିକାର ଶୀର୍ଷରେ ପିସ୍‌ ପାର୍ଟିର ଡ. ଆୟୁବଙ୍କ ନାମ ରହିଛି। ୨୦୧୨ରେ ସେ ସନ୍ଥ କବୀର ଅସନରୁ ବିଧାୟକ ଥିଲେ। ୨୦୧୭ ନିର୍ବାଚନରେ ଆୟୁବଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ୨୦୧୨ ରୁ ୨୦୧୭ ମଧ୍ୟରେ ତାଙ୍କ ସମ୍ପତ୍ତି ୮୨ ପ୍ରତିଶତ ହ୍ରାସ ପାଇ ୧୮.୬୫ କୋଟିରୁ ୩.୪୫ କୋଟି ଟଙ୍କାକୁ ଖସି ଆସିଛି।

ଏହି ତାଲିକାରେ ବିଜନୋରର ନଜିବାବାଦର ବିଧାୟକ ଥିବା ତସଲିମ ଅହବାଦଙ୍କ ନାମ ମଧ୍ୟ ରହିଛି। ୨୦୧୨ରେ ବିଜନୋରର ନଜିବାବାଦର ବିଧାୟକ ଥିବା ତସଲିମ ଅହବାଦ ଏସପି ଟିକଟରେ ୨୦୧୭ ନିର୍ବାଚନରେ ଜିତିଥିଲେ। ୨୦୧୨ ରୁ ୨୦୧୭ ମଧ୍ୟରେ ତାଙ୍କର ସମ୍ପତ୍ତି ୬୫ ତିଶତ ହ୍ରାସ ପାଇ ୩.୨୬ କୋଟିରୁ ୧.୧୪ କୋଟିରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ହରଦୀପ ସିଂ ପୁରୀଙ୍କ ବଡ଼ ଘୋଷଣା, ଏବେ କମିବନି ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୩।୭(ଆଇଏଏନ୍‌ଏସ୍‌): ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା ରଖିଥିବା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ଚଳିତ ସମୟରେ ଖୁଚୁରା ମୂଲ୍ୟ ହ୍ରାସ କରିବାର କୌଣସି…

ନାସାର ଘୋଷଣା, ଆମେରିକା ବିଶ୍ୱକପ୍‌ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ

ୱାଶିଂଟନ,୩।୭: ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି।…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri