Posted inଜାତୀୟ

୨୦୨୨ରେ ୧୬୫ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ, ୩ ଜଣରେ ଜଣେ ବଳାତ୍କାରୀ…

ନୂଆଦିଲ୍ଲୀ,୩୦।୧ : ଗତ ୨୦୨୨ ବର୍ଷରେ ସମଗ୍ର ଦେଶରେ ଟ୍ରାଏଲ କୋର୍ଟ ୧୬୫ ଜଣ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ୨୦୨୨ ବର୍ଷ ପାଇଁ ଏହି ସଂଖ୍ୟା ଗତ ଦୁଇ ଦଶନ୍ଧି ମଧ୍ୟରେ ସର୍ବାଧିକ। ଏହାପୂର୍ବରୁ ୨୦୨୧ ମସିହାରେ ୧୪୬ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ଏହା ଆଶ୍ଚର୍ଯ୍ୟଜନକ ଯେ ମୃତ୍ୟୁଦଣ୍ଡାଦେଶ ପାଇଥିବା ପ୍ରତ୍ୟେକ ତୃତୀୟ ବ୍ୟକ୍ତି ବଳାତ୍କାର ଅପରାଧ ସହ ଜଡିତ।

୨୦୧୫ରୁ ୨୦୨୨ ପର୍ଯ୍ୟନ୍ତ ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀଙ୍କ ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ଭାରତରେ ଫାଶୀ ଦଣ୍ଡ: ବାର୍ଷିକ ପରିସଂଖ୍ୟାନ ୨୦୨୨ ଅନୁଯାୟୀ, ନିମ୍ନ ଅଦାଲତ ଦ୍ୱାରା ପ୍ରଦାନ କରାଯାଇଥିବା ମୃତ୍ୟୁଦଣ୍ଡାଦେଶର ସଂଖ୍ୟା ବୃଦ୍ଧି ଏବଂ ଉଚ୍ଚ ଅପିଲ କୋର୍ଟରେ ଏହି ମାମଲା ଶୁଣାଣିରେ ବିଳମ୍ବ ଏହି ବୃଦ୍ଧି ହେବାର କାରଣ ବୋଲି ଦର୍ଶାଯାଇଛି।

ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଫେବୃଆରୀରେ ଅହମ୍ମଦାବାଦ କୋର୍ଟ ୨୦୦୮ ସିରିଜ ବୋମା ବିସ୍ଫୋରଣ ମାମଲାରେ ୩୮ ଜଣ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ୨୦୨୨ମସିହାରେ ମୃତ୍ୟୁଦଣ୍ଡ ସଂଖ୍ୟା ବୃଦ୍ଧିରେ ଏହି ମାମଲାର ସର୍ବାଧିକ ଯୋଗଦାନ ରହିଛି। ୨୦୧୬ ରେ, ବଳାତ୍କାର ଅପରାଧ ପାଇଁ ମୃତ୍ୟୁଦଣ୍ଡ ପାଇଥିବା କଏଦୀଙ୍କ ସଂଖ୍ୟା ୨୭ ଥିଲା। ମୋଟ ୧୫୩ ମାମଲା ମଧ୍ୟରେ ଏହାର ୧୭.୬ ପ୍ରତିଶତ ଥିଲା। ୨୦୨୨ ମସିହାରେ, ବଳାତ୍କାର ମାମଲାରେ ୫୨ ଜଣ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଯାହା ସମୁଦାୟ ମାମଲାର ୩୧.୫ ପ୍ରତିଶତ ଅଟେ ।

ଗଣମାଧ୍ୟମ ଖବର ଅନୁଯାୟୀ ଆଇନ ପ୍ରଫେସର ତଥା ଏହି ରିପୋର୍ଟ ପ୍ରଦାନ କରିଥିବା ଅନୁପ ସୁନ୍ଦରନାଥ କହିଛନ୍ତି ଯେ ବର୍ଦ୍ଧିତ ଆକଳନ ଟ୍ରାଏଲ କୋର୍ଟରେ ଫାଶୀ ହେବାର ଧାରାକୁ ଦର୍ଶାଉଛି। ସେ କହିଛନ୍ତି ଯେ ୨୦୨୦ରେ କରୋନା ମହାମାରୀ ସମୟରେ ୭୭ ଜଣ କଏଦୀଙ୍କୁ ଫାଶୀଦଣ୍ଡାଦେଶ ଦିଆଯାଇଥିଲା। ଏହା ପରେ ଟ୍ରାଏଲ କୋର୍ଟରେ ମୃତ୍ୟୁଦଣ୍ଡାଦେଶ ଦେବାର ଅଭ୍ୟାସ ବୃଦ୍ଧି ପାଇଛି।

ଗତ ବର୍ଷ ସୁପ୍ରିମକୋର୍ଟ ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟଙ୍କ ଦ୍ୱାରା ମୃତ୍ୟୁଦଣ୍ଡାଦେଶ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ମୃତ୍ୟୁଦଣ୍ଡାଦେଶ ଦେବା ପୂର୍ବରୁ ଟ୍ରାଏଲ କୋର୍ଟ କେଉଁ ପରିସ୍ଥିତିରେ ଅପରାଧ ଘଟିଲା ଏବଂ ଅପରାଧୀଙ୍କ ପୃଷ୍ଠଭୂମି କ’ଣ ତାହା ଦେଖିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

ଏବେ କିଏ ନେବେ CJPର ନେତୃତ୍ୱ? ଏକ୍ସରେ ଅଭିଜିତ ଦୀପକେ କହିଲେ ‘ବର୍ତ୍ତମାନ…’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP)…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?