୧୦ ବର୍ଷରେ ଗଲାଣି ୪୫ ହଜାର ଜୀବନ

ଭୁବନେଶ୍ୱର, ୭।୧୧ (ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି। ତେବେ ଚଳିତବର୍ଷ କୋଭିଡ୍‌-୧୯ କଟକଣା ଯୋଗୁ ଦୁର୍ଘଟଣା ହାରରେ ସାମାନ୍ୟ ବ୍ରେକ ଲାଗିଛି। ୨୦୧୯ ତୁଳନାରେ ୨୦୨୦ରେ ୨୦ ପ୍ରତିଶତ କମିଛି। ସଡ଼କ ଦୁର୍ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଉଦ୍‌ବେଗ ପ୍ରକାଶ କରୁଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା ଦୁର୍ଘଟଣା ହାରକୁ ୨୦୨୦ ଡିସେମ୍ବର ଶେଷ ସୁଦ୍ଧା ୫୦ ପ୍ରତିଶତ ହ୍ରାସ କରିବାକୁ କମିଟି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଉଛନ୍ତି। ଏହା ସତ୍ତ୍ୱେ ଦୁର୍ଘଟଣା ବଢି ଚାଲିଛି। ଆସନ୍ତା ୯ ତାରିଖରେ ସୁପ୍ରିମ କୋର୍ଟ କମିଟି ଦୁର୍ଘଟଣାକୁ ନେଇ ଭର୍ଚୁଆଲ ବୈଠକରେ ସମୀକ୍ଷା କରିବେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ପରିବହନ ସଚିବ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଅଧ୍ୟକ୍ଷ ଉପସ୍ଥିତ ରହିବେ।
ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟରେ ସଡ଼କ ଦୁର୍ଘଟଣା ୨୦ ପ୍ରତିଶତ କମ୍‌ ରହିଛି। ୨୦୧୯ ସେପ୍ଟେମ୍ବର ୩୦ ଯାଏ ରାଜ୍ୟରେ ୮୨୦୩ ଦୁର୍ଘଟଣା ହୋଇଥିବା ବେଳେ ୨୦୨୦ ସେପ୍ଟେମ୍ବର ଶେଷ ସୁଦ୍ଧା ୬୭୦୬ଟି ଦୁର୍ଘଟଣା ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଦୁର୍ଘଟଣା ହାରରେ ହ୍ରାସ ଘଟିଥିବା କୁହାଯାଉଛି। ୨୦୧୯ ଜାନୁୟାରୀରୁ ଜୁନ୍‌ ୩୦ ତାରିଖ ଯାଏ ରାଜ୍ୟରେ ୫୮୦୨ ଦୁର୍ଘଟଣା ହୋଇଥିବା ବେଳେ ୨୦୨୦ ଏହି ସମୟ ସୁଦ୍ଧା ୪୪୦୪ ଦୁର୍ଘଟଣା ହୋଇଥିଲା। ଏହି ସମୟରେ ଯଥାକ୍ରମେ ୩୦୧୩ ଓ ୨୦୬୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୯୩୪ ଓ ୪୨୬୮ ଜଣ ଆହତ ହୋଇଛନ୍ତି। ୨୦୧୯ ଜୁନ୍‌ ତୁଳନାରେ ୨୦୨୦ରେ ଦୁର୍ଘଟଣା ହାର ୨୪.୧୦ ପ୍ରତିଶତ କମି ଥିବାବେଳେ ମୃତ୍ୟୁହାର ୩୧.୫୬ ପ୍ରତିଶତ କମିଛି। ଓଭର ସ୍ପିଡ୍‌ ଯୋଗୁ ୭୦ ପ୍ରତିଶତ ଦୁର୍ଘଟଣା ହେଉଥିବା ବେଳେ ୧୦ ପ୍ରତିଶତ ମଦ୍ୟପାନ, ୯.୪୦ ପ୍ରତିଶତ ବିପରୀତ ଦିଗରୁ ଯାନବାହନ ଚଳାଇବା ଏବଂ ୪.୪୫ ପ୍ରତିଶତ ମୋବାଇଲରେ କଥାବାର୍ତ୍ତା ଯୋଗୁ ହୋଇଛି।
ଲକ୍‌ଡାଉନ୍‌ ଯୋଗୁ ଗତ ୮ ମାସ ମଧ୍ୟରେ ଦୁର୍ଘଟଣା ହାର କମିଥିଲେ ମଧ୍ୟ ରାଜ୍ୟରେ ପ୍ରତ୍ୟେକ ବର୍ଷ ଦୁର୍ଘଟଣା ହାର ବଢି ଚାଲିଛି। ଏହାର ପୂର୍ବ ରେକର୍ଡକୁ ଦେଖିଲେ ଜାତୀୟ ସ୍ତରରେ ପ୍ରତି ୧୦୦ ଦୁର୍ଘଟଣାରେ ୩୨ ଜଣ ପ୍ରାଣ ହରାଉଥିବା ବେଳେ ଓଡ଼ିଶାରେ ୪୭ ଜଣଙ୍କର ମୃତ୍ୟୁ ହେଉଛି। ଓଡ଼ିଶାରେ ପ୍ରତି ଶହେ ଦୁର୍ଘଟଣାରେ ୪୭ ଜଣଙ୍କର ପ୍ରାଣହାନି ହେଉଛି। ୨୦୦୮ରୁ ୨୦୨୦ ମଧ୍ୟରେ ଦୁର୍ଘଟଣା ଯୋଗୁ ପ୍ରାୟ ୪୫ ହଜାର ଲୋକଙ୍କ ଜୀବନ ଯାଇଛି। ୨୦୧୮ରେ ୫୩୧୫ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୫ ହଜାର ଗୁରୁତର ଆହତ ହୋଇଥିଲେ। ସେହିପରି ୨୦୦୮ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ୩୮ ହଜାର ୨୦୪ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ରୋଜଗାରକ୍ଷମ ବ୍ୟକ୍ତି ବୋଲି ଜଣାପଡିଛି। ୨୦୧୮ ତୁଳନାରେ ୨୦୧୯ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁହାର ୭.୫ ପ୍ରତିଶତ ବୃଦ୍ଧି ହୋଇଥିଲା। ଏହି ସମୟରେ ୪୧୧୫ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସମୟରେ ତୁରନ୍ତ ଚିକିତ୍ସା ମିଳିପାରି ନ ଥିବାରୁ ବହୁ ଲୋକଙ୍କର ମୃତ୍ୟୁ ହେଉଛି। ସେଥିପାଇଁ କଟକ ଓ ଭୁବନେଶ୍ୱର ସହର କେତେକ ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଏହାଛଡା ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ହସ୍ପିଟାଲ ନେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ଦେବାର ମଧ୍ୟ ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ ସାଧାରଣ ପରିବହନ ବ୍ୟବସ୍ଥା ପରିବର୍ତ୍ତେ ବ୍ୟକ୍ତିଗତ ଯାନବାହନ ଯୋଗୁ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେବା ସହ ବେପରୁଆ ଗାଡି ଚାଳନା ଯୋଗୁ ଅଧିକ ଦୁର୍ଘଟଣା ଘଟୁଥିବା ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri