ଇମ୍ରାନ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର, ବେଡ୍‌ ରୁମ୍‌ରେ ଗୁପ୍ତ କ୍ୟାମେରା…

ଇସଲାମାବାଦ୍‌, ୨୬।୬ :ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାର ଷଡଯନ୍ତ୍ରର ଗୁଜବ ମଧ୍ୟରେ ଜଣେ କର୍ମଚାରୀ ଇସଲାମାବାଦର ବେନିଗାଲା ଅଞ୍ଚଳରେ ତାଙ୍କ ଘରର ଶୋଇବା ଘରେ ଗୁପ୍ତଚର କ୍ୟାମେରା ଲଗାଇଥିବା ଅଭିଯୋଗରେ ଧରାପଡିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି କର୍ମଚାରୀଙ୍କୁ ଇମ୍ରାନ ଏବଂ ସ୍ତ୍ରୀ ବୁଶାରାଙ୍କ ଶୋଇବା ଘରେ ଗୁପ୍ତଚର କ୍ୟାମେରା ଲଗାଇବା ପାଇଁ ଟଙ୍କା ଦିଆଯାଇଥିଲା। ଯେତେବେଳେ ଅନ୍ୟ ଜଣେ କର୍ମଚାରୀ ତାଙ୍କୁ କ୍ୟାମେରା ଲଗାଉଥିବାର ଦେଖିଲେ, ସେମାନେ ଇମ୍ରାନ ଖାନଙ୍କୁ ଜଣାଇଥିଲେ। ଏହା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ ଧରିଥିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ଫେଡେରାଲ ପୋଲିସକୁ ହସ୍ତାନ୍ତର କରିଛନ୍ତି।

ଏହି ଘଟଣା ଏପରି ଏକ ଘଟିଛି ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚାଯିବା ନେଇ ଖବର ପ୍ରସାରିକ ହେଉଛି। ସମ୍ପୃକ୍ତ ବ୍ୟକ୍ତି ଧରାଯିବା ପରେ ବେନିଗାଲା ଚାରିପାଖରେ ସୁରକ୍ଷାକୁ କଡାକଡି କରାଯାଇଛି। ଇମ୍ରାନଙ୍କ ପାର୍ଟି ପିଟିଆଇର ଅନେକ ଲୋକ ସନ୍ଦେହ କରୁଛନ୍ତି ଯେ ସେମାନଙ୍କ ନେତାଙ୍କ ଜୀବନ ବିପଦରେ।

ଇମ୍ରାନଙ୍କ ପାର୍ଟି ପିଟିଆଇର ନେତା ଶାହବାଜ ଗିଲ କହିଛନ୍ତି ଯେ କ୍ୟାମେରା ଲଗାଇବାକୁ ଉଦ୍ୟମ ବିଷୟରେ ଆମେ ସମସ୍ତ ସୁରକ୍ଷା ଏଜେନ୍ସିକୁ ସୂଚନା ଦେଇଛୁ। ଏହି ଷଡଯନ୍ତ୍ରରେ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ସରକାର ମଧ୍ୟ ସମ୍ପୃକ୍ତ ବୋଲି ସେ ଅଭିଯୋଗ କରିଛନ୍ତି।

ଏକ ସାକ୍ଷାତକାରରେ ଗିଲ ଦାବି କରିଛନ୍ତି ଯେ ଇମ୍ରାନ ଖାନଙ୍କ ଘର ସଫା କରୁଥିବା ଜଣେ କର୍ମଚାରୀଙ୍କୁ ଗୁପ୍ତଚର କ୍ୟାମେରା ଲଗାଇବା ପାଇଁ ଟଙ୍କା ଦିଆଯାଇଥିଲା। ଏହା ଅତ୍ୟନ୍ତ ଘୃଣ୍ୟ ଏବଂ ଦୁର୍ଭାଗ୍ୟଜନକ। ଏହା ଏକ ଲଜ୍ଜାଜନକ ଘଟଣା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ବଦଳିଲା OTET ପରୀକ୍ଷା ତାରିଖ: ଜୁନ୍ ୨୧ ପରିବର୍ତ୍ତେ ଏହି ତାରିଖରେ ହେବ ପରୀକ୍ଷା, ଜାଣନ୍ତୁ କେବେ…

କଟକ,୨୨।୫:  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା…

ଆହୁରି ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ,ଏଣିକି ୭ ବଦଳରେ…

ଭୁବନେଶ୍ୱର,୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ନିଜ କାର୍‌କେଡ୍‌ (କାର୍‌…

ଟୋପି, ଚଷମା ଏବଂ ମାସ୍କ… ମୁହଁ ଲୁଚାଇ ଆତ୍ମସମର୍ପଣ କରିବାକୁ କୋର୍ଟରେ ପହଞ୍ଚିଲେ ଟ୍ବିଶାଙ୍କ ସ୍ବାମୀ ସମର୍ଥ

ଜବଲପୁର,୨୨।୫: ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ସ୍ୱାମୀ ସମର୍ଥ ସିଂହ ଶୁକ୍ରବାର ଦିନ ମୁହଁ ଲୁଚାଇ ଜବଲପୁର ଜିଲା କୋର୍ଟରେ…

ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୦୦ ସହର ମଧ୍ୟରେ ଭାରତର ୯୭! ୪୮ ଡିଗ୍ରୀ ଟପିଲାଣି ଓଡ଼ିଶାର ତାପମାତ୍ରା

ନୂଆଦିଲ୍ଲୀ,୨୨।୫: ଭାରତର ଅଧିକାଂଶ ରାଜ୍ୟର ଲୋକମାନେ ପ୍ରବଳ ଗରମ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri