ଇମ୍ରାନ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର, ବେଡ୍‌ ରୁମ୍‌ରେ ଗୁପ୍ତ କ୍ୟାମେରା…

ଇସଲାମାବାଦ୍‌, ୨୬।୬ :ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାର ଷଡଯନ୍ତ୍ରର ଗୁଜବ ମଧ୍ୟରେ ଜଣେ କର୍ମଚାରୀ ଇସଲାମାବାଦର ବେନିଗାଲା ଅଞ୍ଚଳରେ ତାଙ୍କ ଘରର ଶୋଇବା ଘରେ ଗୁପ୍ତଚର କ୍ୟାମେରା ଲଗାଇଥିବା ଅଭିଯୋଗରେ ଧରାପଡିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି କର୍ମଚାରୀଙ୍କୁ ଇମ୍ରାନ ଏବଂ ସ୍ତ୍ରୀ ବୁଶାରାଙ୍କ ଶୋଇବା ଘରେ ଗୁପ୍ତଚର କ୍ୟାମେରା ଲଗାଇବା ପାଇଁ ଟଙ୍କା ଦିଆଯାଇଥିଲା। ଯେତେବେଳେ ଅନ୍ୟ ଜଣେ କର୍ମଚାରୀ ତାଙ୍କୁ କ୍ୟାମେରା ଲଗାଉଥିବାର ଦେଖିଲେ, ସେମାନେ ଇମ୍ରାନ ଖାନଙ୍କୁ ଜଣାଇଥିଲେ। ଏହା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ ଧରିଥିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ଫେଡେରାଲ ପୋଲିସକୁ ହସ୍ତାନ୍ତର କରିଛନ୍ତି।

ଏହି ଘଟଣା ଏପରି ଏକ ଘଟିଛି ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚାଯିବା ନେଇ ଖବର ପ୍ରସାରିକ ହେଉଛି। ସମ୍ପୃକ୍ତ ବ୍ୟକ୍ତି ଧରାଯିବା ପରେ ବେନିଗାଲା ଚାରିପାଖରେ ସୁରକ୍ଷାକୁ କଡାକଡି କରାଯାଇଛି। ଇମ୍ରାନଙ୍କ ପାର୍ଟି ପିଟିଆଇର ଅନେକ ଲୋକ ସନ୍ଦେହ କରୁଛନ୍ତି ଯେ ସେମାନଙ୍କ ନେତାଙ୍କ ଜୀବନ ବିପଦରେ।

ଇମ୍ରାନଙ୍କ ପାର୍ଟି ପିଟିଆଇର ନେତା ଶାହବାଜ ଗିଲ କହିଛନ୍ତି ଯେ କ୍ୟାମେରା ଲଗାଇବାକୁ ଉଦ୍ୟମ ବିଷୟରେ ଆମେ ସମସ୍ତ ସୁରକ୍ଷା ଏଜେନ୍ସିକୁ ସୂଚନା ଦେଇଛୁ। ଏହି ଷଡଯନ୍ତ୍ରରେ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ସରକାର ମଧ୍ୟ ସମ୍ପୃକ୍ତ ବୋଲି ସେ ଅଭିଯୋଗ କରିଛନ୍ତି।

ଏକ ସାକ୍ଷାତକାରରେ ଗିଲ ଦାବି କରିଛନ୍ତି ଯେ ଇମ୍ରାନ ଖାନଙ୍କ ଘର ସଫା କରୁଥିବା ଜଣେ କର୍ମଚାରୀଙ୍କୁ ଗୁପ୍ତଚର କ୍ୟାମେରା ଲଗାଇବା ପାଇଁ ଟଙ୍କା ଦିଆଯାଇଥିଲା। ଏହା ଅତ୍ୟନ୍ତ ଘୃଣ୍ୟ ଏବଂ ଦୁର୍ଭାଗ୍ୟଜନକ। ଏହା ଏକ ଲଜ୍ଜାଜନକ ଘଟଣା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri