Posted inଜାତୀୟ

ଇମ୍ରାନ୍‌ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି ଦାଉଦ୍‌: ଚାହୁଁଛନ୍ତି କରିବାକୁ ହତ୍ୟା !

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୭।୮: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି। ଦାଉଦ୍‌ଙ୍କୁ ପାକିସ୍ତାନ ସୈନ୍ୟ ବାହିନୀ ହତ୍ୟା କରିବାକୁ ଚାହୁଁଛି। କିନ୍ତୁ ପାକିସ୍ତାନରେ ଏଭଳି ନ କରି ବାହାରେ କରିବାକୁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁ ନାହିଁ। କିଛି ଦିନ ତଳେ ପାକିସ୍ତାନ ସରକାର ଦାଉଦ୍‌ କରାଚୀରେ ଥିବା ସ୍ବୀକାର କରିଥିଲେ ତେବେ ପରବର୍ତ୍ତୀ ସମୟରେ ଏହାକୁ ଖଣ୍ଡନ କରିଥିଲେ। ୧୯୮୦ରେ ପାକିସ୍ତାନ ସୈନ୍ୟ ବାହିନୀ ପାଇଁ ଦାଉଦ୍‌ ବେଶ୍‌ ଲାଭ ଜନକ ସାବ୍ୟସ୍ତ ହୋଇଥିଲେ। ଦାଉଦ୍‌ଙ୍କ ସହଯୋଗରେ ପାକିସ୍ତାନ ସୈନ୍ୟ ବାହିନୀ ଡ୍ରଗ୍ସ୍‌ ଚୋରା କାରବାରରୁ କୋଟି କୋଟି ଡଲାର ସଂଗ୍ରହ କରିଥିଲା। ମାତ୍ର ଏବେ ଦାଉଦ୍‌ଙ୍କ ଉପସ୍ଥିତି ଯୋଗୁ ପାକିସ୍ତାନକୁ ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେବାକୁ ପଡୁଛି। ଏଥିରୁ ପାକିସ୍ତାନ ସରକାର ମୁକ୍ତ ହେବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେମ୍ସ ୱେବ୍‌ ଟେଲିସ୍କୋପ୍‌ରେ ଧରାପଡ଼ିଲା ‘ବ୍ଲାକ୍‌ ହୋଲ୍‌ ଷ୍ଟାର୍‌’

ଓ୍ବାଶିଂଟନ,୧୪।୮: ମହାକାଶ ବିଜ୍ଞାନ କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ଜ୍ୟୋତିର୍ବିଜ୍ଞାନୀ। ନାସାର ପ୍ରସିଦ୍ଧ ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପର ଚିତ୍ରକୁ ଅନୁଧ୍ୟାନ କରି ଗବେଷକମାନେ ସମ୍ପୂର୍ଣ୍ଣ…

ଇଥାନଲରୁ ଖରାପ ହେବା ସୁନିଶ୍ଚିତ: ଗାଡ଼ି ନିର୍ମାତା

ନୂଆଦିଲ୍ଲୀ,୧୪।୮(ରଏଟର୍ସ):ବିଗତ ଏକ ବର୍ଷ ମଧ୍ୟରେ କମ୍ପାନୀଗୁଡ଼ିକ ଦେଶର ୨୧ ରାଜ୍ୟର ପେଟ୍ରୋଲ ପମ୍ପରୁ ୨୫୦ରୁ ଅଧିକ ଇ୨୦ ପେଟ୍ରୋଲ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ଏଥିରୁ…

କାହାର ଟେନ୍‌ସନ ବଢ଼ାଇବେ ସୋନମ ୱାଙ୍ଗଚୁକ? କଲେ ବଡ଼ ଘୋଷଣା, ଦେଶରେ ଚହଳ

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବୈଜ୍ଞାନିକ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆରେ ଏକ ଭିଡିଓ ଲେୟାର କରିଛନ୍ତି। ଏହି ଭିଡିଓରେ ସେ ଦେଶର…

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ଆଫ୍ରିକାରୁ ଚିତା, ଅଷ୍ଟ୍ରେଲିଆରୁ ନାଲି କଙ୍ଗାରୁ

ବାରଙ୍ଗ,୧୪।୮(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ଏଥିପାଇଁ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପ୍ରତିଷ୍ଠା ଦିବସ ପୂର୍ବରୁ ନୂଆ ପ୍ରାଣୀମାନନ୍ତୁ…

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଝରିଗାଁ, ୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ…

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri