ସୁଧୁରିବ ଦୁର୍ବଳ ସଂଗଠନ

ସମ୍ବଲପୁର,୨୮ା୩ (ବ୍ୟୁରୋ): ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ସମେତ ଅନ୍ୟ ୩ ଜିଲାରେ ଯାଜପୁର ବିଧାୟକ ତଥା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ପ୍ରଣବଙ୍କ ନିଯୁକ୍ତି ପରେ ସମ୍ବଲପୁର ଜିଲାରେ ବିଜେଡି ଶିବିରରେ ଖୁସିର ଲହରି ଦେଖିବାକୁ ମିଳିଛି। ଜିଲାର କେତେକ ସ୍ଥାନରେ ବିଜେଡି ସଂଗଠନ ଦୁର୍ବଳ ରହିଛି ତାହା ସୁଧୁରିଯିବ ବୋଲି ଦଳର ନେତାମାନେ ଆଶା କରିଛନ୍ତି।
ଅନ୍ୟପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ୨୦୨୪ ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ମଇଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି। ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ ଚାହିଁଲେ ସମ୍ବଲପୁର ନିର୍ବାଚନ ମଣ୍ଡଳୀରୁ ଲଢିିବେ ବୋଲି ଜନସଭାରେ ଘୋଷଣା କରିଥିଲେ। କିଛିଦିନ ହେବ କେନ୍ଦ୍ରମନ୍ତ୍ରୀ ପ୍ରଧାନ ତୁହାକୁ ତୁହା ସମ୍ବଲପୁର ଲୋକ ସଭା ଅଧୀନ ବିଧାନସଭା ଅଞ୍ଚଳ ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି। ଏଣୁ ସେ ସମ୍ବଲପୁର ଲୋକ ସଭା ନିର୍ବାଚନ ଲଢିବା ନେଇ ଏକପ୍ରକାର ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି। ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ବିଜେଡି ପ୍ରଣବଙ୍କୁ ସମ୍ବଲପୁର ଜିଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିବା ଆଲୋଚନା ହେଉଛି। ଅନ୍ୟପଟେ ଜିଲାରେ ବିଜେଡି ସଂଗଠନ କୌଣସି ଜଣେ ନେତାଙ୍କ ନିୟନ୍ତ୍ରଣରେ ପରିଚାଳିତ ହେଉ ନାହିଁ। ୨୦୧୯ ଲୋକ ସଭା ନିର୍ବାଚନକୁ ଦେଖିଲେ ଜିଲାରେ ୪ ବିଧାନସଭା ଭିତରୁ ରେଙ୍ଗାଲି ଓ ସମ୍ବଲପୁର ଭାଜପା ହାତକୁ ଯାଇଥିବା ବେଳେ ରେଢାଖୋଲ ଓ କୁଚିଣ୍ଡା ବିଜେଡି ହାତରେ ରହିଥିଲା। ୨୦୧୪ ନିର୍ବାଚନରେ ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା ବିଜେଡି ହାତରେ ଥିବା ବେଳେ ଭାଜପାକୁ ହାତକୁ ଚାଲିଯିବା ଘଟଣା ଦଳପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ବିଜେଡି ହାତରୁ ସମ୍ବଲପୁର ଲୋକ ସଭା ଆସନ ମଧ୍ୟ ଭାଜପା ଛଡାଇ ନେଇଥିଲା। ଦଳୀୟ ଗୋଷ୍ଠୀକନ୍ଦଳ ଭାଜପାକୁ ସୁହାଇଥିଲା ବୋଲି ସେ ସମୟରେ ଆଲୋଚନା ହୋଇଥିଲା। ହେଲେ ଗତ ପଞ୍ଚାୟତ ନିର୍ବାନରେ ଭଟ୍‌ଲି ବିଧାୟକ ସୁଶାନ୍ତ ସିଂଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଓ ବବି ପରିଚାଳନା କରି ଜିଲାପରିଷଦ ନିର୍ବାଚନ ଦଳର ସ୍ଥିତି ଫେରାଇ ଆଣିଥିଲେ। ଜିଲାରେ ମୋଟ ୧୮ ଜିଲାପରିଷଦ ଆସନରୁ ବିଜେଡି ୧୬ ଆସନରେ ବିଜୟୀ ହୋଇଥିଲା। ହେଲେ କୁଚିଣ୍ଡା ଓ ରେଢାଖୋଲ ବ୍ଲକରେ ଗୋଟିଏ େ ଲଖାଏ ଜିଲାପରିଷଦ ଆସନ ହାରିଯାଇଥିଲା। ଏପରି କି ରେଢାଖୋଲ ଏନ୍‌ଏସି ନିର୍ବାଚନରେ ମଧ୍ୟ ବିିଜେଡି ପରାଜିତ ହୋଇଥିଲା। ଅନ୍ୟପଟେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହେବା ପରେ ଆହୁରି ଆକ୍ରମଣାନ୍ତକ ହୋଇପଡିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦୁର୍ବଳତା ପଦାକୁ ଆଣି ସରକାରଙ୍କୁ କାଠଗଡାକୁ ଟାଣୁଛନ୍ତି। ବିଧାୟକ ମିଶ୍ରଙ୍କ ଅଭିଜ୍ଞତା ଓ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଲୋକ ସଭା ଆସନରେ ଛିଡା ହେଲେ ଭାଜପା ଶକ୍ତିଶାଳୀ ହୋଇଯିବ। ତେଣୁ ସେ ନେଇ ବିଜେଡି ରଣନୀତି କରୁଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ସିଦ୍ଧାର୍ଥ ଦାସ କହିଛନ୍ତି, ଏହା ଜିଲା ବିଜେଡି ପାଇଁ ଶୁଭଙ୍କର। ବିଗତ ନିର୍ବାଚନରେ କାରଣ ଯାହା ହେଉନା କାହିଁକି ଦଳ ୨ ଗୋଟି ବିଧାନସଭା ଓ ଲୋକ ସଭା, ୨ ଗୋଟି ଜିଲାପରିଷଦ ଓ ୧ ଏନ୍‌ଏସି ପଦ ହରାଇଥିଲା। ଆଗାମୀ ନିର୍ବାଚନରେ ଦଳ ନିଶ୍ଚିତ ଭାବେ ଏହାକୁ ନିଜ ହାତକୁ ନେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?