ଲୋଭ ଛାଡ଼ିବା ଅସମ୍ଭବ

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଓ ଆସନ୍ତା ମାସରେ ହେବାକୁ ଥିବା ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ସଂକ୍ରାନ୍ତ ଖବର ଏବେ ପ୍ରମୁଖ ଗଣମାଧ୍ୟମ ଏବଂ ବିଶେଷକରି ସୋସିଆଲ ମିଡିଆରେ ଛାଇଯାଉଛି। ରାହୁଲ ଗାନ୍ଧୀ ଜନସାଧାରଣଙ୍କ ନିକଟତର ହେବାକୁ ପାଦରେ ଚାଲିଚାଲି ଯାଉଥିବା ବେଳେ ତାଙ୍କ ସହ ଅନ୍ୟ କଂଗ୍ରେସ ନେତା ଓ କର୍ମୀଙ୍କୁ ଦେଖିବାକୁ ମିଳୁଛି। ୧୯ ସେପ୍ଟେମ୍ବରରେ କେରଳର ପୁନାମାଦା ହ୍ରଦରେ ଚାଲିଥିବା ସ୍ନେକ୍‌ ବୋଟ ରେସ୍‌ରେ ଡଙ୍ଗାରେ ବସି ସେ ଯେଭଳି ଆହୁଲା ମାରିଛନ୍ତି, ତାହା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିବ। ଦୀର୍ଘ ୮ ବର୍ଷରୁ ଊର୍ଦ୍ଧ୍ୱ ସମୟ ଜାତୀୟ କ୍ଷମତା ରାଜନୀତିରୁ ଦୂରେଇ ଯାଇଥିବା କଂଗ୍ରେସ ଏବେ ଜନତାଙ୍କ ସହ ଯୋଡ଼ି ହେବାର ଅଭିଯାନ ଏକ ପ୍ରଶଂସନୀୟ ପଦକ୍ଷେପ। କାରଣ କୌଣସି ପାର୍ଟିର ଦୀର୍ଘ ଶାସନ ଦେଶବାସୀଙ୍କ ପାଇଁ କାଳ ହୋଇଥିବାରୁ ସେଥିରେ ସର୍ବଦା ପରିବର୍ତ୍ତନ ଲୋଡ଼ା ପଡ଼ିଥାଏ। ଅନ୍ୟପଟେ କିଏ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ହେବେ ସେଥିନେଇ ଦଳ ଭିତରେ ଜୋରଦାର ପ୍ରୟାସ ହେଉଛି। ଭୋଟ ହାସଲ କରିବାରେ ବାରମ୍ବାର ବିଫଳ ହେବା ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବାକୁ ଚାହୁଁ ନ ଥିବା କୁହାଯାଉଛି। ଜଣଙ୍କ ପରେ ଜଣେ ଟାଣୁଆ ନେତା ଦଳରୁ ଅପସରି ଯିବା ପରେ ନେହେରୁ-ଗାନ୍ଧୀ ପରିବାର ଭିନ୍ନ ଅନ୍ୟ କିଏ ପାର୍ଟି ଦାୟିତ୍ୱ ସମ୍ଭାଳୁ ବୋଲି ଦାବି ହେବାରୁ ଅକ୍ଟୋବରରେ ବିଧିବଦ୍ଧ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି। ଇତିମଧ୍ୟରେ ବିଭିନ୍ନ ପ୍ରଦେଶ କଂଗ୍ରେସ କମିଟି ତରଫରୁ ରାହୁଲଙ୍କ ସପକ୍ଷରେ ସଂକଳ୍ପ କରାଯାଇ ଗଣମାଧ୍ୟମକୁ ପ୍ରେସ୍‌ ନୋଟ୍‌ ଦିଆଯାଉଛି। ତେବେ ଅଧ୍ୟକ୍ଷ ପଦ ଲାଗି ପ୍ରତିଦ୍ୱନ୍ଦ୍ୱିତାରେ ଥିବା ବରିଷ୍ଠ ନେତାଙ୍କ ମଧ୍ୟରୁ କେରଳର ଶଶୀ ଥରୁର ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମ ଚର୍ଚ୍ଚାକୁ ଆସିଛି।
କଂଗ୍ରେସର ରାଜନୈତିକ ପାଣିପାଗକୁ ଦେଖିଲେ ନେହେରୁ-ଗାନ୍ଧୀ ପରିବାର ଭିନ୍ନ ଅନ୍ୟ କେହି ମଙ୍ଗ ଧରିଲେ ଉଧେଇ ପାରିବେ ନାହିଁ ବୋଲି ଦଳ ଭିତରେ ଏକ ସ୍ରୋତ ବୋହିଚାଲିଛି। ଥରୁର ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଭେଟି ଆଶୀର୍ବାଦ କାମନା କରିଛନ୍ତି। ଶୁଣିବାକୁ ମିଳୁଛି ସୋନିଆ ତାଙ୍କୁ ଲଢ଼େଇ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ଅପରପକ୍ଷରେ ଅନ୍ୟତମ ବରିଷ୍ଠ ନେତା ଗେହଲଟ ମଧ୍ୟ ଗାନ୍ଧୀ ପରିବାରର ଅତ୍ୟନ୍ତ ବିଶ୍ୱସ୍ତ। ଥରୁରୁ ପ୍ରାରମ୍ଭିକ ସମୟରେ ବିଦ୍ରୋହୀ ଜି-୨୩ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ପରେ ନୀରବ ରହିଯାଇଥିଲେ। ଏବର ସ୍ଥିତିରେ ଗେହଲଟ ଓ ଥରୁରଙ୍କ ମଧ୍ୟରୁ ଯିଏ ବି ଜିତିଲେ ହାଇକମାଣ୍ଡ ବେତ ଗାନ୍ଧୀ ମାତା-ପୁତ୍ରଙ୍କ ହାତରେ ଆହୁରି ଟାଣୁଆ ହୋଇଯିବ। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏବେ ଅଧ୍ୟକ୍ଷ ପଦ ଲାଗି ଯେଉଁସବୁ ଅଗ୍ରଗତି ହେଉଛି ତାହା ଏକ ନାଟକ ପରି ଲାଗୁଛି। ବାସ୍ତବରେ କଂଗ୍ରେସକୁ ସୁଦୃଢ଼ କରିବାକୁ ଯଦି ଏହାର ନେତାମାନେ ଚାହାଁନ୍ତେ, ତାହା ହେଲେ ନିର୍ବାଚନକୁ ସ୍ବଚ୍ଛ ଓ ଚାପବିହୀନ କରାଯାଇପାରନ୍ତା। ଭାରତୀୟ ଜନତା ପାର୍ଟି (ଭାଜପା) ପରିବାରବାଦ କଥା ଉଠାଇ କଂଗ୍ରେସକୁ ସମାଲୋଚନା କରିଚାଲିଛି। ଏମିତି ଦେଖିଲେ ସବୁ ଦଳ ଓ ସବୁ ବୃତ୍ତିରେ ପରିବାରବାଦର ପ୍ରଭାବ ରହିଛି। କିନ୍ତୁ ତାହାକୁ ନେଇ ଆଣି ଥୋଇପାରୁଥିବା ବ୍ୟକ୍ତି ସଫଳ ହୋଇଥାଆନ୍ତି। ଯେହେତୁ କଂଗ୍ରେସର ବହୁ ନେତା ଚାଟୁକାର ପାଲଟି ଯାଉଛନ୍ତି, ସେହେତୁ ଭିନ୍ନ ସ୍ବର ଶୁଣିବାକୁ ମିଳୁ ନାହିଁ। ଯେଉଁ କେତେ ଜଣ ବିଦ୍ରୋହ କରୁଥିଲେ ସେମାନଙ୍କ ମଧ୍ୟରେ ନିର୍ମଳ ଭାବମୂର୍ତ୍ତି ଥିବା ନେତାଙ୍କ ଅଭାବ ଥିବାରୁ ସେହି ଅଭିଯାନ ଆରମ୍ଭରୁ ପେଙ୍ଗା ହୋଇଗଲା। ଏଭଳି ସମୟରେ କଂଗ୍ରେସ ନେତାମାନେ ବାରମ୍ବାର ଚିନ୍ତନ ବୈଠକ ଓ ଆତ୍ମସମୀକ୍ଷା ବିଷୟକୁ ନ ଦୋହରାଇ ଲୋକଙ୍କ ସହିତ ବାସ୍ତବତା ଦୃଷ୍ଟିରୁ ଯୋଡ଼ି ହେବାକୁ ଚାହିଁଲେ ହୁଏତ କିଛି ପରିବର୍ତ୍ତନ ଆସିପାରନ୍ତା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଯେତେ ଯାଏ ଗାନ୍ଧୀ ପରିବାର ନିଜ ଲୋଭ ଛାଡ଼ି ଦଳର ମଙ୍ଗଳ ଚିନ୍ତା ନ କରିବେ, ସେପର୍ଯ୍ୟନ୍ତ ପରିବର୍ତ୍ତନ ଆସିପାରିବ ନାହିଁ। ଆଉ ପାଦେ ଆଗକୁ ଯାଇ କହିହେବ ଯେ, ଗାନ୍ଧୀ ପରିବାର ପାଇଁ ଲୋଭ ଛାଡ଼ିବା ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri