କୁମ୍ଭାରକାନି ପମ୍ପରେ ଅସମ୍ଭାଳ ଭିଡ଼: ପୋଲିସ ସାମ୍ନାରେ ନିୟମକୁ ଫୁ’, ବୋତଲ-ଜାର୍‌ରେ ବୋହିନେଲେ…

ଥୁଆମୂଳ ରାମପୁର, ୧୯।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ସ୍ତରରେ ଇରାନ-ଆମେରିକା ଯୁଦ୍ଧକାଳୀନ ସ୍ଥିତି ଯୋଗୁ ସୁଦୂର ଗ୍ରାମାଞ୍ଚଳରେ ଇନ୍ଧନ ସଙ୍କଟ ଉଗ୍ର ରୂପ ନେଇଛି। ଆଗକୁ ଏହା ଅଧିକ ଭୟଙ୍କର ସ୍ଥିତି ସୃଷ୍ଟି କରିବାର ଆଶଙ୍କା ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ‘ଇନ୍ଧନ ସଞ୍ଚୟ’ ପାଇଁ ବିଶେଷ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପରେ ଚାହିଦା ମୁତାବକ ଯୋଗାଣ ବ୍ୟବସ୍ଥା ଉପରେ ଚାପ ବଢ଼ିବା ସହ କଟକଣା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଥୁଆମୂଳ ରାମପୁର ବ୍ଲକର ଗୁଣୁପୁର ଓ ସଦର ମହକୁମା ପେଟ୍ରୋଲ ପମ୍ପ ଦ୍ୱୟ ସମ୍ପୂର୍ଣ୍ଣ ଶୂନ୍ୟ ହୋଇ ପଡ଼ିଥିବା ବେଳେ, କେବଳ କୁମ୍ଭାରକାନି ସ୍ଥିତ ‘ଏମ୍/ଏସ୍ ଶିବ ଶଙ୍କର ଫୁଏଲ୍ସ’ ପମ୍ପ ହିଁ ଅଞ୍ଚଳବାସୀଙ୍କ ଏକମାତ୍ର ଭରସା ପାଲଟିଛି। ବୈଷୟିକ ତ୍ରୁଟି ସୁଧୁରିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଏଠାରେ ତେଲ ପାଇଁ ଉପଭୋକ୍ତାଙ୍କ ଅସମ୍ଭାଳ ଭିଡ଼ ଜମିଥିଲା, ଯାହାକୁ ନିୟନ୍ତ୍ରଣ କରିବାକୁ ଶେଷରେ ଘଟଣାସ୍ଥଳରେ ପୋଲିସ ପ୍ରଶାସନକୁ ପହଞ୍ଚିବାକୁ ପଡ଼ିଥିଲା।

ମାତ୍ର ସବୁଠାରୁ ଦୁଃଖ ଓ ଚିନ୍ତାଜନକ ବିଷୟ ହେଉଛି, ପ୍ଲାଷ୍ଟିକ୍ ବୋତଲ ଓ ଜାର୍‌ରେ ତେଲ ଦେବା ଉପରେ ସରକାରୀ କଟକଣା ଥିଲେ ହେଁ, ଏଠାରେ ନିଜେ ପୋଲିସ ପ୍ରଶାସନର ଆଖି ସାମ୍ନାରେ ଖୋଲାଖୋଲି ଭାବେ ନିୟମ ଭଙ୍ଗାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଅବମାନନା କରି ବ୍ୟବସାୟିକ ଉଦ୍ଦେଶ୍ୟରେ କଳାବଜାରୀ କରିବା ପାଇଁ ଲୋକେ ବଡ଼ ବଡ଼ ଡବା ଓ ବୋତଲରେ ଲିଟର ଲିଟର ତେଲ ନେଉଥିଲେ ମଧ୍ୟ ସେଠାରେ ଉପସ୍ଥିତ ପୋଲିସ ଏହା ଉପରେ କୌଣସି ନଜର ନଦେଇ ନିଷ୍କ୍ରିୟ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅସାଧୁ ବ୍ୟବସାୟୀମାନେ ପ୍ରଶାସନର ସାମ୍ନାରେ ଶସ୍ତାରେ ତେଲ ନେଇ ଦୁର୍ଗମ ଅଞ୍ଚଳରେ ଲିଟର ପିଛା ୧୫୦ ରୁ ୨୦୦ ଟଙ୍କା ଭଳି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଫଳରେ ସାଧାରଣ ବାଇକ୍ ଚାଳକ ଓ ଯାତ୍ରୀବାହୀ ଯାନବାହନ ଘଣ୍ଟା ଘଣ୍ଟା ଲାଇନ୍‌ରେ ରହି ମଧ୍ୟ ତେଲ ପାଉନାହାନ୍ତି, ଯାହା ଗ୍ରାମାଞ୍ଚଳ ଯାତାୟାତ ସହ ଚାଷ କାମ ଓ ଦୈନିକ ବ୍ୟବସାୟକୁ ବିପର୍ଯ୍ୟସ୍ତ କରିଦେଇଛି।

ପୂର୍ବରୁ ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀ ଗଣମାଧ୍ୟମକୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ ହେଁ, କ୍ଷେତ୍ରସ୍ତରରେ ପୋଲିସ ଓ ପ୍ରଶାସନର କୌଣସି ନିୟନ୍ତ୍ରଣ ନାହିଁ। ଯଦି ପ୍ରଶାସନ ତୁରନ୍ତ ଏହି ଆଖିବୁଜା ବୋତଲ ବିକ୍ରି ଓ ଚୋରା ଚାଲାଣ ଉପରେ ରୋକ୍ ନଲଗାଏ, ତେବେ ସମସ୍ତ ଇନ୍ଧନ କଳାବଜାରୀଙ୍କ ହାତକୁ ଚାଲିଯିବ। ଏହାଦ୍ୱାରା ସାଧାରଣ ଗରିବ ଜନତା ଅଧିକ ଟଙ୍କା ଦେଇ ତେଲ କିଣିବାକୁ ବାଧ୍ୟ ହେବେ ଏବଂ ଏହା ସିଧାସଳଖ ଲୋକଙ୍କ ପକେଟ୍‌କୁ ଶକ୍ତ ମାଡ଼ ହେବ ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସର ଉଦାସୀନତାକୁ ନିନ୍ଦା କରାଯିବା ସହ ତୁରନ୍ତ ବୋତଲ ବିକ୍ରି ବନ୍ଦ କରି ଗାଡ଼ି ଚାଳକଙ୍କକୁ ପ୍ରାଥମିକତା ଦେବାକୁ ଜନସାଧାରଣ ଦୃଢ଼ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?