Posted inରାଜ୍ୟ

ଶଙ୍ଖଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଭାଜପା ସହ ହେବ ମେଣ୍ଟ!

ଭୁବନେଶ୍ୱର,୪ା୪: ଶଙ୍ଖ ଭବନରେ ଶୁକ୍ରବାର ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଉକ୍ତ ବୈଠକରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ଥିବାବେଳେ ଅଶୋକ ପଣ୍ଡା, ଭୂପିନ୍ଦର ସିଂ, ଚନ୍ଦ୍ରଶେଖର ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ଏକ ବଡ଼ ଅଭିଯୋଗ ଆଣିଛି। କଂଗ୍ରେସ କହିଛି ଭାଜପା ଏବଂ ବିଜେଡି ମେଣ୍ଟ କାଏମ ରହିଛି। ସୋସିଆଲ ମିଡିଆ ‘ଏକ୍ସ’ରେ ରାଜ୍ୟ କଂଗ୍ରେସ ଏପରି ପ୍ରତିକ୍ରିୟା ଦେଇଛି। ଗତକାଲି ରାଜ୍ୟ ସଭାରେ ଓ୍ବକ୍‌ଫ ବିଲ ଭୋଟିଂକୁ ନେଇ କଂଗ୍ରେସ ଏପରି ଅଭିଯୋଗ ଆଣିଛି। ବିବେକ ଅନୁସାରେ ଭୋଟିଂ କରିବାକୁ ବିଜେଡି ନିଜ ଏମ୍‌ପିଙ୍କୁ କହିଥିଲା। ବିଲ୍‌ ସପକ୍ଷରେ ବିଜେଡିର ବରିଷ୍ଠ ଏମ୍‌ପି ସସ୍ମିତ ପାତ୍ର ଭୋଟ୍‌ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ଗଠବନ୍ଧନ କାଏମ ରହିଛି। ପରସ୍ପର ମଧ୍ୟରେ ସଲାସୁତରା କରି ଓଡ଼ିଶାର ଜନତାଙ୍କୁ ଠକିବାକୁ ଚାହୁଁଛନ୍ତି ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି।

ସୂଚନା ଥାଉକି, ଓ୍ବକଫ୍‌ ବିଲ୍‌ ରାଜ୍ୟ ସଭାରେ ପାରିତହେବା ପୂର୍ବରୁ ବିଜେଡିର ରାଜନୈତିକ ଚରିତ୍ର ଆଉ ଥରେ ପଦାରେ ପଡ଼ିଯାଇଛି। ରାଜ୍ୟ ସଭାରେ ଓ୍ବକଫ୍‌ ବିଲ୍‌ ଉପରେ ସକାଳବେଳା ଚାଲିଥିବା ଆଲୋଚନାରେ ଭାଗନେଇ ବିଜେଡି ଏମ୍‌ପି ମୁଜିବୁଲ୍ଲା (ମୁନ୍ନା) ଖାଁ ଏହାକୁ ବିରୋଧ କରିଥିଲେ। ମୁନ୍ନା ଏହି ବିଲ୍‌ ବିରୋଧରେ ପ୍ରବଳ ଯୁକ୍ତି ମଧ୍ୟ ରଖିଥିଲେ। ହେଲେ ସା ବେଳକୁ ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଓ୍ବକଫ୍‌ ବିଲ୍‌କୁ ନେଇ ତାଙ୍କ ‘ଏକ୍ସ’ରେ କରିଥିବା ପୋଷ୍ଟ ଦେଖିବା ପରେ ପୁଣି ଥରେ ବିଜେଡି ଆଭିମୁଖ୍ୟକୁ ନେଇ ସବୁଆଡୁ ସମାଲୋଚନା ଆରମ୍ଭ ହୋଇଯାଇଛି। ଜଣଙ୍କ ସ୍ବାର୍ଥକୁ ରକ୍ଷା କରିବା ଲାଗି ବିଜେଡିକୁ ରାଜ୍ୟ ସଭାରେ ଆଉ ଥରେ ବିକ୍ରି କରିଦିଆଗଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଲାଣି। ନିକଟରେ ଜଣେ ମହିଳା ଆଇଏଏସ୍‌ ଅଫିସର ଭିଆର୍‌ଏସ୍‌ ନେଇଛନ୍ତି, ଯିଏ ବିଜେଡି ସରକାର ସମୟରେ ବହୁ କ୍ଷମତାଶାଳୀ ଥିଲେ। ତାଙ୍କ ଭିଆର୍‌ଏସ୍‌ ଆବେଦନକୁ କେନ୍ଦ୍ରର ଏନ୍‌ଡିଏ ସମର୍ଥିତ ଭାଜପା ସରକାର କିନ୍ତୁ ତୁରନ୍ତ ଗ୍ରହଣ କରିନେଇଛନ୍ତି, ଯାହା ରାଜ୍ୟ ଭାଜପାର ବହୁ ନେତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିବା କଥା କୁହାଯାଉଛି। କିଛିଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା, ସେଠାରୁ ଫେରିବା ମାତ୍ରେ ଉକ୍ତ ମହିଳା ଆଇଏଏସ୍‌ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ ତୁରନ୍ତ ଗ୍ରହଣ କରାଯିବା ବିଷୟ ସମସ୍ତେ ଅଳ୍ପ ବହୁତେ ବୁଝୁଥିଲେ। ହେଲେ ବର୍ତ୍ତମାନ ରାଜ୍ୟ ସଭାରେ ବିଜେଡି ଓ୍ବକଫ୍‌ ବିଲ୍‌ ବିରୋଧରେ ଯିବ ନାହିଁ ବୋଲି ବୁଲେଇ ବଙ୍କେଇ କହିବା ପରେ ନବୀନଙ୍କ ଦିଲ୍ଲୀ ଯିବାଠାରୁ ଭିଆର୍‌ଏସ୍‌ ଆବେଦନ ଗ୍ରହଣର ତତ୍ତ୍ୱକୁ ଏକ ପ୍ରକାର ପ୍ରମାଣିତ କରୁଛି ବୋଲି କୁହାଗଲାଣି। କିଛିଦିନ ତଳେ ଚେନ୍ନାଇଠାରେ ଡିଏମ୍‌କେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ସୀମା ପୁନଃ ନିର୍ଦ୍ଧାରଣ କ୍ରିୟାନୁଷ୍ଠାନ କମିଟିର ବୈଠକ ହୋଇଥିଲା। ଏଥିରେ ଓଡ଼ିଶାରୁ ବିଜେଡି ଯୋଗ ଦେଇଥିଲା। ଏହି ବୈଠକ ପରେ ବିଜେଡି ପ୍ରଥମ ଥର ଲାଗି ନିଜର ଆଭିମୁଖ୍ୟ ବଦଳାଇଲା ବୋଲି ଶୁଣିବାକୁ ମିଳିଲା। ହେଲେ ଦିନ କେଇଟା ନ ଯାଉଣୁ ବିଜେଡି ଶାସନରୁ ଯିବା ଲାଗି ଯେଉଁ ଜଣେ ବ୍ୟକ୍ତିଙ୍କୁ ସମଗ୍ର ଓଡ଼ିଶା ଦୋଷ ଦେଉଛି ତାଙ୍କ ସ୍ତ୍ରୀଙ୍କ ସୁରକ୍ଷା ନବୀନଙ୍କ ପାଇଁ ପୁଣି ପ୍ରାଥମିକତା ହୋଇଯାଇଛି ବୋଲି ରାଜନୈତିକ ମହଲରେ ଆଉ ଥରେ କୁହାକୁହି ଆରମ୍ଭ ହେଲାଣି। ନବୀନଙ୍କ ପାଇଁ ଦଳୀୟ କର୍ମୀ ଏବଂ ସହଯୋଗୀଙ୍କ ଭବିଷ୍ୟତ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତାହା ବଦଳରେ ଗୋଟିଏ ବ୍ୟକ୍ତିର ସନ୍ତୁଷ୍ଟି ଯଥେଷ୍ଟ ଅଧିକ ଗୁରୁତ୍ୱ ରଖୁଥିବା କଥା ସ୍ପଷ୍ଟ ବୁଝାପଡୁଛି।
ସୂଚନାଯୋଗ୍ୟ, ଲୋକ ସଭାରେ ବୁଧବାର ବିଳମ୍ବିତ ରାତିରେ ଓ୍ବକଫ୍‌ ବିଲ୍‌ ପାରିତ ହୋଇଯାଇଛି। ୧୨ ଘଣ୍ଟା ଧରି ଏହି ବିଲ୍‌ ଉପରେ ଆଲୋଚନା ହେବା ପରେ ଭୋଟ କରାଯାଇଥିଲା। ବିଲ୍‌ ସପକ୍ଷରେ ୨୮୮ଟି ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୨୩୨ଟି ଭୋଟ ପଡ଼ିଥିଲା। ଅର୍ଥାତ୍‌ ଲୋକ ସଭାରେ ଶାସକ ଏବଂ ବିରୋଧୀଙ୍କ ଭିତରେ ଦୂରତା ମାତ୍ର ୫୬କୁ ଖସି ଆସିଲାଣି। ହେଲେ ଏଭଳି ସମୟରେ ବିଜେଡି ଲୋକ ସଭାରେ ସମ୍ପୂର୍ଣ୍ଣ ଜିରୋ ହୋଇସାରିଛି। ଏ ପର୍ଯ୍ୟନ୍ତ ବିଜେଡି ମୁଣ୍ଡରେ ବୁଦ୍ଧି ଉଦୟ ହୋଇନାହିଁ ବୋଲି ଚର୍ଚ୍ଚା ହେଉଛି। କିଛିଦିନ ତଳେ ସସ୍ମିତ ଏହା ଉପରେ କହିଥିଲେ, ବିଲ୍‌ ଉପରେ ବିରୋଧୀଙ୍କ ପ୍ରସ୍ତାବକୁ ଗୃହରେ ଗ୍ରହଣ କରାଯାଉଛି ନା ନାହିଁ ତା’ ଉପରେ ବିଚାରକରିବା ପରେ କ’ଣ ନିଷ୍ପତ୍ତି ହେବ ତାହା ସ୍ଥିର କରାଯିବ। ହେଲେ ଗୁରୁବାର ସସ୍ମିତ ଉଲ୍ଲେଖ କରିଛନ୍ତି, ଏହି ବିଲ୍‌କୁ ବିବେକ ଅନୁସାରେ ଭୋଟ ଦେବାକୁ ନିଷ୍ପତ୍ତି ହୋଇଛି। ଏହା ଉପରେ କୌଣସି ହୁଇପ୍‌ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଜେଡିର କେତେଜଣ ରାଜ୍ୟ ସଭା ସଦସ୍ୟଙ୍କ ସହ ଧରିତ୍ରୀ ପକ୍ଷରୁ ଯୋଗାଯୋଗ କରିବାରୁ ସେମାନେ କହିଥିଲେ, ସସ୍ମିତ ମନଇଚ୍ଛା ଏହା କହିଥିବେ। ଦଳରୁ ପଚାରି ସେମାନେ ପ୍ରତିକ୍ରିୟା ରଖିବେ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଆଉ ଟେଲିଫୋନ୍‌ ଉଠାଇଲେ ନାହିଁ। ଅର୍ଥାତ୍‌ ସେମାନଙ୍କ ଭିତରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଏହି କଥାରୁ ବୁଝାପଡୁଛି। ସସ୍ମିତ ନିଜ ମନରୁ ଏହି ନିଷ୍ପତ୍ତି ବାହାରକୁ ଛାଡ଼ି ନ ଥିବା କଥା ଜାଣିବା ପରେ ପ୍ରତିକ୍ରିୟା ରଖିବାକୁ କହୁଥିବା ବିଜେଡିର ଅନ୍ୟ ଏମ୍‌ପିମାନେ ଚୁପ୍‌ହୋଇଯିବାକୁ ବାଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri