ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା: ଆଧାରରେ ମୋବାଇଲ ଲିଙ୍କ୍‌ ବାଧ୍ୟତାମୂଳକ ନୁହେଁ, ଜାଣନ୍ତୁ ଏହା ବଦଳରେ କ’ଣ କରିବେ…

ଜଗତସିଂହପୁର,୬ା୯(ପ୍ରମୋଦ କୁମାର ନାୟକ): ରାଜ୍ୟ ସରକାର ଲୋକାଭିମୁଖୀ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏନେଇ ଆଧାର କେନ୍ଦ୍ର, ଜନସେବା କେନ୍ଦ୍ର (ଜେଏସ୍‌କେ) ଓ ମୋ ସେବା କେନ୍ଦ୍ର (ଏମ୍‌ଏସ୍‌କେ) ଆଦି ବିଭିନ୍ନ ସ୍ଥାନରେ ଭିଡ ଦେଖିବାକୁ ମିଳୁଛି। କେତେବେଳେ ସର୍ଭର ଡାଉନ ତ କେତେବେଳେ ଅନ୍ୟାନ୍ୟ ସମସ୍ୟା ଯୋଗୁ ସେବା ସଂସ୍ଥାଗୁଡିକ ସମୟ ନେଉଛନ୍ତି। ଏଥିଯୋଗୁ ଲୋକେ ବ୍ୟସ୍ତ ହେବା ଉଚିତ ନୁହେଁ। ଯୋଜନାରେ ସାମିଲ ହେବା ପାଇଁ ଇ-କେୱାଇସି ବ୍ୟବସ୍ଥା ଅଛି। ଆଧାର ଅଥେଣ୍ଟିକେଶନ୍‌ ପାଇଁ ମୋବାଇଲ ଲିଙ୍କ୍‌ କରାଯାଉଛି। କିନ୍ତୁ ଏହା ଏକମାତ୍ର ମାଧ୍ୟମ ନୁହେଁ। ମୋବାଇଲ ଲିଙ୍କ୍‌ ଥିଲେ ଓଟିପି ଆବଶ୍ୟକ ପଡେ। ବିନା ମୋବାଇଲ ନମ୍ବରରେ ଅର୍ଥାତ୍‌ ଆଇରିସ୍‌ (ଆଖିର ବୃତ୍ତାକାର ପରଦା), ଫେସ୍‌ ଅଥେଣ୍ଟିକେଶନ୍‌ (ମୁହଁର ସତ୍ୟତା) ଏବଂ ବାୟୋମେଟ୍ରିକ/ଫିଙ୍ଗର ପ୍ରିଣ୍ଟ (ଆଙ୍ଗୁଳି ଛାପ) ମାଧ୍ୟମରେ ମଧ୍ୟ ଆଧାର ଅଥେଣ୍ଟିକେଣ୍ଟେଡ୍‌ କି ନୁହେଁ ଜାଣିହେବ। ଏହି ସମୟରେ ଆବେଦନକାରୀ ନିଜେ ଉପସ୍ଥିତ ରହିିବେ।

ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ସୁଭଦ୍ରା ଯୋଜନା ଉପରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲାପାଳ ଜେ. ସୋନାଲ ଏବଂ ସୁଭଦ୍ରା ଯୋଜନା ଜିଲା ନୋଡାଲ ଅଫିସର ତଥା ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ (ରାଜସ୍ବ) ସମ୍ବିତ କୁମାର ରାଉତ ଏହା କହିଛନ୍ତି। ସେମାନେ କହିିଥିଲେ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)ରେ ଅନ୍ତର୍ଭୁକ୍ତ ମହିଳାଙ୍କୁ କେବଳ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ବୋଲି ଅପପ୍ରଚାର ଚାଲିଛି। ଏହି ବର୍ଗ ସମେତ ବାର୍ଷିକ ୨,୫୦,୦୦୦ ଟଙ୍କାରୁ କମ୍‌ ଆୟ ଥିବା ପରିବାରକୁ ଯୋଜନାରେ ସାମିଲ କରାଯିବ। ସେ କହିଥିଲେ, ଜିଲାରେ ଏନ୍‌ଏଫଏସ୍‌ଏ ଓ ଏସ୍‌ଏଫଏସ୍‌ଏସ୍‌ରେ ମୋଟ ୧,୯୫,୬୩୦ ଜଣ ଥିବାରୁ ସେମାନଙ୍କୁ ସୁଭଦ୍ରାରେ ସାମିଲ କରାଯୀପାସହ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ପାଇଁ ଯୋଜନା ରହିଛି। ଜିଲାରେ ଏ ପର୍ଯ୍ୟନ୍ତ ୪,୭୮,୫୦୦ ଫର୍ମ ପ୍ରିଣ୍ଟ ହୋଇଛି। ଗୁରୁବାର ପୂର୍ବାହ୍ନ ୧୧ଟା ସୁଦ୍ଧା ୩,୭୬,୦୦୦ ଫର୍ମ ଲୋକମାନଙ୍କୁ ମାଗଣାରେ ବଣ୍ଟନ କରାଯାଇପାରିଛି। ଏହି ଫର୍ମ ଅଙ୍ଗନୱାଡି କେନ୍ଦ୍ର, ଜେଏସ୍‌କେ ଓ ଏମ୍‌ଏସ୍‌କେରେ ଉପଲବ୍ଧ। ଲୋକେ ଫର୍ମ ପାଇଲା ପରେ ଅଙ୍ଗନୱାଡି କର୍ମୀଙ୍କ ପରାମର୍ଶକ୍ରମେ ପୂରଣ କରି ବ୍ୟାଙ୍କ ଆକାଉଣ୍ଟ ନମ୍ବର, ମୋବାଇଲ ନମ୍ବର ଓ ଆଧାର ନମ୍ବର ସହ ଜନସେବା କେନ୍ଦ୍ର/ମୋ ସେବା କେନ୍ଦ୍ରଗୁଡ଼ିକରେ ସୁଭଦ୍ରା ପୋର୍ଟାଲରେ ନାମ ପଞ୍ଜୀକରଣ କରିପାରିବେ। ଜିଲାରେ ସହଜରେ ସେବା ପହଞ୍ଚାଇବା ପାଇଁ ୬୫୦ ଜେଏସ୍‌କେ ଓ ୨୭୪ଟି ଏମ୍‌ଏସ୍‌କେ କାର୍ଯ୍ୟକ୍ଷମ ରହିଛି।

ଏହି ସେବା କେନ୍ଦ୍ରଗୁଡିକ ମାଗଣାରେ ପ୍ରାପ୍ତି ସ୍ବୀକାର (ଆକ୍‌ନଲେଜମେଣ୍ଟ) ରସିଦ ଦେବେ। କେହି ଏଥିନେଇ ଅର୍ଥ ଦାବି କଲେ କିମ୍ବା ଅସହଯୋଗ କଲେ ତୁରନ୍ତ ଟୋଲ୍‌ ଫ୍ରି ନମ୍ବର ୧୪୬୭୮ରେ କିମ୍ବା ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଅନ୍ୟ କୌଣସି ବିଷୟରେ ଜାଣିବାକୁ ହେଲେ ବ୍ଲକ କିମ୍ବା ଜିଲା କାର୍ଯ୍ୟାଳୟସ୍ଥିତ ସୁଭଦ୍ରା ସହାୟତା କେନ୍ଦ୍ରର ସହାୟତା ନେଇପାରିବେ ବୋଲି କୁହାଯାଇଛି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ଅତିରିକ୍ତ ଜିଲାପାଳ ଲଳିତ ମୋହନ ବେହେରା ଓ ଜିଲା ପରିଷଦ ମୁଖ୍ୟ ବିକାଶ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri