ଶେଖ ହାସିନାଙ୍କ ପାଇଁ ଖରାପ ହେଉଛି କି ସମ୍ପର୍କ! ଭାରତକୁ ଏମିତି କଡ଼ା କଥା କହିଦେଲେ ୟୁନୁସ୍‌ ସରକାର

ଢାକା,୬।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍‌ ଭାରତ ସହ ସମ୍ପର୍କ ବିଷୟରେ କହିଛନ୍ତି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀ ଅନୁଭବ କରୁଛି ଯେ ଶେଖ ହାସିନା ଯଦି ନ ରହିବେ, ତେବେ ଆମେ ବାଂଲାଦେଶକୁ ଆଫଗାନିସ୍ତାନରେ ପରିଣତ କରିବୁ। ସେ କହିଛନ୍ତି ଯେ ଭାରତକୁ ଏହାର କାହାଣୀ ବଦଳାଇବାକୁ ପଡିବ। ସେମାନେ ଅନୁଭବ କରୁଛନ୍ତି ଯେ କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ ଅଛି। ଏଥିସହ ସେ କହିଛନ୍ତି ଯେ ଅୱାମୀ ଲିଗ ବ୍ୟତୀତ ଭାରତ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ଇସଲାମ ଦଳ ଭାବରେ ବିବେଚନା କରେ।

ୟୁନୁସ୍‌ କହିଛନ୍ତି, ଆମେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛୁ, କିନ୍ତୁ ନୂଆଦିଲ୍ଲୀକୁ ଏହି କାହାଣୀକୁ ପରିତ୍ୟାଗ କରିବାକୁ ପଡ଼ିବ ଯେ କେବଳ ହାସିନାଙ୍କ ନେତୃତ୍ୱ ଦେଶର ସ୍ଥିରତାକୁ ସୁନିଶ୍ଚିତ କରିପାରିବ। ସେ କହିଛନ୍ତି, ଆଗକୁ ବଢିବାକୁ ହେଲେ ଏଭଳି ଭାବନାରୁ ଭାରତକୁ ବାହାରକୁ ଆସିବାକୁ ପଡ଼ିବ।

ନିକଟରେ ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ତଥା ଭାରତର ଚିନ୍ତା ବିଷୟରେ ମହମ୍ମଦ ୟୁନୁସ୍‌ କହିଛନ୍ତି ଯେ ଏହା କେବଳ ଏକ ବାହାନା। ବାଂଲାଦେଶରେ ବିଶୃଙ୍ଖଳା ପରିସ୍ଥିତି ମଧ୍ୟରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କର ଦୋକାନ ଏବଂ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା ଏବଂ ହିନ୍ଦୁ ମନ୍ଦିର ମଧ୍ୟ ନଷ୍ଟ ହୋଇଯାଇଥିଲା। ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାର ଉପାୟ ବିଷୟରେ ପଚରାଯିବାରୁ ମହମ୍ମଦ ୟୁନୁସ କହିଛନ୍ତି ଯେ ଉଭୟ ଦେଶ ମିଳିତ ଭାବେ କାମ କରିବା ଆବଶ୍ୟକ ଏବଂ ବର୍ତ୍ତମାନ ଏହି ସମ୍ପର୍କ ଖରାପ ହୋଇଯାଇଛି।

ସେ କହିଛନ୍ତି, ବର୍ତ୍ତମାନ ସମୟରେ ସମ୍ପର୍କକୁ ସୁଦୃଢ ଼ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ଭାରତ ସହ ଦ୍ୱିପାକ୍ଷିକ ଚୁକ୍ତିନାମାର ଭବିଷ୍ୟତ ବିଷୟରେ ମହମ୍ମଦ ୟୁନୁସ କହିଛନ୍ତି , ଗମନାଗମନ ଏବଂ ଆଦାନୀ ଶକ୍ତି ଚୁକ୍ତିନାମା ଭଳି କିଛି ଚୁକ୍ତିନାମାକୁ ପୁନର୍ବିଚାର କରିବାକୁ ଦାବି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri