Posted inଖେଳ

ଆର୍ଜେଣ୍ଟିନା ଓ ମେସିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

ଦୋହା, ୩୦।୧୧: ଚଳିତ ଫିଫା ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଉପନୀତ। ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ତଥା ଶେଷ ରାଉଣ୍ଡ ଖେଳ ଆରମ୍ଭ ହୋଇଯାଇଛି। କେଉଁ ଦଳ ନକ୍‌ଆଉଟକୁ ଯିବ କିମ୍ବା କେଉଁ ଦଳ ବିଦାୟ ନେବ ତାହା ଏହି ରାଉଣ୍ଡରୁ ସ୍ପଷ୍ଟ ହୋଇଯାଉଛି। କାତାରରେ ବିଶ୍ୱକପ ଆରମ୍ଭ ପୂର୍ବରୁ ଅନ୍ୟତମ ଟାଇଟଲ ଫେଭରାଇଟର ଆଖ୍ୟା ପାଇଥିବା ଆର୍ଜେଣ୍ଟିନା ଏହାର ପ୍ରଥମ ମ୍ୟାଚରେ ସୌଦି ଆରବ ନିକଟରୁ ହାରିଯାଇଥିବାରୁ କଠିନ ପରିସ୍ଥିତି ଦେଇ ଗତି କରୁଛି। ଦ୍ୱିତୀୟ ମ୍ୟାଚରେ ଯଦିଓ ଏହି ଦଳ ମେକ୍ସିକୋକୁ ହରାଇବାରେ ସକ୍ଷମ ହୋଇଛି ତେବେ ନକ୍‌ଆଉଟ ପ୍ରବେଶ ଏବେ ମଧ୍ୟ କଷ୍ଟସାଧ୍ୟ ରହିଛି। ଗ୍ରୁପ୍‌ ‘ସି’ରେ ଏହି ଦଳ ବୁଧବାର ପୋଲାଣ୍ଡକୁ ଭେଟିବାକୁ ଯାଉଛି। ପୋଲାଣ୍ଡ ଏବେ ଗ୍ରୁପ୍‌ରେ ଟେବୁଲ ଟପ୍ପର ରହିଛି। ଏହି ଦଳ ମେକ୍ସିକୋ ବିପକ୍ଷ ମ୍ୟାଚକୁ ଡ୍ର ରଖିବାପରେ ସୌଦିଆରବକୁ ହରାଇ ନକ୍‌ଆଉଟ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି। ତେବେ ରାଉଣ୍ଡ ଅଫ୍‌-୧୬କୁ ଯିବାକୁ ହେଲେ ଆର୍ଜେଣ୍ଟିନାକୁ କୌଣସିମତେ ଆଗାମୀ ମ୍ୟାଚରେ ପୋଲାଣ୍ଡକୁ ହରାଇବାକୁ ପଡ଼ିବ। ମାତ୍ର ଏହା ସହଜ ହେବନାହିଁ ନିଶ୍ଚିତ। ଦଳର ତାରକା ଖେଳାଳି ଲିଓନେଲ ମେସିଙ୍କର ଏହା ଶେଷ ବିଶ୍ୱକପ। ବିଶ୍ୱକପ ବିଜୟୀ ହେବା ମେସିଙ୍କର ସ୍ବପ୍ନ ରହିଛି। ଏହାକୁ ସାକାର କରିବାକୁ ହେଲେ ଆର୍ଜେଣ୍ଟିନାକୁ ପ୍ରଥମେ ପୋଲାଣ୍ଡ ହର୍ଡଲ୍ସ ଅତିକ୍ରମ କରିବାକୁ ପଡ଼ିବ। ନ ହେଲେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟନେବା ପରିସ୍ଥିତି ସୃଷ୍ଟି ହେବ। ପୋଲାଣ୍ଡର ତାରକା ଷ୍ଟ୍ରାଇକର ରବର୍ଟ ଲିଓ୍ବଣ୍ଡସ୍କିଙ୍କର ମଧ୍ୟ ଏହା ଶେଷ ବିଶ୍ୱକପ ବୋଲି ବିବେଚନା କରାଯାଉଛି। ତେଣୁ ସେ ମଧ୍ୟ ସମ୍ମାନର ସହ ଅଭିଯାନ ଶେଷ କରିବାକୁ ଆଶା ରଖିଛନ୍ତି।
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି ମେସି ପୂର୍ବରୁ ଅନେକଥର ଘଡ଼ିସନ୍ଧି ମୁହୂର୍ତ୍ତରେ ଆର୍ଜେଣ୍ଟିନାକୁ ଉଦ୍ଧାର କରିଛନ୍ତି। ତେଣୁ ଆଗାମୀ ମ୍ୟାଚରେ ଦଳ ତାଙ୍କଠାରୁ ସେପରି ପ୍ରଦର୍ଶନ ଆଶା କରିବ। ପୋଲାଣ୍ଡ ବିପକ୍ଷରେ ବିଜୟୀ ହେଲେ ଆର୍ଜେଣ୍ଟିନା ସିଧାସଳଖ ନକ୍‌ଆଉଟରେ ପ୍ରବେଶ କରିବ। ମ୍ୟାଚ ଡ୍ର ରଖିଲେ ମଧ୍ୟ ଦଳର ଆଶା ରହିବ। ତେବେ ସୌଦିଆରବ ଏବଂ ମେକ୍ସିକୋ ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବ। ପରାଜିତ ହେଲେ ବିଦାୟ ନେବା ସାରହେବ। ତେଣୁ ଆଗାମୀ ମ୍ୟାଚ ଆର୍ଜେଣ୍ଟିନା ସମର୍ଥକଙ୍କ ପାଇଁ ବେଶ୍‌ ଭାବବିହ୍ବଳ ରହିବ। ଆର୍ଜେଣ୍ଟିନା ଶେଷଥର ପାଇଁ ୨୦୦୨ରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଚଳିତ ବିଶ୍ୱକପ୍‌ର ପୂର୍ବ ୨ଟି ମ୍ୟାଚରେ ମେସି ଗୋଲ ସ୍କୋର କରି ସାରିଛନ୍ତି। ତେଣୁ ସେ କ୍ରମାଗତ ତୃତୀୟ ମ୍ୟାଚରେ ମଧ୍ୟ ଗୋଲ କରିବାନେଇ ଆଶା ରହିବ। ୨୦୨୨ରେ ମେସି ଆର୍ଜେଣ୍ଟିନା ପାଇଁ ୧୩ ଗୋଲ ଦେଇ ସାରିଛନ୍ତି। ଏକ କ୍ୟାଲେଣ୍ଡର ବର୍ଷରେ ଏହା ତାଙ୍କର କ୍ୟାରିୟର ଶ୍ରେଷ୍ଠ।
ମେସିଙ୍କ ସ୍ବାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତା ରହିଛି। ସେ ସୌଦିଆରବ ବିପକ୍ଷରେ ପୂରା ୯୦ ମିନିଟ ଖେଳିଥିଲେ। ମେକ୍ସିକୋ ବିପକ୍ଷ ମ୍ୟାଚର ଶେଷ ଭାଗରେ କିନ୍ତୁ ସେ ଅସହଜ ମନେ ହୋଇଥିଲେ। ବଲ୍‌ ସହ ବୁଲିପଡ଼ିବା ବେଳକୁ ପାଦରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣା ପଡ଼ୁଥିଲା। ତେବେ ଏଥିପାଇଁ କିଛି ଚିନ୍ତା କରିବାର ନାହିଁ ବୋଲି ୩୫ ବର୍ଷୀୟ ମେସି ପ୍ରକାଶ କରିଥିଲେ। ଆର୍ଜେଣ୍ଟିନା କୋଚ୍‌ ଲିଓନେଲ ସ୍କାଲୋନି ଫରଓ୍ବାର୍ଡ ଲୌଟାରୋ ମାର୍ଟିନେଜଙ୍କୁ ନେଇ ପଡ଼ିଆକୁ ଓହ୍ଲାଉଛନ୍ତି ନା ଅନ୍ୟତମ ଷ୍ଟ୍ରାଇକର ଜୁଲିଆନ ଆଲଭାରେଜଙ୍କୁ ଖେଳାଉଛନ୍ତି ତା’ ଉପରେ ନଜର ରହିବ। ଯୁବ ମିଡ୍‌ଫିଲ୍ଡର ଏନ୍‌ଜୋ ଫର୍ନାଣ୍ଡେଜ ମେକ୍ସିକୋ ବିପକ୍ଷ ଗେମ୍‌ରେ ବଦଳ ଖେଳାଳିଭାବେ ଆସି ପ୍ରଭାବୀ ରହିଥିଲେ। ତେଣୁ ସେ ଖେଳିବା ସମ୍ଭାବନା ଅଧିକ।
ପୋଲାଣ୍ଡ ଅଧିକ ମାତ୍ରାରେ ୩୪ ବର୍ଷୀୟ ଲିଓ୍ବଣ୍ଡସ୍କିଙ୍କ ଉପରେ ନିର୍ଭର କରିବ। ଏହି ଦଳ ପ୍ରଥମଥର ପାଇଁ ବିଶ୍ୱକପ ନକ୍‌ଆଉଟ ପ୍ରବେଶ ସୁଯୋଗ ସୃଷ୍ଟି କରିଛି। ତେଣୁ ଆଗାମୀ ମ୍ୟାଚରେ ଆର୍ଜେଣ୍ଟିନାକୁ କଡ଼ା ଟକ୍କର ଦେବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri