Posted inଖେଳ

ଆର୍ଜେଣ୍ଟିନା ଓ ମେସିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

ଦୋହା, ୩୦।୧୧: ଚଳିତ ଫିଫା ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଉପନୀତ। ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ତଥା ଶେଷ ରାଉଣ୍ଡ ଖେଳ ଆରମ୍ଭ ହୋଇଯାଇଛି। କେଉଁ ଦଳ ନକ୍‌ଆଉଟକୁ ଯିବ କିମ୍ବା କେଉଁ ଦଳ ବିଦାୟ ନେବ ତାହା ଏହି ରାଉଣ୍ଡରୁ ସ୍ପଷ୍ଟ ହୋଇଯାଉଛି। କାତାରରେ ବିଶ୍ୱକପ ଆରମ୍ଭ ପୂର୍ବରୁ ଅନ୍ୟତମ ଟାଇଟଲ ଫେଭରାଇଟର ଆଖ୍ୟା ପାଇଥିବା ଆର୍ଜେଣ୍ଟିନା ଏହାର ପ୍ରଥମ ମ୍ୟାଚରେ ସୌଦି ଆରବ ନିକଟରୁ ହାରିଯାଇଥିବାରୁ କଠିନ ପରିସ୍ଥିତି ଦେଇ ଗତି କରୁଛି। ଦ୍ୱିତୀୟ ମ୍ୟାଚରେ ଯଦିଓ ଏହି ଦଳ ମେକ୍ସିକୋକୁ ହରାଇବାରେ ସକ୍ଷମ ହୋଇଛି ତେବେ ନକ୍‌ଆଉଟ ପ୍ରବେଶ ଏବେ ମଧ୍ୟ କଷ୍ଟସାଧ୍ୟ ରହିଛି। ଗ୍ରୁପ୍‌ ‘ସି’ରେ ଏହି ଦଳ ବୁଧବାର ପୋଲାଣ୍ଡକୁ ଭେଟିବାକୁ ଯାଉଛି। ପୋଲାଣ୍ଡ ଏବେ ଗ୍ରୁପ୍‌ରେ ଟେବୁଲ ଟପ୍ପର ରହିଛି। ଏହି ଦଳ ମେକ୍ସିକୋ ବିପକ୍ଷ ମ୍ୟାଚକୁ ଡ୍ର ରଖିବାପରେ ସୌଦିଆରବକୁ ହରାଇ ନକ୍‌ଆଉଟ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି। ତେବେ ରାଉଣ୍ଡ ଅଫ୍‌-୧୬କୁ ଯିବାକୁ ହେଲେ ଆର୍ଜେଣ୍ଟିନାକୁ କୌଣସିମତେ ଆଗାମୀ ମ୍ୟାଚରେ ପୋଲାଣ୍ଡକୁ ହରାଇବାକୁ ପଡ଼ିବ। ମାତ୍ର ଏହା ସହଜ ହେବନାହିଁ ନିଶ୍ଚିତ। ଦଳର ତାରକା ଖେଳାଳି ଲିଓନେଲ ମେସିଙ୍କର ଏହା ଶେଷ ବିଶ୍ୱକପ। ବିଶ୍ୱକପ ବିଜୟୀ ହେବା ମେସିଙ୍କର ସ୍ବପ୍ନ ରହିଛି। ଏହାକୁ ସାକାର କରିବାକୁ ହେଲେ ଆର୍ଜେଣ୍ଟିନାକୁ ପ୍ରଥମେ ପୋଲାଣ୍ଡ ହର୍ଡଲ୍ସ ଅତିକ୍ରମ କରିବାକୁ ପଡ଼ିବ। ନ ହେଲେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟନେବା ପରିସ୍ଥିତି ସୃଷ୍ଟି ହେବ। ପୋଲାଣ୍ଡର ତାରକା ଷ୍ଟ୍ରାଇକର ରବର୍ଟ ଲିଓ୍ବଣ୍ଡସ୍କିଙ୍କର ମଧ୍ୟ ଏହା ଶେଷ ବିଶ୍ୱକପ ବୋଲି ବିବେଚନା କରାଯାଉଛି। ତେଣୁ ସେ ମଧ୍ୟ ସମ୍ମାନର ସହ ଅଭିଯାନ ଶେଷ କରିବାକୁ ଆଶା ରଖିଛନ୍ତି।
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି ମେସି ପୂର୍ବରୁ ଅନେକଥର ଘଡ଼ିସନ୍ଧି ମୁହୂର୍ତ୍ତରେ ଆର୍ଜେଣ୍ଟିନାକୁ ଉଦ୍ଧାର କରିଛନ୍ତି। ତେଣୁ ଆଗାମୀ ମ୍ୟାଚରେ ଦଳ ତାଙ୍କଠାରୁ ସେପରି ପ୍ରଦର୍ଶନ ଆଶା କରିବ। ପୋଲାଣ୍ଡ ବିପକ୍ଷରେ ବିଜୟୀ ହେଲେ ଆର୍ଜେଣ୍ଟିନା ସିଧାସଳଖ ନକ୍‌ଆଉଟରେ ପ୍ରବେଶ କରିବ। ମ୍ୟାଚ ଡ୍ର ରଖିଲେ ମଧ୍ୟ ଦଳର ଆଶା ରହିବ। ତେବେ ସୌଦିଆରବ ଏବଂ ମେକ୍ସିକୋ ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବ। ପରାଜିତ ହେଲେ ବିଦାୟ ନେବା ସାରହେବ। ତେଣୁ ଆଗାମୀ ମ୍ୟାଚ ଆର୍ଜେଣ୍ଟିନା ସମର୍ଥକଙ୍କ ପାଇଁ ବେଶ୍‌ ଭାବବିହ୍ବଳ ରହିବ। ଆର୍ଜେଣ୍ଟିନା ଶେଷଥର ପାଇଁ ୨୦୦୨ରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଚଳିତ ବିଶ୍ୱକପ୍‌ର ପୂର୍ବ ୨ଟି ମ୍ୟାଚରେ ମେସି ଗୋଲ ସ୍କୋର କରି ସାରିଛନ୍ତି। ତେଣୁ ସେ କ୍ରମାଗତ ତୃତୀୟ ମ୍ୟାଚରେ ମଧ୍ୟ ଗୋଲ କରିବାନେଇ ଆଶା ରହିବ। ୨୦୨୨ରେ ମେସି ଆର୍ଜେଣ୍ଟିନା ପାଇଁ ୧୩ ଗୋଲ ଦେଇ ସାରିଛନ୍ତି। ଏକ କ୍ୟାଲେଣ୍ଡର ବର୍ଷରେ ଏହା ତାଙ୍କର କ୍ୟାରିୟର ଶ୍ରେଷ୍ଠ।
ମେସିଙ୍କ ସ୍ବାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତା ରହିଛି। ସେ ସୌଦିଆରବ ବିପକ୍ଷରେ ପୂରା ୯୦ ମିନିଟ ଖେଳିଥିଲେ। ମେକ୍ସିକୋ ବିପକ୍ଷ ମ୍ୟାଚର ଶେଷ ଭାଗରେ କିନ୍ତୁ ସେ ଅସହଜ ମନେ ହୋଇଥିଲେ। ବଲ୍‌ ସହ ବୁଲିପଡ଼ିବା ବେଳକୁ ପାଦରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣା ପଡ଼ୁଥିଲା। ତେବେ ଏଥିପାଇଁ କିଛି ଚିନ୍ତା କରିବାର ନାହିଁ ବୋଲି ୩୫ ବର୍ଷୀୟ ମେସି ପ୍ରକାଶ କରିଥିଲେ। ଆର୍ଜେଣ୍ଟିନା କୋଚ୍‌ ଲିଓନେଲ ସ୍କାଲୋନି ଫରଓ୍ବାର୍ଡ ଲୌଟାରୋ ମାର୍ଟିନେଜଙ୍କୁ ନେଇ ପଡ଼ିଆକୁ ଓହ୍ଲାଉଛନ୍ତି ନା ଅନ୍ୟତମ ଷ୍ଟ୍ରାଇକର ଜୁଲିଆନ ଆଲଭାରେଜଙ୍କୁ ଖେଳାଉଛନ୍ତି ତା’ ଉପରେ ନଜର ରହିବ। ଯୁବ ମିଡ୍‌ଫିଲ୍ଡର ଏନ୍‌ଜୋ ଫର୍ନାଣ୍ଡେଜ ମେକ୍ସିକୋ ବିପକ୍ଷ ଗେମ୍‌ରେ ବଦଳ ଖେଳାଳିଭାବେ ଆସି ପ୍ରଭାବୀ ରହିଥିଲେ। ତେଣୁ ସେ ଖେଳିବା ସମ୍ଭାବନା ଅଧିକ।
ପୋଲାଣ୍ଡ ଅଧିକ ମାତ୍ରାରେ ୩୪ ବର୍ଷୀୟ ଲିଓ୍ବଣ୍ଡସ୍କିଙ୍କ ଉପରେ ନିର୍ଭର କରିବ। ଏହି ଦଳ ପ୍ରଥମଥର ପାଇଁ ବିଶ୍ୱକପ ନକ୍‌ଆଉଟ ପ୍ରବେଶ ସୁଯୋଗ ସୃଷ୍ଟି କରିଛି। ତେଣୁ ଆଗାମୀ ମ୍ୟାଚରେ ଆର୍ଜେଣ୍ଟିନାକୁ କଡ଼ା ଟକ୍କର ଦେବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?