ଜଳବାୟୁ ସହ ସମନ୍ବିତ ବିକାଶକୁ ଗୁରୁତ୍ୱ

ରାଉରକେଲା ଅଫିସ,୮।୫:ରାଉରକେଲା ବନଖଣ୍ଡ ଅଫିସ ସମ୍ମିଳନୀ କକ୍ଷରେ ରବିବାର ଜୈବ ଅର୍ଥନୀତି ସମ୍ପର୍କିତ ତ୍ରିଦିବସୀୟ ଜାତୀୟସ୍ତରର ଆଲୋଚନାଚକ୍ର ଉଦ୍‌ଘାଟିତ ହୋଇଯାଇଛି। ଏହି ଆଲୋଚନାଚକ୍ର ନୂଆଦିଲ୍ଲୀ ସ୍ଥିତ କେସି ଫାଉଣ୍ଡେଶନ ଫର୍‌ ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲମେଣ୍ଟ ଓ ରାଉରକେଲା ବନଖଣ୍ଡର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି। କାର୍ଯ୍ୟକ୍ରମରେ ରାଉରକେଲା ଏନ୍‌ଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ରାଓ କହିଥିଲେ, ସାମ୍ପ୍ରତିକ ଜଳବାୟୁ ସ୍ଥିତିରେ ଜୈବ ଅର୍ଥନୀତି ସମ୍ପର୍କରେ ଏହି ଆଲୋଚନାଚକ୍ର ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଜଳବାୟୁ ସହ ଖାପ ଖୁଆଇ ବିକାଶ ପ୍ରକ୍ରିୟା ଆଗେଇବାକୁ ହେବ। କାର୍ବନ ନିର୍ଗମନକୁ ନିୟନ୍ତ୍ରଣ କରିବା ସହିତ ଆନୁଷଙ୍ଗିକ ବ୍ୟବସ୍ଥା ଯଥା ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ଓ ପରିବେଶ ଆଦିର ବିକାଶ କରିବାକୁ ହେବ। ଏଭଳି ହେଲେ ଗ୍ରାମୀଣ ତଥା ଜୈବ ଅର୍ଥନୀତିକୁ ଆମେ ସୁଦୃଢ କରିପାରିବା। ଏଥିପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ କରି ଯତ୍ନ ନେବା ଜରୁରୀ ବୋଲି ମୁଖ୍ୟ ଅତିଥି ରାଉ ମତ ଦେଇଥିଲେ।
ଆଇସିଏଆର-ଏଆଇଏଆର୍‌ଆଇ ଝାଡଖଣ୍ଡର ଓଏସ୍‌ଡି ଡାକ୍ତର ବିଶାଳ ନାଥ, ଡାମିନ୍ସର ନିର୍ଦ୍ଦେଶକ ଡାକ୍ତର ଯତୀନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ସିଇଏସସିଆରଏର ଅଧ୍ୟକ୍ଷ ତଥା କେସି ଫାଉଣ୍ଡେଶନର ଚେୟାରମ୍ୟାନ ଡା. ୟୁ. କେ. ବେହେରା ସ୍ବାଗତ ଭାଷଣ ଦେଇଥିଲେ। ଆଲୋଚନାଚକ୍ର ଆୟୋଜନ କମିଟି ଅଧ୍ୟକ୍ଷ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡାକ୍ତର ଅରୁଣ କୁମାର ମିଶ୍ର ଜଙ୍ଗଲ ଅଞ୍ଚଳରେ ରହୁଥିବା ଅଧିବାସୀମାନଙ୍କ ଅର୍ଥନୈତିକ ଉନ୍ନତି ପାଇଁ ବିକଳ୍ପ ବ୍ୟବସ୍ଥା ଆବଶ୍ୟକ ବୋଲି କହିଥିଲେ। ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଡଃ ବିଶାଳ ନାଥ ଅଧ୍ୟକ୍ଷତା କରିଥିବା ବେଲେ ଡଃ ଏମ୍‌. ଏସ୍‌. ବେହେରା ମୁଖ୍ୟ ଆଲୋଚକ ଭାବେ ମଞ୍ଚାସୀନ ଥିଲେ। ଡା. ୟୁ. କେ. ବେହେରା ଓ କେନ୍ଦୁଝର ଡିଏଫ୍‌ଓ ଧନରାଜ ଈଶ୍ୱର ଚନ୍ଦ୍ର ସ୍ମାରକୀ ଉପରେ ବକ୍ତୃତା ଦେଇ ଗ୍ରାମୀଣ ଜୈବ ଉଦ୍ୟୋଗ ଓ ଜୈବ ଅର୍ଥନୀତି ସମ୍ପର୍କରେ ଆଲୋଚନା କରିଥିଲେ। ସୁନ୍ଦରଗଡ କେବିକେର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡଃ ଲକ୍ଷ୍ମୀପ୍ରିୟା ପ୍ରଧାନ, ମାନସୀ ଭୋଳ, ବଣେଇ ଡିଏଫ୍‌ଓ ଲଳିତ କୁମାର ପାତ୍ର, ରାଉରକେଲା ଡିଏଫ୍‌ଓ ଯଶୋବନ୍ତ ସେଠୀ ପ୍ରମୁଖ ଜଙ୍ଗଲ ସମ୍ପଦ, ବନ୍ୟପ୍ରାଣୀଙ୍କ ସୁରକ୍ଷା, ଜୀବିକା ଏବଂ ଜୈବ ଅର୍ଥନୀତି ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନାଚକ୍ରରେ ବିଭିନ୍ନ ବନାଞ୍ଚଳର ରେଞ୍ଜ୍‌ ଅଫିସର, ଫରେଷ୍ଟର, ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରତିନିଧି, କୃଷିବିତ୍‌ ଏବଂ କୃଷକମାନେ ଯୋଗ ଦେଇଥିଲେ। ରାଉରକେଲା ଏସିଏଫ୍‌ ସୋମ୍ୟରଞ୍ଜନ ଗୋଛାୟତ, ରେଞ୍ଜ୍‌ ଅଫିସର ଜ୍ଞାନେନ୍ଦ୍ର ଲିମା, ଡେପୁଟି ରେଞ୍ଜର ଅସୀତ କୁମାର ପଟ୍ଟନାୟକ, ବିଶ୍ରା ରେଞ୍ଜ୍‌ ଅଫିସର ମାଣିକେଶ୍ୱରୀ ହାଁସଦା ପ୍ରମୁଖ ସହଯୋଗ କରିଥିଲେ। ଆଲୋଚନାଚକ୍ର ଆୟୋଜନ କମିଟିର କାର୍ଯ୍ୟକାରୀ ସମ୍ପାଦଜ ଅଜିତ ଗିରି ଧନ୍ୟବାଦ ଅର୍ପଣ କରିଥିଲେ। କୁଆଁରମୁଣ୍ଡା ରେଞ୍ଜର ସ୍ବାଧୀନତା ସାହାଣୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri