୧୧ ସହ ଗୁଣନର ସରଳ ଟ୍ରିକ୍‌

ଓଣ୍ଟାରିଓ, ୭ା୬: କାନାଡା ଓଣ୍ଟାରିଓର ଜଣେ ଗଣିତ ଶିକ୍ଷୟିତ୍ରୀ ୧୧ ସହ ଯେକୌଣସି ସଂଖ୍ୟାର ଗୁଣନ ମାତ୍ର କିଛି ସେକେଣ୍ଡରେ କରିବା ପାଇଁ ଏକ ସରଳ କୌଶଳ ବାହାର କରିଛନ୍ତି। ସାଇଲେଣ୍ଟ ମାଥ୍‌ ନାମରେ ସେ ଏହି ଟ୍ରିକ୍‌କୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପ୍ରାୟ ୩ କୋଟି ଲୋକ ଏହାକୁ ଦେଖି ସାରିଲେଣି। ତାଙ୍କ ଟ୍ରିକ୍‌ ଅନୁସାରେ ୧୧ ସହ ଗୁଣିବାକୁ ଥିବା ସଂଖ୍ୟାଟିକୁ ପ୍ରଥମେ ଅଲଗା କରିବାକୁ ପଡ଼ିବ। ପରେ ସେହି ସଂଖ୍ୟାର ଅଙ୍କଗୁଡ଼ିକୁ ମିଶାଇ ଯୋଗଫଳକୁ ସଂଖ୍ୟା ମଝିରେ ରଖିଦେଲେ ଗୁଣଫଳ ବାହାରିଯିବ। ଯଦି ୧୧ ସହ ୩୨ର ଗୁଣନ କରିବାକୁ ଚାହୁଁଛନ୍ତି ତେବେ ୩ ଓ ୨ ମଝିରେ (୩+୨=୫) ୫କୁ ରଖିଲେ ଗୁଣଫଳ ୩୫୨ ବାହାରିବ। ୧୧ ଓ ୪୬ର ଗୁଣଫଳ ବାହାର କରିବାକୁ ହେଲେ ୪ ଏବଂ ୬ର ଯୋଗଫଳ ୧୦ ସଂଖ୍ୟାର ୦କୁ ଏହି ଅଙ୍କ ଦୁଇଟି ମଝିରେ ରଖିବାକୁ ହେବ। ବଳକା ଥିବା ୧କୁ ୪ ସହ ମିଶାଯିବା ପରେ ଫଳାଫଳ ୫୦୬ ବାହାରିବ। ୯୯ ସହ ମଧ୍ୟ ଯେ କୌଣସି ସଂଖ୍ୟାର ଗୁଣନ କୌଶଳ ସେ ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ ଆଦିରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀତ୍ୱ ଘୋଷଣା କଲେ ନିକ୍କି ହାଲେ: ଟ୍ରମ୍ପ୍‌ଙ୍କ ଚିନ୍ତା ବଢ଼ିଲା…

ଓ୍ବାଶିଂଟନ,୧୪।୨ : ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ମୂଳ ଭାରତୀୟ ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲେ ନିଜର ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି। ତାଙ୍କ...

୨୦ ବର୍ଷ, ୨ହଜାରୁ ଊର୍ଦ୍ଧ୍ୱ ସେନାଙ୍କୁ ହରାଇବା ପରେ ସରିଲା ଆମେରିକାର ଅଭିଯାନ

ୱାଶିଂଟନ,୩୧ ।୮: ଆତଙ୍କବାଦ ବିରୋଧରେ ୨୦ ବର୍ଷ ଧରି ଆମେରିକା ଚଳାଇଥିବା ଅଭିଯାନ ଶେଷ ହୋଇଛି । ଅନ୍ୟ ଦେଶରେ ଚାଲିଥିବା ଏଡି ଅଭିଯାନ ଯେତିକି...

ଆଖିବୁଜା ଗୁଳିମାଡ: ଚାଲିଗଲା ୭ ଜୀବନ

ବର୍ଲିନ,୧୦।୩: ଜର୍ମାନୀ ସହର ହାମବର୍ଗରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଚର୍ଚ୍ଚରେ ଗୁଳିମାଡ ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଦୁଇ...

ପିଲାଙ୍କ ପାଇଁ ଫାଇଜର ୯୦.୭% ଫଳପ୍ରଦ

ଓ୍ବାଶିଂଟନ୍‌, ୨୪ା୧୦: ୫ରୁ ୧୧ ବର୍ଷର ପିଲାଙ୍କ ପାଇଁ ଫାଇଜର କରୋନା ଟିକା ୯୦.୭ ପ୍ରତିଶତ ପ୍ରଭାବଶାଳୀ ବୋଲି ଫାଇଜର ଏବଂ ବାୟୋଏନ୍‌ଟେକ୍‌ ପକ୍ଷରୁ ଦାବି...

୧୯୯୦ ମସିହାରୁ ବଢ଼ାଇଥିଲେ ନଖ; ଏବେ କାଟିବା ବେଳେ ଭାବବିହ୍ବଳ ହେଲେ ଗିନିଜ ରେକର୍ଡଧାରୀ ଏହି ମହିଳା

ସଉକ ବଡ଼ କଥା। କିଛି ଲୋକ ରେକର୍ଡ ନିଶାରେ ଅଜବ ସଉକ ଆପଣାଇଥାନ୍ତି। ସେଭଳି ଜଣେ ଥିଲେ ଆମେରିକାର ଟେକ୍ସାସ୍‌ ସହରରେ ରହୁଥିବ ଅୟାନା ଓ୍ବିଲିୟମ୍ସ।...

ଇସଲାମାବାଦରେ ହେବ ପ୍ରଥମ ହିନ୍ଦୁ ମନ୍ଦିର

ଇସଲାମାବାଦ,୧୦।୧୧: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ରାସ୍ତା ସଫା ହୋଇଛି। ଅନେକ ସମାଲୋଚନା ପରେ ଇମ୍ରାନ ଖାନ ସରକାର ମନ୍ଦିର...

ଟ୍ରମ୍ପ୍‌ ପୁଣି ଫେଲ୍‌: ଓ୍ବିସକୋନସିନ୍‌ ଭୋଟ ଗଣନାରେ ବାଇଡେନ୍‌ ବିଜୟୀ,ପାଣିରେ ପଡ଼ିଲା ୩୦ ଲକ୍ଷ ଡଲାର

ଓ୍ବାଶିଂଟନ,୩୦।୧୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିରୋଧରେ କରିଥିବା ଦାବିରେ ପୁଣି ଅସଫଳ ହୋଇଛନ୍ତି। ସେ ଓ୍ବିସକୋନସିନ୍‌ ରାଜ୍ୟର ୨ଟି ବଡ଼ କାଉଣ୍ଟିର...

ପାକିସ୍ତାନରେ ଓ୍ବିକିପିଡ଼ିଆ ବ୍ଲକ୍‌…

ଇସଲାମାବାଦ,୪।୨ : ପାକିସ୍ତାନରେ ଓ୍ବିକିପିଡ଼ିଆର ସାଇଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବାସ୍ତବରେ, ପାକିସ୍ତାନ ସରକାର ଉଇକିପିଡ଼ିଆକୁ ଏହାର ୱେବସାଇଟରୁ ନିନ୍ଦନୀୟ ବିଷୟବସ୍ତୁ ହଟାଇବାକୁ କହିଥିଲେ। ଏହାକୁ...

Advertisement
Archives

Model This Week