ସାମ୍ରାଜ୍ୟବାଦୀ ଆମେରିକା

ଇରାନ୍‌ରୁ ତେଲ ଆସିଲେ ଆମ ଦେଶରେ ଗାଡ଼ି ଗଡ଼ିବ। ଇରାନ୍‌ରୁ ଗ୍ୟାସ୍‌ ଆସିଲେ ଆମ ଘରେ ରୋଷେଇ ହେବ। କେବଳ ଆମ ଦେଶ ନୁହେଁ, ବିଶ୍ୱର ଶତାଧିକ ଦେଶ ମୁଖ୍ୟତଃ ଗ୍ୟାସ୍‌ ଓ ତୈଳ ପାଇଁ ଇରାନ୍‌ ଉପରେ ନିର୍ଭରଶୀଳ। ଚଳିତବର୍ଷ ଫେବୃଆରୀ ୨୮ ତାରିଖରେ ଇସ୍ରାଏଲ୍‌ ଓ ଆମେରିକା ମିଳିତ ଭାବେ ଇରାନ୍‌ ଉପରେ ଆକ୍ରମଣ କଲା ପରେ ବିଶ୍ୱର ଅର୍ଥନୈତିକ ଅବସ୍ଥା ଅତ୍ୟନ୍ତ ସଙ୍ଗିନ୍‌ ହୋଇପଡ଼ିଛି। ସଙ୍କଟକୁ ଆମେ ତ ଅଙ୍ଗେ ନିଭାଉଛେ। ଗ୍ୟାସ୍‌, ଡିଜେଲ-ପେଟ୍ରୋଲ ଅଭାବରୁ ଲୋକେ ନାହିଁନଥିବା ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଅଁା। ଦରବୃଦ୍ଧି ଯୋଗୁ ଦେଶର ଅର୍ଦ୍ଧାଧିକ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଖସିଯାଇଛନ୍ତି। ନିର୍ଦ୍ଦିଷ୍ଟ କେତୋଟି ସାମଗ୍ରୀ ସେମାନଙ୍କ ଭାତଥାଳିରୁ ଉଭେଇଯାଇଛି। ଉଦ୍ଦେଶ୍ୟହୀନ ଭାବରେ ଆମେରିକା ଯେ ଇରାନ୍‌ ଉପରେ ଆକ୍ରମଣ କରିଛି, ତାହା ନୁହେଁ। ଇରାନ୍‌ର ପ୍ରାକୃତିକ ଗ୍ୟାସ୍‌ ଓ ତୈଳ ସମ୍ପଦକୁ ଅକ୍ତିଆର କରିବା ତାହାର ଏକମାତ୍ର ଲକ୍ଷ୍ୟ। ତା’ ସହିତ ଯୋଡ଼ି ହୋଇଯାଇଛି ଇସ୍ରାଏଲ୍‌।
ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିଥିବା ଅଭିଯୋଗ ଆଣି ଆମେରିକା ୨୦୦୬ରେ ଇରାକ ଉପରେ ଆକ୍ରମଣ କରି ରାଷ୍ଟ୍ରପତି ସଦ୍ଦାମ ହୁସେନ୍‌ଙ୍କୁ ହତ୍ୟା କରିଥିଲା। ନିଶାଦ୍ରବ୍ୟ ଚୋରା କାରବାର ଅଭିଯୋଗ ଆଣି ଜାନୁଆରୀ ୩ରେ ଭେନେଜୁଆଲା ରାଷ୍ଟ୍ରପତି ମାଦୁରୋ ଓ ତାଙ୍କ ପନତ୍ୀ ସିଲିଆଙ୍କୁ ଅପହରଣ କରି ଜେଲରେ ରଖିଲା। ଏବେ ପରମାଣୁ ଅସ୍ତ୍ର ନିର୍ମାଣ କରିବା ଅଭିଯୋଗ ଆଣି ଆମେରିକା ଇରାନ୍‌ ଉପରେ ଆକ୍ରମଣ କରିଛି। ଆମେରିକାର ପ୍ରତ୍ୟେକଟି ଅଭିଯୋଗ ପରବର୍ତ୍ତୀ ଅବସ୍ଥାରେ ମିଥ୍ୟା ପ୍ରମାଣିତ ହୋଇଛି।
ଆମେରିକା ଏକ ସାମ୍ରାଜ୍ୟବାଦୀ ରାଷ୍ଟ୍ର। ଅନ୍ୟ ରାଷ୍ଟ୍ରର ବଜାରକୁ ଦଖଲ କରି ମୁନାଫା ଲୁଟିବା ଏହାର ଲକ୍ଷ୍ୟ। ସେ ବୁଶ୍‌ ହୁଅନ୍ତୁ, ଓବାମା ହୁଅନ୍ତୁ ବା ଟ୍ରମ୍ପ୍‌ ହୁଅନ୍ତୁ, ଏମାନଙ୍କ ମଧ୍ୟରେ କିଛି ଫରକ ନାହିଁ। ସାମ୍ରାଜ୍ୟବାଦର ଚରିତ୍ରକୁ ସାକାର କରିବା ଏମାନଙ୍କର କାର୍ଯ୍ୟ। ଆମେରିକାର ଆଧିପତ୍ୟକୁ ଯିଏ ସ୍ବୀକାର ନ କଲା, ତା’ ବିରୋଧରେ ସେ ଅର୍ଥନୈତିକ କଟକଣା ଲାଗୁକଲା, ନଚେତ୍‌ ସେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା। ଆବଶ୍ୟକ ସ୍ଥଳେ ରାଷ୍ଟ୍ରମୁଖ୍ୟଙ୍କୁ ମଧ୍ୟ ହତ୍ୟା କଲା। ଲିବ୍ୟାର ରାଷ୍ଟ୍ରପତି କଲୋନେଲ୍‌ ଗଦାଫି, ପାନାମାର ରାଷ୍ଟ୍ରପତି ନରିଏଗା, କଙ୍ଗୋର ରାଷ୍ଟ୍ରମୁଖ୍ୟ ପ୍ୟାଟ୍ରିସ୍‌ ଲୁମ୍ବା, ଚିଲିର ରାଷ୍ଟ୍ରପତି ସାଲ୍‌ଭୋଦୋର୍‌ ଆଲେଣ୍ଡେ, ଯୁଗୋସ୍ଲୋଭିଆର ରାଷ୍ଟ୍ରପତି ମିଲ୍‌ସେ ଭିକ୍‌ଙ୍କୁ ଆମେରିକା ହତ୍ୟା କରିଛି। ନିଜର ସାମ୍ରାଜ୍ୟ ବିସ୍ତାର କରିବା ନିମିତ୍ତ ପୃଥିବୀର ୮୦ଟି ଦେଶରେ ପ୍ରାୟ ୮୦୦ରୁ ଊର୍ଦ୍ଧ୍ୱ ସାମରିକ ଘାଟି ପ୍ରତିଷ୍ଠା କରିଛି। ଜାପାନରେ ସର୍ବାଧିକ ୧୨୦ଟି ଘାଟି ଆମେରିକାର ଅଛି। ଆଶ୍ଚର୍ଯ୍ୟର କଥା ଯେ, ଯେଉଁ ଆମେରିକାର ପରମାଣୁ ବୋମା ନିକ୍ଷେପଣରେ ଜାପାନ ଛାରଖାର ହୋଇ ଯାଇଥିଲା, ସେହି ଜାପାନ ଆମେରିକାକୁ ନିଜ ଦେଶରେ ପ୍ରଶ୍ରୟ ଦେଇଛି!
୧୯୯୧ରେ ସୋଭିଏତ୍‌ ୟୁନିଅନ୍‌ର ବିଲୟ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି। ନାଟୋ ଦେଶଗୁଡ଼ିକ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ସୋଭିଏଟ୍‌ ରୁଷ୍‌କୁ ଭୟ କରି ସେମାନେ ଚୁପ୍‌ ହୋଇ ବସିଥିଲେ। ଏବେ ନିର୍ଭୟରେ ଗୋଟିକ ପରେ ଗୋଟିଏ ଦେଶକୁ ଆକ୍ରମଣ କରୁଛନ୍ତି। ବାଧା ଦେବାକୁ କେହି ନାହିଁ। ମିଳିତ ଜାତିସଂଘ ଅସହାୟ ହୋଇପଡ଼ିଛିି। ଇରାନ୍‌ ଉପରେ ଆକ୍ରମଣ ପରେ ଅବଶ୍ୟ ନାଟୋ ମେଣ୍ଟରେ ଫାଟ ଦେଖାଦେଇଛି। ଟ୍ରମ୍ପ୍‌ଙ୍କ ଯୁଦ୍ଧ ପାଗଳାମିକୁ କେହି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି।
ଭାରତର ସାମ୍ରାଜ୍ୟବାଦ ବିରୋଧୀ ଅବସ୍ଥାନରେ ବିରାଟ ଏକ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ନବେ ଦଶକ ଶେଷ ଭାଗ ପର୍ଯ୍ୟନ୍ତ ଆମ ଦେଶ କୌଣସି ବ୍ୟାପାରରେ ଆମେରିକାର ଦ୍ୱାରସ୍ଥ ହୋଇ ନଥିଲା କି ଆମେରିକାର ନୀତିକୁ ଗ୍ରହଣ କରି ନ ଥିଲା। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହେଲା ପରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରୁ ଓହରିଯାଇ ଆମେରିକାର ପଛ ଗୋଡ଼ାଣିଆ ସାଜିଲା। ସେପଟେ ଆମେରିକା ହାଣ୍ଡିରେ ଫୁଟଣ ଫୁଟିଲେ ଏପଟେ ଭାରତରେ ବାସିଲା। ଇରାକ୍‌ ଉପରେ ଆମେରିକାର ଆକ୍ରମଣକୁ ନିନ୍ଦା କରି ପାର୍ଲିଆମେଣ୍ଟରେ ଏକ ପ୍ରସ୍ତାବ ଗୃହୀତ କରିବାକୁ ବିରୋଧୀ ଦଳଗୁଡ଼ିକ ଅଡ଼ି ବସିଲେ। ପାର୍ଲିଆମେଣ୍ଟ ଅଚଳ ହୋଇଗଲା। ଶେଷରେ ୨୦୦୩ ଏପ୍ରିଲ ୯ ତାରିଖରେ ବାଜପେୟୀ ସରକାର ଏକ ଧାଡ଼ିକିଆ ପ୍ରସ୍ତାବ ଗୃହୀତ କଲେ। ମାତ୍ର ତାହା ଇଂଲିଶ୍‌ରେ ନ ହୋଇ ହିନ୍ଦୀରେ ଲେଖାଗଲା। ଏଥିରୁ ବାଜପେୟୀ ସରକାରଙ୍କ ଆମେରିକା ପ୍ରୀତି ବେଶ୍‌ ସ୍ପଷ୍ଟ।
ଗତ ବର୍ଷ ଜାନୁଆରୀରେ ଅନୁପ୍ରବେଶ ଅଭିଯୋଗ ଆଣି ଆମେରିକା ଦୁଇ ଦୁଇ ଥର ଭାରତୀୟଙ୍କ ଗୋଡ଼ହାତରେ ଶିକୁଳି ବାନ୍ଧି ପଠାଇ ଦେଇଥିଲା। ଭାରତ ସରକାର ଚୁପ୍‌ ରହିଲେ। ଭାରତୀୟ ସାମଗ୍ରୀ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛି। ଭାରତ ସରକାର ଚୁପ୍‌ ରହିଛନ୍ତି। ବନ୍ଧୁରାଷ୍ଟ୍ର ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲ୍‌ ଆକ୍ରମଣ ଚଳାଇଛନ୍ତି। ଭାରତ ଏଯାଏ ଉଁ କି ଚୁଁ ହୋଇ ନାହିଁ। ଅଥଚ ‘ମୋଦି ମୋର ପରମ ବନ୍ଧୁ’ ବୋଲି କେବେ କେଉଁଠି ଟ୍ରମ୍ପ୍‌ ବାଚଳାମି କଲେ ମିଡିଆ ତାକୁ ଅହରହ ପ୍ରଚାର କରୁଛନ୍ତି। ମୋଦି-ଟ୍ରମ୍ପ୍‌୍‌ଙ୍କ ପ୍ରୀତି ‘ମଣ୍ଡୁକ କୃଷ୍ଣସର୍ପ କଥା’କୁ ମନେପକାଇ ଦେଉଛି।
ଆମେ ଆମେରିକାର ସାମ୍ରାଜ୍ୟବାଦୀ ନୀତିକୁ ବଦଳାଇ ପାରିବା ନାହିଁ, ମାତ୍ର ଆମେ ତ ନିଜର ନୀତିକୁ ବଦଳାଇପାରିବା। ବିଶ୍ୱ ଦରବାରରେ ଭାରତର ନିରପେକ୍ଷ ପ୍ରତିଛବିର ପୁନରୁଦ୍ଧାର କରିପାରିବା। ତାହା ହିଁ ହେଉ। ଭାରତ ସାମ୍ରାଜ୍ୟବାଦ ବିରୋଧରେ ଦୃଢ଼ ସ୍ବର ଉତ୍ତୋଳନ କରୁ।
ମୋ: ୭୯୭୫୦୪୬୪୮୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?