ଭେଜାଲ ସାମଗ୍ରୀ ଓ ନକଲି ମାନସିକତା

ଡ. ଅଜୟ କୁମାର ନନ୍ଦ

ବିଭିନ୍ନ ଉପାୟରେ ନାଁ କମାଇବା ସହିତ ଯେନତେନ ପ୍ରକାରରେ ସମ୍ପତ୍ତି ହାତେଇବାର କଳାକୌଶଳ ଆମଦାନୀ କରିବାରେ ପ୍ରାୟ କିଛି ଲୋକ ବ୍ୟସ୍ତ ବିବ୍ରତ। ମୋଟା ଅଙ୍କର ରୋଜଗାର କରିବାର ତରିକା ଏବେ ସମସ୍ତଙ୍କ ମୁଣ୍ଡରେ ବସା ବାନ୍ଧିଛି। ଏଥିପାଇଁ ସମୟର ଘୋର ଅଭାବ ପରିଲକ୍ଷିତ ହେଉଛି ଘରଠାରୁ ବାହାର ପର୍ଯ୍ୟନ୍ତ। ଏମିତିକି ନିଜ ମା’ବାପାଙ୍କ ପାଇଁ ସମୟଟିକେ ଦେଇପାରୁନି ତା’ର ପୁଅ। ଆଗେ ମନୁଷ୍ୟ ଦେଖୁଥିଲା ସଚଳ ଚରାଚର ଦୁନିଆ ଓ ପରସ୍ପର ଭିତରେ ଥିଲା କେବଳ ନିଃସ୍ବାର୍ଥପର ଭଲପାଇବା। ମିଳୁଥିଲା ଶାନ୍ତି, ମୈତ୍ରୀ, ପ୍ରେମ ଭଳି ଐଶ୍ୱରିକ ଆନନ୍ଦ ଓ ଲଭୁଥିଲା ସୃଷ୍ଟିର ଶୁଦ୍ଧ, ମୁକ୍ତ, ନିର୍ମଳ ପାଣିପବନ । ଅନାୟାସରେ ଭୋଗ କରୁଥିଲା ପ୍ରକୃତିର ଗନ୍ତାଘରର ଅସଲ ସମ୍ପଦ। ବର୍ତ୍ତମାନର ବସ୍ତୁବାଦୀ ମନୁଷ୍ୟ କିନ୍ତୁ ଅସଲି ବ୍ୟତିରେକ ଖୋଜୁଛି ନକଲି। ଯାହା କବଳରେ ଛନ୍ଦିହୋଇ ମଣିଷ କରିଚାଲିଛି ରାସାୟନିକ ତାଣ୍ଡବ। ନକଲି, ଭେଜାଲ, ଅପମିଶ୍ରଣ ଆଦି ନକାରାତ୍ମକ ଉଦ୍ଦେଶ୍ୟକୁ ନେଇ ରଚନା କରୁଛି ‘ମୃତ୍ୟୁ ବିଭୀଷିକା’ ନାଟକ ମନୁଷ୍ୟ ଜାତି ପାଇଁ। ନାଟକଟି କେବେହେଲେ ରୁଦ୍ଧିମନ୍ତ ହେବ ନାହିଁ ଚିରକାଳକୁ। କାହିଁକିନା ନାଟକର ନାୟକ ଓ ଖଳନାୟକ ଜଣେ ମଣିଷ ଓ ତା’ର କ୍ରୂର ଭାବନା। ଅର୍ଥାତ୍‌ ଯିଏ ନକଲି ଜିନିଷ ଉଦ୍ଭାବନ କରୁଛି ସିଏ ମଧ୍ୟ ଭକ୍ଷଣ କରୁଛି। ବର୍ତ୍ତମାନ ଅସାଧୁ ରୋଜଗାରର ଉତ୍କୃଷ୍ଟ ଉପାୟଟି ହେଉଛି ନକଲି, ଭେଜାଲ ବା ଅପମିଶ୍ରଣ ପଦ୍ଧତି।
କମ୍‌ ଖର୍ଚ୍ଚରେ ନିକୃଷ୍ଟ ଧରଣର ଉତ୍ପାଦରେ ଅସଲି ବ୍ରାଣ୍ଡ୍‌ର ଲେଭଲ୍‌ ଲଗାଇ ଉପଭୋକ୍ତାଙ୍କଠାରୁ ଭଲ ଦି’ ପଇସା ରୋଜଗାର କରିବା ମୋହରେ ସମସ୍ତେ ଅନ୍ଧ। ‘ଆପେ ବଞ୍ଚତ୍ଲେ ବାପର ନାଁ’ର ପଥରେ ସମସ୍ତେ ପଥିକ। ବର୍ତ୍ତମାନ ଜବତ ହୋଇଥିବା ଅନେକ ନକଲି କାରଖାନା ଖୋଦ୍‌ ସରକାରଙ୍କ ନାକ ତଳେ ଥିବା ସହରରୁ। ତାହା ପୁଣି କଟକ, ବ୍ରହ୍ମପୁର ଓ ରାଜଧାନୀ ଭୁବନେଶ୍ୱର ତଳି ଅଞ୍ଚଳରୁ। ଖାଦ୍ୟ ପଦାର୍ଥଠାରୁ ଆରମ୍ଭ କରି ଘିଅ, ତେଲ, ମସଲା, ସୋୟାବଡି, ପାନ-ମସଲା, ଆଚାର, ସିମେଣ୍ଟ ଇତ୍ୟାଦି ସବୁଥିରେ ଅପମିଶ୍ରଣ। ଅପମିଶ୍ରଣ ପଦାର୍ଥ ଭିତରେ ପୋଡ଼ା ମୋବିଲ, ବିଭିନ୍ନ ପ୍ରକାର ରଙ୍ଗ, ଇଟାଗୁଣ୍ଡ, ନାମୀ କମ୍ପାନୀର ଖୋଳ ଇତ୍ୟାଦି ଜବତ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।
ସକାଳର ପ୍ରଥମ ଦିନଚର୍ଯ୍ୟାରେ ଆମେ ଭକ୍ଷଣ କରୁ ବିଷ। ତାହା ଆରମ୍ଭ ହୁଏ ଦାନ୍ତଘଷା ପାଉଡର ବା ପେଷ୍ଟରୁ। ଦାନ୍ତଘଷା ପାଉଡରରେ ଇଟାଗୁଣ୍ଡ ସାଙ୍ଗକୁ ବିଷାକ୍ତ ରାସାୟନିକ ଦ୍ରବ୍ୟ, ଯାହା ରକ୍ତରେ ମିଶି ଅନେକ ରୋଗର କାରଣ ହୁଏ। ଆମ ରାଜ୍ୟର ଲୋକଙ୍କ ରୁଚି ଓ ଚାହିଦାକୁ ଆଖି ଆଗରେ ରଖି ଗାଈ ବା ମଇଁଷି କ୍ଷୀରରେ ପ୍ରସ୍ତୁତ ହେଉଥିବା ଶୁଦ୍ଧ ପନିର ବଦଳରେ କିଛି ଅସାଧୁ ବ୍ୟବସାୟୀ ଯୋଗାଉଛନ୍ତି ସିନ୍ଥେଟିକ ପନିର। ବର୍ଷବର୍ଷ ଧରି ଚାଲିଛି ବେଧଡ଼କ ନକଲି ବେପାର। ବର୍ତ୍ତମାନ ସରକାରଙ୍କ ଧରପଗଡ଼ରେ ବିଭିନ୍ନ ଅପମିଶ୍ରଣ କାରଖାନାରୁ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ପୋଡ଼ା ମୋବିଲ, ପଚା କଖାରୁ, ପୋକ ସାଲୁବାଲୁ ପଚା ଟମାଟୋ, ବିଭିନ୍ନ ପ୍ରକାରର ରଙ୍ଗ ଓ ରାସାୟନିକ ଦ୍ରବ୍ୟ ଅପମିଶ୍ରଣ ବ୍ୟବସ୍ଥାକୁ ଅଧିକ ତାଜା କରିଛି। ଡେରିରେ ହେଲେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗିବା ଅନେକଙ୍କୁ ଆଶ୍ୱସ୍ତ କରିଛି। ବର୍ଷବର୍ଷ ଧରି ଲୋକେ ଏପରି ଜିନିଷ ଖାଇ କେତେ ଯେ ରୋଗକୁ ଆମନ୍ତ୍ରଣ କରିଥିବେ, ଏଥିରୁ ସ୍ପଷ୍ଟ ଅନୁମେୟ। ଉପଭୋକ୍ତା ବ୍ୟବହାର କରୁଥିବା ଜିନିଷର ୯୦% ସାମଗ୍ରୀ ନକଲି ବର୍ଗର। ମଣିଷ ଯଦି ମଣିଷର ଶତ୍ରୁ ହେବ, ତେବେ ପ୍ରଶ୍ନ ଉଠୁଛି ବଞ୍ଚତ୍ବା କମିତି? କାହାକୁ ନେଇ ବଞ୍ଚତ୍ବା? କାହା ସହିତ ବଞ୍ଚତ୍ବା? ବର୍ଷବର୍ଷ ଧରି ନକଲି କାରଖାନାରେ ଅପମିଶ୍ରଣ ସାମଗ୍ରୀ ତିଆରି ହୋଇ ଦାମିକା କମ୍ପାନୀ ଖୋଳରେ ବଜାରରେ ବିକ୍ରି ହେବା କ’ଣ ସରକାରଙ୍କ ଅଗୋଚରରେ ସମ୍ପାଦନ ହେଉଛି? ଯଦି ହଁ , ତେବେ ଶାସନ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଢେର ଅସନ୍ତୋଷ ରହିବ। ସରକାରୀ କଳର ପାରଦର୍ଶିତାକୁ ଚ୍ୟାଲେଞ୍ଜ କରିବା ସହିତ ଆଇନ କାନୁନର ଗଳା ବାଟ ଦେଇ ଅସାଧୁ ଗୋଷ୍ଠୀ ସମାଜର ଅଶେଷ କ୍ଷତି ସାଧନ କରୁଛନ୍ତି। ଏମାନେ ବାସ୍ତବରେ ଦେଶଦ୍ରୋହୀ।
ଘିଅ, ମହୁ, ହଳଦୀ, ଡାଲି, ପନିପରିବାରେ ଭରିରହିଛି ବିଷ। ଆମେ ତାକୁ ଖାଇ କ’ଣ ଦୀର୍ଘାୟୁ ହେବା? ଶରୀରରେ ନାନା ରୋଗ ବ୍ୟାଧି ନେଇ ମୃତ୍ୟୁକୁ ଆମନ୍ତ୍ରଣ କରିବା ସାର ହେବ। ପରସ୍ପରକୁ ଦୋଷାରୋପ କଲେ ଚଳିବନାହିଁ। ଅସାଧୁ କାରବାରକୁ ଭଣ୍ଡୁର କରିବା ପାଇଁ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଏକାନ୍ତ କାମ୍ୟ। ପ୍ରଥମରେ ତ୍ରୈମାସିକ ଭିତ୍ତିରେ ନିଜନିଜ ପଞ୍ଚାୟତରେ ଥିବା କଳ କାରଖାନା ବା କୁଟୀରଶିଳ୍ପର ବିସ୍ତୃତ ତଥ୍ୟ ସରପଞ୍ଚଙ୍କ ସହଯୋଗରେ ସାର୍ବଜନୀନ କରାଯାଉ। ଦ୍ୱିତୀୟରେ ଯୁବବର୍ଗମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ସେମାନଙ୍କୁ କୃଷି, ମତ୍ସ୍ୟ, ପଶୁପାଳନ ସହିତ ଅନ୍ୟାନ୍ୟ ରୋଜଗାର ଭିତ୍ତିକ ବୃତ୍ତିରେ ପ୍ରୋତ୍ସାହନ କରିବା ସହିତ ସେମାନଙ୍କ କାର୍ଯ୍ୟଦକ୍ଷତା ତର୍ଜମା କରି ଅଧିକ ଉତ୍ସାହିତ କରାଯାଉ। ତୃତୀୟରେ ବଜାରରେ ମିଳୁଥିବା ରାସାୟନିକ ଦ୍ରବ୍ୟର କିଣାବିକା ଉପରେ ଉପଯୁକ୍ତ ତଥ୍ୟ ସଂଗ୍ରହ କରି ଅଧିକ ବିକ୍ରି ହେଉଥିବା ରାସାୟନିକ ଦ୍ରବ୍ୟ ବ୍ୟବହାର ଉପରେ ତର୍ଜମା କରାଯାଉ। ଚତୁର୍ଥରେ ଯୁବବର୍ଗଙ୍କୁ ନିଜନିଜ ଅଞ୍ଚଳରେ ହେଉଥିବା ଚୋରା କାରବାର ବା ଅପମିଶ୍ରଣ କାରବାର ଧରାଇବାକୁ ସରକାରୀ ସହାୟତା ବା ପୁରସ୍କାର ବ୍ୟବସ୍ଥା କରାଯିବା ଦରକାର। ପଞ୍ଚମରେ ଆଇନକୁ କଡ଼ାକଡ଼ି ପାଳନ କରିବା ସହିତ ଅପମିଶ୍ରଣକାରୀଙ୍କୁ କଠୋର ଦଣ୍ଡବିଧାନ କରାଯାଉ। ଫଳରେ ଅସାଧୁ ଗୋଷ୍ଠୀଙ୍କ ମୂଳୋତ୍ପାଟନ କରିବାରେ ଏହା ସହାୟକ ହେବା ସହିତ ସମସ୍ତେ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବେ।
ବିଶ୍ୱନାଥ କୁଟୀର, ନୀଳକଣ୍ଠପୁର, ପୁରୀ
ajayakumarnanda@gmail.com


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri