ଧାନକିଣା ଆରମ୍ଭରୁ ଅଚଳାବସ୍ଥା

ବରଗଡ଼ ଅଫିସ/ଅତାବିରା/ ସରଣ୍ଡା/ପଦ୍ମପୁର,୨୨।୧୧: ବରଗଡ଼ ଜିଲାରେ ସୋମବାରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ରହିଥିବା ଧାନକ୍ରୟ କେନ୍ଦ୍ର(ମଣ୍ଡି)ଗୁଡ଼ିକ ଧାନ ସଂଗ୍ରହ ଲାଗି ଏକକାଳୀନ ଖୋଲିଛି। ପ୍ରଥମ ଦିବସରେ ଜିଲାର ମଣ୍ଡିଗୁଡ଼ିକରେ ୧୫ ହଜାର ୭୮୬ ପ୍ୟାକେଟ୍‌ ଧାନ ସଂଗୃହୀତ ହୋଇଛି। ସେଥିମଧ୍ୟରୁ ଅତାବିରା ଆରଏମ୍‌ସି ଅଧୀନ ମଣ୍ଡିଗୁଡ଼ିକରେ ସର୍ବାଧିକ ୧୪୫୬୫, ବରଗଡ଼ ଆରଏମ୍‌ସି ଅଧୀନ ମଣ୍ଡିଗୁଡ଼ିକରେ ୮୩୨ ଏବଂ ପଦ୍ମପୁର ଆରଏମ୍‌ସି ଅଧୀନ ମଣ୍ଡିଗୁଡ଼ିକରେ ୩୮୯ ପ୍ୟାକେଟ୍‌ ଧାନ ସଂଗୃହୀତ ହୋଇଛି। ସେଥିମଧ୍ୟରୁ କେବଳ ୯୭୦ ପ୍ୟାକେଟ୍‌ ଅର୍ଥାତ୍‌ ୪୨୦.୭୬ କୁଇଣ୍ଟାଲ ଧାନ ବିକ୍ରି ହୋଇ ବିଭିନ୍ନ ରାଇସ୍‌ ମିଲ୍‌କୁ ଯାଇଛି। ଆହୁରି ୧୪ହଜାର ୮୧୬ ପ୍ୟାକେଟ୍‌ ଧାନ ମଣ୍ଡିଗୁଡ଼ିକରେ ବିକ୍ରି ଅପେକ୍ଷାରେ ରହିଛି। ଆରମ୍ଭରୁ ଧାନ ଉଠାଣ ପ୍ରକ୍ରିୟାରେ ଶିଥିଳତାକୁ ନେଇ ଚାଷୀ ଅସନ୍ତୋଷ ଦେଖାଯାଇଛି। ଏଭଳି ଅଚଳାବସ୍ଥା ଜାରି ରହିଲେ ଆଗକୁ ସ୍ଥିତି ଆହୁରି ଜଟିଳ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ପ୍ରଥମ ଦିନ ହୋଇଥିବା ଯୋଗୁ କମ୍‌ ଧାନ ଉଠିଛି, ଆଗକୁ ଏହା ତ୍ୱରାନ୍ବିତ ହେବ ବୋଲି ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥି ସୋରେନ କହିଛନ୍ତି।
ଜିଲାରେ ଏଥର ଗୋଟିଏ ଦିନରେ ୨୨୦ ମଣ୍ଡି ଖୋଲାଯାଇଛି। ବରଗଡ଼ ଆରଏମ୍‌ସି ଅଧୀନ କଲାପାଣି ମଣ୍ଡିରେ ସୁପରଭାଇଜର ବିଜୟ ରାଉତ, ମାର୍କେଟ ଇନ୍‌ଚାର୍ଜ ଭାଗୀରଥି ସାହୁ, ସରପଞ୍ଚ ପ୍ରତିନିଧି ବିପିନ ପ୍ରଧାନଙ୍କ ଉପସ୍ଥିତିରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଥିଲା। ଉକ୍ତ ଆରଏମ୍‌ସିର କଲାପାଣି ମଣ୍ଡିକୁ ୫ଜଣ ଚାଷୀ ୬୮୯ ଏବଂ ଚଢ଼େଇଗାଁ ମଣ୍ଡିକୁ ଜଣେ ଚାଷୀ ୧୪୩ ପକେଟ୍‌ ଧାନ ବିକ୍ରି ପାଇଁ ଆଣିଥିଲେ। ମାତ୍ର ତାହା ବିକ୍ରି ହୋଇପାରିନାହିଁ। ସେହିପରି ଅତାବିରା ଆରଏମ୍‌ସି ଅଧୀନ ଗୋଡ଼ଭଗା ମଣ୍ଡିରେ ସହକାରୀ ଯୋଗାଣ ଅଧିକାରୀ ଜ୍ୟୋତ୍ସ୍ନା କର୍ଣ୍ଣ, ଅତାବିରା ଯୋଗାଣ ନିରୀକ୍ଷକ ରଞ୍ଜନ ନାୟକ, ସିଇଓ ସରୋଜ ନାୟକ, ମାର୍କେଟ ଇନ୍‌ଚାର୍ଜ ବିପିନ ମିଶ୍ରଙ୍କ ଉପସ୍ଥିତିରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଉପଜିଲାପାଳ ଲଲାଟ କୁମାର ଲୁହା ଉପସ୍ଥିତ ଥିଲେ। ପଦ୍ମପୁର ଆରଏମ୍‌ସି ଅଧୀନ ୮୦ଟି କ୍ରୟକେନ୍ଦ୍ରରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିବସରେ କେବଳ ପାଇକମାଲ ମଣ୍ଡିକୁ ୪ ଜଣ ଚାଷୀ ୩୮୯ ପ୍ୟାକେଟ୍‌ ଧାନ ଆଣିଥିବାବେଳେ ସେହି ଧାନ ଉଠିଥିବା ଆରଏମ୍‌ସି ସମ୍ପାଦକ ତ୍ରିନାଥ ରାଉତ ସୂଚନା ଦେଇଛନ୍ତି। ପ୍ରକାଶଥାଉ କି, ଏଥର ଜିଲାରେ ଧାନକ୍ରୟ ଲକ୍ଷ୍ୟ ୫୫ଲକ୍ଷ ୨୬ହଜାର ୯୧୧ କୁଇଣ୍ଟାଲ ରହିଛି। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଏବଂ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଜରିଆରେ ଯୋଗାଣ ନିଗମ ଧାନ କିଣୁଥିବାବେଳେ ୧୧୨ ମିଲର୍ସ ଏଥିରେ ସାମିଲ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୭୦ହଜାର ୫୫୭ ଟୋକନ ରିଲିଜ୍‌ ହୋଇଥିବା ଜିଲା ଯୋଗାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri