ମୁଁ ଭାଗ୍ୟବାନ୍‌: ଜାଣନ୍ତୁ ଏମିତି କାହିଁକି କହିଲେ ଅକ୍ଷୟ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌କୁ ନେଇ ବେଶ୍‌ ସତର୍କ। କିନ୍ତୁ ଆଗାମୀ ଫିଲ୍ମ ‘ରକ୍ଷା ବନ୍ଧନ’ ପାଇଁ ଅକ୍ଷୟ ନିଜ ଫିଟ୍‌ନେସ୍‌କୁ କିଛିଟା ଜଳାଞ୍ଜଳି ଦେଇଛନ୍ତି। ଆନନ୍ଦ ଏଲ ରାୟଙ୍କ ଏହି ଫିଲ୍ମ ପାଇଁ ଅକ୍ଷୟ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିବାକୁ ୫ କିଲୋ ଓଜନ ବଢାଇଛନ୍ତି। ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କର ବର୍ଦ୍ଧିତ ଓଜନ ଦୃଶ୍ୟମାନ ହେଉଛି। ରୋଚକ କଥା ହେଉଛି ‘ସୂର୍ଯ୍ୟବଂଶୀ’ରେ ଜଣେ ପୋଲିସ ଭୂମିକାରେ ଅଭିନୟ କରିବାକୁ ଅକ୍ଷୟଙ୍କୁ ୬ କିଲୋ ଓଜନ କମ୍‌ କରିବାକୁ ପଡିଥିଲା। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ଏକ ଭୂମିକା ପାଇଁ ଓଜନ ହ୍ରାସ କରିବା କିମ୍ବା ବଢାଇବା ପ୍ରକ୍ରିୟାକୁ ଉପଭୋଗ କରେ, କାରଣ ମୁଁ ଜାଣେ କିପରି ଏହାକୁ ଏକ ସୁସ୍ଥ ଢଙ୍ଗରେ କରିବି। ମୁଁ ସ୍ବାଭାବିକ ଭାବରେ ୫ କିଲୋ ଓଜନ ବଢାଇଛି। ଏହା ମୋତେ ମା’ଙ୍କ ହାତରେ ତିଆରି କଦଳୀ ଖାଇବାର ଆନନ୍ଦ ମଧ୍ୟ ଦେଇଥିଲା। ମୁଁ ଭାଗ୍ୟବାନ!
ଆଜିକାଲି ଅକ୍ଷୟ କୁମାର ମୁମ୍ବାଇରେ ‘ରକ୍ଷା ବନ୍ଧନ’ର ଶୁଟିଂ କରୁଛନ୍ତି। ତାଙ୍କୁ ଫିଲ୍ମରେ ତାଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଥିବା ପାଞ୍ଚଟି ନୂଆ ଚେହେରା ସହିତ ସ୍କ୍ରିନ ଶେୟାର କରୁଥିବା ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଭୁମି ପେଡନେକର ଅକ୍ଷୟଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି। ଆସନ୍ତା ବର୍ଷ ଏହି ଫିଲ୍ମ ରିଲିଜ କରିବାର ଯୋଜନା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପରେ ଫଶିଗଲେ ସଲମାନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡର ଭାଇଜାନ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ଲୁଲିଆ ଭନ୍ତୁର ଭୂକମ୍ପରେ ଫଶିଯାଇଛନ୍ତି। ମଙ୍ଗଳବାର ଇଣ୍ଡୋନେସିଆରେ ୫.୭ ତିବ୍ରତାର ଭୂକମ୍ପ ହୋଇଥିଲା। ଏହି ସମୟରେ ଲୁଲିଆ...

୬୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଅଭିନେତା

ମୁମ୍ବାଇ: ଭେଟେରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଆସାମର ରୁପାଲି ବାରୁଆଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଅନେକ ହିନ୍ଦୀ,...

କଙ୍ଗନା କିଣିଲେ ମୋଦିଙ୍କୁ ମିଳିଥିବା ରାମ ଜନ୍ମଭୂମୀ ମାଟି, କହିଲେ ନମାମି ଗଙ୍ଗାରେ ଛୋଟିଆ ସହଯୋଗ

ନୂଆଦିଲ୍ଲୀ,୩ ।୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ରବିବାର ରାଷ୍ଟ୍ରୀୟ କଳା ସଂଗ୍ରହାଳୟ ପହଞ୍ଚି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାର ନିଲାମିରେ ଭାଗ...

ବିୟୁଟି, ବ୍ରେନ୍‌ ଆଉ ଟ୍ୟାଲେଣ୍ଟର ପରଫେକ୍ଟ ମିଶ୍ରଣ କାବ୍ୟା କିରଣ

ମୁମ୍ବାଇ: ବଲିଉଡ୍‌ ସହ କିଛି ଆଞ୍ଚଳିକ ଭାଷାର ଫିଲ୍ମରେ କାମ କରିଥିବା ଅଭିନେତ୍ରୀ କାବ୍ୟା କିରଣ ଏବେ ବେଶ୍‌ ପରିଚିତ। ତାଙ୍କୁ ଏବେ ବିୟୁଟି, ବ୍ରେନ୍‌...

କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ ‘ମହାଭାରତ’!

ମୁମ୍ବାଇ,୩।୫: କରୋନା ଲକ୍‌ଡାଉନ ପାଇଁ ଏବେ ସବୁ ଶୁଟିଂ ବନ୍ଦ ଥିବାରୁ ଟେଲିଭିଜନରେ ପୁରୁଣା ଧାରାବାହିକ ଗୁଡିକ ପୁଣିଥରେ ଦେଖିବାକୁ ମିଳିଛି। ଘରୋଇ ଚ୍ୟାନେଲର ପ୍ରତିଯୋଗୀତାରେ...

‘ତାରକ ମେହେତା…’କୁ ପୁଣି ଝଟ୍‌କା; ୧୪ ବର୍ଷ ପରେ ଶୋ’ ଛାଡ଼ିଲେ ନିର୍ଦ୍ଦେଶକ

ବମ୍ବେ: କଳାକାରଙ୍କ ପରେ ଏବେ ନିର୍ଦ୍ଦେଶକ ଛାଡ଼ିଲେ ‘ତାରକ ମେହେତା କା ଉଲଟା ଚଷମା’ ଶୋ’। ଦୀର୍ଘ ୧୪ ବର୍ଷ ଧରି ନିର୍ଦ୍ଦେଶନା ଦେଇ ଆସୁଥିବା...

ବିଗ୍‌ବସ୍‌ ପରେ ରଶ୍ମୀଙ୍କ ସହ କଥା ହେବାକୁ ପସନ୍ଦ କରୁନାହାନ୍ତି ଶେହନାଜ

ବମ୍ବେ: ପୁଣି ଥରେ ଟେଲି ପରଦାକୁ ଫେରିଛି ସମସ୍ତଙ୍କର ପ୍ରିୟ ରିଆଲିଟି ଶୋ ‘ବିଗ୍‌ବସ୍‌’। ତଫାତ ଏତିକି ପୁଣି ଥରେ ପୁରୁଣା ଏପିସୋଡ ଦର୍ଶକଙ୍କୁ ଦେଖିବାକୁ...

ଶ୍ରୀଦେବୀଙ୍କ ପ୍ରଥମ ଆତ୍ମଜୀବନୀ ଲେଖିଲେ ଓଡ଼ିଆ ଯୁବକ: ଉନ୍ମୋଚନ ବେଳେ କାନ୍ଦି ପକାଇଲେ ବୋନି କପୁର

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ଚିରସବୁଜ ଅଭିନେତ୍ରୀ ସ୍ବର୍ଗୀୟା ଶ୍ରୀଦେବୀଙ୍କ ଜୀବନୀ ଉପରେ ପ୍ରଥମ ପୁସ୍ତକ ଲେଖି ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଆ ଲେଖକ ସତ୍ୟାର୍ଥ ନାୟକ। ଦିଲ୍ଲୀରେ ଅନୁଷ୍ଠିତ ‘ଟାଇମ୍ସ ଲିଟ୍‌...

Advertisement
Archives

Model This Week