ରାସ୍ତା ମଝିରେ ପୋଖରୀର ଭ୍ରମ

ଯୋଡ଼ା,୨୬ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼କାଳିମାଟି ପଞ୍ଚାୟତର କାଳିମାଟି- ଦବୁନା ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତାରେ ବଡ଼ ଖାଲ ହୋଇ ଅଣ୍ଟା ଉଚ୍ଚରେ ପାଣି ଜମୁଛି। ରାସ୍ତା ବିପର୍ଯ୍ୟସ୍ତ କାରଣରୁ ସ୍କୁଲ ବସ୍‌ ଯାଉପାରୁ ନ ଥିବା ବେଳେ ଟ୍ରକ୍‌ ଚକା ପର୍ଯ୍ୟନ୍ତ ବୁଡ଼ିଯାଉଛି। ସାଧାରଣରେ ଯାତାୟାତ ଏକ ପ୍ରକାର ଠପ୍‌ ହୋଇଯାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ସୂଚନା ଅନୁଯାୟୀ, କାଳିମାଟିଠାରୁ ଦବୁନା ପ୍ରାୟ ୩ କି.ମି. ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ଖଣିଜ ପରିବହନ କରୁଛନ୍ତି। ଦୈନିକ ହଜାର ହଜାର ଖଣିଜ ବୋଝେଇ ଟ୍ରକ୍‌ ଯାତାୟାତ ଦ୍ୱାରା ଉକ୍ତ ରାସ୍ତାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ମରାମତି କରା ନ ଯାଇ ବିପର୍ଯ୍ୟସ୍ତ ରାସ୍ତାରେ ପରିବହନ କରାଯାଉଥିବାରୁ ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି। ବଡ଼ ଗର୍ତ୍ତ, ଖାଲଖମାରେ ବର୍ଷାପାଣି ଜମି ଏକ ପ୍ରକାର ପୋଖରୀର ଭ୍ରମ ସୃଷ୍ଟି ହେଉଛି। ଟ୍ରକ୍‌ଗୁଡ଼ିକ ରାସ୍ତାରେ ପରିବହନ କରିବା ବେଳେ ଚକା ପର୍ଯ୍ୟନ୍ତ ବୁଡ଼ିଯାଉଥିବା ବେଳେ ଅନେକ ସମୟରେ ଗାଡ଼ିର ଯନ୍ତ୍ରାଂଶ ଭାଙ୍ଗିଯାଉଛି। ସ୍ଥାନୀୟ ଅଞ୍ଚଳର ବିପିନ ପଲେଇ, ରଞ୍ଜିତ ବାରିକ, ଦେବବ୍ରତ ବାରିକ, ପରମେଶ୍ବର ନାଏକ କହିଛନ୍ତି, ଉକ୍ତ ରାସ୍ତା ଉପରେ ବଡ଼କାଳିମାଟି ଓ ବସନ୍ତପୁର ପଞ୍ଚାୟତର ପ୍ରାୟ ୧୫ ହଜାର ଲୋକ ନିର୍ଭର କରିଥାଆନ୍ତି। କାଳିମାଟିଠାରେ ଥିବା ସରକାରୀ ଡାକ୍ତରଖାନାକୁ ଆସିବାକୁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ରାସ୍ତାରେ ଲୋକେ ପାଦରେ ଚାଲିଚାଲି ଯିବା ବି ଅନୁପଯୋଗୀ ହୋଇଯାଇଛି। ସ୍ଥାନୀୟ କମ୍ପାନୀ ପରିବହନ କରି ଲାଭବାନ୍‌ ହେଉଛନ୍ତି, ଅଥଚ ମରାମତି କରୁନାହାନ୍ତି। ଦୁଇ ଦିନ ହେଲା ସ୍କୁଲ ଖୋଲିଥିବା ବେଳେ ରାସ୍ତା ଖରାପ ଯୋଗୁ ସ୍କୁଲ ବସ୍‌ ଯାତାୟାତ କରିପାରୁନି। ଯେଉଁ ବସ୍‌ ଯାଉଛି ତାହା ଦିନ ୧୧ଟା, ୧୨ଟାରେ ସ୍କୁଲ୍‌ରେ ପହଞ୍ଚୁଥିବା ସେମାନେ କହିଛନ୍ତି। ଛାତ୍ରୀଛାତ୍ର ୩ କି.ମି ଦୂର ପରିବର୍ତ୍ତେ ପ୍ରାୟ ୮ରୁ ୧୦ କି.ମି ବସ୍‌ରେ ଅତିକ୍ରମ କରିବା ପରେ ଘରେ ପହଞ୍ଚୁଛନ୍ତି। ବର୍ତ୍ତମାନ ବର୍ଷାଦିନ ଥିବାରୁ ସମସ୍ୟା ଆହୁରି ଜଟିଳ ହେବ। ଏଣୁ ଏହି ରାସ୍ତା ମରାମତି ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଯୋଡ଼ା ବିଡିଓ ଜଗନ୍ନାଥ ହନୁମାନଙ୍କୁ ପଚରାଯିବାରୁ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri