ଖାଦାନରୁ ବେଆଇନ ପଥର ଲୁଟ୍‌, ରାଜସ୍ବ ହାନି

ନବରଙ୍ଗପୁର, ୨୪।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟ ତହସିଲ ଅଧୀନରେ ଥିବା ବିଭିନ୍ନ ଖଣି ଖାଦାନରୁ ବେଆଇନ ଭାବେ ପଥର ଲୁଟ୍‌ ହେବାରେ ଲାଗିଛି। ବିଭିନ୍ନ ଠିକା ସଂସ୍ଥା ଦ୍ବାରା ଲକ୍ଷାଧିକ ଟଙ୍କାର ଖଣିଜ ସମ୍ପଦ ଲୁଟ୍‌ ଚାଲିଥିଲେ ସୁଦ୍ଧା ରାଜସ୍ବ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏପରିକି ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଥିଲେ ମଧ୍ୟ ରାଜସ୍ବ କର୍ମଚାରୀ ଠିକାସଂସ୍ଥାଙ୍କୁ ଅନୁକମ୍ପା ଦେଖାଉଥିବା ଥିବା ଅଭିଯୋଗ ହେଉଛି। ରାୟପୁର-ବିଶାଖାପାଟଣା ଭାରତମାଳା ସଡ଼କ ପଥ ପାଇଁ ନିୟୋଜିତ ବିଭିନ୍ନ ଠିକା ସଂସ୍ଥା ବେଆଇନ ଭାବେ ଜିଲାର ବିଭିନ୍ନ ଅଞ୍ଚଳରୁ ବେଆଇନ ଭାବେ ପଥର ଖନନ କରୁଥିବା ଦେଖିବାକୁ ମିଳୁଛି। ତେଣୁ ରାଜ୍ୟ ସରକାର ଓ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।
ପ୍ରକାଶ ଯେ, ଚିକଲପଦର ଗ୍ରାମ୍ୟ ଜଙ୍ଗଲ କିସମ ଶୀତଳ ଡଙ୍ଗରୀରେ ଖାତା ନମ୍ବର ୯୭/୨/ ୯ ଓ ପ୍ଲଟ ନମ୍ବର ୪୨/୫୫୫ରେ ୩ ଏକର ୩୦ ଡିସିମିଲ ଜମିରେ ୫ ଲକ୍ଷ ସିଏମରୁ ଊଦ୍ଧର୍‌ବ ପଥର ଖନନ କରି ନେଇଥିବା ଅଭିଯୋଗ ହୋଇଛି । ପାହାଡ଼ ଖୋଳି ପ୍ରାୟ ୫୦ ଫୁଟରୁ ଅଧିକ ପଥର ଫଟାଇ ନେଇଛନ୍ତି, ଯାହାର ଅନୁମାନିକ ରାଜସ୍ବ ୮ କୋଟି ଟଙ୍କା ହେବ ବୋଲି ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ନବରଙ୍ଗପୁର ଜିଲା ତାଲିକା ରହିଛି। ତହସିଲର ବିନା ଅନୁମତିରେ ବିସ୍ଫୋରକ ବ୍ୟବହାର କରି ଠିକା ସଂସ୍ଥା ଖାଦାନରେ ପଥର ଫଟାଉଥିଲେ ବି ପୋଲିସ ଓ ପ୍ରଶାସନ ନିକଟରେ କିଭଳି ଖବର ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏହାବ୍ୟତୀତ କେଉଁଠାରୁ, କେତେ ପରିମାଣର ବିସ୍ଫୋରକ ସାମଗ୍ରୀ ଠିକାଦାର ରଖିଛନ୍ତି ତାହାର ଠିକଣା ଓ ତାଲିକା ମଧ୍ୟ ପୋଲିସ ଓ ପ୍ରଶାସନ ନିକଟରେ ରହିବା ଆବଶ୍ୟକ । ଏ ସମସ୍ତର ଖିଲାପ କରି ଠିକା ସଂସ୍ଥା ବେଆଇନ ଭାବେ ପଥର ଉଠାଇ ଚାଲିଥିଲେ ମଧ୍ୟ ପ୍ରଶାସନ ଓ ରାଜସ୍ବ ଅଧିକାରୀ ଆଖି ବୁଜିଦେବା ପଛରେ କଣ ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ ବୋଲି ଅଭିଯୋଗ ହେଉଛି । ସେହିପରି ପଥର କାଢ଼ିବା ପରେ ଉକ୍ତ ଗଭୀର ଗର୍ତ୍ତରେ ମାଟି ସମତୁଲ କରିବା ସହ ଗଛ ଲଗାଇବା ନିୟମ ରହିଥିଲେ ବି ଏବେ ଉକ୍ତ ସ୍ଥାନ ବିପଦସଂକୁଳ ଅବସ୍ଥା ରହିଛି। ଉକ୍ତ ସ୍ଥାନରୁ ପିଆରଏ ହାତିବେନା- ବଡ଼କୁମାରୀ ଏକ୍ସପ୍ରେସ ୱେ ପ୍ରାଇଭେଟ ଲିମିଟେଡ ଠିକା ସଂସ୍ଥା ତହସିଲର ବିନା ଅନୁମତିରେ ପଥର ଖନନ କରିନେଇଛି । ଏହି ଠିକା ସଂସ୍ଥା ବିଭିନ୍ନ ସ୍ଥାନରୁ ବାଲି ଓ ପଥର ଉଠାଣ ବାବଦକୁ ୧ କୋଟି ୪୮ ଲକ୍ଷ ୮୦ ହଜାର ୮୭୫ ଟଙ୍କା ରାଜସ୍ବ ଦେଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ପଥର ଖନନ କରି ଉଠାଇଥିବା ବାବଦକୁ ୪୫ ଲକ୍ଷ, ୨୫ ଲକ୍ଷ ଓ ୩୦ ଲକ୍ଷ ୩ଟି ପର୍ଯ୍ୟାୟରେ ରାଜସ୍ବ ଜମା କରିଛି । ଏହାପରେ ବେଆଇନ ଭାବେ ୫୮ ହଜାର ସିଏମ ପଥର ଖନନ କରି ଡମ୍ପିଂ କରି ରଖିଥିବା ନେଇ ଠିକା ସଂସ୍ଥା ପିଆରଏ ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଉମରକୋଟ ତହସିଲ ପକ୍ଷରୁ ଜୁଲାଇ ୧୪ ତାରିଖରେ ଚିଠି ନମ୍ବର ୨୯୦୭ ମାଧ୍ୟମରେ ଡିମାଣ୍ଡ ନୋଟିସ କରାଯିବା ସହ କୋରାପୁଟ ଡେପୁଟି ଡାଇରେକ୍ଟର ମାଇନ୍ସକୁ ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଯେତେବେଳେ ଜାଣିଲେ ସେତେବେଳେ ଖାଦାନକୁ ବନ୍ଦ ନ କରି ପୁଣି ପଥର ଖନନ କରିବାକୁ କିଭଳି ସୁଯୋଗ ଦିଆଗଲା ବୋଲି ପ୍ରଶ୍ନ ଉଠିଛି । ସରକାରୀ ନିୟମ ଅନୁଯାୟୀ, ବେଆଇନ ଭାବେ ପଥର ଉଠାଇଲେ ଠିକା ସଂସ୍ଥା ନାଁରେ ମାମଲା ରୁଜୁ କରାଯିବା ସହ କ୍ବାରୀ ପାଇଁ ଆବେଦନ ତଥା ତହସିଲଦାରଙ୍କ ଅନୁମତି ପରେ ପଥର ଉଠାଇପାରିବ । ଏହାବ୍ୟତୀତ ଯେଉଁ ପରିମାଣର ପଥର ଉଠାଇଛନ୍ତି ସରକାରୀ ନିୟମ ପ୍ରକାରେ ରାଜସ୍ବ ଆଦାୟ କରିବା ସହ ଫାଇନ ମଧ୍ୟ ଆଦାୟ ହୋଇଥାଏ । ତେବେ ଏଠି ସବୁକିଛି ଖିଲାପ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଭାରତମାଳା କାର୍ଯ୍ୟର ନିୟମିତ ବ୍ୟବଧାନରେ ତଦାରଖ ପାଇଁ ତହସିଲଦାରଙ୍କୁ ସ୍ବତନ୍ତ୍ର ଭାବେ ଏକ ଗାଡି ଯୋଗାଇ ଦିଆଯାଇଛି। ତହସିଲ କାର୍ଯ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର ଅଫିସ ମଧ୍ୟ କରାଯାଇଛି। ରାଜସ୍ବ ନିରୀକ୍ଷକ ଓ ସୁପରଭାଇଜର ଏ ବିଷୟରେ ତହସିଲଦାରଙ୍କୁ ନିୟମିତ ରିପୋର୍ଟ ପ୍ରଦାନ କରିବେ। ଏପରିକି ରାଜସ୍ବ ନିରୀକ୍ଷକଙ୍କଠାରୁ ଆରମ୍ଭ କରି ତହସିଲଦାରଙ୍କ ପର୍ଯ୍ୟନ୍ତ କ୍ବାରି, ବାଲିଘାଟ ଓ ଖାଦନ ଆଦି ସମ୍ପର୍କରେ ନିରୀକ୍ଷଣ ଓ ତଦାରଖ କରି ତା’ର ଏକ ରିପୋର୍ଟ ଜିଲାପାଳଙ୍କୁ ଦେବାର ବ୍ୟବସ୍ଥା ରହିଛି। ପ୍ରତି ମାସରେ ରାଜସ୍ବ ଓ ଜମିଜମା ଘଟଣାକୁ ନେଇ ବୈଠକ ମଧ୍ୟ ଜିଲାସ୍ତରରେ ହେଉଛି । ଏହାସତ୍ତ୍ୱେ ରାଜସ୍ବ ଲୁଟ ହେଉଥିଲେ ସୁଦ୍ଧା କାହାର ନିଘା ନ ଥିବା ଭଳି ମନେ ହେଉଛି। ତତ୍କାଳୀନ ଭାରପ୍ରାପ୍ତ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଭିଜିଲାନ୍ସ ଧରିବା ପରେ ସମ୍ପୃକ୍ତ କର୍ମଚାରୀ, ଅଧିକାରୀ ଓ ବଡ଼ବଡ଼ିଆ ଅଧିକାରୀ ରାଉତଙ୍କ ଉପରେ ଅଙ୍ଗୁଳି ଦେଖାଇ ଖସିଯିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ଉମରକୋଟ ତହସିଲଦାର ତୁଳା ମୁଦୁଲିଙ୍କୁ ପଚାରିବାରୁ ୫୮ ହଜାର ପଥର ଡମ୍ପିଂୟାର୍ଡ ରହିଥିବା ନେଇ ଆକଳନ କରାଯାଇ ଠିକା ସଂସ୍ଥାକୁ ଡିମାଣ୍ଡ ନୋଟିସ୍‌ କରାଯାଇଛି । ୧ ଏକର ୫୫ ଡିସିମିଲ ଜମିରୁ ପଥର ଖନନ ହୋଇଛି। ଖାଦାନରୁ ପଥର ଖନନ କାର୍ଯ୍ୟ ଏବେ ବନ୍ଦ କରିବାକୁ କୁହାଯାଇଛି । ଏହାବ୍ୟତୀତ ଠିକାସଂସ୍ଥା ଦ୍ୱାରା କେତେ ପରିମାଣର ପଥର ଖନନ କରାଯାଇଛି, ତା’ର ମାପଚୁପ ପାଇଁ କୋରାପୁଟ ଡେପୁଟି ଡାଇରେକ୍ଟର ମାଇନ୍ସକୁ ଚଠି କରାଯାଇଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?