ବ୍ରାହ୍ମଣୀନଦୀରୁ ଚାଲିଛି ବେଆଇନ ବାଲି ଉଠାଣ

କେନ୍ଦ୍ରାପଡ଼ା ଅଫିସ,୨୨ା୨: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାଲି ଚୋରା ଚାଲାଣ କରୁଥିବା ମାଫିଆ ଓ ତାଙ୍କୁ ସହଯୋଗ କରୁଥିବା ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପଟ୍ଟାମୁଣ୍ଡାଇ ପୂର୍ବତନ ବିଧାୟକ ତାପସ କୁମାର ଦାସ। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଓ ୫-ଟି ସଚିବଙ୍କୁ ଚିଠି ଲେଖିଛନ୍ତି। ନିଜ ଚିଠିରେ ସେ ଦର୍ଶାଇଛନ୍ତି, ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀନଦୀ ପଠା କଷଣଅଣ୍ଟା କୂଳରୁ ବାଲି ମାଟି ଉଠାଣକୁ ବନ୍ଦ କରିବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଉକ୍ତ ସ୍ଥାନରୁ ଏବେ ଦୈନିକ ଶତାଧିକ ହାଇୱା ଓ ଟ୍ରାକ୍ଟରରେ ବାଲିମାଟି ବୁହା ଚାଲିଛି। ଉପରୋକ୍ତ ସ୍ଥାନରୁ ମାଟି ଉଠାଣକୁ ନେଇ ପୂର୍ବରୁ ଏନ୍‌ଜିଟି କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ କଡ଼ା ଭାଷାରେ ସମାଲୋଚନା କରିବା ସହିତ ଜରିମାନା କରିଥିଲା। ତେବେ କେନ୍ଦ୍ରାପଡ଼ା ଜିଲାପାଳ, ଏଡିଏମ୍‌, ପଟ୍ଟାମୁଣ୍ଡାଇ ତହସିଲଦାର ଏବଂ ପ୍ରଶାସନିକ ଅଧିକାରୀମାନେ ଏନ୍‌ଜିଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ ସହିତ ସମସ୍ତ କଟକଣାକୁ ଫୁ କରି ବାଲିମାଟି ଖୋଳୁଥିବା ଏକ ଠିକାସଂସ୍ଥା ବିରୋଧରେ କୌଣସି ପଦକ୍ଷେପ ନ ନେଇ ନୀରବତା ଅବଲମ୍ବନ କରୁଛନ୍ତି। ମାଟିବାଲି ଉଠାଣ ଦ୍ୱାରା ବାଛରା, ମଣ୍ଡପଡା,ବଳଦେବନଗର,ବାଲିପଡା, କଷଣଅଣ୍ଟା ଓ ଊତିକଣ ବନ୍ୟା ନିରୋଧକ ବନ୍ଧ ଓ ପତ୍ରପୁର ପୋଲ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସେ ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ପଟ୍ଟାମୁଣ୍ଡାଇ ତହସିଲଦାର, କେନ୍ଦ୍ରାପଡ଼ା ଏଡିଏମ୍‌ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ବେଆଇନ ବାଲିି ଉଠାଣକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବରଂ ସେହି ଠିକାସଂସ୍ଥାକୁ ସୁରକ୍ଷା ଯୋଗାଇ ଦିଆଯାଉଛି।
ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ଅଞ୍ଚଳକୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର କଷଣଅଣ୍ଟାଠାରେ ୧୭ କୋଟି ଟଙ୍କା ବ୍ୟୟରେ ଏକ କ୍ରିଟିକାଲ କେୟାର ହସ୍ପିଟାଲ ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଶକ୍ତି ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଦେବ ଉକ୍ତ ହସ୍ପିଟାଲର ଶିଳାନ୍ୟାସ କରିଥିଲେ। କେୟାର ହସ୍ପିଟାଲ ନିର୍ମାଣ ପାଇ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ-୧ କାର୍ଯ୍ୟାଦେଶ ପାଇ ଚୁଳି ଏଣ୍ଡ ସନ୍ସ ଠିକାସଂସ୍ଥାକୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ପ୍ରଦାନ କରିଥିଲା। ମାତ୍ର ଏଷ୍ଟିମେଟରେ ମାଟି ବାହାରୁ କିଣି ପକାଇବା ପାଇଁ ବ୍ୟବସ୍ଥା ଥିବା ବେଳେ ମାଲିକ ରାମ ଚୁଳି ୨୦୦ ମିଟର ଦୂର ବ୍ରାହ୍ମଣୀ ନଦୀପଠାରୁ ବାଲି ଉଠାଇ ପକାଉଛନ୍ତି, ଯାହାକୁ ନେଇ ଉକ୍ତ ହସ୍ପିଟାଲ ପ୍ରତି ବିପଦ ରହୁଛି ବୋଲି ପୂର୍ବତନ ବିଧାୟକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ବାଲି ଚୋରା ଚାଲାଣରେ ସଂପୃକ୍ତ ଥିବା ଚୁଳି ଠିକା ସଂସ୍ଥାଙ୍କୁ ତଦନ୍ତ ପରିସରଭୁକ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀଙ୍କ ବଦଳି ହୋଇଥିଲେ ମଧ୍ୟ ସେ ତହସିଲ କାର୍ଯ୍ୟାଳୟ ଛାଡୁନାହାନ୍ତି। ଏହା ପଛରେ କାହାର ହାତ ଅଛି, ତାହାର ତଦନ୍ତ ହେବା ଆବଶ୍ୟକ। ଏହି ସରକାରୀ ଅଧିକାରୀଙ୍କ ପ୍ରୋତ୍ସାହନରେ ବାଲି ମାଫିଆ ରାଜ ଚଳାଇଛନ୍ତି। ବାଲି ଚୋରା ଚାଲାଣ କରୁଥିବା ମାଫିଆଙ୍କୁ ତୁରନ୍ତ ଗିରଫ କରାଯିବା ସହ ରାଜ୍ୟ ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ଦାସ ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ଗୋପୀବଲ୍ଲଭ ତ୍ରିପାଠୀ ସୋମବାର ଜିଲାସ୍ତରୀୟ ଜନଶୁଣାଣି ଶିବିରରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି।
ଏନେଇ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ, ପଟ୍ଟାମୁଣ୍ଡାଇ ଉନ୍ନତି ପାଇଁ କାମ ହେଉଛି। ଏନ୍‌ଜିଟି କଥା ମାନିଲେ କୌଣସି ବିକାଶମୂଳକ କାମ ହୋଇପାରିବ ନାହଁି। ତହସିଲଦାର ବଦଳି କଥା ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଅଧିକ ବାଲି ଉଠାଣ ଓ ପରିବେଶ ସୁରକ୍ଷା ସଂକ୍ରାନ୍ତ କାଗଜପତ୍ର ତନଖି କରାଯିବ। ଅଭିଯୋଗର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ବାବଦରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ କଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri