ହାଇକୋର୍ଟରେ ବେଆଇନ ବାଲିଉଠା ମାମଲା: ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର, ପରବର୍ତ୍ତି ଶୁଣାଣି…

କଟକ,୫ା୨:(କାର୍ତ୍ତିକ ସାହୁ): ବାଲିଘାଟ ଚାଲିବାର ଆବଶ୍ୟକତା ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ରାଜ୍ୟ ସରକାର ସୋମବାର ଅବଗତ କରାଇଛନ୍ତି। ବାଲିଘାଟରୁ ମେଶିିନ୍‌ ଦ୍ୱାରା ବାଲି ଉତ୍ତୋଳନ କରିବାର ପ୍ରଚଳିତ ନିୟମ ଓ ଅନ୍ୟାନ୍ୟ ବ୍ୟବସ୍ଥା ବାବଦରେ ରାଜ୍ୟ ସରକାର ସତ୍ୟପାଠରେ ଦର୍ଶାଇଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ବାଲିଘାଟ କିପରି ଭାବେ ଚାଲିବା ଦରକାର ସେ ବିଷୟରେ ମତ ରଖିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତି ଶୁଣାଣି ନିମନ୍ତେ ମଙ୍ଗଳବାରକୁ ଧାର୍ଯ୍ୟ ହୋଇଛି।
ସୂଚନାଯୋଗ୍ୟ ଯେ, କଟକ ସହର ସମେତ ବିଭିନ୍ନ ନଦୀପଠାରୁ ବେଆଇନ ବାଲି ଉଠାଣ ଓ ପରିବହନ କରାଯାଉଥିବା ନେଇ ସାମାଜିକ କର୍ମୀ ପ୍ରଶାନ୍ତ କୁମାର ଜେନା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ବେଆଇନ ବାଲି ଉଠାଣ ଯୋଗୁ ରାଜସ୍ବ ଚୋରି ହେଉଥିବା ସେ ଆବେଦନରେ ଦର୍ଶାଇଥିଲେ। ଲିଜ୍‌ଧାରୀଙ୍କ ପାଇଁ ପ୍ରଶାସନ ଲୋକଙ୍କ ସ୍ବାର୍ଥକୁ ଆଖି ବୁଜିଦେଇଛି। ରାତି ୧୦ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାଲି ପରିବହନ କରାଯିବାର ନିୟମ ଥିବା ବେଳେ ସବୁ ସମୟରେ ବାଲି ପରିବହନ କରାଯାଉଛି। ବାଲି ପରିବହନ ସମୟରେ ରାସ୍ତାରେ ଗଦା ଗଦା ବାଲି ପଡ଼ିରହୁଛି। ଏହାଦ୍ୱାରା ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ବୋଲି ମଧ୍ୟ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଡିସେମ୍ବର ୧୯ ତାରିଖ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ବାଲି ଉଠାଣ ଉପରେ ଏକ ସତ୍ୟପାଠ ଦାଖଲ କରି ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ଉକ୍ତ ସତ୍ୟପାଠ ଅନୁସାରେ ୧୪ଟି ବାଲିଘାଟକୁ ବନ୍ଦ କରାଯାଇଛି। ଏଥିସହ କୌଣସି ବାଲିଘାଟ ଚାଲୁ ନାହିଁ ବୋଲି ଦର୍ଶାଇଥିଲେ। ହେଲେ ଡିସେମ୍ବର ୨୧ ତାରିଖରେ ବାଲି ଉଠାଣ ଉପରେ ଏକ ବିଜ୍ଞପ୍ତି ଜାରି କରିଥିଲା ରାଜ୍ୟ ଖଣି ବିଭାଗ। ଅତି ଆବଶ୍ୟକକୁ ଦୃଷ୍ଟିରେ ରଖି ଖଣି ବିଭାଗ ଅନୁମତି ଦେଇଥିଲା ଏନେଇ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବାଲିଘାଟରୁ ମେଶିିନ ଦ୍ୱାରା ବାଲି ଉଠାଇବାର ନିୟମ ନଥିବା ବେଳେ ଖଣିବିଭାଗ ମେକାନିକାଲ ଭାବେ ବାଲି ଉତ୍ତୋଳନ କରିବାକୁ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ। ହେଲେ ମେକାନିକାଲ ଉପାୟରେ କେମିତି ବାଲି ଉଠାଇବେ ତାହା ସ୍ପଷ୍ଟ କରିନଥିଲେ। ଫଳରେ ରାଜ୍ୟ ସରକାରଙ୍କ ଏହି ବିଜ୍ଞପ୍ତି ଉପରେ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଜାନୁୟାରୀ ୧୦ ତାରିଖ ଦିନ ମେଶିିନ ବ୍ୟବହାର କରି ବାଲି ଉଠାଣ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ମେଶିିନ ଦ୍ୱାରା ବାଲିଘାଟରୁ ବାଲି ଉତ୍ତୋଳନ କରିବାର ନିୟମ ଓ ବିଧିବ୍ୟବସ୍ଥା ସଂକ୍ରାନ୍ତରେ ସୋମବାର ସୁଦ୍ଧା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ, ସିଦ୍ଧାନ୍ତ କୁମାର ଜେନା ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଶିକ୍ଷାର ଗୁଣାତ୍ମକ ଉନ୍ନତି ଶିକ୍ଷାର୍ଥୀଙ୍କ ଫଳାଫଳ ସମୀକ୍ଷା ଉପରେ ଗୁରୁତ୍ୱ

ଥୁଆମୂଳ ରାମପୁର, ୧୩।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭବାନୀପାଟଣା ଆନୁକୂଲ୍ୟରେ ଥୁଆମୂଳ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରକାଶ ୩.୦’…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?