ରୟତି ଜମିରୁ ବେଆଇନ ଗଛକଟା

ସମ୍ବଲପୁର,୧୬ା୬(ବ୍ୟୁରୋ):ସମ୍ବଲପୁର ବନଖଣ୍ଡରେ ରୟତି ଜମିରୁ ବେଆଇନ ଭାବେ ଗଛକଟା ଚାଲିଛି। ଆବେଦନ କରିଥିବା ଜମିର ସାବିକ କିସମ ଓ ହାଲ୍‌ କିସମ ମେଳ ଖାଉ ନ ଥିଲେ ମଧ୍ୟ ବେଆଇନ ଭାବେ ଅନୁମତି ଦିଆଯାଉଛି। ସାବିକ ଓ ହାଲ୍‌ କିସମ ସମାନ ହେଲେ ବିଭିନ୍ନ ଦିଗକୁ ତର୍ଜମା କରି ଡିଏଫ୍‌ଓ ଗଛ କାଟିବାକୁ ଅନୁମତି ଦେବା ନିୟମ ରହିଛି। ହେଲେ ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଛି। ୪ବର୍ଷ ଭିତରେ ଏହି ବନଖଣ୍ଡରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଗଛ କାଟିବା ପାଇଁ ଅନୁମତି ଦିଆଯାଇଛି, ଯାହା ୧୦ ଲକ୍ଷ ସିଏଫ୍‌ଟିରୁ ଊର୍ଦ୍ଧ୍ୱ ହେବ ବୋଲି ଅଭିଯୋଗ ହେଉଛି।
ମାଫିଆମାନେ ଗଛ କାଟିବା ପାଇଁ ପ୍ରଥମେ ରୟତି ଜମି ମାଲିକଙ୍କ ନାମରେ ଅନୁମତି ନେଉଛନ୍ତି। ପରେ ସେମାନେ ଅନୁମତି ପାଇଥିବା ଗଛ କାଟିବା ସହ ଜମି ନିକଟ ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ କାଟି ନେଉଛନ୍ତି। ଏଥିରେ ପ୍ରାୟ ୧୦ କୋଟି ଟଙ୍କାର କାରବାର ହୋଇଥିବା ଅଭିଯୋଗ ହେଉଛି। ଏଭଳି ଲକ୍ଷାଧିକ ଗଛ ବିହାର, ଝାଡ଼ଖଣ୍ଡ, କଲିକତା, ଛତିଶଗଡ଼, ମଧ୍ୟପ୍ରଦେଶ ସମେତ ରାଉରକେଲା, ଭଦ୍ରକ, କଟକ, ଭୁବନେଶ୍ୱର, ଅନୁଗୋଳ ଆଦି ଜିଲାକୁ ଚୋରା ଚାଲାଣ ହେଉଛି। ଏଥିରେ ଝାଡ଼ଖଣ୍ଡ ଓ ରାଉରକେଲାର ମାଫିଆ ସମ୍ପୃକ୍ତ ରହିଥିବା ବେଳେ ଜିଲାର କେତେଜଣ ରାଜନେତା ମଧ୍ୟସ୍ଥ କାମ କରୁଛନ୍ତି। ଜମି ମାଲିକମାନଙ୍କଠାରୁ ସିଏଫ୍‌ଟି ୫୦ ଟଙ୍କାରେ କିଣୁଥିବା ବେଳେ ବଜାରରେ ୫ ଶହରୁ ୬ ଶହ ଟଙ୍କାରେ ବିକ୍ରି କରାଯାଉଛି। ପ୍ରାୟ ୧୦ ଗୁଣା ଲାଭ ମିଳୁଥିବାରୁ ମୋଟା ଅଙ୍କରେ ଭାଗବଣ୍ଟା ହେଉଛି। ବନ ବିଭାଗର କେତେଜଣ ଅଧିକାରୀ ଓ କର୍ମଚାରୀ ଏଥିରେ ସହଯୋଗ କରୁଛନ୍ତି। ଜମିମାଲିକଙ୍କ ନାମରେ ଅନୁମତି ପାଇଥିବା କେତେକ ଗଛର ଟ୍ରାନ୍‌ଜିଟ ପାସ୍‌ ତିଆରି କରି ଜଙ୍ଗଲରୁ ଗଛ କାଟି ବିକ୍ରି କରାଯାଉଛି। ଏ ନେଇ ବନ ବିଭାଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଗଛ କାଟିବା ପୂର୍ବରୁ ରାଜସ୍ବ ଓ ବନ ବିଭାଗ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ ହୋଇଥାଏ। ଗଛର ମୋଟେଇ, କେତେ ଦୂରତାରେ ଗଛ ରହିଛି, ଜମିର କିସମ ଓ ପରିମାଣ ଆଦି ଯାଞ୍ଚ ହୋଇଥାଏ। ସ୍ଥାନୀୟ ତହସିଲ ପକ୍ଷରୁ ମଧ୍ୟ ରିପୋର୍ଟ ଦିଆଯାଇଥାଏ। ହେଲେ ତହସିଲ କର୍ତ୍ତୃପକ୍ଷ ରିପୋର୍ଟ ଦେବାରେ ଚଞ୍ଚକତା କରୁଛନ୍ତି। ରିପୋର୍ଟ ମିଳିବା ପରେ ଗଛ କାଟିବା ପାଇଁ ଅନୁମତି ଦିଆଯାଏ। ଗଛ କାଟିବା ପରେ ବନ ବିଭାଗର ଜଣେ ରେଞ୍ଜର କିମ୍ବା ଏସିଏଫ୍‌ ସ୍ତରର ଅଧିକାରୀ ଗଛର ମାପଚୁପ କରନ୍ତି। ପରେ ଜମି ମାଲିକ କାଟିଥିବା ଗଛ ନେଇପାରିବେ। ଯଦି ଗଛ ବିକ୍ରି କରାଯିବ ତା’ହେଲେ ବନ ବିଭାଗ ଉପସ୍ଥିତିରେ ଗାଡିରେ ଲୋଡ୍‌ ହେବ ଓ ଟ୍ରାନ୍‌ଜିଟ ପାସ୍‌ ତିଆରି ହୋଇଥାଏ। ହେଲେ ଏସବୁ ନିୟମକୁ ଅଣଦେଖା କରାଯାଉଛି।
ସୂଚନା ଅନୁସାରେ ସମ୍ବଲପୁର ବନଖଣ୍ଡର ପଡିଆବାହାଲ ରେଞ୍ଜରେ ଅଧିକ ଗଛ କଟାଯାଇଛି। ସଦର, ଧମା, ରେଙ୍ଗାଲି ରେଞ୍ଜରେ ଥିବା ଜଙ୍ଗଲକୁ ଏବେ ବନ ବିଭାଗ ସହ ମିଶି ମାଫିଆମାନେ ପଦା କରିବାରେ ଲାଗିଛନ୍ତି। ରାସ୍ତା କଡ଼ରେ କେତେକ ବଡ଼ ବଡ଼ ଗଛ ଦେଖିବାକୁ ମିଳୁଛି, ହେଲେ ଜଙ୍ଗଲ ଭିତରେ ମୂଲ୍ୟବାନ ଗଛ ନାହିଁ। ଏପଟେ ବନ ବିଭାଗ ବନୀକରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷ ରୋପଣ କରୁଛି। ଅନ୍ୟପଟେ ମୋଟା ଅଙ୍କର ହାତଗୁଞ୍ଜା ନେଇ ମାଫିଆମାନଙ୍କୁ ସହାୟତା କରୁଛି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଡିଏଫ୍‌ଓ ଡ. ସଞ୍ଜିତ କୁମାର କହିଛନ୍ତି, ଜମି ମାଲିକମାନେ ବିଭିନ୍ନ ସମସ୍ୟା ଦେଖାଇ ଗଛ କାଟିବାକୁ ଅନୁମତି ଦେବାକୁ ଆବେଦନ କରୁଛନ୍ତି। ସ୍ଥାନୀୟ ତହସିଲ ଓ ବନ ବିଭାଗ ପକ୍ଷରୁ ସର୍ଭେ କରାଯାଇ ରିପୋର୍ଟ ପ୍ରସ୍ତୁତ ହେଉଛି। ପରେ ଅନୁମତି ଦିଆଯାଉଛି। ଗଛ କାଟିବା ପାଇଁ ଅନୁମତି ଦେବା ଆଇନରେ ରହିଛି। ହେଲେ କେତେକ ସ୍ଥାନରେ ଦଲାଲମାନେ କାମ କରୁଥିବା ନେଇ ଅଭିଯୋଗ ହୋଇଛି। ଜମି ମାଲିକମାନେ ଅଭିଯୋଗ କଲେ ଅନୁମତି ବାତିିଲ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri