ବ୍ରାହ୍ମଣୀ ନଦୀଶଯ୍ୟାରୁ ବେଆଇନ ମାଟି ଉଠାଣ

ପଟ୍ଟାମୁଣ୍ଡାଇ,୯ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଶଯ୍ୟାରୁ ବେଆଇନ ଭାବେ ଦୈନିକ ଶହ ଶହ ଟ୍ରିପ୍‌ ବାଲି ଉଠାଇ ନେଇ କଷଣଅଣ୍ଟାଠାରେ ନିର୍ମାଣ ହେଉଥିବା କ୍ରିଟିକାଲ କେୟାର ହସ୍ପିଟାଲ କାର୍ଯ୍ୟରେ ଲଗା ଯାଉଛି। ସାଧାରଣ ଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ବାଲି ବ୍ୟବସାୟୀମାନେ ମାଲାମାଲ ହେଉଛନ୍ତି। ଏମିତି ଅବସ୍ଥା ପହଞ୍ଚତ୍ଛି ଯେ, ବହୁ ସ୍ଥାନରେ ନଦୀ ସ୍ଥାନୀୟ ଅଞ୍ଚଳ ପାଇଁ ବିପଦର କାରଣ ହେବାକୁ ଯାଉଛି। ବହୁ ପିଢ ବାଲିଚର ସବୁ ଖାଲଖମାରେ ପରିଣତ ହେଲାଣି। ନଦୀର ଶଯ୍ୟା କୂଳ ଆଡକୁ ମାଡି ଆସିଲାଣି। ଏହି ସମସ୍ୟାର ମୂକ ସାଖୀ ପାଲଟିଛି ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ କଷଣଅଣ୍ଟା ଓ ଅଳଭା ଗ୍ରାମରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଶଯ୍ୟା। କେନ୍ଦ୍ରାପଡ଼ା ଜିଲା ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ ଓ ତହସିଲ ପ୍ରଶାସନର ଏଥିପ୍ରତି ନିଘା ନ ଥିବାରୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ଗ୍ରାମାଞ୍ଚଳ ପ୍ରତି ବିପଦ ଘନେଇଲାଣି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟାଠାରେ ୧୭ କୋଟି ଟଙ୍କା ବ୍ୟୟରେ କ୍ରିଟିକାଲ କେୟାର ହସ୍ପିଟାଲ ନିର୍ମାଣ କରୁଛନ୍ତି। ଏହି ନିର୍ମାଣ କାର୍ଯ୍ୟ ଆରମ୍ଭରୁ ବ୍ୟାପକ ଅନିୟମିତତା ଲୋକଲୋଚନକୁ ଆସିଛି। ଏ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ଉଠିଥିଲେ ମଧ୍ୟ କାର୍ଯ୍ୟର ତଦାରଖ କରୁଥିବା ପୂର୍ତ୍ତ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ। କ୍ରିଟିକାଲ କେୟାର ହସ୍ପିଟାଲର ନିର୍ମାଣ ପାଇଁ କଷଣଅଣ୍ଟା ବ୍ରାହ୍ମଣୀ ନଦୀ ପଠାରୁ ବ୍ୟାପକ ଭାବେ ବାଲି ମାଟି ଉଠାଣ ହେଉଛି। ପୂର୍ବରୁ ମଧ୍ୟ ଏଠାରୁ ମାଟି ଉଠାଣ ଉପରେ ଏନ୍‌ଜିଟି ରୋକ୍‌ ଲଗାଇ ଥିଲେ। ହସ୍ପିଟାଲ ନିର୍ମାଣ କରୁଥିବା ଠିକାସଂସ୍ଥା ଓ ମାଟି ବ୍ୟବସାୟୀଙ୍କ ଦୃଷ୍ଟି ଅନ୍ୟତ୍ର ପଡିଥିଲା। ମାଗଣାରେ ସରକାରୀ ଜାଗାରୁ ମାଟି ଉଠାଇ ହସ୍ପିଟାଲ ନିର୍ମାଣରେ ପକାଇ ବିଲ୍‌ କରି ଲାଭବାନ ନିଶାରେ ଥିବା ଠିକାଦାର, ମାଟି ମାଫିଆ ଓ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। ଏବେ କଷଣଅଣ୍ଟା ନିକଟ ବ୍ରାହ୍ମଣୀ ନଦୀ ପାଟ ନାଳିବନ୍ଧ, ଜମି ଓ ପାଟନାଳି ମଧ୍ୟରୁ ଜେସିବିରେ ଖୋଳି ହାଇୱା ଓ ଟ୍ରାକ୍ଟରରେ ଶହଶହ ଟ୍ରିପ ବାଲି ଉଠାଣ ଚାଲିଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନକୁ ଚାଲେଞ୍ଜ କରି କିପରି ମାଟି ଉଠାଣ ଚାଲିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁ ଜାଣି ପ୍ରଶାସନ କିପରି ନୀରବଦ୍ରଷ୍ଟା ସାଜିଛି ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରଶ୍ନ କରିଛନ୍ତିି। କଷଣଅଣ୍ଟା, ବାଛରା, ମଣ୍ଡପଡ଼ା ଓ ତନୁପୁର ଗ୍ରାମବାସୀ ଏହାକୁ ବିରୋଧ କରୁଥିଲେ ମଧ୍ୟ ମାଟି ଉଠାଣ କରୁଥିବା ଦୁର୍ବୃତ୍ତମାନଙ୍କ ଭୟରେ ମୁହଁ ଖୋଲି ପାରୁନାହାନ୍ତି। ଏ ନେଇ ୪ଟି ମୌଜାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ମାଟି ମାଫିଆ କଷଣଅଣ୍ଟା ନିକଟ ବ୍ରାହ୍ମଣୀ ନଦୀ ପଠାରୁ ମାଟି ଉଠାଣ କରୁଥିବା ବେଳେ ଏନ୍‌ଜିଟିର କଡା ନିର୍ଦ୍ଦେଶ ଥିବାରୁ ଘଟଣା ସମ୍ପର୍କରେ ସବୁ ଜାଣି ତହସିଲଦାର ଚୁପ ବସିଛନ୍ତି। ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷ ମିଳିମିଶି ସରକାରୀ ଆଇନ ଓ ନିୟମ କାନୁନ ଏପରିକି ଏନ୍‌ଜିଟି ନିର୍ଦ୍ଦେଶକୁ ଅବମାନନା କରି ମାଟି ଉଠାଣ କରୁଛନ୍ତି। ଯାହାକି ସମ୍ପୃକ୍ତ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରିବା ସହ ସାଧାରଣରେ ଅସନ୍ତୋଷ ସୃଷ୍ଟିର କାରଣ ହୋଇଛି। ପଟ୍ଟାମୁଣ୍ଡାଇ ତହସିଲଦାର ତୁରନ୍ତ ଏ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ ନ କଲେ ୪ଟି ମୌଜାର ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାଇ ଦେଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲୀପ କୁମାର ସେଠୀଙ୍କୁ ପଚାରିବାରେ କଷଣଅଣ୍ଟା ବ୍ରାହ୍ମଣୀ ପାଟନାଳି କଡରୁ ମାଟି ଉଠାଣ ହେଉଥିବା ନେଇ ଅଭିଯୋଗ ଆସିଛି। ଖୁବ୍‌ଶୀଘ୍ର ମାଟି ଉଠାଣ କରୁଥିବା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅପରପକ୍ଷେ ଦିନକୁ ୨୦୦ରୁ ଊର୍ଦ୍ଧ୍ୱ ଟ୍ରିପ୍‌ ମାଟି ବାଲି ଉଠାଯାଉଛି। ପ୍ରଶାସନର କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ଠିକାଦାରଙ୍କ କାର୍ଯ୍ୟ ସରି ଯାଇଥିବ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri