ବ୍ରାହ୍ମଣୀ ନଦୀଶଯ୍ୟାରୁ ବେଆଇନ ମାଟି ଉଠାଣ

ପଟ୍ଟାମୁଣ୍ଡାଇ,୯ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଶଯ୍ୟାରୁ ବେଆଇନ ଭାବେ ଦୈନିକ ଶହ ଶହ ଟ୍ରିପ୍‌ ବାଲି ଉଠାଇ ନେଇ କଷଣଅଣ୍ଟାଠାରେ ନିର୍ମାଣ ହେଉଥିବା କ୍ରିଟିକାଲ କେୟାର ହସ୍ପିଟାଲ କାର୍ଯ୍ୟରେ ଲଗା ଯାଉଛି। ସାଧାରଣ ଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ବାଲି ବ୍ୟବସାୟୀମାନେ ମାଲାମାଲ ହେଉଛନ୍ତି। ଏମିତି ଅବସ୍ଥା ପହଞ୍ଚତ୍ଛି ଯେ, ବହୁ ସ୍ଥାନରେ ନଦୀ ସ୍ଥାନୀୟ ଅଞ୍ଚଳ ପାଇଁ ବିପଦର କାରଣ ହେବାକୁ ଯାଉଛି। ବହୁ ପିଢ ବାଲିଚର ସବୁ ଖାଲଖମାରେ ପରିଣତ ହେଲାଣି। ନଦୀର ଶଯ୍ୟା କୂଳ ଆଡକୁ ମାଡି ଆସିଲାଣି। ଏହି ସମସ୍ୟାର ମୂକ ସାଖୀ ପାଲଟିଛି ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ କଷଣଅଣ୍ଟା ଓ ଅଳଭା ଗ୍ରାମରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଶଯ୍ୟା। କେନ୍ଦ୍ରାପଡ଼ା ଜିଲା ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ ଓ ତହସିଲ ପ୍ରଶାସନର ଏଥିପ୍ରତି ନିଘା ନ ଥିବାରୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ଗ୍ରାମାଞ୍ଚଳ ପ୍ରତି ବିପଦ ଘନେଇଲାଣି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟାଠାରେ ୧୭ କୋଟି ଟଙ୍କା ବ୍ୟୟରେ କ୍ରିଟିକାଲ କେୟାର ହସ୍ପିଟାଲ ନିର୍ମାଣ କରୁଛନ୍ତି। ଏହି ନିର୍ମାଣ କାର୍ଯ୍ୟ ଆରମ୍ଭରୁ ବ୍ୟାପକ ଅନିୟମିତତା ଲୋକଲୋଚନକୁ ଆସିଛି। ଏ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ଉଠିଥିଲେ ମଧ୍ୟ କାର୍ଯ୍ୟର ତଦାରଖ କରୁଥିବା ପୂର୍ତ୍ତ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ। କ୍ରିଟିକାଲ କେୟାର ହସ୍ପିଟାଲର ନିର୍ମାଣ ପାଇଁ କଷଣଅଣ୍ଟା ବ୍ରାହ୍ମଣୀ ନଦୀ ପଠାରୁ ବ୍ୟାପକ ଭାବେ ବାଲି ମାଟି ଉଠାଣ ହେଉଛି। ପୂର୍ବରୁ ମଧ୍ୟ ଏଠାରୁ ମାଟି ଉଠାଣ ଉପରେ ଏନ୍‌ଜିଟି ରୋକ୍‌ ଲଗାଇ ଥିଲେ। ହସ୍ପିଟାଲ ନିର୍ମାଣ କରୁଥିବା ଠିକାସଂସ୍ଥା ଓ ମାଟି ବ୍ୟବସାୟୀଙ୍କ ଦୃଷ୍ଟି ଅନ୍ୟତ୍ର ପଡିଥିଲା। ମାଗଣାରେ ସରକାରୀ ଜାଗାରୁ ମାଟି ଉଠାଇ ହସ୍ପିଟାଲ ନିର୍ମାଣରେ ପକାଇ ବିଲ୍‌ କରି ଲାଭବାନ ନିଶାରେ ଥିବା ଠିକାଦାର, ମାଟି ମାଫିଆ ଓ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। ଏବେ କଷଣଅଣ୍ଟା ନିକଟ ବ୍ରାହ୍ମଣୀ ନଦୀ ପାଟ ନାଳିବନ୍ଧ, ଜମି ଓ ପାଟନାଳି ମଧ୍ୟରୁ ଜେସିବିରେ ଖୋଳି ହାଇୱା ଓ ଟ୍ରାକ୍ଟରରେ ଶହଶହ ଟ୍ରିପ ବାଲି ଉଠାଣ ଚାଲିଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନକୁ ଚାଲେଞ୍ଜ କରି କିପରି ମାଟି ଉଠାଣ ଚାଲିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁ ଜାଣି ପ୍ରଶାସନ କିପରି ନୀରବଦ୍ରଷ୍ଟା ସାଜିଛି ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରଶ୍ନ କରିଛନ୍ତିି। କଷଣଅଣ୍ଟା, ବାଛରା, ମଣ୍ଡପଡ଼ା ଓ ତନୁପୁର ଗ୍ରାମବାସୀ ଏହାକୁ ବିରୋଧ କରୁଥିଲେ ମଧ୍ୟ ମାଟି ଉଠାଣ କରୁଥିବା ଦୁର୍ବୃତ୍ତମାନଙ୍କ ଭୟରେ ମୁହଁ ଖୋଲି ପାରୁନାହାନ୍ତି। ଏ ନେଇ ୪ଟି ମୌଜାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ମାଟି ମାଫିଆ କଷଣଅଣ୍ଟା ନିକଟ ବ୍ରାହ୍ମଣୀ ନଦୀ ପଠାରୁ ମାଟି ଉଠାଣ କରୁଥିବା ବେଳେ ଏନ୍‌ଜିଟିର କଡା ନିର୍ଦ୍ଦେଶ ଥିବାରୁ ଘଟଣା ସମ୍ପର୍କରେ ସବୁ ଜାଣି ତହସିଲଦାର ଚୁପ ବସିଛନ୍ତି। ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷ ମିଳିମିଶି ସରକାରୀ ଆଇନ ଓ ନିୟମ କାନୁନ ଏପରିକି ଏନ୍‌ଜିଟି ନିର୍ଦ୍ଦେଶକୁ ଅବମାନନା କରି ମାଟି ଉଠାଣ କରୁଛନ୍ତି। ଯାହାକି ସମ୍ପୃକ୍ତ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରିବା ସହ ସାଧାରଣରେ ଅସନ୍ତୋଷ ସୃଷ୍ଟିର କାରଣ ହୋଇଛି। ପଟ୍ଟାମୁଣ୍ଡାଇ ତହସିଲଦାର ତୁରନ୍ତ ଏ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ ନ କଲେ ୪ଟି ମୌଜାର ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାଇ ଦେଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲୀପ କୁମାର ସେଠୀଙ୍କୁ ପଚାରିବାରେ କଷଣଅଣ୍ଟା ବ୍ରାହ୍ମଣୀ ପାଟନାଳି କଡରୁ ମାଟି ଉଠାଣ ହେଉଥିବା ନେଇ ଅଭିଯୋଗ ଆସିଛି। ଖୁବ୍‌ଶୀଘ୍ର ମାଟି ଉଠାଣ କରୁଥିବା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅପରପକ୍ଷେ ଦିନକୁ ୨୦୦ରୁ ଊର୍ଦ୍ଧ୍ୱ ଟ୍ରିପ୍‌ ମାଟି ବାଲି ଉଠାଯାଉଛି। ପ୍ରଶାସନର କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ଠିକାଦାରଙ୍କ କାର୍ଯ୍ୟ ସରି ଯାଇଥିବ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?