ସମ୍ବଲପୁରରେ ବେଆଇନ ନିଶା କଫସିରପ୍ ରାକେଟ‌ର ପର୍ଦ୍ଦାଫାଶ, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧।୭(ପ୍ରମୋଦ ବହିଦାର): ସମ୍ବଲପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଷିଦ୍ଧ ନିଶା କଫସିରପ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜାମନକିରା ଥାନା ଅନ୍ତର୍ଗତ କୁମକାପାଲର ଚନ୍ଦନ ବେହେରା(୨୫), କୁମକୁପାଲିର ସୁରଜ ମୁଣ୍ଡା(୨୮), ସମାପଦାର ପିଣ୍ଟୁ ମୁଣ୍ଡା (୩୪), ବୁର୍ଲା ଥାନା ବୈଜାମୁଣ୍ଡାର ଦୀପକ ଥେଥୁଆର(୨୮), କାହ୍ନା ବେହେରା(୨୮) ଏବଂ ଶାସନ ଥାନା ଖୁଲିଆ ଅଞ୍ଚଳର ମାନସ ବେସନ(୨୬)।
ପ୍ରାପ୍ତ ସୂଚନା ଅନୁସାରେ, ସିଂହପାଲି ଅଞ୍ଚଳ ଦେଇ ବିପୁଳ ପରିମାଣର ନିଷିଦ୍ଧ ନିଶା କଫସିରପ ଚୋରା ଚାଲାଣ ହେଉଥିବା ନେଇ ଅଇଁଠାପାଲି ଥାନା ସ୍ୱତନ୍ତ୍ର ପୋଲିସ ପାଟ୍ରୋଲିଂ ଦଳ ଗୁପ୍ତ ସୂଚନା ମିଳିଥିଲା। ଉକ୍ତ ସୂଚନା ଆଧାରରେ ପୋଲିସ ପାଟ୍ରୋଲିଂ ଦଳ ସିଂହପାଲି ନିକଟରେ ଏକ କାର(ଓଡି-୦୭-ଏଇ-୬୨୬୨) ଓ ଏହାକୁ ଏସ୍କର୍ଟ କରୁଥିବା ଏକ ନମ୍ବର ବିହୀନ ଇଭି ସ୍କୁଟିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କାର ଓ ସ୍କୁଟିରୁ ୧୦ଟି ବଡ଼ କାର୍ଟନରେ ଥିବା ୧୦୦ ମିଲିଲିଟର ବିଶିଷ୍ଟ ୧୨୦୦ ବୋତଲ ସିଲ୍ଡ ନିଷିଦ୍ଧ କୋଡିନ ଯୁକ୍ତ କଫସିରପକୁ ଜବତ କରି ଯାଇଥିଲା। ଏହାସହ ବେଆଇନ ପରିବହନରେ ବ୍ଯବହୃତ କାର ଓ ଇଭି ସ୍କୁଟି ସହିତ ଗ୍ରାହକ ଓ ଚୋରା ନିଶା ବେପାରୀଙ୍କ ସହ ଯୋଗାଯୋଗ ପାଇଁ ବ୍ୟବହୃତ ୭ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୫୫୪୦ ଟଙ୍କା ମଧ୍ୟ ଜବତ କରାଯାଇଛି।
ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ସମସ୍ତ ନିଶା କଫ୍ ସିରପ୍ ପଶ୍ଚିମବଙ୍ଗର କୋଲକାତାରୁ ବେଆଇନ ଭାବେ ସଂଗ୍ରହ କରାଯାଇ ସମ୍ବଲପୁର ଏବଂ ଏହାର ଆଖପାଖ ସୀମାନ୍ତ ଅଞ୍ଚଳରେ ଯୁବପିଢ଼ିଙ୍କୁ ମାଦକ ଦ୍ରବ୍ୟ ଭାବେ ଅତ୍ୟଧିକ ମୂଲ୍ୟରେ ବିକ୍ରି କରିବା ପାଇଁ ଅଣାଯାଇଥିଲା। ଏହି ଅଭିଯୁକ୍ତମାନେ ଏକ ବଡ଼ ଆନ୍ତଃରାଜ୍ୟ ସୁସଂଗଠିତ ନେଟୱାର୍କ ସହିତ ଜଡ଼ିତ ରହି ସହରରେ ନିଶା କାରବାର ବିସ୍ତାର କରୁଥିଲେ। ଏହାକୁ ନେଇ ଅଇଁଠାପାଲି ଥାନାରେ କେସ୍ ନମ୍ବର ୧୮୫/୨୦୨୬ରେ ଅବକାରୀ ଆଇନ ଧାରା ୨୦(ବି), ୨୯ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?