କେନ୍ଦୁଝର,୫ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ମୋଚିଗାଁ ମୌଜା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱ ନୟନଯୋରୀ ଜବରଦଖଲ ହୋଇ ବେଆଇନ ଭାବେ ଦୋକାନ ଘର ନିର୍ମାଣ ହୋଇଥିବା ନେଇ ଜିଳାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯାଗ ପରେ ଜିଲାପାଳ ତୁରନ୍ତ ଜବରଦଖଲ ମୁକ୍ତ କରିବାକୁ ସଦର ତହସିଲଦାର ଏବଂ କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର କେନ୍ଦୁଝର ସଦର ତହସିଲଦାର ଶୁଭେନ୍ଦୁ କୁମାର ସାହୁ, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଲଲିତ କୁମାର ନାୟକ, ସଦର ଆରଆଇ ଶ୍ରୀକାନ୍ତ ମାଝୀ, କେନ୍ଦୁଝରଗଡ ପୌରପାଳିକା ଏନ୍ଫୋର୍ସମେଣ୍ଟ ଅଧିକାରୀ ସୌମ୍ୟ ରଞ୍ଜନ ନାୟକ, କନିଷ୍ଠ ସହାୟକ ପ୍ରଦୀପ କୁମାର ନାୟକ, କେନ୍ଦୁଝରଗଡ଼ ପୌରପାଳିକା ଅମିନ ଉଦୟ ନାଥ ମହାନ୍ତି ପ୍ରମୁଖ ମାପଚୁପ କରିବା ପରେ ନୟନଯୋରୀ ଜବରଦଖଲ ଥିବା ଚିହ୍ନଟ କରି ୨୪ ଘଣ୍ଟା ମଧ୍ୟରେ ଉକ୍ତ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

