ଜିଲାରେ ବଢୁଛି ବେଆଇନ ଇଟାଭାଟି ନିର୍ମାଣ

କେନ୍ଦ୍ରାପଡ଼ା, ୯ା୧୧ (ଜଗନ୍ନାଥ ଧଳ)ନଭେମ୍ବର ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ ପରିବେଶ ନଷ୍ଟ ସହିତ ଫ୍ଲାଏ ଆଶ୍‌ ଇଟା ନିର୍ମାତାଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏଥିସହ ନୂତନ ଭାବେ ପରିବହନ ହେରାଫେରି ଜିଲାରେ ବହୁଳ ପରିମାଣରେ ଦେଖିବାକୁ ମିଳୁଛି। କ୍ରେତାମାନେ ଗାଡିରୁ ଅନ୍‌ଲୋଡ ପରେ ଇଟାକୁ ଗଣି ନେବାକୁ ବୁଦ୍ଧିଜୀବୀମାନେ ସଚେତନ କରାଇଛନ୍ତି।
ଏ ସମ୍ପର୍କରେ ଯୁବ ଶିଳ୍ପୋଦ୍ୟୋଗୀ ନଗେନ୍ଦ୍ର ଜେନା କହିଛନ୍ତି, ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମାଟିରେ ଇଟା ନିର୍ମାଣ ହୋଇପାରିବ ନାହିଁ। ଏଥିପାଇଁ ପାୱାର ଥର୍ମାଲ ପ୍ଲାଣ୍ଟରୁ ନିର୍ଗତ ସି ଗ୍ରେଡ ଫ୍ଲାଏ ଆଶ୍‌କୁ ଇଟାରେ ପରିଣତ କରିବାକୁ ରାଜ୍ୟ ସରକାର ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହିତ କରୁଛନ୍ତି। ତେବେ ଏପରି କଟକଣାକୁ ଜିଲାରେ କେହି ମାନୁନାହାନ୍ତି। ମାଟି ଇଟାଭାଟି ନିର୍ମାଣ ଫଳରେ ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଦୂଷିତ କରୁଥିବା ବେଳେ ଯୁବ ଶିଳ୍ପୋଦ୍ୟୋଗୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଫ୍ଲାଏ ଆଶ୍‌ ଇଟା କାରଖାନାର ବ୍ୟାଙ୍କ ଋଣ ଶୁଝି ପାରୁ ନ ଥିବା ସେ କହିଛନ୍ତି। ପାଖଡ ଗ୍ରାମର ଶିକ୍ଷାବିତ୍‌ ରମାକାନ୍ତ ମିଶ୍ର କୁହନ୍ତି, ଇଟାଭାଟିର ଧୂଅଁା ପରିଣତ ବୟସ ପାଇଁ ଅଭିଶାପ ପାଲଟିଛି। ଶ୍ୱାସ ରୋଗୀ ଏହାର ଧୂଅଁାରେ ଅଣନିଃଶ୍ୱାସୀ ହେଉଛନ୍ତି। ତେବେ ଜିଲାରେ ଏବେ ଏହି ପ୍ରକାର ଇଟାଭାଟି ବ୍ୟବସାୟ ବଢ଼ି ଚାଲିଛି। ଜିଲାରେ ପ୍ରବାହିତ ନଦୀ ପଠା ଏମାନଙ୍କ ବ୍ୟବସାୟ ପାଇଁ ମୂଳଧନ ହୋଇଛି। ମାଟିଇଟାକୁ ଜିଲାର ବିଭିନ୍ନ ଅଞ୍ଚଳ ସହ କଟକ, ଭୁବନେଶ୍ୱର, ପାରାଦୀପ, କଳିଙ୍ଗନଗର ଆଦିକୁ ଚାଲାଣ ହେଉଛି। ସେହିପରି ଇଟାଭାଟି ନିର୍ମାତା ଶିଶୁ ଶ୍ରମିକ ସହ ବାହାର ରାଜ୍ୟର ଲୋକଙ୍କୁ ନିୟୋଜିତ କରୁଛନ୍ତି। ଡେରାବିଶର ଅଲେଖ ପରିଡା କହିଛନ୍ତି, ନକଲି ଖାଦ୍ୟ, ସିମେଣ୍ଟ ପରି ଏବେ ପରିବହନରେ ହେରାଫେରି ବଢ଼ିଯାଇଛି। କୌଣସି କ୍ରେତା ଭାଟିରୁ ଇଟା ଆଣିବା ପାଇଁ ବ୍ୟବସାୟୀ ସହ ମୂଲଚାଲ କରି ଅର୍ଥ ପ୍ରଦାନ କରୁଛନ୍ତି। ତେବେ ନିର୍ଦ୍ଧାରିତ ଇଟା ପହଞ୍ଚତ୍ବା ପୂର୍ବରୁ ଗାଡି ଚାଳକ ସେଥିରୁ କିଛି କାଢ଼ି ଜାତୀୟ ରାଜପଥରେ କେତେଜଣ ବ୍ୟକ୍ତିଙ୍କୁ ବିକ୍ରି କରୁଛନ୍ତି। ଏହି ଚୋରି ରୋକିବା ପାଇଁ କ୍ରେତା ପରିବହନ ହୋଇଥିବା ସାମଗ୍ରୀର ଗଣତି କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ମାଟି ଇଟା ନିର୍ମାଣ ସମ୍ପର୍କରେ ଜଣେ ଭାଟି ମାଲିକ କହିଛନ୍ତି ଯେ, ମାଟି ଘର ବଦଳରେ ସମସ୍ତେ କୋଠା ଘରେ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଆବାସ ଯୋଜନାରେ ଘର ଯୋଗାଉଛନ୍ତି। ଜିଲାରେ ଫ୍ଲାଏ ଆଶ୍‌ ଶିଳ୍ପ କମ୍‌ ଥିବାରୁ ଏହାର ଚାହିଦା ପୂରଣ ପାଇଁ ମାଟି ଇଟାକୁ କ୍ରେତା ଆଗ୍ରହ ପ୍ରକାଶ କରୁଛନ୍ତି। ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ମାଟି ଇଟା ନିର୍ମାଣ ବନ୍ଦ ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ ୧୯୮୬ରେ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି। ସେହିପରି ନଦୀ ପଠାର ୫୦୦ ମିଟର ପର୍ଯ୍ୟନ୍ତ ମାଟି ନ ଉଠାଇବାକୁ ୨୦୦୫ରେ ନିର୍ଦ୍ଦେଶ ହୋଇଛି। ମାଟି ଇଟା ନିର୍ମାଣ ସମୟରେ ପରିବେଶ ଉପରେ ପ୍ରଭାବ ପକାଉଥିବାରୁ ଏହା ବନ୍ଦ ରହିଛି। ଉପଜିଲାପାଳ ରବୀନ୍ଦ୍ରନାଥ ପରିଡାଙ୍କୁ ପଚାରିବାରେ ନଦୀପଠାରୁ ବେଆଇନ ଭାବେ ବାଲି ଚାଲାଣ ଓ ମାଟି ଇଟା ନିର୍ମାଣ ଉପରେ ରୋକ ଲଗାଯାଇଛି। ଏ ନେଇ ପ୍ରତ୍ୟେକ ତହସିଲସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?