ଜିଲାରେ ବଢୁଛି ବେଆଇନ ଇଟାଭାଟି ନିର୍ମାଣ

କେନ୍ଦ୍ରାପଡ଼ା, ୯ା୧୧ (ଜଗନ୍ନାଥ ଧଳ)ନଭେମ୍ବର ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ ପରିବେଶ ନଷ୍ଟ ସହିତ ଫ୍ଲାଏ ଆଶ୍‌ ଇଟା ନିର୍ମାତାଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏଥିସହ ନୂତନ ଭାବେ ପରିବହନ ହେରାଫେରି ଜିଲାରେ ବହୁଳ ପରିମାଣରେ ଦେଖିବାକୁ ମିଳୁଛି। କ୍ରେତାମାନେ ଗାଡିରୁ ଅନ୍‌ଲୋଡ ପରେ ଇଟାକୁ ଗଣି ନେବାକୁ ବୁଦ୍ଧିଜୀବୀମାନେ ସଚେତନ କରାଇଛନ୍ତି।
ଏ ସମ୍ପର୍କରେ ଯୁବ ଶିଳ୍ପୋଦ୍ୟୋଗୀ ନଗେନ୍ଦ୍ର ଜେନା କହିଛନ୍ତି, ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମାଟିରେ ଇଟା ନିର୍ମାଣ ହୋଇପାରିବ ନାହିଁ। ଏଥିପାଇଁ ପାୱାର ଥର୍ମାଲ ପ୍ଲାଣ୍ଟରୁ ନିର୍ଗତ ସି ଗ୍ରେଡ ଫ୍ଲାଏ ଆଶ୍‌କୁ ଇଟାରେ ପରିଣତ କରିବାକୁ ରାଜ୍ୟ ସରକାର ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହିତ କରୁଛନ୍ତି। ତେବେ ଏପରି କଟକଣାକୁ ଜିଲାରେ କେହି ମାନୁନାହାନ୍ତି। ମାଟି ଇଟାଭାଟି ନିର୍ମାଣ ଫଳରେ ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଦୂଷିତ କରୁଥିବା ବେଳେ ଯୁବ ଶିଳ୍ପୋଦ୍ୟୋଗୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଫ୍ଲାଏ ଆଶ୍‌ ଇଟା କାରଖାନାର ବ୍ୟାଙ୍କ ଋଣ ଶୁଝି ପାରୁ ନ ଥିବା ସେ କହିଛନ୍ତି। ପାଖଡ ଗ୍ରାମର ଶିକ୍ଷାବିତ୍‌ ରମାକାନ୍ତ ମିଶ୍ର କୁହନ୍ତି, ଇଟାଭାଟିର ଧୂଅଁା ପରିଣତ ବୟସ ପାଇଁ ଅଭିଶାପ ପାଲଟିଛି। ଶ୍ୱାସ ରୋଗୀ ଏହାର ଧୂଅଁାରେ ଅଣନିଃଶ୍ୱାସୀ ହେଉଛନ୍ତି। ତେବେ ଜିଲାରେ ଏବେ ଏହି ପ୍ରକାର ଇଟାଭାଟି ବ୍ୟବସାୟ ବଢ଼ି ଚାଲିଛି। ଜିଲାରେ ପ୍ରବାହିତ ନଦୀ ପଠା ଏମାନଙ୍କ ବ୍ୟବସାୟ ପାଇଁ ମୂଳଧନ ହୋଇଛି। ମାଟିଇଟାକୁ ଜିଲାର ବିଭିନ୍ନ ଅଞ୍ଚଳ ସହ କଟକ, ଭୁବନେଶ୍ୱର, ପାରାଦୀପ, କଳିଙ୍ଗନଗର ଆଦିକୁ ଚାଲାଣ ହେଉଛି। ସେହିପରି ଇଟାଭାଟି ନିର୍ମାତା ଶିଶୁ ଶ୍ରମିକ ସହ ବାହାର ରାଜ୍ୟର ଲୋକଙ୍କୁ ନିୟୋଜିତ କରୁଛନ୍ତି। ଡେରାବିଶର ଅଲେଖ ପରିଡା କହିଛନ୍ତି, ନକଲି ଖାଦ୍ୟ, ସିମେଣ୍ଟ ପରି ଏବେ ପରିବହନରେ ହେରାଫେରି ବଢ଼ିଯାଇଛି। କୌଣସି କ୍ରେତା ଭାଟିରୁ ଇଟା ଆଣିବା ପାଇଁ ବ୍ୟବସାୟୀ ସହ ମୂଲଚାଲ କରି ଅର୍ଥ ପ୍ରଦାନ କରୁଛନ୍ତି। ତେବେ ନିର୍ଦ୍ଧାରିତ ଇଟା ପହଞ୍ଚତ୍ବା ପୂର୍ବରୁ ଗାଡି ଚାଳକ ସେଥିରୁ କିଛି କାଢ଼ି ଜାତୀୟ ରାଜପଥରେ କେତେଜଣ ବ୍ୟକ୍ତିଙ୍କୁ ବିକ୍ରି କରୁଛନ୍ତି। ଏହି ଚୋରି ରୋକିବା ପାଇଁ କ୍ରେତା ପରିବହନ ହୋଇଥିବା ସାମଗ୍ରୀର ଗଣତି କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ମାଟି ଇଟା ନିର୍ମାଣ ସମ୍ପର୍କରେ ଜଣେ ଭାଟି ମାଲିକ କହିଛନ୍ତି ଯେ, ମାଟି ଘର ବଦଳରେ ସମସ୍ତେ କୋଠା ଘରେ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଆବାସ ଯୋଜନାରେ ଘର ଯୋଗାଉଛନ୍ତି। ଜିଲାରେ ଫ୍ଲାଏ ଆଶ୍‌ ଶିଳ୍ପ କମ୍‌ ଥିବାରୁ ଏହାର ଚାହିଦା ପୂରଣ ପାଇଁ ମାଟି ଇଟାକୁ କ୍ରେତା ଆଗ୍ରହ ପ୍ରକାଶ କରୁଛନ୍ତି। ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ମାଟି ଇଟା ନିର୍ମାଣ ବନ୍ଦ ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ ୧୯୮୬ରେ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି। ସେହିପରି ନଦୀ ପଠାର ୫୦୦ ମିଟର ପର୍ଯ୍ୟନ୍ତ ମାଟି ନ ଉଠାଇବାକୁ ୨୦୦୫ରେ ନିର୍ଦ୍ଦେଶ ହୋଇଛି। ମାଟି ଇଟା ନିର୍ମାଣ ସମୟରେ ପରିବେଶ ଉପରେ ପ୍ରଭାବ ପକାଉଥିବାରୁ ଏହା ବନ୍ଦ ରହିଛି। ଉପଜିଲାପାଳ ରବୀନ୍ଦ୍ରନାଥ ପରିଡାଙ୍କୁ ପଚାରିବାରେ ନଦୀପଠାରୁ ବେଆଇନ ଭାବେ ବାଲି ଚାଲାଣ ଓ ମାଟି ଇଟା ନିର୍ମାଣ ଉପରେ ରୋକ ଲଗାଯାଇଛି। ଏ ନେଇ ପ୍ରତ୍ୟେକ ତହସିଲସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri