Posted inଜାତୀୟ

ବେଆଇନ ନିର୍ମାଣ: କେମିତି କରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୨୮ା୬:ଦେଶର ସହରାଞ୍ଚଳଗୁଡ଼ିକରେ ସମ୍ପ୍ରତି ବେଆଇନ ନିର୍ମାଣ ବଢ଼ିଚାଲିଛି। ଏହା ଏପରି ଏକ ଗମ୍ଭୀର ସମସ୍ୟା, ଯାହା ସହରାଞ୍ଚଳ ପ୍ଲାନିଂ (ଯୋଜନା), ସମ୍ପତ୍ତି ମୂଲ୍ୟ ଓ ସାଧାରଣ ନିରାପତ୍ତାକୁ ପ୍ରଭାବିତ କରିଥାଏ। ଅନଧିକୃତ କୋଠାବାଡ଼ି, ଜବରଦଖଲ ଏବଂ ନିର୍ମାଣଜନିତ ଉଲ୍ଲଂଘନ ଯୋଗୁ ଭିଡ଼ ବଢ଼ିବା, ଭିତ୍ତିଭୂମି ଦୁର୍ବଳ ହେବା ଓ ଆଇନଗତ ବିବାଦ ଭଳି ସମସ୍ୟା ଉପୁଜିଥାଏ। ଜଣେ ବ୍ୟକ୍ତି ତାଙ୍କ ଘର ନିକଟରେ କୌଣସି ବେଆଇନ ନିର୍ମାଣ ଚିହ୍ନଟ କରିଥିଲେ, ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ଦାଖଲ କରିବା ଜରୁରୀ। କାର୍ଯ୍ୟାନୁଷ୍ଠାନ ନିଆଯିବା ଦ୍ୱାରା ଅନଧିକୃତ ନିର୍ମାଣ ଏଡ଼ାଯାଇପାରିବ। ଏଥିସହ ସମ୍ପୃକ୍ତ ଜୋନ୍‌କୁ ନେଇ ରହିଥିବା ଆଇନ, ପୌର ନିୟାମକ ଏବଂ ରିଅଲ ଇଷ୍ଟେଟ୍‌ ନିର୍ଦ୍ଦେଶାବଳୀର ଅନୁପାଳନକୁ ସୁନିଶ୍ଚିତ କରାଯାଇପାରିବ।
ବେଆଇନ ନିର୍ମାଣ କ’ଣ?
ପୌରପାଳିକା, ଜୋନ୍‌ ସମ୍ପର୍କିତ ତଥା ରାଜ୍ୟରେ ପ୍ରଚଳିତ ଜମିଜମା ଆଇନକୁ ଉଲ୍ଲଂଘନ କରୁଥିବା କୋଠାବାଡ଼ି ନିର୍ମାଣ କାର୍ଯ୍ୟକଳାପକୁ ବେଆଇନ ନିର୍ମାଣ କୁହାଯାଏ। ସେଗୁଡ଼ିକ ମଧ୍ୟରୁ କେତେକ ଉଲ୍ଲଂଘନ ହେଲା:
ବିନା ଅନୁମୋଦନରେ ନିର୍ମାଣ: ଅନୁମତି ନ ନେଇ କୋଠାବାଡ଼ି ତିଆରି କରିବା।
ଜମି ଜବରଦଖଲ: ରାସ୍ତା, ପାର୍କ କିମ୍ବା ସରକାରଙ୍କ ମାଲିକାନାରେ ଥିବା ଅଞ୍ଚଳ ଉପରେ ବେଆଇନ ଢାଞ୍ଚା ନିର୍ମାଣ କରିବା।
କୋଠାବାଡ଼ି ଉଚ୍ଚତା କଟକଣା ଉଲ୍ଲଂଘନ: ଅନୁମୋଦିତ ନିର୍ମାଣଠାରୁ ଅଧିକ ମହଲା ନିର୍ମାଣ କରିବା।
କିସମ ପରିବର୍ତ୍ତନ: ବିନା ଅନୁମୋଦନରେ ଆବାସିକ ସମ୍ପତ୍ତିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବା।
କଲୋନି: ସରକାରଙ୍କଠାରୁ ଉପଯୁକ୍ତ ମଞ୍ଜୁରୀ ଅଣା ନ ଯାଇ ପ୍ଲଟ୍‌ଗୁଡ଼ିକୁ ବିକ୍ରି କରିବା।
ଉପରୋକ୍ତ ଉଲ୍ଲଂଘନଗୁଡ଼ିକ ସହରାଞ୍ଚଳ ଯୋଜନାରେ ବାଧା ସୃଷ୍ଟି କରିବା ସହ ନିରାପତ୍ତା ବ୍ୟବସ୍ଥାକୁ ଦୁର୍ବଳ କରିଦେଇଥାଏ। ଫଳରେ ପୌରପାଳିକା କିମ୍ବା ସହରାଞ୍ଚଳ ଉନ୍ନୟନ ସଂସ୍ଥା ସମ୍ପୃକ୍ତ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥାନ୍ତି।
ଅଭିଯୋଗ କାହିଁକି ଗୁରୁତ୍ୱପୂର୍ଣ୍ଣ?
ବେଆଇନ ନିର୍ମାଣ ପ୍ରତ୍ୟକ୍ଷ ଭାବେ ସରକାରୀ ସମ୍ପତ୍ତି ଆଇନଗତ ସମ୍ପତ୍ତି ମାଲିକ ଏବଂ ସହରର ଭିତ୍ତିଭୂମିକୁ ପ୍ରଭାବିତ କରିଥାଏ। ଏହାର ପରିଣାମ ସ୍ବରୂପ:
ଢାଞ୍ଚାଗତ ବିପଦ: ଦୁର୍ବଳ ଭାବେ ନିର୍ମିତ ବିଲ୍ଡିଂଗୁଡ଼ିକ ଭୁଶୁଡ଼ିଯିବା ଆଶଙ୍କା ରହିଥାଏ। ଏଥିଯୋଗୁ ଅନେକଙ୍କ ଜୀବନ ବିପନ୍ନ ମଧ୍ୟ ହୋଇପାରେ।
ଟ୍ରାଫିକ୍‌ ଜାମ୍‌: ଅନଧିକୃତ ବ୍ୟବସାୟିକ କୋଠାବାଡ଼ି ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ଗହଳି ବଢ଼ିବା ସହ ଟ୍ରାଫିକ୍‌ ଜାମ୍‌ ହୋଇଥାଏ।
ପାଣି  ଓ ବିଜୁଳି ନିଅଣ୍ଟ: ବିନା ଯୋଜନାରେ କୋଠାବାଡ଼ି ନିର୍ମାଣ ଯୋଗୁ ସରକାରୀ ସମ୍ବଳ ଉପରେ ଚାପ ବଢ଼ିଥାଏ। ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପାଣି ଓ ବିଜୁଳି ନିଅଣ୍ଟ ହୋଇଥାଏ।
ପରିବେଶଗତ କ୍ଷତି: ଅନେକ ସମୟରେ ବେଆଇନ ପ୍ରକଳ୍ପଗୁଡ଼ିକ ଯୋଗୁ ଗଛ କଟା ଯାଇଥାଏ ଏବଂ ଡ୍ରେନେଜ୍‌ ସମସ୍ୟା ମଧ୍ୟ ସୃଷ୍ଟି ହୁଏ।
ସମ୍ପତ୍ତିର ଅବମୂଲ୍ୟାୟନ: ଯୋଜନାବିହୀନ ବିକାଶ ଯୋଗୁ ଆଖପାଖ ଅଞ୍ଚଳରେ ଥିବା ଆଇନଗତ ସମ୍ପତ୍ତିର ମୂଲ୍ୟ ହ୍ରାସ ହୋଇଥାଏ। ବେଆଇନ ନିର୍ମାଣ ନେଇ ଅଭିଯୋଗ କରିବା ଦ୍ୱାରା ଆଇନ ଉଲ୍ଲଂଘନକୁ ଏଡ଼ାଇହୁଏ ଏବଂ ସହରାଞ୍ଚଳର ନିରନ୍ତର ବିକାଶକୁ ସୁନିଶ୍ଚିତ କରାଯାଇଥାଏ।
ଅଭିଯୋଗ ଦାଖଲର ୪ ପର୍ଯ୍ୟାୟଗତ ପ୍ରକ୍ରିୟା
୧. ଦୃଢ଼ ପ୍ରମାଣ ସଂଗ୍ରହ
ଅଭିଯୋଗ ଦାଖଲ କରିବା ପୂର୍ବରୁ ବେଆଇନ ନିର୍ମାଣର ଫଟୋ ଓ ଭିଡିଓ, ଅବସ୍ଥିତି ବିବରଣୀ (ଠିକଣା ବା ଲ୍ୟାଣ୍ଡମାର୍କ), ମାଲିକ/ବିଲ୍ଡରଙ୍କ ସୂଚନା (ଯଦି ଥାଏ), ଏବଂ ପୂର୍ବ ଅନୁମୋଦନ ରେକର୍ଡ ଭଳି ଅଭିଯୋଗ ସମ୍ପର୍କିତ ଦସ୍ତାବିଜ୍‌ ସଂଗ୍ରହ କରିବାକୁ ପଡ଼ିବ।
୨. ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଚିହ୍ନଟ
ବେଆଇନ ନିର୍ମାଣ ଅଭିଯୋଗ ପରିଚାଳନା ପାଇଁ ପ୍ରତ୍ୟେକ ରାଜ୍ୟର ନିର୍ଦ୍ଦିଷ୍ଟ ପୌରସଂସ୍ଥା ବା ନଗର ଉନ୍ନୟନ କର୍ତ୍ତୃପକ୍ଷ ରହିଥାଆନ୍ତି।
୩. ଅନ୍‌ଲାଇନ ବା ଅଫ୍‌ଲାଇନ ଅଭିଯୋଗ ଦାଖଲ
ଅନେକ ପୌରପାଳିକା ନାଗରିକମାନଙ୍କ ଅନ୍‌ଲାଇନ ଅଭିଯୋଗ ଗ୍ରହଣ ପାଇଁ ଆନୁଷ୍ଠାନିକ ଭାବେ ଅଭିଯୋଗ ପୋର୍ଟାଲର ସୁବିଧା ପ୍ରଦାନ କରିଥାନ୍ତି। ସେହିପରି ଅଫଲାଇନ ମୋଡ୍‌ରେ ମଧ୍ୟ ଲିଖିତ ଭାବେ ପୌରପାଳିକା କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରାଯାଇପାରେ। ଏପରିକି କୌଣସି ନିର୍ମାଣ ନିରାପତ୍ତା ଆଇନକୁ ଉଲ୍ଲଂଘନ କରୁଥିଲେ, ସମ୍ପୃକ୍ତ ଉଲ୍ଲଂଘନକାରୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇପାରେ।
୪. ଫଲୋଅପ୍‌
ଅଫିସିଆଲ ଓ୍ବେବ୍‌ସାଇଟରେ ପୂର୍ବରୁ ଦାଖଲ ଅଭିଯୋଗକୁ ଟ୍ରାକ୍‌ କରାଯାଇପାରିବ। କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲେ ପୌରପାଳିକାର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଫେରାଦ ହେବା କିମ୍ବା କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ ଭଳି ପଦକ୍ଷେପ ନିଆଯାଇପାରିବ।
ଅଭିଯୋଗ ପାଇଁ ରାଜ୍ୟଓ୍ବାରି ଲିଙ୍କ୍‌
ଆନ୍ଧ୍ରପ୍ରଦେଶ ରାଜଧାନୀ ଅଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏପିସିଆର୍‌ଡିଏ)
ଅରୁଣାଚଳପ୍ରଦେଶ ସହରାଞ୍ଚଳ ଉନ୍ନୟନ ଓ ଗୃହନିର୍ମାଣ ବିଭାଗ
ଆସାମ ଗୁଆହାଟୀ ମେଟ୍ରୋପଲିଟାନ ଡେଭେଲପ୍‌ମେଣ୍ଟ ଅଥରିଟି
ବିହାର ବିହାର ସହରାଞ୍ଚଳ ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ
ଛତିଶଗଡ଼ ରାୟପୁର ଉନ୍ନୟନ କର୍ତ୍ତୃପକ୍ଷ(ଆର୍‌ଡିଏ)
ଦିଲ୍ଲୀ ଦିଲ୍ଲୀ ଉନ୍ନୟନ ପ୍ରାଧିକରଣ(ଡିଡିଏ)
ଗୋଆ ଟାଉନ୍‌ ଆଣ୍ଡ କଣ୍ଟ୍ରି ପ୍ଲାନିଂ ଡିପାର୍ଟମେଣ୍ଟ
ଗୁଜରାଟ ଗୁଜରାଟ ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ଜିୟୁଡିଏ)
କର୍ନାଟକ ବେଙ୍ଗାଲୁରୁ ଡେଭେଲପ୍‌ମେଣ୍ଟ ଅଥରିଟି(ବିଡିଏ)
ମହାରାଷ୍ଟ୍ର ମୁମ୍ବାଇ ମେଟ୍ରୋପଲିଟାନ ରିଜିଅନ୍‌ ଡେଭେଲପମେଣ୍ଟ ଅଥରିଟି(ଏମ୍‌ଏମ୍‌ଆର୍‌ଡିଏ)
ତାମିଲନାଡୁ ଚେନ୍ନାଇ ମେଟ୍ରୋପଲିଟାନ ଡେଭେଲପ୍‌ମେଣ୍ଟ ଅଥରିଟି
ତେଲଙ୍ଗାନା ହାଇଦ୍ରାବାଦ ମେଟ୍ରୋପଲିଟାନ ଡେଭେଲପମେଣ୍ଟ ଅଥରିଟି(ଏଚ୍‌ଏମ୍‌ଡିଏ)
ଉତ୍ତରପ୍ରଦେଶ ଲକ୍ଷ୍ନୌ ବିକାଶ ପ୍ରାଧିକରଣ (ଏଲ୍‌ଡିଏ)
ପଶ୍ଚିମବଙ୍ଗ କୋଲକାତା ପୌର ନିଗମ (କେଏମ୍‌ସି)
ବେଆଇନ ନିର୍ମାଣ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ
ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଅଭିଯୋଗକାରୀ ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିପାରିବେ:
ହାଇକୋର୍ଟରେ  ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିପାରିବେ।
ପୌରପାଳିକା ଅଧିକାରୀମାନଙ୍କ ଦୁର୍ନୀତି କିମ୍ବା ଉଦାସୀନତା ସମ୍ପର୍କରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିପାରିବେ।
ଘର ଭାଙ୍ଗିବା କିମ୍ବା ଜରିମାନା ଆଦେଶ ଦେବା ସକାଶେ ଅନୁରୋଧ କରି ମ୍ୟୁନିସିପାଲ ଟ୍ରିବ୍ୟୁନାଲ ଅପିଲ୍‌ର ଆଶ୍ରୟ ନିଆଯାଇପାରିବ।
ଅଦାଲତଗୁଡ଼ିକ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ଚେନ୍ନାଇ ଭଳି ସହରରେ ବେଆଇନ ଢାଞ୍ଚାଗୁଡ଼ିକୁ ଭାଙ୍ଗିବା ପାଇଁ ଅନେକ ସମୟରେ ନିର୍ଦ୍ଦେଶ ଦେବା ସହ ଅନଧିକୃତ ନିର୍ମାଣ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ଦୃଷ୍ଟାନ୍ତ ଛିଡ଼ାକରାଇଛନ୍ତି।
ବେଆଇନ ନିର୍ମାଣ ପାଇଁ ଦଣ୍ଡ
ଦେଶରେ ପ୍ରଚଳିତ ଦଣ୍ଡିବିଧି ଆଇନ ଓ ସ୍ଥାନୀୟ ପୌର ଆଇନ ଅନୁଯାୟୀ ବେଆଇନ ନିର୍ମାଣ କଲେ ନିମ୍ନୋକ୍ତ ଜରିମାନା ହୋଇପାରେ:
୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଚ୍ଚ ଜରିମାନା(ଉଲ୍ଲଂଘନର ମାତ୍ରା ଅନୁଯାୟୀ)
ପୌରନିଗମ ପକ୍ଷରୁ ଉଚ୍ଛେଦ ନିର୍ଦ୍ଦେଶ
ସାଧାରଣରେ ଶାନ୍ତି ଭଙ୍ଗ ଅପରାଧ ପାଇଁ ପ୍ରଚଳିତ ଆଇନର ବିଭିନ୍ନ ଦଫା ଏବଂ ଆବଶ୍ୟକ ସ୍ଥଳେ କାହାର ମୃତ୍ୟୁ ଘଟିଲେ ଅଭ୍ୟାସଗତ ଅପରାଧୀ ବା ଉଲ୍ଲଂଘନକାରୀ ବିବେଚିତ ହୋଇ ଜେଲ ମଧ୍ୟ ଯାଇପାରନ୍ତି।
ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଏବଂ ସୁପ୍ରିମକୋର୍ଟ ଭଳି ସରକାରୀ ସଂସ୍ଥାଗୁଡ଼ିକ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ ଚେନ୍ନାଇ ଆଦି ସହରରେ ବେଆଇନ ନିର୍ମାଣକୁ ତତ୍ପରତାର ସହ ନିରୀକ୍ଷଣ କରିଥାନ୍ତି।
ବେଆଇନ ନିର୍ମାଣ ବିରୋଧରେ ଆଭିମୁଖ୍ୟ
ବେଆଇନ ନିର୍ମାଣ ସହରାଞ୍ଚଳ ଯୋଜନାକୁ କ୍ଷତି ପହଞ୍ଚାଏ, ନିରାପତ୍ତା ରିସ୍କ ବଢ଼ାଏ ଏବଂ ଆଇନଗତ ସମ୍ପତ୍ତିଗୁଡ଼ିକର ଅବମୂଲ୍ୟାୟନ କରିଥାଏ। ବେଆଇନ ନିର୍ମାଣକୁ ନେଇ ଅଭିଯୋଗ ଦାଖଲ କରିବା ଦ୍ୱାରା ନିମ୍ନୋକ୍ତ ବିଷୟଗୁଡ଼ିକ ସୁନିଶ୍ଚିତ ହୋଇଥାଏ:
ସହରାଞ୍ଚଳ ଯୋଜନା ଉନ୍ନତ ହେବାସହ ନିରନ୍ତର ବିକାଶ ହୁଏ।
ସରକାରୀ ସ୍ଥାନ ଓ ପରିବେଶ ସୁରକ୍ଷା ହୋଇଥାଏ।
ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବପର ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri