ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୪।୪: ନକଲି ସାର୍ଟିଫିକେଟ୍‌ରେ ଚାକିରି ମାମଲାରେ ରାଜ୍ୟ ଏବେ ଚର୍ଚ୍ଚାରେ ଅଛି। ବଲାଙ୍ଗୀର ଜିଲାରେ ଏପରି ଘଟଣା ପ୍ରକାଶ ପରେ କେନ୍ଦ୍ରାପଡ଼ା ଜିଲାରେ ଏପରି ଏକ ଘଟଣା ଗତ ମାର୍ଚ୍ଚ ୨୧ରେ ଦେଖିବାକୁ ମିଳିଥିଲା। ଡାକ ବିଭାଗର ଏକ ପଦବୀ ପାଇଁ ଭଦ୍ରକ ଜିଲା ଲୁଣିଆ ଗ୍ରାମର ଆରତି ଜେନା ନିଜର ନକଲି ପ୍ରମାଣପତ୍ର ଦେଇଥିବା ଥାନାରେ ମାମଲା ହୋଇଛି। ଆଳି ବ୍ଲକ ସାନମଙ୍ଗର ବୈଲୋଚନ ଦାସ ଗତ ୮ ଦିନ ପୂର୍ବେ ଏପରି ଏକ ଘଟଣାର ଶିକାର ହୋଇଛନ୍ତି। ଜିଲାରେ ଥିବା ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରର ତନଖିକରି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ସୋମବାର ଏକ ଦାବିପତ୍ର ଦେଇଛନ୍ତି।
ସେ କହିଛନ୍ତି , ଭୁବନେଶ୍ୱରସ୍ଥ ଏକ ତାଲିମ କେନ୍ଦ୍ରରୁ ପିଜିଡିସିଏ କୋର୍ସ କରିଛନ୍ତି। ପାସ୍‌ କରିଥିବା ସାର୍ଟିଫିକେଟ ସମ୍ପୃକ୍ତ ସଂସ୍ଥା ପରୀକ୍ଷା ପରେ ଦେଇଛନ୍ତି। ତେବେ ଗତ ୧୦ ଦିନ ପୂର୍ବେ ହାଇଦ୍ରାବାଦକୁ କର୍ମନିଯୁକ୍ତି ପାଇଁ ଯାଇଥିବା ବେଳେ ସେଠାରେ ପିଜିଡିସିଏ ପ୍ରମାଣପତ୍ର ଦେଖାଇବା ପରେ ଏହାର ବୈଧତା ନେଇ ପ୍ରଶ୍ନ ଉଠାଯିବା ସହ ପଦବୀ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି। ସୂଚନା ଅଧିକାର କର୍ମୀ ଅଶେଷ କୁମାର ଖଟୁଆ କୁହନ୍ତି, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗକୁ ଏ ନେଇ ଏକ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନରେ ରାଜ୍ୟରେ ପିଜିଡିସିଏ ପରିଚାଳନା ପାଇଁ ଅନୁମତି ପାଇଥିବା ସଂସ୍ଥା ଅଥବା ଶିକ୍ଷାନୁଷ୍ଠାନର ନାମ ପ୍ରକାଶ ପାଇଁ ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନ ହୋଇଥିଲା। ୨୦୨୨ ଅଗଷ୍ଟରେ ମିଳିଥିବା ତଥ୍ୟରେ ରାଜ୍ୟର ମାତ୍ର ୧୩ଟି ଶିକ୍ଷାନୁଷ୍ଠାନକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଥିଲା। ଏହି ତଥ୍ୟକୁ ତର୍ଜମା କଲେ ରାଜ୍ୟ ସରକାରଙ୍କ ନଜର ଆଢ଼ୁଆଳରେ ୧୦ରୁ ଅଧିକ ଜାଲ୍‌ ସଂସ୍ଥା ନିଜର ନେଟ୍‌ୱର୍କ ରାଜ୍ୟ ସାରା ବିଛାଇଛନ୍ତି। ଏହି ଜାଲ୍‌ ସଂସ୍ଥାଗୁଡ଼ିକ କେନ୍ଦ୍ରାପଡ଼ା ଜିଲାରେ ୩୦ରୁ ଅଧିକ ସ୍ଥାନରେ ତାଲିମ କେନ୍ଦ୍ର ଖୋଲିଛନ୍ତି। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ବୈଷୟିକ କ୍ଷମତା ବୃଦ୍ଧିକୁ ପ୍ରାଧାନ୍ୟ ଦେଉଛନ୍ତି। ସ୍କିଲ୍‌ ଇଣ୍ଡିଆ, ସ୍କିଲ୍‌ ଓଡ଼ିଶାରେ ଯୁବବର୍ଗ ସାମିଲହୋଇ ଦେଶ ଓ ରାଜ୍ୟକୁ ଆଗକୁ ନେବାକୁ ସଚେତନତା ସୃଷ୍ଟି କରୁଛନ୍ତି। ଏ ନେଇ ସରକାରଙ୍କ ଅନୁଦାନ ବହୁଳ ଭାବେ ଖର୍ଚ୍ଚ ହେଉଛି। ତେବେ ତୃଣମୂଳ ସ୍ତରରେ ଯୋଜନାର କାର୍ଯ୍ୟକାରିତା ଓ ତନଖି ପାଇଁ ଅଦ୍ୟାବଧି ଉପଯୁକ୍ତ ଭିତ୍ତିଭୂମି ପ୍ରତିଷ୍ଠା କରିପାରିନାହାନ୍ତି। ଏହାର ସୁଯୋଗ ନେଇ କେତେକ ଜାଲ୍‌ ସଂସ୍ଥା ଓ ବ୍ୟକ୍ତିବିଶେଷ ନାମକୁମାତ୍ର ଶିକ୍ଷାକେନ୍ଦ୍ର ଖୋଲି ସାର୍ଟିଫିକେଟ ବିକ୍ରି କରୁଛନ୍ତି। ସେହିପରି ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କୁହନ୍ତି, ପୂର୍ବରୁ ଶିକ୍ଷାଦାନ ମହାପୁଣ୍ୟ ବୋଲି ବିବେଚିତ ହେଉଥିଲା। ଦେଶ ସ୍ବାଧୀନର ଅବଧି ପୂର୍ବରୁ ଶିକ୍ଷାର ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଏକ ମୌଳିକ ସେବା ଓ ଅଧିକାର ହୋଇଛି। ତେବେ କେତେଗୋଟି ଘରୋଇ ସଂସ୍ଥା ସେବା ବଦଳରେ ଅର୍ଥ ଉପାର୍ଜନ ପାଇଁ ଆକର୍ଷଣୀୟ ବିଜ୍ଞାପନ ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ଭ୍ରମିତ କରୁଥିବା ଦେଖାଯାଉଛି। ଏପରିକି କେତେଗୋଟି ଘରୋଇ ଶିକ୍ଷାନୁଷ୍ଠାନର ବୈଧତା ନ ଥାଇ ପ୍ରମାଣପତ୍ର ଯୋଗାଉଥିବାରୁ ଯୁବବର୍ଗ ଠକାମିର ଶିକାର ହେଉଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିିବାରେ ସମ୍ପୃକ୍ତ ଅଭିଯୋଗକାରୀ ଦାସ ଭୁବନେଶ୍ୱରର ଏକ ତାଲିମ କେନ୍ଦ୍ରର ପ୍ରମାଣପତ୍ର ପାଇଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏହି ସଂସ୍ଥାର କୌଣସି ଶାଖା ନାହିଁ। ତେବେ ଏପରି ଅବୈଧ ଶିକ୍ଷାନୁଷ୍ଠାନର ତନଖି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?