ଜନବସତି ନିକଟରେ ବେଆଇନ ଇଟାଭାଟି

ଧାମନଗର, ୩।୫(ସ୍ବ.ପ୍ର.) ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ବେଆଇନ ଇଟାଭାଟି ଗଢ଼ିଉଠିଛି। ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଏଭଳି ସ୍ଥିତିରେ ଜନବସତି ନିକଟରେ ଗଢ଼ି ଉଠିଥିବା ଇଟାଭାଟି ଉତ୍ତାପରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇପଡୁଛନ୍ତି। ଅନ୍ୟପଟେ ସରକାରଙ୍କ ଅନୁମତି ନ ନେଇ ଇଟାଭାଟି ଚାଲୁଥିବା ବେଳେ ବହୁ ପରିମାଣର ରାଜସ୍ବ ହରାଇବା ସହ ପରିବେଶ ନଷ୍ଟ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି।
ତହସିଲ ଅଧୀନ ରାଧାବଲ୍ଲଭପୁର, ମୁସ୍ତଫାପୁର, ଦୋବଲ, ଖଡ଼ିପଦା, ସୋହଡ଼ା, ପଧାନୀ ଓ ଆନନ୍ଦପୁର ପଞ୍ଚାୟତର ଅନେକ ସ୍ଥାନରେ ଇଟା ପଡୁଛି। ଆନନ୍ଦପୁର ପଞ୍ଚାୟତର କାଶିଆ ଛକ, ବୁଢ଼ା ମହାଦେବପାଖ, ସଠଗଁା ଆଦି ଅଞ୍ଚଳରେ ଇଟାଭାଟି ମାଲିକମାନେ ବେପରୁଆ ହୋଇ ଇଟା ପକାଉଛନ୍ତି। ସେହିପରି କାଞ୍ଜିଆପାଳ, ଶୁକଦେବ ହୋସେନ, ମୁସ୍ତଫାପୁର ପଞ୍ଚାୟତ ସ୍ଥିତ ଗେଙ୍ଗୁଟି ନଦୀ କୂଳରେ ଇଟା ପଡୁଛି। କାଞ୍ଜିଆପାଳ ଶୁକଦେବପୁରଠାରେ ମାହାରାକୁ ଲାଗି ଖାଲ ଜମିରୁ ମାଟି ଉଠାଇ ଇଟା ପକାଯାଉଥିବାରୁ ସମଗ୍ର ଅଞ୍ଚଳ ଗଢ଼ିଆ ହୋଇଗଲାଣି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୩ ଜୁନ୍‌ ୨୪ରେ ଜାରି କରାଯାଇଥିବା କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ନିୟମାବଳୀ ଅନୁସାରେ ଜନବସତିଠାରୁ ଦେଢ଼ କି.ମି. ଭିତରେ ଇଟାଭାଟି କରାଯିବ ନାହିଁ। ଇଟାଭାଟି ପାଇଁ ୨ ମିଟରରୁ ଅଧିକ ଗଭୀରର ମାଟି ଖୋଳାଯିବ ନାହିଁ। ଏସବୁ ବ୍ୟତୀତ ଇଟା ପକାଇବା ଲାଗି ରାଜ୍ୟ ପରିବେଶ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗଠାରୁ ଏନ୍‌ଓସି ଆଣିବାକୁ ହେବ। ଠିକ୍‌ ସେମିତି ରାଜ୍ୟ ସରକାରଙ୍କ ପରିବେଶ ଆଇନ ଅନୁସାରେ ଚାଷଜମିରେ ଇଟା ପକାଯାଇପାରିବ ନାହିଁ। ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ନିକଟରେ ଇଟା ପଡ଼ିପାରିବ ନାହିଁ। ଇଟାଭାଟିରୁ ଆଉ ଗୋଟିଏ ଇଟାଭାଟି ମଧ୍ୟରେ ଅତିକମ୍‌ରେ ୧ କିଲୋମିଟର ଦୂରତା ରହିବା କଥା। ହେଲେ ଏ ସମସ୍ତ ନିୟମକୁ ଉଲ୍ଲଂଘନ କରାଯାଇ ଇଟା ପକାଯାଉଛି। ଧାମନଗର ତହସିଲ କି ପରିବେଶ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ତହସିଲଦାର କ୍ଷୀରୋଦ ପଣ୍ଡା କହିଛନ୍ତି, ଯେଉଁଠି ଇଟା ପଡ଼ୁଛି, ଖବର ମିଳିବା କ୍ଷଣି ଚଢ଼ାଉ କରାଯିବା ସହ ଫାଇନ ଆଦାୟ ହେଉଛି। ବେଆଇନ ଇଟାଭାଟି ବନ୍ଦ କରିବାକୁ ପ୍ରୟାସ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?