ଜନବସତି ନିକଟରେ ବେଆଇନ ଇଟାଭାଟି

ଧାମନଗର, ୩।୫(ସ୍ବ.ପ୍ର.) ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ବେଆଇନ ଇଟାଭାଟି ଗଢ଼ିଉଠିଛି। ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଏଭଳି ସ୍ଥିତିରେ ଜନବସତି ନିକଟରେ ଗଢ଼ି ଉଠିଥିବା ଇଟାଭାଟି ଉତ୍ତାପରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇପଡୁଛନ୍ତି। ଅନ୍ୟପଟେ ସରକାରଙ୍କ ଅନୁମତି ନ ନେଇ ଇଟାଭାଟି ଚାଲୁଥିବା ବେଳେ ବହୁ ପରିମାଣର ରାଜସ୍ବ ହରାଇବା ସହ ପରିବେଶ ନଷ୍ଟ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି।
ତହସିଲ ଅଧୀନ ରାଧାବଲ୍ଲଭପୁର, ମୁସ୍ତଫାପୁର, ଦୋବଲ, ଖଡ଼ିପଦା, ସୋହଡ଼ା, ପଧାନୀ ଓ ଆନନ୍ଦପୁର ପଞ୍ଚାୟତର ଅନେକ ସ୍ଥାନରେ ଇଟା ପଡୁଛି। ଆନନ୍ଦପୁର ପଞ୍ଚାୟତର କାଶିଆ ଛକ, ବୁଢ଼ା ମହାଦେବପାଖ, ସଠଗଁା ଆଦି ଅଞ୍ଚଳରେ ଇଟାଭାଟି ମାଲିକମାନେ ବେପରୁଆ ହୋଇ ଇଟା ପକାଉଛନ୍ତି। ସେହିପରି କାଞ୍ଜିଆପାଳ, ଶୁକଦେବ ହୋସେନ, ମୁସ୍ତଫାପୁର ପଞ୍ଚାୟତ ସ୍ଥିତ ଗେଙ୍ଗୁଟି ନଦୀ କୂଳରେ ଇଟା ପଡୁଛି। କାଞ୍ଜିଆପାଳ ଶୁକଦେବପୁରଠାରେ ମାହାରାକୁ ଲାଗି ଖାଲ ଜମିରୁ ମାଟି ଉଠାଇ ଇଟା ପକାଯାଉଥିବାରୁ ସମଗ୍ର ଅଞ୍ଚଳ ଗଢ଼ିଆ ହୋଇଗଲାଣି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୩ ଜୁନ୍‌ ୨୪ରେ ଜାରି କରାଯାଇଥିବା କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ନିୟମାବଳୀ ଅନୁସାରେ ଜନବସତିଠାରୁ ଦେଢ଼ କି.ମି. ଭିତରେ ଇଟାଭାଟି କରାଯିବ ନାହିଁ। ଇଟାଭାଟି ପାଇଁ ୨ ମିଟରରୁ ଅଧିକ ଗଭୀରର ମାଟି ଖୋଳାଯିବ ନାହିଁ। ଏସବୁ ବ୍ୟତୀତ ଇଟା ପକାଇବା ଲାଗି ରାଜ୍ୟ ପରିବେଶ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗଠାରୁ ଏନ୍‌ଓସି ଆଣିବାକୁ ହେବ। ଠିକ୍‌ ସେମିତି ରାଜ୍ୟ ସରକାରଙ୍କ ପରିବେଶ ଆଇନ ଅନୁସାରେ ଚାଷଜମିରେ ଇଟା ପକାଯାଇପାରିବ ନାହିଁ। ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ନିକଟରେ ଇଟା ପଡ଼ିପାରିବ ନାହିଁ। ଇଟାଭାଟିରୁ ଆଉ ଗୋଟିଏ ଇଟାଭାଟି ମଧ୍ୟରେ ଅତିକମ୍‌ରେ ୧ କିଲୋମିଟର ଦୂରତା ରହିବା କଥା। ହେଲେ ଏ ସମସ୍ତ ନିୟମକୁ ଉଲ୍ଲଂଘନ କରାଯାଇ ଇଟା ପକାଯାଉଛି। ଧାମନଗର ତହସିଲ କି ପରିବେଶ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ତହସିଲଦାର କ୍ଷୀରୋଦ ପଣ୍ଡା କହିଛନ୍ତି, ଯେଉଁଠି ଇଟା ପଡ଼ୁଛି, ଖବର ମିଳିବା କ୍ଷଣି ଚଢ଼ାଉ କରାଯିବା ସହ ଫାଇନ ଆଦାୟ ହେଉଛି। ବେଆଇନ ଇଟାଭାଟି ବନ୍ଦ କରିବାକୁ ପ୍ରୟାସ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri