ମୁଁ ବି ହେବି ରିପୋର୍ଟର’

ବାଲେଶ୍ୱର ଅଫିସ,୧୦।୪: ମୁଁ ବି ହେବି ରିପୋର୍ଟର। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ପାନ୍ଥନିବାସଠାରେ ‘ଧରିତ୍ରୀ’, ‘ୟୁନିସେଫ୍‌’ ଓ ‘ପିପୁଲ କଲ୍‌ଚୁରାଲ ସେଣ୍ଟର’ (ପିକକ୍‌)ର ମିଳିତ ଆନୁକୂଲ୍ୟରେ ଚାଇଲ୍ଡ ରିପୋର୍ଟର (ଶିଶୁ ସାମ୍ବାଦିକ) ସମ୍ପର୍କିତ କର୍ମଶାଳାରେ ଭାଗ ନେଇଥିବା ଛାତ୍ରୀଛାତ୍ରମାନେ ଏଭଳି ମତ ପ୍ରକାଶ କରିଛନ୍ତି। ୩ ଦିନ ଧରି ଚାଲିଥିବା ଏହି କର୍ମଶାଳାର ଶନିବାର ଦ୍ୱିତୀୟ ଦିବସର ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟ ପରିସର ଏବଂ ଗ୍ରାମର ସମସ୍ୟାକୁ ନେଇ ଏକ ଦଳଗତ ଆଲୋଚନା ହୋଇଥିଲା। ଏହାକୁ ‘ଧରିତ୍ରୀ’ର ଯାଜପୁର ଜିଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରା ପରିଚାଳନା କରିଥିଲେ। ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ, ପାନୀୟଜଳ, ବିଦ୍ୟାଳୟ ସଂଯୋଗୀକରଣ ରାସ୍ତା, ଗ୍ରାମ୍ୟ ରାସ୍ତା, ଶିକ୍ଷକ ଅଭାବ, ଆଲୋକୀକରଣ, ଖେଳପଡ଼ିଆ, ପାଠାଗାର, ଶୌଚାଳୟ, ରୋଷେଇ ଘର, ବିଦ୍ୟାଳୟ ନିକଟରେ ଗୁଟ୍‌କା, ମଦ ଓ ମାଂସ ବିକ୍ରି ଦୋକାନ ଗଢ଼ି ଉଠୁଥିବାରୁ ସେଥିରେ ପିଲାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ସାମୂହିକ ଉଦ୍ୟମ ଏବଂ ବିଭାଗୀୟ ଅଧିକାରୀଙ୍କ ନିକଟରେ ଏହି ସମସ୍ୟା ଠିକ୍‌ ଭାବେ ଉପସ୍ଥାପିତ ହୋଇ ପାରିଲେ ଏହାର ସମାଧାନ ହୋଇପାରିବ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା। ୭ଟି ଗ୍ରୁପ୍‌ରେ ୫୨ ଛାତ୍ରୀଛାତ୍ର ସେମାନଙ୍କର ମତ ଉପସ୍ଥାପନା କରିଥିଲେ। ଗ୍ରୁପ୍‌-୧ରେ ଶୁଭେନ୍ଦୁ ଶେଖର ଦାସ, ଗ୍ରୁପ୍‌-୨ରେ ମଧୁସୂଦନ ଗୁରୁ, ଗ୍ରୁପ୍‌-୩ରେ ବୈଷ୍ଣବ ପ୍ରଧାନ, ଗ୍ରୁପ୍‌-୪ରେ ନନ୍ଦିତା ସେନ, ଗ୍ରୁପ୍‌-୫ରେ ରିତୁମ ସୁର, ଗ୍ରୁପ୍‌-୬ରେ ସ୍ବୟାଂଶୁ ଦାସ, ଗ୍ରୁପ୍‌-୭ରେ ସୁବ୍ରତ ଖଣ୍ଡୁଆ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିଥିଲେ।
ଏହାପରେ ‘ଧରିତ୍ରୀ’ର ବରିଷ୍ଠ ଉପ-ବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥ ଯୋଗଦେଇ ସମସ୍ୟା ଭିତ୍ତିକ ଏବଂ ହ୍ୟୁମାନ ଇଣ୍ଟ୍ରେଷ୍ଟ ଷ୍ଟୋରି ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଇଥିଲେ। ମଧ୍ୟାହ୍ନଭୋଜନ ପରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ‘ଧରିତ୍ରୀ’ ବାଲେଶ୍ୱର ଜିଲା ପ୍ରତିନିଧି ମାନସ ବିଶ୍ୱାଳ ଭୋଗରାଇ ବ୍ଲକ ଅଞ୍ଚଳରେ ହେଉଥିବା ବନ୍ୟା ଓ ବାତ୍ୟା ସଂକ୍ରାନ୍ତରେ ଦଳଗତ ଆଲୋଚନା କରିଥିଲେ। ଏଥିରେ ଏହି ଅଞ୍ଚଳରେ ରହିଥିବା ନଦୀ, ନାଳ ଓ ବନ୍ୟାର ସମୟ, ବନ୍ୟା ବିପନ୍ନ ଅଞ୍ଚଳରେ ଆଶ୍ରୟସ୍ଥଳୀର ପରିଚାଳନା, ଧନଜୀବନର ଆକଳନ, ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରଣୀତ ବିଭିନ୍ନ ସରକାରୀ ଯୋଜନା, ସ୍ବେଚ୍ଛାସେବୀଙ୍କର ଭୂମିକା ଆଦି ଉପରେ ଆଲୋଚନା ହୋଇଥିଲା। ଗ୍ରୁପ୍‌-୧ରେ ମଧୁସୂଦନ ଗିରି, ଗ୍ରୁପ୍‌-୨ରେ ସୁପ୍ରଭାତ କର, ଗ୍ରୁପ୍‌-୩ରେ ରୂପାଲୀ ପାଢ଼ୀ, ଗ୍ରୁପ୍‌-୪ରେ ସ୍ବୟାଂଶୁ ଦାସ, ଗ୍ରୁପ୍‌-୫ରେ ନନ୍ଦିତା ଦାସ, ଗ୍ରୁପ୍‌-୬ରେ ଶୁଭେନ୍ଦୁ ଶେଖର ଦାସ, ଗ୍ରୁପ୍‌-୭ରେ ସୁଶୀଲ ରାଉତ ସେମାନଙ୍କ ରିପୋର୍ଟ ଉପସ୍ଥାପନା କରିଥିଲେ। ଉଭୟ ପର୍ଯ୍ୟାୟରେ ହୋଇଥିବା ଦଳଗତ ଆଲୋଚନାରେ ଅଂଶଗ୍ରହଣ କରିଥିବା ଶିବିରାର୍ଥୀମାନେ ଅତି ସହଜରେ ବିଷୟବସ୍ତୁଗୁଡ଼ିକୁ ଗ୍ରହଣ କରିବାରେ ସମର୍ଥ ହୋଇଥିଲେ। ଏହାପରେ ଯାଜପୁର ଜିଲା ପ୍ରତିନିଧି ବେହେରା ସୋସିଆଲ ମିଡିଆର ବିଭିନ୍ନ ଦିଗ, ବ୍ୟବହାର ଓ ସତର୍କତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ‘ୟୁନିସେଫ୍‌’ ଓଡ଼ିଶା ଚାପ୍ଟରର ଆଡଭୋକେସି କମ୍ୟୁନିକେଶନ ସ୍ପେଶାଲିଷ୍ଟ ରାଧିକା ଶ୍ରୀବାସ୍ତବ, ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ପ୍ରୋଜେକ୍ଟ କୋ ଅର୍ଡିନେଟର ଚିନ୍ମୟୀ ପାଠୀ, କମ୍ୟୁନିଟି ମୋବିଲାଇଜର ନାରାୟଣ ଦାସ ଓ ଟ୍ରେନିଂ ଅଫିସର ଶୀତଲ ପଟ୍ଟନାୟକ ବିଭିନ୍ନ ଆଲୋଚନାରେ ଭାଗ ନେଇ ଶିବିରାର୍ଥୀମାନଙ୍କୁ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri