ମୁଁ ବି ହେବି ରିପୋର୍ଟର’

ବାଲେଶ୍ୱର ଅଫିସ,୧୦।୪: ମୁଁ ବି ହେବି ରିପୋର୍ଟର। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ପାନ୍ଥନିବାସଠାରେ ‘ଧରିତ୍ରୀ’, ‘ୟୁନିସେଫ୍‌’ ଓ ‘ପିପୁଲ କଲ୍‌ଚୁରାଲ ସେଣ୍ଟର’ (ପିକକ୍‌)ର ମିଳିତ ଆନୁକୂଲ୍ୟରେ ଚାଇଲ୍ଡ ରିପୋର୍ଟର (ଶିଶୁ ସାମ୍ବାଦିକ) ସମ୍ପର୍କିତ କର୍ମଶାଳାରେ ଭାଗ ନେଇଥିବା ଛାତ୍ରୀଛାତ୍ରମାନେ ଏଭଳି ମତ ପ୍ରକାଶ କରିଛନ୍ତି। ୩ ଦିନ ଧରି ଚାଲିଥିବା ଏହି କର୍ମଶାଳାର ଶନିବାର ଦ୍ୱିତୀୟ ଦିବସର ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟ ପରିସର ଏବଂ ଗ୍ରାମର ସମସ୍ୟାକୁ ନେଇ ଏକ ଦଳଗତ ଆଲୋଚନା ହୋଇଥିଲା। ଏହାକୁ ‘ଧରିତ୍ରୀ’ର ଯାଜପୁର ଜିଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରା ପରିଚାଳନା କରିଥିଲେ। ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ, ପାନୀୟଜଳ, ବିଦ୍ୟାଳୟ ସଂଯୋଗୀକରଣ ରାସ୍ତା, ଗ୍ରାମ୍ୟ ରାସ୍ତା, ଶିକ୍ଷକ ଅଭାବ, ଆଲୋକୀକରଣ, ଖେଳପଡ଼ିଆ, ପାଠାଗାର, ଶୌଚାଳୟ, ରୋଷେଇ ଘର, ବିଦ୍ୟାଳୟ ନିକଟରେ ଗୁଟ୍‌କା, ମଦ ଓ ମାଂସ ବିକ୍ରି ଦୋକାନ ଗଢ଼ି ଉଠୁଥିବାରୁ ସେଥିରେ ପିଲାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ସାମୂହିକ ଉଦ୍ୟମ ଏବଂ ବିଭାଗୀୟ ଅଧିକାରୀଙ୍କ ନିକଟରେ ଏହି ସମସ୍ୟା ଠିକ୍‌ ଭାବେ ଉପସ୍ଥାପିତ ହୋଇ ପାରିଲେ ଏହାର ସମାଧାନ ହୋଇପାରିବ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା। ୭ଟି ଗ୍ରୁପ୍‌ରେ ୫୨ ଛାତ୍ରୀଛାତ୍ର ସେମାନଙ୍କର ମତ ଉପସ୍ଥାପନା କରିଥିଲେ। ଗ୍ରୁପ୍‌-୧ରେ ଶୁଭେନ୍ଦୁ ଶେଖର ଦାସ, ଗ୍ରୁପ୍‌-୨ରେ ମଧୁସୂଦନ ଗୁରୁ, ଗ୍ରୁପ୍‌-୩ରେ ବୈଷ୍ଣବ ପ୍ରଧାନ, ଗ୍ରୁପ୍‌-୪ରେ ନନ୍ଦିତା ସେନ, ଗ୍ରୁପ୍‌-୫ରେ ରିତୁମ ସୁର, ଗ୍ରୁପ୍‌-୬ରେ ସ୍ବୟାଂଶୁ ଦାସ, ଗ୍ରୁପ୍‌-୭ରେ ସୁବ୍ରତ ଖଣ୍ଡୁଆ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିଥିଲେ।
ଏହାପରେ ‘ଧରିତ୍ରୀ’ର ବରିଷ୍ଠ ଉପ-ବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥ ଯୋଗଦେଇ ସମସ୍ୟା ଭିତ୍ତିକ ଏବଂ ହ୍ୟୁମାନ ଇଣ୍ଟ୍ରେଷ୍ଟ ଷ୍ଟୋରି ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଇଥିଲେ। ମଧ୍ୟାହ୍ନଭୋଜନ ପରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ‘ଧରିତ୍ରୀ’ ବାଲେଶ୍ୱର ଜିଲା ପ୍ରତିନିଧି ମାନସ ବିଶ୍ୱାଳ ଭୋଗରାଇ ବ୍ଲକ ଅଞ୍ଚଳରେ ହେଉଥିବା ବନ୍ୟା ଓ ବାତ୍ୟା ସଂକ୍ରାନ୍ତରେ ଦଳଗତ ଆଲୋଚନା କରିଥିଲେ। ଏଥିରେ ଏହି ଅଞ୍ଚଳରେ ରହିଥିବା ନଦୀ, ନାଳ ଓ ବନ୍ୟାର ସମୟ, ବନ୍ୟା ବିପନ୍ନ ଅଞ୍ଚଳରେ ଆଶ୍ରୟସ୍ଥଳୀର ପରିଚାଳନା, ଧନଜୀବନର ଆକଳନ, ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରଣୀତ ବିଭିନ୍ନ ସରକାରୀ ଯୋଜନା, ସ୍ବେଚ୍ଛାସେବୀଙ୍କର ଭୂମିକା ଆଦି ଉପରେ ଆଲୋଚନା ହୋଇଥିଲା। ଗ୍ରୁପ୍‌-୧ରେ ମଧୁସୂଦନ ଗିରି, ଗ୍ରୁପ୍‌-୨ରେ ସୁପ୍ରଭାତ କର, ଗ୍ରୁପ୍‌-୩ରେ ରୂପାଲୀ ପାଢ଼ୀ, ଗ୍ରୁପ୍‌-୪ରେ ସ୍ବୟାଂଶୁ ଦାସ, ଗ୍ରୁପ୍‌-୫ରେ ନନ୍ଦିତା ଦାସ, ଗ୍ରୁପ୍‌-୬ରେ ଶୁଭେନ୍ଦୁ ଶେଖର ଦାସ, ଗ୍ରୁପ୍‌-୭ରେ ସୁଶୀଲ ରାଉତ ସେମାନଙ୍କ ରିପୋର୍ଟ ଉପସ୍ଥାପନା କରିଥିଲେ। ଉଭୟ ପର୍ଯ୍ୟାୟରେ ହୋଇଥିବା ଦଳଗତ ଆଲୋଚନାରେ ଅଂଶଗ୍ରହଣ କରିଥିବା ଶିବିରାର୍ଥୀମାନେ ଅତି ସହଜରେ ବିଷୟବସ୍ତୁଗୁଡ଼ିକୁ ଗ୍ରହଣ କରିବାରେ ସମର୍ଥ ହୋଇଥିଲେ। ଏହାପରେ ଯାଜପୁର ଜିଲା ପ୍ରତିନିଧି ବେହେରା ସୋସିଆଲ ମିଡିଆର ବିଭିନ୍ନ ଦିଗ, ବ୍ୟବହାର ଓ ସତର୍କତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ‘ୟୁନିସେଫ୍‌’ ଓଡ଼ିଶା ଚାପ୍ଟରର ଆଡଭୋକେସି କମ୍ୟୁନିକେଶନ ସ୍ପେଶାଲିଷ୍ଟ ରାଧିକା ଶ୍ରୀବାସ୍ତବ, ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ପ୍ରୋଜେକ୍ଟ କୋ ଅର୍ଡିନେଟର ଚିନ୍ମୟୀ ପାଠୀ, କମ୍ୟୁନିଟି ମୋବିଲାଇଜର ନାରାୟଣ ଦାସ ଓ ଟ୍ରେନିଂ ଅଫିସର ଶୀତଲ ପଟ୍ଟନାୟକ ବିଭିନ୍ନ ଆଲୋଚନାରେ ଭାଗ ନେଇ ଶିବିରାର୍ଥୀମାନଙ୍କୁ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri