ଉଦାହରଣ ସୃଷ୍ଟିକଲା ଆଇଆଇଟି ଭୁବନେଶ୍ୱର

ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ସଂକ୍ରମଣ ପାଇଁ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଓ ବୋର୍ଡଗୁଡ଼ିକ ପକ୍ଷରୁ ପରୀକ୍ଷା ବାତିଲ କରାଯାଉଥିବାବେଳେ ଅନ୍‌ଲାଇନ୍‌ରେ ସଫଳତାର ସହ ପରୀକ୍ଷା କରି ଉଦାହରଣ ସୃଷ୍ଟି କରିଛି ଆଇଆଇଟି ଭୁବନେଶ୍ୱର। ଏହାର ଶେଷବର୍ଷ ଛାତ୍ରୀଛାତ୍ରଙ୍କ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ ପାଠ୍ୟକ୍ରମରେ ଶତପ୍ରତିଶତ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଚଳିତବର୍ଷ ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରୀଛାତ୍ରଙ୍କୁ ଠିକ୍‌ ସମୟରେ ଗ୍ରାଜୁଏଶନ ସାର୍ଟିଫିକେଟ୍‌ ଦେବାକୁ ଆଇଆଇଟି ଏହି ଅନ୍‌ଲାଇନ୍‌ ପରୀକ୍ଷା କରିଛି। ଜୁନ୍‌ ୨୪ରୁ ପରୀକ୍ଷା ଆରମ୍ଭ ହୋଇ ୩୦ରେ ଶେଷ ହୋଇଛି। ବି.ଟେକ୍‌ରେ ସମସ୍ତ ୨୦୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ଡୁଆଲ୍‌ ଡିଗ୍ରୀରେ ୩୬, ଏମ୍‌ଏସ୍‌ସିରେ ୭୫, ଏମ୍‌ଟେକ୍‌ରେ ୧୬୭ ଓ ପିଏଚ୍‌ଡିରେ ୪୨ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି।
କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ ପରୀକ୍ଷା କରା ନ ଯାଇ ଆଇଆଇଟି ଭୁବନେଶ୍ୱରର ନିଜସ୍ବ ଜ୍ଞାନକୌଶଳରେ ପ୍ରସ୍ତୁତ ପ୍ଲାଟ୍‌ଫର୍ମ ତଥା ଭର୍ଚୁଆଲ୍‌ ଏକ୍‌ଜାମିନେଶନ ହଲ୍‌ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଛାତ୍ରୀଛାତ୍ର ନିଜ ଘରେ ବସି ପରୀକ୍ଷା ଦେଇଥିଲେ। କପି ରୋକିବା ଲାଗି ସ୍ବତନ୍ତ୍ରଭାବେ ନିରୀକ୍ଷଣ ବ୍ୟବସ୍ଥା ମଧ୍ୟ ରହିଥିଲା। ମେ’ ୯ରେ ଏହି ପରୀକ୍ଷା ଲାଗି ଦେଶରୁ ୨୪୦ଜଣ ଛାତ୍ରୀଛାତ୍ର, ୩୧ଟି ବିଷୟର ପ୍ରଶ୍ନପତ୍ର ଏବଂ ୨୦ଜଣ ପରୀକ୍ଷା ନିରୀକ୍ଷକଙ୍କୁ ନେଇ ଏକ ମକ୍‌ ଟେଷ୍ଟ୍‌ ସଫଳତାର ସହ କରାଯାଇଥିଲା। ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଆର୍‌.ଭି. ରାଜାକୁମାର ଏହି ଭର୍ଚୁଆଲ୍‌ ଏକ୍‌ଜାମିନେଶନ ହଲ୍‌ର କନ୍‌ସେପ୍ଟ ଡିଜାଇନ୍‌ କରିଥିବାବେଳେ କମ୍ପ୍ୟୁଟର ଓ ଆଇଟି ସର୍ଭିସ୍‌ ସେଲ୍‌ ଏହାକୁ ପ୍ରସ୍ତୁତ କରିଥିଲା। ଏହାଦ୍ୱାରା ଏଭଳି ମହାମାରୀ ସମୟରେ ମଧ୍ୟ ପରୀକ୍ଷା କରାଯାଇପାରିଥିବା ନିର୍ଦ୍ଦେଶକ ରାଜାକୁମାର କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଏହା ଏକ ଉତ୍କୃଷ୍ଟ ଉଦାହରଣ ଓ ଅନ୍ୟମାନେ ମଧ୍ୟ ଏହି ମଡେଲକୁ ଅନୁକରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୯: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଆସିବେ…

ଅଭିନେତା ବିଜୟଙ୍କ ଶୈଳୀରେ ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଆୟୋଜକଙ୍କ ଗିରଫଦାରୀ ଦାବି କଲା ଭାଜପା

ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

କଣ୍ଟେନରରେ ଚାଲାଣ ହେଉଥିଲା ୩୭ ମଇଁଷି, ମାଡ଼ି ବସିଲା ପୋଲିସ

ଛତ୍ରପୁର, ୧୫/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅଞ୍ଚଳ ଦେଇ ବେଆଇନ ଭାବେ ମଇଁଷି ଚାଲାଣ ହେଉଥିବା ବେଳେ ଚମାଖଣ୍ଡି ପୋଲିସ ଏକ କଣ୍ଟେନରକୁ ପିଛା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?