କୁକୁରଙ୍କ ମହାମାରୀକୁ ଅଣଦେଖା

ମାନେକା ଗାନ୍ଧୀ

ଭାରତ ଏକ ଭୟଙ୍କର ଭୂତାଣୁଜନିତ ମହାମାରୀର ଘୋର ଯନ୍ତ୍ରଣା ମଧ୍ୟରେ ରହିଛି। ଏହି ମହାମାରୀ ବାର୍ଡ ଫ୍ଲୁ ଏବଂ ସ୍ବାଇନ୍‌ ଫ୍ଲୁଠାରୁ ଆହୁରି ଭୟାନକ। ଏହାର ମୃତ୍ୟୁହାର ୯୧ ପ୍ରତିଶତ। ଏହା ଏବେ କେବଳ କୁକୁରଙ୍କୁ ସଂକ୍ରମିତ ହେଉଛି ଓ ସବୁ ପ୍ରଜାତିର ବିରାଡ଼ିକୁ ମଧ୍ୟ ଏହା ଆକ୍ରାନ୍ତ କରିପାରେ। ଅନ୍ୟ ପ୍ରାଣୀମାନେ ଏହାର ଶିକାର ହେଉଛନ୍ତି କି ନାହିଁ ତାହା ଭଗବାନଙ୍କୁ ଜଣା। ଏହି ଘାତକ ଭୂତାଣୁ ହେଉଛି କ୍ୟାନାଇନ ପାର୍ଭୋ ଭାଇରସ୍‌ (ସିପିଭି)। ସାରା ଭାରତରେ ଏହାର ସଂକ୍ରମଣ ପ୍ରକାଶ ପାଇଥିବା ଜଣାପଡ଼ିଛି। ଏଥିରେ ସଂକ୍ରମିତ ହଜାର ହଜାର କୁକୁରଛୁଆଙ୍କର ମୃତ୍ୟୁ ଘଟିଛି। ମୋ ନିଜର ସଂସ୍ଥା ପିପୁଲ ଫର୍‌ ଆନିମଲ୍ସରେ ହଜାର ହଜାର କେସ୍‌ ରହିଛି। ମାଙ୍ଗାଲୋରଠାରୁ ଆରମ୍ଭ କରି ସିଲିଗୁଡ଼ି ଯାଏ ସେଲ୍‌ଟର ବା ଆଶ୍ରୟସ୍ଥଳୀଗୁଡ଼ିକ ବନ୍ଦ ହୋଇଯାଇଛି । ସେଲଟରରେ ପାର୍ଭୋ ଭାଇରସରେ ଅଧିକ ଅକ୍ରାନ୍ତ ରହିଛନ୍ତି ଓ ସେମାନଙ୍କ ମୃତ୍ୟୁ ଘଟୁଥିବାରୁ ସାଧାରଣ ଦୁର୍ଘଟଣାରେ ଆହତ କୁକୁରଙ୍କୁ ଏଠାରେ ପ୍ରବେଶ କରାଯାଉନାହିଁ। କାରଣ ସେମାନେ ମଧ୍ୟ ପାର୍ଭୋ ଭାଇରସରେ ଆକ୍ରାନ୍ତ ହୋଇ ମରିଯିବା ସମ୍ଭାବନା ଦେଖାଦେଇଛି। ମୃତ କୁକୁରଛୁଆମାନଙ୍କ ପାଖକୁ ଗଲାବେଳେ ସ୍ବେଚ୍ଛାସେବୀମାନେ ଆଇଭି ଫ୍ଲୁୁଇଡ୍‌ ନେଇ ଯାଉଛନ୍ତି।
ସରକାର ଏହାକୁ ଭୂତାଣୁ ଜନିତ ମହାମାରୀ ବୋଲି ସ୍ବୀକାର କରିବାକୁ ମନା କରୁଛନ୍ତି। ବାର୍ଡ ଫ୍ଲୁ ମଣିଷକୁ ସଂକ୍ରମିତ କରୁଥିବାରୁ ଲକ୍ଷ ଲକ୍ଷ କୁକୁଡ଼ାଙ୍କୁ ବେକମୋଡ଼ି କିମ୍ବା ପୋଡି ମାରି ଦିଆଯାଉଛିି। କିନ୍ତୁ ପାର୍ଭୋ ଭାଇରସ୍‌କୁ ସରକାର ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି। ମଣିଷକୁ ଏହା ବ୍ୟାପିବ ନାହିଁ ବୋଲି ଭାବି ଏଭଳି କରୁଛନ୍ତି। କୁକୁର ପାଳିଥିବା ଗରିବ ଲୋକମାନଙ୍କୁ ଟିକା ଯୋଗାଇ ଦେବାକୁ ସରକାର ମନା କରୁଛନ୍ତି। ରାସ୍ତାରେ ବୁଲା କୁକୁରମାନଙ୍କୁ ବି ଏହା ଦେଉନାହାନ୍ତି। ସରକାରୀ ହସ୍ପିଟାଲଗୁଡ଼ିକ ପାର୍ଭୋ କେସ୍‌ର ଚିକିତ୍ସା କରୁନାହାନ୍ତି। ଡ୍ରିପ୍ସ ଏବଂ ଆଣ୍ଟିବାୟୋଟିକ୍ସ ଲାଗି ବଜେଟ ନାହିଁ ବୋଲି ସେମାନେ କହୁଛନ୍ତି। ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ୮୦ ପ୍ରତିଶତ ପ୍ରାଣୀ ଚିକିତ୍ସକ ସକାଳ ୧୦ରୁ ଦିନ ୨ଟା ଯାଏ ସରକାରୀ କ୍ଲିନିକ୍‌ଗୁଡ଼ିକରେ ଅଳସୁଆ ଭାବେ ବସି ରହୁଥିବାବେଳେ ଅନ୍ୟପକ୍ଷରେ ଲକ୍ଷ ଲକ୍ଷ ପ୍ରାଣୀଙ୍କର ମୃତ୍ୟୁ ଘଟୁଛି। ଯଦି ଆପଣ ସେହି ଚିକିତ୍ସକଙ୍କୁ ଯାଇ କୁକୁଡ଼ାକୁ ବେକମୋଡି ମାରିବା ଲାଗି କହିବେ ସେମାନେ ତାହା ଆନନ୍ଦରେ କରିବେ। କିନ୍ତୁ ଏହା ପାର୍ଭୋ ଭାଇରସ୍‌ ପ୍ରତି ଚିନ୍ତା ନାହିଁ । କ୍ୟାନାଇନ ପାର୍ଭୋ ଭାଇରସ୍‌ର ମୂଳ ବଂଶ ପାର୍ଭୋଭିରିଡେର ଦୁଇଟି ମୁଖ୍ୟ ଷ୍ଟ୍ରେନ୍‌ ହେଉଛନ୍ତି ସିପିଭି-୨ଏ ଏବଂ ସିପିଭି-୨ବି। ସଂକ୍ରମିତ କୁକୁରର ମଳ,ବାନ୍ତି, ରକ୍ତ, ସ୍ପର୍ଶ,ବ୍ୟବହାର କରାଯାଉଥିବା କପଡ଼ା,କୁକୁର ରହୁ୍‌ଥିବା ଘର, କ୍ଲିନିକ, ସର୍ବସାଧାରଣ ପାର୍କ ଭଳି ସ୍ଥାନରେ ଏହି ଭାଇରସ୍‌ ରହିଥାଆନ୍ତି। ଏହା ସହଜରେ କୁକୁରଛୁଆମାନଙ୍କୁ ସଂକ୍ରମିତ କରେ। ଟିକା ନେଇ ନ ଥିତ୍ବା କୁକୁରମାନଙ୍କୁ ଏହି ସଂକ୍ରମଣ ହେବା ଆଶଙ୍କା ମଧ୍ୟ ଅଧିକ। ସଂଖ୍ୟାଧିକ ଘଟଣାରେ ଏହି ସଂକ୍ରମଣ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଘାତକ ହୋଇଥାଏ।
ମହାମାରୀ ଜନିତ ଏକ ନୀରବ ସାମୂହିକ ହତ୍ୟା ସଂଘଟିତ ହୋଇଚାଲିଛିି। ପ୍ରତ୍ୟେକ ରାଜ୍ୟରେ ମ୍ୟୁନିସିପାଲିଟି ଓ ପ୍ରାଣୀଚିକିତ୍ସା ବିଭାଗଗୁଡ଼ିକ ଏବଂ ସ୍ବାସ୍ଥ୍ୟ ଅଧିକାରୀମାନେ ସ୍ବଳ୍ପ କିମ୍ବା ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ କରିବା ପାଇଁ ମନା କରିଦେଇଛନ୍ତି। ସରକାରୀ ଚିକିତ୍ସାଳୟରେ ଗୋଟିଏ ସପ୍ତାହରେ ୩୪୨ଟି କେସ୍‌ ସାମ୍‌ନାକୁ ଆସିବାପରେ କେବଳ ଗୋଟିଏ ଜିଲା ଉତ୍ତର ଦିନାଜପୁରରେ ପାର୍ଭୋ ଟିକାକରଣ କ୍ୟାମ୍ପ କରାଯାଇଥିଲା। ସେମାନଙ୍କ ପାଖରେ ଡ୍ରିପ୍‌ ଷ୍ଟାଣ୍ଡ୍‌ କିମ୍ବା ଆଇଭି ଫ୍ଲୁଇଡ୍‌ ଉପଲବ୍ଧ ନ ଥିବା ଯୋଗୁ ସମସ୍ତ ସଂକ୍ରମିତ କୁକୁରଙ୍କ ମୃତ୍ୟୁ ଘଟିଥିବା ଜଣାଯାଏ। ଏହି ସାଧାରଣ ଚିକିତ୍ସା ବ୍ୟବସ୍ଥା କରିବାକୁ ଦେଶର ସବୁଆଡେ ରହିଥିବା ସରକାରୀ ପ୍ରାଣୀ ଚିକିତ୍ସାଳୟଗୁଡ଼ିକ ଅକ୍ଷମ। ଯୋଗାଣ , ଭିତ୍ତିଭୂମି, ଲୋକଶକ୍ତି ଏବଂ ବେଳେବେଳେ ଜଳ ଓ ବିଦ୍ୟୁତ ଭଳି ମୌଳିକ ସୁବିଧା ଯୋଗାଇ ଦେବାର ଅଭାବ ହେତୁ ଦେଶର ସବୁ ସରକାରୀ ଭେଟେରିନାରି କ୍ଲିନିକ୍‌ଗୁଡ଼ିକ ଏହି ଚିକିତ୍ସା ଯୋଗାଇଦେବାକୁ ସକ୍ଷମ ନୁହନ୍ତି। ସିପିଭିି ସଂକ୍ରମଣ ସମ୍ପର୍କରେ ଲୋକମାନଙ୍କ ପାଖରେ ବାର୍ତ୍ତା ପହଞ୍ଚାଇ ସେମାନଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ବାର୍ଡ ଫ୍ଲୁ ସମ୍ବନ୍ଧରେ ସରକାର ସୂଚନା ଦେଉଛନ୍ତି,ସତର୍କ କରୁଛନ୍ତି; କିନ୍ତୁ ସରକାର ଭୟଙ୍କର ସିପିଭି ଭାଇରସ ସମ୍ପର୍କରେ ପୂରା ନୀରବ ରହିଛନ୍ତି, ଯେଉଁଥିରେ ମଣିଷ ସଂକ୍ରମଣ ହେବାର ଆଶଙ୍କା ରହିଛି।
ସିପିଭି ପାଇଁ ସବୁ କୁକୁରଙ୍କୁ ଟିକାକରଣ ନିମନ୍ତେ କୌଣସି ରାଜ୍ୟରେ କିଛି ବି ନୀତି ନାହିଁ। ଅନ୍ୟପକ୍ଷରେ ପ୍ରାଣୀ ଜନ୍ମ ନିୟନ୍ତ୍ରଣ (କୁକୁର) ନିୟମ,୨୦୦୧ ଅନୁଯାୟୀ ରାବିସ ବା ଜଳାତଙ୍କ ପ୍ରତିରୋଧୀ ଟିକା ଦେବା ପାଇଁ ନିୟମ ଲାଗୁ କରାଯାଇଛି। ପ୍ରାଣୀ ନିର୍ଯାତନା ନିରୋଧୀ ଆଇନ, ୧୯୬୦ ବଳରେ ଏହି ନିୟମ ଅଣାଯାଇଛି। ପ୍ରାଣୀ ଜନ୍ମ ନିୟନ୍ତ୍ରଣ ପ୍ରୋଗ୍ରାମର ପ୍ରୋଟୋକଲ ଅନୁଯାୟୀ ବନ୍ଧ୍ୟାକରଣ ପରେ କୁକୁରମାନଙ୍କୁ ଛାଡିବା ପୂର୍ବରୁ ଜଳାତଙ୍କ ଟିକା ଦେବା ବାଧ୍ୟତାମୂଳକ କରାଯାଇଛି। ଉଭୟ ମଣିଷ ଏବଂ ପ୍ରାଣୀମାନଙ୍କ ପାଇଁ ଜଳାତଙ୍କ ଟିକା ସରକାର କାହିଁକି ରିହାତି ବା ମାଗଣାରେ ଦେଉଛନ୍ତି ତାହାର ଏହା ମଧ୍ୟ ଏକ କାରଣ। ସିପିଭି ଟିକାର ଦାମ୍‌ ଜଳାତଙ୍କ ଟିକାଠାରୁ ୧୪ ଗୁଣ ଅଧିକ। କିନ୍ତୁ ଉଭୟ ଭୟଙ୍କର ରୋଗ । ସିପିଭି ଏକ ମହାମାରୀ ଓ ଭାରତର ସବୁଆଡେ ଏହା ବ୍ୟାପିବା ସତ୍ତ୍ୱେ ବଜେଟରେ ଏହାକୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି। ଦେଖିବାକୁ ଗଲେ ବନ୍ୟଜୀବ ସଂରକ୍ଷଣ ଉପରେ ଏହାର କ୍ଷତିକାରକ ପ୍ରଭାବ ରହିଛି। ୧୯୯୪ରେ ତାଞ୍ଜାନିଆର ସରେଙ୍ଗେଟି ଜାତୀୟ ଉଦ୍ୟାନରେ ସିଂହମାନଙ୍କର ଗଣମୃତ୍ୟୁ ସିପିଭି ଏବଂ କ୍ୟାନାଇନ ଡିସଟେମ୍ପର ଭାଇରସ୍‌(ସିଡିଭିି)ଯୋଗୁ ହୋଇଥିଲା। ୨୦୧୮ରେ ଗିର୍‌ ଜାତୀୟ ଉଦ୍ୟାନରେ ଉଭୟ ସିପିଭି ଏବଂ ସିଡିଭି ଦ୍ୱାରା ଏସୀୟ ସିଂହମାନଙ୍କର ମୃତ୍ୟୁ ଘଟିଥିଲା। ଏହି ସଂରକ୍ଷିତ ପଶୁମାନଙ୍କର ଅପୂରଣୀୟ କ୍ଷତି ହୋଇଥିଲା ଏବଂ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାର ଜିନ୍‌ ହ୍ରାସ ଘଟିଛି। ସେମାନଙ୍କ ବାସସ୍ଥାନର ପରିସୀମା କମିବା ଏବଂ ସହରାଞ୍ଚଳ ଓ ଜଙ୍ଗଲ ମଧ୍ୟରେ ସୀମା ନ ଥିବାରୁ ସେମାନେ ପାଳିତ ଏବଂ ମୁକ୍ତଭାବେ ବିଚରଣ କରଥିବା କୁକରମାନଙ୍କର ଅଧିକ ନିକଟବର୍ତ୍ତୀ ହେବା ଦେଖାଯାଉଛି।
ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ନ୍ୟାଶନାଲ ଟାଇଗର କନ୍‌ଜରଭେସନ ଅଥରିଟି କୁକରମାନଙ୍କ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଚଳାଇ ସେମାନଙ୍କୁ ସଂରକ୍ଷିତ ଅଞ୍ଚଳରେ ଜଳାତଙ୍କ ଓ ସିଡିିଭି ପ୍ରତିରୋଧୀ ଟିକା ଦେବା ପାଇଁ କହିଛି। କିନ୍ତୁ ଏହି କାର୍ଯ୍ୟକ୍ରମରେ ସିପିଭି ପାଇଁ ଟିକାକରଣକୁ ରଖାଯାଇନାହିଁ। ସିପିଭି ଆକ୍ରାନ୍ତ ପ୍ରାଣୀମାନଙ୍କ ଟିକା ଏହି ଭାଇରସ୍‌ ବିରୋଧରେ ଲଢେ। କିନ୍ତୁ ଟିକାକରଣ ମଧ୍ୟରେ ବହୁ ଆହ୍ବାନ ରହିଛି। ମୁଖ୍ୟତଃ ଟିକାଗୁଡ଼ିକୁ ଶୀତଳୀକରଣ ପଦ୍ଧତିରେ ଯୋଗାଣ ଏବଂ ଷ୍ଟୋରେଜ ବ୍ୟବସ୍ଥାର ଅଭାବ ପରିଲକ୍ଷିତ ହେଉଛି। ପାର୍ଭୋ ଭାଇରସ୍‌ ପ୍ରତିଦିନ ଏହାର ରୂପ ବଦଳାଏ। ଏଣୁ ଟିକାକରଣ ପ୍ରକ୍ରିୟାରେ ସିପିଭି ଷ୍ଟ୍ରେନ୍‌ ଏବଂ ଭ୍ୟାକ୍ସିିନ୍‌ ଷ୍ଟ୍ରେନ ମଧ୍ୟରେ ମେଳ ରହି ନ ଥାଏ। ଟିକାରେ ବ୍ୟବହୃତ ଭାଇରାଲ ଷ୍ଟ୍ରେନ୍‌ ସମ୍ପର୍କରେ ଟିକା ନିର୍ମାତାମାନେ ମଧ୍ୟ ପ୍ରକାଶ କରି ନ ଥାନ୍ତି। ଏହି ସବୁ ଆହ୍ବାନଗୁଡ଼ିକ ଉପରେ ଧ୍ୟାନ ଦେଇ ଏକ ବ୍ୟାପକ ଟିକାକରଣ ନୀତ ପ୍ରସ୍ତୁତ କରିବା ଆବଶ୍ୟକ। ରାସ୍ତାରେ ବୁଲଥିତ୍ବା ଏବଂ ପାଳିତ କୁକୁରମାନଙ୍କୁ ଟିକା ଦେବା କାର୍ଯ୍ୟକୁ ଆଗକୁ ନେବା ବେସରକାରୀ ପ୍ରାଣୀ କଲ୍ୟାଣ ସଂଗଠନ ଏବଂ ଆନିମଲ ଫିଡର୍‌ମାନଙ୍କ ଇଚ୍ଛାଶକ୍ତି ଉପରେ ନିର୍ଭର କରେ। ସିପିଭି ପ୍ରତିରୋଧୀ ଟିକାକରଣ ଅଭିଯାନକୁ ସରକାର ପାଣ୍ଠି ଯୋଗାଇଲେ ଏହା ଏକ ସୁନ୍ଦର ତଥା ସୁସ୍ଥ କୁକୁରଙ୍କ ବିଶ୍ୱ ସୃଷ୍ଟି କରିବାକୁ ନିଶ୍ଚିତ କରିବ। କୁକୁରମାନଙ୍କ ସୁସ୍ଥତା ଦୃଷ୍ଟିକୋଣରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଜଡ଼ିତ ସଂସ୍ଥାଗୁଡ଼ିକ ଗୋଟିଏ ମଞ୍ଚକୁ ଆସି ସର୍ବସମ୍ମତି ପ୍ରସ୍ତାବକ୍ରମେ ଏକ ଅପ୍ରତିରୋଧୀ ନୀତି ଗଠନ କରିବା ଆବଶ୍ୟକ, ଯାହା ସାଧାରଣ ସ୍ବାସ୍ଥ୍ୟ, ପ୍ରାଣୀ ସ୍ବାସ୍ଥ୍ୟ ଏବଂ ପରିବେଶ ସୁସ୍ଥତା ମଧ୍ୟରେ ସମ୍ପର୍କ ରକ୍ଷା କରିପାରିବ। ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜୋନ, ୟୁନାଇଟେଡ ଫୁଡ ଆଣ୍ଡ୍‌ ଏଗ୍ରିକଲ୍‌ଚର ଅର୍ଗାନାଇଜେସନ, ୟୁନାଇଟେଡ ଷ୍ଟେଟସ ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ସନ ଏବଂ ଓ୍ବାଲର୍‌ଡ ଅର୍ଗାନାଇଜେସନ ଫର୍‌ ଆନିିମଲ ଓ୍ବେଲଫେୟାରର ବିଶେଷଜ୍ଞମାନଙ୍କ ପ୍ରତିନିଧିତ୍ୱରେ ଗଠିତ ଓ୍ବାନ ହେଲ୍‌ଥ ପ୍ଲଟଫାର୍ମ ବା ଏକକ ସ୍ବାସ୍ଥ୍ୟ ମଞ୍ଚ ଏହି ଦୃଷ୍ଟିକୋଣକୁ ସମର୍ଥନ କରିଛି। ଏବେ ସମୟ ଆସିଛି ଯେଉଁଠି ପୃଥିବୀରେ ଗୋଟିଏ ଭୂତାଣୂ ଜନିତ ମହାମାରୀ ପରେ ଆଉ ଏକ ମହାମାରୀର ଝଟକା ଖାଇବାରେ ଲାଗିଛି। ପ୍ରତ୍ୟେକ ଭାଇରସ୍‌କୁ କିଭଳି ନିୟନ୍ତ୍ରଣ କରାଯିବ ସେ ସମ୍ପର୍କରେ ବିଚାର କରି ଏକ ଯୋଜନା ପ୍ରସ୍ତୁତ କରିବାକୁ ସରକାରଙ୍କ ପାଇଁ ଏହା ହିଁ ଉପଯୁକ୍ତ ସମୟ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri