ତରକାରି ଆଇନକୁ ଅଣଦେଖା

ବର୍ତ୍ତମାନ ବିବାହ ଓ ଭୋଜିଭାତ ଋତୁ ଚାଲିଛି। ଏହି ସମୟରେ ନଅ ତିଅଣ ଛଅ ଭଜାଠାରୁ ଆହୁରି ଲମ୍ବି ଗଲାଣି ଖାଇବା ମେନୁର ତାଲିକା। ଏମିତିରେ ବି ଲୋକମାନଙ୍କ ଖାଦ୍ୟ ରୁଚି ସବୁ ପରିବର୍ତ୍ତନ ହୋଇଗଲାଣି। କହିବାକୁଗଲେ ଦାମୀ, ସୁସ୍ବାଦୁ ଓ ଆକର୍ଷଣୀୟ ଖାଦ୍ୟ ପଦାର୍ଥ ନ କଲେ ଭୋଜିର ମୂଲ୍ୟ ରହିବ ନାହିଁ ବୋଲି ଅନେକଙ୍କର ଏକ ପ୍ରକାର ଧାରଣା ଥାଏ। କଁା ଭଁା କେଉଁଠି ଭୋଜିରେ ଗାଉଁଲି ଖାଦ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଖାଇବା ଭୋଜି ବ୍ୟବସ୍ଥା ଦିନକୁ ଦିନ ଏତେ ବ୍ୟୟ ବହୁଳ ହେଲାଣି ଯେ, ‘ଦେଉଳକୁ ମୁଖଶାଳା ବଳି’ ପରି ସବୁ ଖର୍ଚ୍ଚଠାରୁ ଖାଇବା ପିଇବା ଖର୍ଚ୍ଚ ଉଚ୍ଚାରେ ରହୁଛି। ଗଣମାଧ୍ୟମରେ ଆମେ ଅନେକ ସମୟରେ ଦେଖୁଛୁ ଯେ ସୁସ୍ବାଦୁ ଓ ଆମିଷ ଖାଦ୍ୟ ପାଇଁ ବିବାହ ବା ଅନ୍ୟ ଭୋଜିରେ ନାନାଦି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଗୋଟିଏ ଗୋଟିଏ ପରିବାର ବିବାହ ଭୋଜି ପାଇଁ ଏପରି ଋଣଗ୍ରସ୍ତ ହୋଇଯାଉଛନ୍ତି ଯେ ସେଥିରୁ ଉଠିବା ପାଇଁ ସେମାନଙ୍କୁ ବର୍ଷ ବର୍ଷ ଲାଗି ଯାଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ବର୍ଷ ବର୍ଷ ଧରି ଓଡ଼ିଶାରେ ଏକ ବିଧିବଦ୍ଧ ଆଇନ ଥାଇ ମଧ୍ୟ ତାହା କୌଣସି କାର୍ଯ୍ୟରେ ଲାଗୁନି। ଭୋଜିରେ କେତେ ପ୍ରକାର କ’ଣ କ’ଣ ମେନୁ ତାଲିକା ରହିଲା ତାହା ହେଉଛି ବର୍ତ୍ତମାନ ସମୟର ସବୁଠାରୁ ବଡ଼ ତଥା କଥିତ ଷ୍ଟାଟସ୍‌ ସିମ୍ବଲ କହିଲେ ଅତ୍ୟୁକ୍ତି ହେବନାହିଁ।
କୌଣସି ଭୋଜିରେ ଅଥବା ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଣ୍ଟିନ୍‌, କ୍ଲବ ଆଦିରେ ଜଣେ ବ୍ୟକ୍ତିଙ୍କୁ ଦୁଇ ପ୍ରକାରରୁ ଅଧିକ ତରକାରି ପରଷା ଯାଇପାରିବ ନାହିଁ। ଏ ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ଆଇନଗତ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ସରକାରୀ କଳ ମାନୁନାହିଁ। ସରକାର ଚଳାଉଥିବା ବ୍ୟକ୍ତିବିଶେଷ ଓ ଉଚ୍ଚ ପଦାଧିକାରୀମାନେ ନିଜ ନିଜର ପତିଆରା ପାଇଁ ସ୍ଥଳ ବିଶେଷରେ ୨୦ ପ୍ରକାରରୁ ଅଧିକ ବ୍ୟଞ୍ଜନ ପରିବେଷଣ କରାଉଥିଲେ ମଧ୍ୟ ତାହାକୁ ରୋକାଯାଇ ନ ଥିବାରୁ ସାଧାରଣ ଲୋକଙ୍କ ଉପରେ ଏହି ଆଇନଗତ ବ୍ୟବସ୍ଥାର ସାମାନ୍ୟ ପ୍ରଭାବ ପଡ଼ୁନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଆଧାରରେ ଭାରତ ସରକାରଙ୍କ କୃଷି ମନ୍ତ୍ରାଳୟ ୧୯୭୨ ମସିହାରେ ଏପରି ଏକ ବ୍ୟବସ୍ଥା ପ୍ରଣୟନ କରିଥିଲେ। ଓଡ଼ିଶା ସରକାର ୧୯୭୩ ମସିହାରେ ‘ଓଡ଼ିଶା ଫୁଡ୍‌ ରେଷ୍ଟ୍ରିକ୍‌ଶନ ଅନ୍‌ ସର୍ଭିସ ଅଫ୍‌ ମିଲ୍ସ ବାଇ କ୍ୟାଟରିଂ ଏଷ୍ଟାବ୍ଲିଶମେଣ୍ଟ ଅର୍ଡର’ ଗେଜେଟ୍‌ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ। ଏହି ଆଇନଗତ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା କ୍ଷମତାପ୍ରାପ୍ତ କୌଣସି ଅଧିକାରୀ କିମ୍ବା ଇନ୍ସପେକ୍ଟର ଓ ତଦୂର୍ଦ୍ଧ୍ୱ ପାହ୍ୟାର କୌଣସି ପୋଲିସ ଅଧିକାରୀ ଦୁଇରୁ ଅଧିକ ବ୍ୟଞ୍ଜନ ପରଷା ଯାଉଥିବା ଭୋଜି କ୍ଲବ, ହୋଟେଲ, କ୍ୟାଟରିଂ ସଂସ୍ଥା ଆଦି ଉପରେ ଚଢ଼ାଉକରି ରନ୍ଧା ହୋଇଥିବା ସାମଗ୍ରୀ ଓ ରନ୍ଧନପାତ୍ର ଆଦିକୁ ଜବତ କରିବା ସହିତ ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ଜେରା କରିପାରିବେ। କ୍ରିମିନାଲ ପ୍ରୋସିଡିଓର କୋଡ୍‌ରେ ଥିବା ବିଭିନ୍ନ ଧାରା ଅନୁଯାୟୀ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଆଇନଗତ ବ୍ୟବସ୍ଥା ଅଛି। କେବଳ ଖାଦ୍ୟ ଯୋଗାଣକାରୀ ସଂସ୍ଥା ନୁହନ୍ତି କୌଣସି ବ୍ୟକ୍ତି ଦୁଇରୁ ଅଧିକ ତରକାରି ଖାଇବାକୁ ନେଇପାରିବେ ନାହିଁ। ପ୍ରମୁଖ ଖାଦ୍ୟ ହିସାବରେ ଭାତ, ଡାଲି, ଚପାତି, ପରଟା, ପୁରି, ଲୁଚି ଆଦି ସହିତ ମାଛ, ମାଂସ କିମ୍ବା ପରିବାରେ ପ୍ରସ୍ତୁତ ଗୋଟିଏ ତରକାରି ଏବଂ ତାହାର ସହଯୋଗୀ ଭାବେ ପରିବା, ଅଣ୍ଡା, ମିଠା ଆଦିରେ ତିଆରି ଆଉ ଗୋଟିକୁ ବ୍ୟବହାର କରିପାରିବେ। ତେବେ ଏହି ତରକାରି ବ୍ୟତୀତ ସୁପ୍‌, ବିସ୍କୁଟ, ଜାମ୍‌, ଜୁସ୍‌, ଭଜା, ପାମ୍ପଡ଼, ଚଟଣି, ଖଟା, ରାଇତା, ପିଆଜ, ଘିଅ, ଲହୁଣି, ଦହି, ଛେନା, ଦୁଗ୍ଧ, କଷ୍ଟାଡ୍‌ ଆଦି ସେବନ କରାଯାଇ ପାରିବ।
ଖାଦ୍ୟ କଟକଣା ପାଇଁ ଆଇନରେ ଏହି ବ୍ୟବସ୍ଥା ଥିବାବେଳେ ଏବେ ସମ୍ଭ୍ରାନ୍ତ ଲୋକମାନଙ୍କର ବାହାଘର ଭୋଜିରେ ଆଠ ଦଶ ପ୍ରକାରର ଆମିଷ ଓ ଅନେକ କିସମର ନିରାମିଶ ବ୍ୟଞ୍ଜନ ପରଷା ଯାଉଛି। ଯେଉଁମାନେ ଏହାକୁ ଜଗିବା କଥା ସେମାନେ ଭୋଜିଭାତ ଖାଇବା ସଙ୍ଗେ ସଙ୍ଗେ ସେଠାରେ ଆପ୍ୟାୟିତ ହେଉଥିବା ବିଶିଷ୍ଟ ଅତିଥିମାନଙ୍କ ନିରାପତ୍ତା କଥା ଦେଖୁଛନ୍ତି। ବିଦେଶରୁ ଆସୁଥିବା କୂଟନୈତିକ ଅତିଥିମାନଙ୍କୁ ଆପ୍ୟାୟିତ କରିବା ଲାଗି ଆୟୋଜିତ ନୈଶ୍ୟଭୋଜି ପାଇଁ ଏହି ଆଇନଗତ କଟକଣା ଲାଗୁନାହିଁ। ଓଡ଼ିଶା ପରି ଅଭାବୀ ଓ ଗରିବ ରାଜ୍ୟରେ ଦିନରେ ଥରେ ଖାଇବାକୁ ସକ୍ଷମ ନ ଥିବା ଅନେକ ଲୋକ ରହିଥିବାବେଳେ ସରକାରଙ୍କ ପ୍ରଣୀତ ବ୍ୟବସ୍ଥିତ ତରକାରି ଆଇନ ଅଳିଆଗଦାରେ ପଡ଼ିଛି। ଇଆଡ଼େ ଭୋଜି ପରଦିନ କୁଢ଼ କୁଢ଼ ବଳିଯାଇଥିବା ବା ଅତିଥିମାନେ ଛାଡ଼ିଥିବା ଅଇଁଠା ଖାଦ୍ୟ ଆବର୍ଜନା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି।

ଯୁଧିଷ୍ଠିର ମହାରଣା
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ
ମୋ: ୯୪୩୭୧୬୩୫୨୮


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri