Posted inଜାତୀୟ

ଜରିମାନାକୁ ବେଖାତିର, ନଡ଼ା ଜାଳିବା ଘଟଣାରେ ୨୧୮ ପ୍ରତିଶତ ବୃଦ୍ଧି …

ଚଣ୍ଡିଗଡ଼,୨୭।୧୦: ଜରିମାନା ନେଇ ଲୋକଙ୍କ ମଧ୍ୟରେ ଆଉ ଭୟ ନାହିଁ। ଜରିମାନାକୁ ବେଖାତିର କରି ଲୋକେ ନଡ଼ା ଜାଳିବା ଜାରି ରଖିଛନ୍ତି। ଏହା ଯୋଗୁ ହେଉଥିବା ବାୟୁୁ ପ୍ରଦୂଷଣକୁ ମଧ୍ୟ ଲୋକଙ୍କର ନିଘା ନାହିଁ। ପଞ୍ଜାବରେ ଗୋଟିଏ ସପ୍ତାହରେ ନଡ଼ା ଜାଳିବା ଘଟଣାରେ ୨୧୮ ପ୍ରତିଶତ ବୃଦ୍ଧି ଘଟିଛି। ଏହା ଦ୍ୱାରା ଦିଲ୍ଲୀ ଏନ୍‌ସିଆର୍‌ ସମେତ ଅନ୍ୟ ପଡ଼ୋଶୀ ରାଜ୍ୟରେ ବାୟୁ ପ୍ରଦୂଷଣ ସମସ୍ୟା ବଢ଼ିବାରେ ଲାଗିଛି।

ରାଜ୍ୟରେ ଧାନ ଅମଳ ଏବଂ ଗହମ ବୁଣିବା ସହିତ କ୍ଷେତରେ ନଡ଼ା ଜାଳିବା ଘଟଣା ଯଥେଷ୍ଟ ବୃଦ୍ଧି ପାଇଛି। ପ୍ରତିବର୍ଷ ଏହା ଯୋଗୁ ବାୟୁ ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲେ ମଧ୍ୟ ଲୋକେ ସଚେତନ ହେଉ ନାହାନ୍ତି।

ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ପିପିଏସବି) ଅନୁଯାୟୀ, ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୨,୯୪୨ଟି ନଡ଼ା ପୋଡ଼ି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ତରନ ତାରନରେ ୭୨୮, ଅମୃତସରରେ ୬୬୫, ପଟିଆଲାରେ ୨୭୯, ଲୁଧିଆନାରେ ୧୮୬, ଗୁରୁଦାସପୁରରେ ୧୫୮ ଟି ନଡ଼ା ପୋଡି ମାମଲା ରହିଛି। ପଠାନକୋଟରେ ଏ ପର୍ଯ୍ୟନ୍ତ କୌଣସି ନଡ଼ା ପୋଡ଼ି ଘଟଣା ସାମ୍ନାକୁ ଆସିନାହିଁ।

ଇତିମଧ୍ୟରେ ଅକ୍ଟୋବର ୧୯ ପର୍ଯ୍ୟନ୍ତି ୪୪୩ ମାମଲାରେ ୧୩.୪୬ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି।

ଆସନ୍ତା ୨୦୨୨ ବର୍ଷରେ ପଞ୍ଜାବରେ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଚଳିତ ବର୍ଷ ଅନ୍ୟ ବର୍ଷ ପରି ନଡ଼ା ଜଳାଇବା ଘଟଣାର ଅଧିକ ଏଫଆଇଆର୍‌ ପଞ୍ଜିକୃତ ହେଉନାହିଁ। ପୂର୍ବରୁ ବାୟୁ ଅଧିନିୟମ ୧୯୮୧, ସିଆର୍‌ ପିସିର ଧାରା ୧୮୮ ଅନ୍ତର୍ଗତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶକୁ ଅବମାନନା କରାଯାଉଥିବା ଅନ୍ତର୍ଗତ ମାମଲା ପଞ୍ଜିକୃତ ହେଇଥିଲା। ମାତ୍ର ଏବେ ରାଜନୈତିକ ଦୃଷ୍ଟିକକୋଣରୁ ଏଭଳି ମାମଲାର ପଞ୍ଜିକରଣରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ENG vs IND: ଇଂଲଣ୍ଡ ODI ଏବଂ ଜିମ୍ବାୱେ T20 ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ; BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଏବଂ ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି। ରବିବାର, ପୁରୁଷ…

ଗ୍ରୀଡ୍‌ ସବ୍‌ଷ୍ଟେଶନ ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ କୌଣସି ସ୍ଥାନରେ କିଛି…

ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟରେ ରବିବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୩୩/୧୧ କେ.ଭି କ୍ଷମତା ସମ୍ପନ୍ନ ନୂତନ ଗ୍ରୀଡ୍‌…

‘ମୁଁ ଆତ୍ମହତ୍ୟା କରିଦେବି….’ନିର୍ବାଚନ କମିଶନରଙ୍କୁ ଘରକୁ ଡକାଇ ଏଭଳି କହିଥିଲେ ମନମୋହନ ସିଂ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୨।୭: ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଦଶ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ମନମୋହନ ସିଂଙ୍କ ସମ୍ପର୍କରେ ଏକ ଆକର୍ଷଣୀୟ କାହାଣୀ ସାମ୍ନାକୁ ଆସିଛି।…

ମୋବାଲରେ ପିଟି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ, ବୋହୂଙ୍କ ନାଁରେ ଅଭିଯୋଗ ଆଣି ଶ୍ୱଶୁର କହିଲେ ଏମିତି…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସ୍ବରାଜ ହସ୍ପିଟାଲରେ ରବିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ଚମିନିଭାଟି ପଡ଼ାର ସ୍ବପ୍ନେଶ୍ବର…

ସଚିନ ତେନ୍ଦୁଲକରଙ୍କ ପରେ ଏବେ ବିରାଟଙ୍କ ପାଳି; ଇତିହାସ ରଚିବା ଲକ୍ଷ୍ୟରେ ବିରାଟ

ନୂଆଦିଲ୍ଲୀ,୧୨।୭: ଟି-୨୦ ସିରିଜରେ କ୍ଲିନ ସୁଇପ ପରେ, ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ ୧୪…

Watch: ଦଳରୁ ବାଦ ପଡିବା ପରେ ଭୋ ଭୋ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ, ସମ୍ଭାଳିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୨।୭: ସାଉଥାମ୍ପଟନରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା; ବରଂ ସଞ୍ଜୁ ସାମସନ ଦଳକୁ ଫେରିଥିଲେ। ତଥାପି, ଫଳାଫଳ…

ଆସନ୍ତା ବର୍ଷ ଚାଲିବ ଭାରତର ପ୍ରଥମ ବୁଲେଟ ଟ୍ରେନ; ଘୋଷଣା ହେଲା ନୂଆ ରୁଟ

ନୂଆଦିଲ୍ଲୀ,୧୨।୭: ଭାରତରେ ଖୁବଶୀଘ୍ର ବୁଲେଟ ଟ୍ରେନ ଟ୍ରାକରେ ଦୌଡିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଘୋଷଣା କରିଛନ୍ତି ଯେ ମୁମ୍ବାଇ ଏବଂ ଅହମଦାବାଦ ମଧ୍ୟରେ ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri