ବୋଲରଙ୍କୁ ଅଣଦେଖା

ଲର୍ଡସରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଇଂଲଣ୍ଡ ଟିମ୍‌କୁ ପରାସ୍ତକରି ବିଜୟୀ ହୋଇଥିଲା। ଭାରତର ଏହି ବିଜୟକୁ ନେଇ ବ୍ରିଟିଶ ମିଡିଆ ଏବଂ କ୍ରିକେଟରମାନେ ଲଗାତର ଚର୍ଚ୍ଚା ଜାରି ରଖିଛନ୍ତି। ଦୀପ୍ତି ଶର୍ମା ବୋଲିଂ କରୁଥିବା ସମୟରେ ନନ୍‌ଷ୍ଟ୍ରାଇକର ପଟେ ଇଂଲଣ୍ଡ ବ୍ୟାଟର କ୍ରିଜ୍‌ ଛାଡ଼ି ଦେଇଥିବା ସମୟରେ ଦୀପ୍ତି ତାଙ୍କୁ ରନ୍‌ ଆଉଟ କରିଥିଲେ। ଏହି ରନ୍‌ଆଉଟକୁ ନେଇ ବାଦ ବିବାଦ ଉଠିଛି। କିନ୍ତୁ ଏ କ୍ଷେତ୍ରରେ ନିୟମ ସମ୍ପୂର୍ଣ୍ଣ ସ୍ପଷ୍ଟ। ବାସ୍ତବରେ ୨୦୧୭ରେ ଏହି ନିୟମ ବୋଲର ଆର୍‌. ଅଶ୍ୱିନୀଙ୍କ ସପକ୍ଷରେ ସ୍ପଷ୍ଟ ହୋଇଥିଲା। ପୂର୍ବ ଏମ୍‌ସିସି ନିୟମରେ ବଲ୍‌ ଡେଲିଭରି କରିବା ପୂର୍ବରୁ ନନ୍‌ ଷ୍ଟ୍ରାଇକର ପଟେ ବ୍ୟାଟରଙ୍କୁ ରନ୍‌ ଆଉଟ କରିବା ଲାଗି ବୋଲରଙ୍କୁ ଅନୁମତି ଦିଆଯାଇଥିଲା। ଏବେ ସବୁ ସ୍ତରୀୟ କ୍ରିକେଟରେ ନନ୍‌ ଷ୍ଟ୍ରାଇକରଙ୍କୁ ରନ୍‌ ଆଉଟ କରାଯାଇପାରିବ। ବଲ୍‌ ଡେଲିଭରି କରିବାର ଶେଷ କ୍ଷଣରେ ବି ଏହା କରାଯାଇପାରିବ। କିନ୍ତୁ ଏହି ନିୟମାନୁସାରେ ଦୀପ୍ତି ଶର୍ମା ନନ୍‌ ଷ୍ଟ୍ରାଇକରଙ୍କୁ ରନ୍‌ ଆଉଟ କରିବା ଯୋଗୁ ତାଙ୍କୁ ନିନ୍ଦା କରାଗଲା। ଇଂଲଣ୍ଡ ବିଚାରରେ ଦୀପ୍ତି ତାଙ୍କ ପତିପକ୍ଷକୁ ରନ୍‌ ଆଉଟ କରିବା ପୂର୍ବରୁ ତାଙ୍କୁ ଚେତାବନୀ ଦେବା ଉଚିତ ଥିଲା। ବଲ୍‌ ଡେଲିଭରି ପୂର୍ବରୁ ଯଦି ବ୍ୟାଟର ରନ ନେବାକୁ କ୍ରିଜ୍‌ ବାହାକୁ ଯିବା ଲାଗି ଯୋଜନା କରି ସେମାନେ ବୋଲର କିମ୍ବା କିପରଙ୍କୁ ସୂଚନା ଦେବାକୁ ଏକ ଦାୟିତ୍ୱ ବୋଲି ମନେ କରୁନାହାନ୍ତି। ଯଦି ସେମାନେ ଏହା କରୁନାହାନ୍ତି,ତେବେ ବ୍ୟାଟରମାନଙ୍କୁ ଚେତାବନୀ ଦେବା ଏକ ଦାୟିତ୍ୱ ବୋଲି ବୋଲରମାନେ କାହିଁକି ବିଚାର କରିବେ? ବୋଲରକୁ ଅଣଦେଖା କରିବା ଏବଂ ପ୍ରତିରୋଧ କରିବାକୁ ନିୟମଗୁଡ଼ିକ ଲେଖାଯାଇଛି କିମ୍ବା ପୁନଃ ଲେଖନ କରାଯାଇଛି। କ୍ରିକେଟ ଏକ ବ୍ୟାଟ୍ସମ୍ୟାନ ଖେଳ ବୋଲି ବହୁ ସମୟରେ ଆମକୁ କୁହାଯାଏ। କିନ୍ତୁ ଆଇସିସି ବୋଲରମାନଙ୍କ ଜୀବନକୁ କଠିନ କରିଛି। ବୋଲର ଏକ ଏଲ୍‌ବିଡବ୍ଲ୍ୟୁ ଦାବି କରିପାରିବେ, କିନ୍ତୁ ବଲ୍‌ଟି ଯଦି ଲେଗ୍‌ଷ୍ଟମ୍ପ ବାହାରେ ପିଚ୍‌ ଖାଇଥାଏ କିମ୍ବା ଅପ୍‌ଷ୍ଟମ୍ପ ବାହାରେ ତା ଦେହରେ ବାଜିଥାଏ ତେବେ ୧୯୭୦ ଦଶନ୍ଧିରେ ଅଣାଯାଇଥିବା ନିୟମ ବ୍ୟାଟ୍ସମ୍ୟାନକୁ ରକ୍ଷା କରିବ। ଫାଷ୍ଟ ବୋଲରଙ୍କ ପାଇଁ ଫ୍ରଣ୍ଟ୍‌ଫୁଟ୍‌ ରୁଲ୍‌କୁ ମଧ୍ୟ ୧୯୬୦ ଦଶନ୍ଧିରେ ପରିବର୍ତ୍ତନ କରାଗଲା। ନିକଟରେ ବାଉନ୍ସର ଉପରେ କଟକଣା ଲଗାଯାଇଛି। ପ୍ରଥମ ବାଉନ୍ସର ପରେ ବୋଲରଙ୍କୁ ଚେତାବନୀ ଦିଆଯାଇଥାଏ। ପଡ଼ିଆରେ ୩୦ ଗଜ ସର୍କଲ ଓ ପାଓ୍ବାର ପ୍ଲେ, ଲେଗ୍‌ସାଇଡ କଟକଣା ବୋଲରଙ୍କ ଉପରେ ହିଁ ଲଦିଦିଆଯାଇଛି। ଦିନିକିଆ ଅନ୍ତର୍ଜାତୀୟରେ କ୍ରିଜ୍‌ର ଦୁଇ ପାଖରୁ ବୋଲିଂ ପାଇଁି ଦୁଇଟି ବଲ୍‌ ରଖାଯାଏ। ବୋଲର ଶୀଘ୍ର ବୋଲିଂ କରିବା ଲାଗି ଏହା କରାଯାଇଥାଏ ଯାହାଦ୍ୱାରା ସେମାନଙ୍କୁ କଠିନତାର ସାମ୍ନା କରିିବାକୁ ହୋଇଥାଏ। ବ୍ୟାଟରମାନେ ସବୁବେଳେ ପୁରସ୍କୃତ ବା ଲାଭାନ୍ବିତ ହେଉଥିବାବେଳେ ଫ୍ରି ହିଟ୍‌, ଫାଷ୍ଟ୍‌ ଫର୍‌ ଫ୍ରଣ୍ଟଫୁଟ ନୋ ବଲ୍‌ ଏବଂ ୨୦୧୫ ପରେ ସବୁ ପ୍ରକାର ନୋ ବଲ୍‌ ଆଦି ନୂଆ ନିୟମଗୁଡ଼ିକ ଦ୍ୱାରା ବୋଲରମାନେ କ୍ଷତି ସହୁଛନ୍ତି। ନୋ ବଲ୍‌ ଓ ଓ୍ବାଇଡ ବଲରେ ବୋଲରମାନେ ଭୁଲ୍‌ କଲେ ତତ୍‌କ୍ଷଣାତ ଦଣ୍ଡିତ ହେଉଥିବାବେଳେ କ୍ରିଜ୍‌ରେ ଦୌଡିବାକୁ ନେଇ ବ୍ୟାଟରଙ୍କୁ ଦୁଇଥର ବିନା ଦଣ୍ଡାମତ୍କ ଚେତାବନୀ ଦିଆଯାଉଛି। ବ୍ୟାଟର ଆଘାତ ପ୍ରାପ୍ତ ହେଲେ ସଙ୍ଗେ ସଙ୍ଗେ ଫେରି ଆସିପାରିବେ, କିନ୍ତୁ ବୋଲରମାନେ ତାହା କରିପାରିବେ ନାହିଁ। ଦିନିକିଆ ଅନ୍ତର୍ଜତୀୟ ଏବଂ ଟି୨୦ ମ୍ୟାଚରେ ବୋଲରମାନେ ନିର୍ଦ୍ଧାରିତ ସଂଖ୍ୟକ ଓଭର ବୋଲିଂ କରିବେ, କିନ୍ତୁ ଜଣେ ବ୍ୟାଟର କେତେ ଓଭର ବ୍ୟାଟିଂ କରିପାରିବେ ତାହାର କୌଣସି ସୀମା ନହିଁ।
କ୍ରିକେଟରେ ପ୍ରତ୍ୟେକଟି ନୂତନତ୍ୱ ବିଶେଷକରି ବୋଲରମାନଙ୍କୁ ଅଣଦେଖା ଲାଗି ଉଦ୍ଦିଷ୍ଟ। ଡିସିସନ ରିଭ୍ୟୁ ସିଷ୍ଟମ(ଡିଆର୍‌ଏସ୍‌) ବ୍ୟବସ୍ଥା ବୋଲରଙ୍କ ସପକ୍ଷରେ ଥିବା କୁହାଯାଉଥିଲେ ବି ତାହା ଠିକ୍‌ ନୁହେଁ। ଉକ୍ତ ବ୍ୟବସ୍ଥାର ପ୍ରୋଟୋକଲ ବୋଲିଂ ପରିବର୍ତ୍ତେ ବ୍ୟାଟିଂ ସପକ୍ଷରେ ରହିଛି। ରିଭ୍ୟୁ ଲାଗି ବ୍ୟାଟରଙ୍କର ସ୍ବାଧୀନତା ରହିଛି, ହେଲେ ବୋଲରଙ୍କୁ ତାଙ୍କ କ୍ୟାପଟେନଙ୍କୁ ଅପିଲ କରିବାକୁ ପଡେ। ସୁଇଚ୍‌ ହିଟ୍‌, ରିଭର୍ସ ହିଟ୍‌ ଆଦି ସବୁ ପ୍ରକାର ବ୍ୟାଟିଂ କୌଶଳ ଗ୍ରହଣୀୟ। କିନ୍ତୁ ବୋଲିଂ କୌଶଳକୁ ଅନେକ ସମୟରେ ଚିଟିଂ ଭାବେ ଦେଖାଯାଏ। ବ୍ୟାଟ୍‌ ଓ ବ୍ୟାଟିଂର ସ୍ଥିତି ବିଷୟରେ ଟେକ୍‌ନୋଲୋଜିକୁ ଅନିୟନ୍ତ୍ରିତ ଭାବେ ଅନୁମତି ଦିଆଯାଇଛି। କ୍ରିକେଟ ବଲ ଏକ ଶତାବ୍ଦୀ ଧରି ସେମିତି ରହିଛି।
ଏହିସବୁ ନିୟମ ଓ ଟେକ୍‌ନିକ ବୋଲିଂକୁ କ୍ଷତି କରିନାହିଁ ବୋଲି ଆମେ ଭାବିବା ଉଚିତ ନୁହେଁ। ହାରୋଲ୍ଡ ଲର୍‌ଉଡଙ୍କ ଠାରୁ ଆରମ୍ଭ କରି ଦଳିତ କ୍ରିକେଟର ବାଲୁ ପଲଓ୍ବାଙ୍କରଙ୍କ ଯାଏ,ବୋଲିଂକୁ ନିମ୍ନ ଦୃଷ୍ଟିରେ ଦେଖାଯାଇଆସିଛି। ଆମ ଦେଶରେ ବୋଲର ଓ ବୋଲିଂକୁ କଠିନ ସ୍ଥିତିର ସାମ୍ନା କରିବାକୁ ପଡ଼ୁଛି। ବିଶ୍ୱରେ ଏକ ଲମ୍ବା ସମୟ ଧରି ବୋଲରମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖିବାର ରେକର୍ଡ ରହିଛି, ଯାହା ତଥ୍ୟରୁ ସ୍ପଷ୍ଟ ହୁଏ। ଭାରତୀୟ ଟିମ୍‌କୁ ଦେଖନ୍ତୁ। ଆମ ବ୍ୟାଟିଂ (ଗାଭାସ୍କର, ସେହ୍ବାଗ, କୋହଲି, ତେନ୍ଦୁଲକର ଓ ଡ୍ରାଭିଡ)ବିଶ୍ୱସ୍ତରୀୟ କିନ୍ତୁ ବୋଲିଂ ଉତ୍ସାହପ୍ରଦ ନୁହେଁ। କପିଳ ଦେବ, କୁମ୍ବଲେ, ହରଭଜନ ଏବଂ ଅଶ୍ୱିନୀ ଆମର ସବୁଠୁ ଅଧିକ ଉଇକେଟ ନେଇଛନ୍ତି ଓ ପ୍ରଥମ ତିନିଜଣଙ୍କର ଉଇକେଟ ପିଛା ହାରାହାରି ରନ୍‌ ହେଉଛି ୩୦। କିନ୍ତୁ ଅଷ୍ଟ୍ରେଲିଅ କିମ୍ବା ଓ୍ବେଷ୍ଟଇଣ୍ଡିଜ ଅବା ପାକିସ୍ତାନ ଭଳି ସମାନ ଗୋଷ୍ଠୀରେ ଏମାନେ ନାହାନ୍ତି। ସର୍ବକାଳୀନ ଶ୍ରେଷ୍ଠ ଟେଷ୍ଟ ବୋଲିଂ ଆଭରେଜ ତାଲିକାର ଉପରୁ ତଳ ଆଡକୁ ଆସିଲେ ୟଶପ୍ରୀତ ବୁମରା ୩୫ ଓ ଆର୍‌. ଅଶ୍ୱିନୀ ୭୨ ର଼୍ୟାଙ୍କ୍‌ରେ ରହିଛନ୍ତି।

  • ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?