ସୌରଶକ୍ତି ପ୍ରକଳ୍ପକୁ ଅଣଦେଖା: ପୂରଣ ହେଉନି ଆର୍‌ପିଓ ଲକ୍ଷ୍ୟ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ୍‌ ଚାହିଦା ଦିନକୁ ଦିନ ବଢୁଛି। ହେଲେ ସେହି ହାରରେ ଉତ୍ପାଦନ ବୃଦ୍ଧି ପାଉନାହିଁ। ତାପଜ ଭଳି ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ଉପରେ ଚାପ ବଢ଼ିଚାଲିଛି। ପ୍ରଦୂଷଣ ମୁକ୍ତ ଅଣପାରମ୍ପରିକ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ସମଗ୍ର ବିଶ୍ୱରେ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜ୍ୟରେ ଏହି ଶକ୍ତି ଉତ୍ପାଦନକୁ ଅଣଦେଖା କରାଯାଉଛି। ପର୍ଯ୍ୟାପ୍ତ ସୁଯୋଗ ଥିବା ସତ୍ତ୍ୱେ ଦୂରଦୃଷ୍ଟି ଅଭାବ ଏବଂ ସରକାରୀ ଉଦାସୀନତା ଯୋଗୁ ରାଜ୍ୟରେ ସୌରଶକ୍ତି ଉତ୍ପାଦନ ବୃଦ୍ଧି ପାଇ ପାରୁ ନାହିଁ। କେବଳ ସେତିକି ନୁହେଁ, ବିଦ୍ୟୁତ୍‌ ବିତରଣ କମ୍ପାନୀ, ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ଓ ଅଧିକ ବିଦ୍ୟୁତ୍‌ ବ୍ୟବହାର କରୁଥିବା ସଂସ୍ଥା ସେମାନଙ୍କ ଆବଶ୍ୟକତାର କିଛି ପରିମାଣ ଅଣପାରମ୍ପରିକ କ୍ଷେତ୍ରରୁ ଖରିଦ କରି ଆଇନ ଅନୁଯାୟୀ ରିନିଏବୁଲ୍‌ ପର୍ଚେଜ୍‌ ଓବ୍ଲିଗେଶନ୍‌ସ(ଆର୍‌ପିଓ) ଲକ୍ଷ୍ୟ ପୂରଣ କରିବା କଥା। କିନ୍ତୁ କୌଣସି ସଂସ୍ଥା ଏହାକୁ ମାନୁ ନାହାନ୍ତି। ଅଣପାରମ୍ପରିକ ସୌରଶକ୍ତିକୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ରାଜ୍ୟ ସରକାର ଥର୍ମାଲ ଏନର୍ଜି ବା ତାପଜ ଶକ୍ତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ଶକ୍ତି ଚାହିଦା ମେଣ୍ଟାଇବାକୁ ଆଗାମୀ ଦିନରେ ହେବାକୁ ଥିବା ୧୪ଟି ପ୍ରକଳ୍ପ ମଧ୍ୟରୁ ୭ଟି ଥର୍ମାଲ ଏନର୍ଜି ରହିଥିବା ବେଳେ ମାତ୍ର ୩ଟି ସୌରଶକ୍ତି ପ୍ରକଳ୍ପ ଏବଂ ୪ଟି ନନ୍‌-ସୋଲାର(କ୍ଷୁଦ୍ର ଜଳବିଦ୍ୟୁତ୍‌ ଶକ୍ତି) ପ୍ରକଳ୍ପ ରହିଛି। ସୋଲାର ପାର୍କ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଥିଲେ ମଧ୍ୟ ସେ ଦିଗରେ ସରକାର ପଦକ୍ଷେପ ନେଉନାହାନ୍ତି।
ଗ୍ରୀଡ୍‌କୋ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ହାରାହାରି ୩,୮୫୦ ମେଗାଓ୍ବାଟ୍‌ ବିଜୁଳି ଆବଶ୍ୟକ ହୋଇଥିବାବେଳେ ୩,୭୫୪ ମେଗାଓ୍ବାଟ୍‌ ଉତ୍ପାଦନ ହେଉଛି। ବିଭିନ୍ନ ସରକାରୀ କମ୍ପାନୀ ବା ସଂସ୍ଥା ଦ୍ୱାରା ୨,୮୫୪ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବାବେଳେ ବେସରକାରୀ ସଂସ୍ଥା ଦ୍ୱାରା ୯୦୦ ମେଗାଓ୍ବାଟ୍‌ ଉତ୍ପାଦନ ହେଉଛି। ଗ୍ରୀଡ୍‌କୋ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକଠାରୁ ଏହି ବଦ୍ୟୁତ୍‌ କ୍ରୟ କରିଥାଏ। ୨୦୧୯-୨୦ରେ ଗ୍ରୀଡ୍‌କୋ ମୋଟ ୨୧,୫୫୨ ମେଗା ୟୁନିଟ୍‌ ବିଦ୍ୟୁତ୍‌ ଶକ୍ତି ବିଭିନ୍ନ କ୍ଷେତ୍ରରୁ କ୍ରୟ କରିଥିବା ବେଳେ ୩ଟି କେନ୍ଦ୍ରୀୟ ସଂସ୍ଥାଠାରୁ ୨,୯୬୨ ମେଗା ୟୁନିଟ୍‌ କିଣିଛି। ସୌରଶକ୍ତି ଉତ୍ପାଦନ ପାଇଁ ରାଜ୍ୟରେ ବ୍ୟାପକ ସୁଯୋଗ ଥିଲେ ମଧ୍ୟ ସୋଲାର ପାର୍କ ପ୍ରତିଷ୍ଠା କରିବା ପରିବର୍ତ୍ତେ ରାଜ୍ୟ ସରକାର ବିଦ୍ୟୁତ୍‌ ଚାହିଦା ମେଣ୍ଟାଇବା ପାଇଁ କେନ୍ଦ୍ର ତଥା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି। କ୍ରମାଗତଭାବେ ଓଡ଼ିଶାରେ ବିଦ୍ୟୁତ୍‌ ଚାହିଦା ବଢି ଚାଲିଥିବାବେଳେ ୨୦୨୪ ସୁଦ୍ଧା ଏହା ୬୦୦୦ ମେଗାୱାଟ୍‌ରେ ପହଞ୍ଚତ୍ବ ବୋଲି ଆକଳନ କରାଯାଉଛି। ଏପରି ସ୍ଥଳେ ସରକାର ଯଦି କେବଳ ତାପଜ ଓ ଜଳ ବିଦ୍ୟୁତ୍‌ ଉପରେ ନିର୍ଭର କରନ୍ତି ଆଗାମୀ ଦିନରେ ସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ସୂଚନା ମୁତାବକ, ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ୬,୯୫୯ ମେଗା ୟୁନିଟ୍‌ରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ ଶକ୍ତି ଆବଶ୍ୟକ ହେଉଥିବା ବେଳେ ଘରୋଇ ବ୍ୟବହାର ପାଇଁ ୭,୩୨୮ ମେଗା ୟୁନିଟ୍‌, କୃଷି କ୍ଷେତ୍ରକୁ ୬୧୪ ମେଗା ୟୁନିଟ୍‌, ବ୍ୟବସାୟିକ କ୍ଷେତ୍ରକୁ ୧୯୮୨ ମେଗା ୟୁନିଟ୍‌ ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ ୨୬୭୬.୭୧୮ ମେଗା ୟୁନିଟ୍‌ ବିଦ୍ୟୁତ୍‌ ଆବଶ୍ୟକ ହେଉଛି। ହେଲେ ଏହାମଧ୍ୟରୁ ଅଧିକାଂଶ ଭାଗ ତାପଜ ବିଦ୍ୟୁତ୍‌ ଶକ୍ତିରୁ ମିଳୁଛି। ଗ୍ରୀଡ୍‌କୋ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ସର୍ବାଧିକ ତାପଜ ବିଦ୍ୟୁତ୍‌ ଶକ୍ତି ଉତ୍ପାଦିତ ହେଉଛି। ଏହାତଳକୁ ଜଳ ବିଦ୍ୟୁତ୍‌ ଶକ୍ତି ରହିଥିବା ବେଳେ ଅତି ନଗଣ୍ୟ ସୌରଶକ୍ତି ଉତ୍ପାଦନ ହୋଇପାରୁଛି। ମୋଟ ୪୩୨୦ ମେଗାଓ୍ବାଟ୍‌ ତାପଜ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହେଉଥିବା ବେଳେ ୨୦୮୩ ମେଗାଓ୍ବାଟ୍‌ ଜଳବିଦ୍ୟୁତ୍‌ ଶକ୍ତି, ୩୬୨ ମେଗାଓ୍ବାଟ୍‌ ସୌରବିଦ୍ୟୁତ୍‌ ଶକ୍ତି, ୮୧ ମେଗାଓ୍ବାଟ୍‌ କ୍ଷୁଦ୍ର ଜଳବିଦ୍ୟୁତ୍‌ ଶକ୍ତି ଏବଂ ୨୦ ମେଗାଓ୍ବାଟ୍‌ ବାୟୋମାସ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହେଉଛି।
ସେହିଭଳି ୪ ବର୍ଷ ପୂର୍ବେ ଓଡ଼ିଶା ୧୦୦୦ ମେଗାୱାଟ୍‌ର ସୋଲାର ପାର୍କ ନିର୍ମାଣ ପାଇଁ ଯୋଜନା କରିଥିବାବେଳେ ଜମି ଅଭାବରୁ ଏହା ୨୭୫ ମେଗାୱାଟ୍‌କୁ ଖସି ଆସିଛି। ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଅଧିକ ସମୟ ନେବା ଯୋଗୁ ଏ କ୍ଷେତ୍ରରେ ଥିବା ସୁଯୋଗକୁ ଓଡ଼ିଶା ହାତଛଡ଼ା କରିଛି। କୃଷି କ୍ଷେତ୍ରରେ ନୂତନ ଓ ଅକ୍ଷୟ ଶକ୍ତିର ପ୍ରୟୋଗ ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ରାଜ୍ୟ ସରକାର ଏକ୍ଷେତ୍ରରେ ବହୁପଛରେ ଅଛନ୍ତି। ରାଜ୍ୟ ରାଜଧାନୀ ସହ ପର୍ଯ୍ୟଟନସ୍ଥଳଗୁଡ଼ିକୁ ସୌରଶକ୍ତି ପରିଚାଳିତ କରିବାକୁ କେନ୍ଦ୍ର ସରକାର କହୁଥିବାବେଳେ ତାହା ଏବେ ବି ପୂରଣ ହୋଇପାରୁ ନାହିଁ। ରାଜ୍ୟ ସରକାର ସୌରଶକ୍ତିକୁ ପ୍ରୋତ୍ସାହନ ଦେଉ ନ ଥିବାରୁ ବିଧାନସଭା ଅଧିବେଶନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଭୁବନେଶ୍ୱରରେ ଗତ ଦୁଇବର୍ଷ ହେବ ଲୋକେ ସୌରଶକ୍ତି ବ୍ୟବହାର କରୁଥିଲେ ହେଁ ସେମାନଙ୍କୁ ପ୍ରୋତ୍ସାହନ କରାଯାଉନାହିଁ। ସୋଲାର ଏନର୍ଜିକୁ ଓଡ଼ିଶାର ଅଫିସରମାନେ ପ୍ରମୋଟ କରୁ ନ ଥିବା ବାଚସ୍ପତି କ୍ଷୋଭ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?