ନିର୍ଦ୍ଦେଶକୁ ଅଣଦେଖା

Dillip Cherian

କୋଚିରେ କଠିନ ବର୍ଜ୍ୟ ପରିଚାଳନା ପ୍ରଭାବୀ ଢଙ୍ଗରେ କରାଯାଉନାହିଁ। ବହୁଦିନ ହେବ ଲାଗି ରହିଥିବା ଏଭଳି ଅବ୍ୟବସ୍ଥାକୁ ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) କେରଳର ମୁଖ୍ୟ ଶାସନ ସଚିବ ବିଶ୍ୱାସ ମେହେଟାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୂତ୍ରରୁ ଜଣାପଡିଛି ଯେ,ମେହେଟା ଦାଖଲ କରିଥିବା ସତ୍ୟପାଠ ଉପରେ ଟ୍ରିବ୍ୟୁନାଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଛନ୍ତି। ଏ କ୍ଷେତ୍ରରେ ପରିବେଶଗତ ମାନଦଣ୍ଡ ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ତାଙ୍କ ସତ୍ୟପାଠ ଦାଖଲ କରିବା ପରେ ବି ବର୍ଜ୍ୟ ପରିଚାଳନାରେ କୌଣସି ଠୋସ୍‌ ପଦକ୍ଷେପ ନେବା ଦେଖାଯାଇ ନ ଥିତ୍ଲା, ଯାହାକୁ ନେଇ ଟ୍ରିବ୍ୟୁନାଲ ଦୁଃଖ ପ୍ରକାଶ କରିଛନ୍ତି। ଏପରିକି ଗତ ଦୁଇ ବର୍ଷ ମଧ୍ୟରେ ଅନେକ ନିର୍ଦ୍ଦେଶ ଜାରି କରାଯିବା ସତ୍ତ୍ୱେ ଏହାକୁ ଅଣଦେଖା କରାଯାଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ରିପୋର୍ଟକୁ ଆଧାର କରି ଏନ୍‌ଜିଟି କହିଛନ୍ତି ଯେ,କୋଚି ନଗର ନିଗମ ଅଧିକାରୀମାନେ ଲଗାତର ବେଆଇନ କାର୍ଯ୍ୟ କରୁଥିଲେ ଏବଂ ବାୟୋ ମାଇନିଂର କାର୍ଯ୍ୟ ଏବେ ସୁଦ୍ଧା ବି ଆରମ୍ଭ ହୋଇନାହିଁ। ବର୍ଜ୍ୟ ସଂଗ୍ରହ, ଠୁଳକରିବା, ପୃଥକୀକରଣ ଏବଂ କୋଚିର ବ୍ରହ୍ମପୁରା ଅଞ୍ଚଳରେ ବର୍ଷ ବର୍ଷ ଧରି ଗଦା ହେଉଥିବା ବର୍ଜ୍ୟର ଅପସାରଣ ପାଇଁ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ତାହା ଜାଣିବା ଲାଗି ଏନ୍‌ଜିଟିରେ ଏକ କେସ୍‌ ଦାୟର ହୋଇଥିତ୍ଲା। ଟ୍ରିବ୍ୟୁନାଲ ଏହି କେସ୍‌ର ଶୁଣାଣି କରିବା ସମୟରେ ଏହି ନିର୍ଦ୍ଦେଶ ଦେଇଥିଲେ। ଆଶ୍ଚର୍ଯ୍ୟର କଥା, ସେହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିପରୀତ ମନ୍ତବ୍ୟ ପ୍ରକାଶ ପାଇଥିଲା। ଗ୍ରୀନ୍‌ ପ୍ରୋଟୋକଲକୁ ଦୃଢ଼ ଭାବେ ପାଳନ କରାଯାଉଛି ବୋଲି ରାଜ୍ୟ ସରକାର ଦାବି କରିବା ସହ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗଣତନ୍ତ୍ର ଦିବସରେ ୧୧,୦୦୦ରୁ ଊର୍ଦ୍ଧ୍ୱ ସରକାରୀ ଅଫିସ୍‌ ଏବଂ ରାଷ୍ଟ୍ରାୟତ୍ତ ସେକ୍ଟରଗୁଡ଼ିକୁ ‘ଗ୍ରୀନ୍‌’ବୋଲି ଘୋଷଣା କରିଥିଲେ।
ଏଥର ଅପାରଗଙ୍କ ପାଳି
ଗତବର୍ଷ ବିହାରରେ ଅପାରଗ କର୍ମଚାରୀଙ୍କୁ ଚିହ୍ନଟ କରି ଅବସର ଦେବାକୁ ନୀତୀଶ କୁମାର ସରକାର ଘୋଷଣା କରିଥିଲେ। ଏବେ ଏ କ୍ଷେତ୍ରରେ ସରକାର ଆଉ ପାଦେ ଆଗକୁ ବଢ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ରାଜ୍ୟ ଗୃହ ବିଭାଗ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଦୁଇଟି ଉଚ୍ଚସ୍ତରୀୟ କମିଟି ଗଠନ କରିଛିି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅମିର ଶୁଭାନିଙ୍କ ନେତୃତ୍ୱରେ ଗଠିତ କମିଟି ଉକ୍ତ ବିଭାଗର ଅଯୋଗ୍ୟ ଗ୍ରୁପ ଏ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ କରିବ। କମିଟିର ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ସ୍ବତନ୍ତ୍ର ସଚିବ ବିକାଶ ବୈଭବ। ଅଉ ଏକ କମିଟିର ମୁଖ୍ୟ ରହିଛନ୍ତି ଗୃହ ବିଭାଗ ସଚିବ କେ.ସେନ୍ଥିଲ କୁମାର ଏବଂ ଅନ୍ୟ ବରିଷ୍ଟ ଅଧିକାରୀଙ୍କ ମଧ୍ୟରେ ବିଭାଗୀୟ ଯୁଗ୍ମ ସଚିବ ବିମଳେଶ କୁମାର ଝା ସ୍ଥାନ ପାଇଛନ୍ତି। । ଏହି କମିଟିକୁ ଗ୍ରୁପ ବି, ସି ଏବଂ ଡି କର୍ମଚାରମାନଙ୍କ ମଧ୍ୟରେ ରହିଥିବା ନିକମା ବା ଅଯୋଗ୍ୟ କର୍ମଚାରୀଙ୍କୁ ଠାବ କରିବାର ଦାୟିତ୍ୱ ଦିଆଯାଇଛି। ଚିହ୍ନଟ ଅଯୋଗ୍ୟ କର୍ମଚାରୀମାନଙ୍କୁ ଅବସର ଦେବା ପାଇଁ ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରିବା ଲାଗି ଏହି ଦୁଇ କମିଟି ପ୍ରତିବର୍ଷ ଜୁନ ଏବଂ ଡିସେମ୍ବରରେ ବୈଠକ କରିବେ। ପୁନଶ୍ଚ ଗୃହ ବିଭାଗ ସମସ୍ତ ଅଫିସ ଏବଂ ନିର୍ଦ୍ଦେଶାଳୟଗୁଡ଼ିକୁ ସେମାନଙ୍କ ସ୍ତରରେ ଏଭଳି କମିଟି ଗଠନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛି। ପୂର୍ବରୁ ୨୦୧୭ରେ ମାଟ୍ରିକ ଓ ଇଣ୍ଟରମିଡିଏଟ ପରୀକ୍ଷାରେ ନୈରାଶ୍ୟଜନକ ଫଳାଫଳ ଆସିବା ପରେ ଅପାରଗ ଶିକ୍ଷା ବିଭାଗର ଅଧିକାରୀ,ସ୍କୁଲ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ସରକାର ଘୋଷଣା କରିଥିଲେ। କିନ୍ତୁ ଏହି ନିର୍ଦ୍ଦେଶକୁ ପାଳନ କରାଯାଇ ନ ଥିଲା ବୋଲି ଜଣାପଡିଛି। ତେବେ ଭାବୁଛନ୍ତି କି ଏଥର କିଛି ନୂଆ କଥା ହେବ?
ବାବୁ ଫେରିବେ କି
କଶ୍ମୀରରେ ନିରନ୍ତର ଘଟୁଥିବା ମୃତ୍ୟୁର ପ୍ରତିବାଦରେ ଜମ୍ମୁ-କଶ୍ମୀରର ପୂର୍ବତନ ଆଇଏଏସ୍‌ ଅଧିକାରୀ ଶାହା ଫୈସଲ ଇସ୍ତଫା ଦେଇଥିଲେ। ଏବେ ପୁଣି ପଦକୁ ଫେରିବାକୁ ଇଚ୍ଛା କରୁଥିତ୍ବା ଜଣାପଡୁଛି। କଶ୍ମୀରବାସୀ ଭାବେ ପ୍ରଥମେ ସିଭିଲ ସର୍ଭିସ ପରୀକ୍ଷାରେ ସେ ଟପ୍ପର ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ସମ୍ପର୍କରେ ଫୈସଲଙ୍କ ଟୁଇଟ୍‌ରୁ ତାଙ୍କ ମାନସିକତାରେ କିଛି ପରିବର୍ତ୍ତନ ହୋଇଥିବା କୁହାଯାଉଛି। ଟୁଇଟ୍‌ରେ ଫୈସଲ ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ‘ଯୋଗାଯୋଗ ଏକତା ଆଣିପାରିବ…’ ବୋଲି ଉଲ୍ଲେଖ କରିଥିଲେ। ଫୈସଲ ସେବାରୁ ଇସ୍ତଫା ଦେବାର ପ୍ରାୟ କିଛି ମାସ ପରେ ଜମ୍ମୁ ଆଣ୍ଡ୍‌ କଶ୍ମୀର ପିପୁଲ୍ସ ମୁମେଣ୍ଟ ରାଜନୈତିକ ଦଳ ଗଠନ କରିଥିଲେ। ବିଶେଷକରି ନିଜେ ଗଢିଥିତ୍ବା ଦଳ ଛାଡିଥିବାରୁ ତାଙ୍କ ଯୋଜନାକୁ ନେଇ ଚର୍ଚ୍ଚା ହେଉଛି। ଆଇଏଏସ୍‌ ଅଧିକାରୀ ଭାବେ ୨୦୧୯ରେ ସେ ଇସ୍ତଫା ଦେଇଥିଲେ। କୌତୂହଳର ବିଷୟ, ତାଙ୍କ ଇସ୍ତଫାକୁ ଏବେ ସୁଦ୍ଧା ସ୍ଥଗିତ ରଖାଯାଇଛି। ସରକାର ଏହାକୁ ଗ୍ରହଣ କରିନାହାନ୍ତି। ସୋସିଆଲ ମିଡ଼ିଆରେ ତାଙ୍କର କେତେକ ପୋଷ୍ଟ ଉପରେ ତଦନ୍ତକୁ ଅଟକାଯାଇଛି। ସରକାର ତାଙ୍କ ଇସ୍ତଫାକୁ ଗ୍ରହଣ କରିନାହାନ୍ତି ମାନେ ଆଇଏଏସ୍‌ରେ ପୁଣି ଯୋଗ ଦେବା ଲାଗି ଫୈସଲଙ୍କ ପଥ ଉନ୍ମୁକ୍ତ ରହିଛି। ବାବୁ ଫେରିବେ କି ନାହଁି ତାଜା ଖବର ଜାଣିବାକୁ ଏହି ଘଟଣା ଉପରେ ନଜର ରଖ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?