ନିର୍ଦ୍ଦେଶକୁ ଅଣଦେଖା

Dillip Cherian

ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ ସିଂ ମାମଲାର ରାୟକୁ ଅନୁସରଣ କରିବାକୁ ଚାହଁୁ ନ ଥିବା ଦେଖାଯାଉଛି। ନିକଟରେ ସର୍ବୋଚ୍ଚ ଅଦାଲତ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗର ଡିଜିପି ନିଯୁକ୍ତି ଉପରେ ସ୍ପଷ୍ଟୀକରଣ ମାଗିଥିଲେ। ଡିଜିପି ଚୟନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶିତ ପ୍ରକ୍ରିୟାକୁ ଏହିସବୁ ରାଜ୍ୟ ସହ ଝାଡ଼ଖଣ୍ଡ ଅବମାନନା କରିଥିବା ଜନ୍‌ ସେବା ଟ୍ରଷ୍ଟ କୋର୍ଟରେ ଅଭିଯୋଗ ଆଣି ନିୟମର ଉଲ୍ଲଂଘନ ହୋଇଥିବା ଦାବି କରିଥିଲା। ଏହା ଦର୍ଶାଇଥିଲା ଯେ, ପୋଲିସ ମୁଖ୍ୟଙ୍କ ପାଇଁ ସ୍ଥିରୀକୃତ ୨ ବର୍ଷ କାର୍ଯ୍ୟକାଳର ଆବଶ୍ୟକତାକୁ ଅଣଦେଖା କରାଯିବା ସହ ଯୋଗ୍ୟ ଆଇପିଏସ୍‌ ଅଧିକାରୀଙ୍କ ପାଇଁ ୟୁପିଏସ୍‌ସି ଦ୍ୱାରା ପ୍ରସ୍ତୁତ ନିଯୁକ୍ତି ତାଲିକାରୁ ଚୟନ କରିବାର ଆଦେଶ ପାଳନ କରାଯାଇନାହିଁି। ରାଜନୈତିକ ହସ୍ତକ୍ଷେପରୁ ପୋଲିସକୁ ଅଲଗା କରିବା ଏବଂ ଯୋଗ୍ୟତାଭିତ୍ତିକ ନେତୃତ୍ୱ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ୨୦୦୬ର ପ୍ରକାଶ ସିଂ ରାୟ ଥିଲା ଗୁରୁତ୍ୱପୂର୍ଣ୍ଣ । ପୋଲିସରେ ସ୍ଥିରତା ଓ ବୃତ୍ତିଗତ ଭାବନାକୁ ବଢ଼ାଇବା ପାଇଁ କାର୍ଯ୍ୟକାଳ ସୀମା ନିର୍ଦ୍ଧାରଣ କରାଯିବା ସହ ତଥା ବ୍ୟବସ୍ଥାଗତ ପ୍ରକ୍ରିୟା ସ୍ଥିର କରାଯାଇଛି। ତଥାପି ରାଜ୍ୟଗୁଡ଼ିକ ଏହି ନିର୍ଦ୍ଦେଶନାମାକୁ ପାଳନ କରୁନାହାନ୍ତି। ତେବେ ପ୍ରତିକ୍ରିୟା ଜଣାଇବା ପାଇଁ କୋର୍ଟ ବର୍ତ୍ତମାନ ୬ ସପ୍ତାହ ଏବଂ ଉତ୍ତର ପାଇଁ ୪ ସପ୍ତାହ ଦେଇଛନ୍ତି। ୧୭ ବର୍ଷର ପୁରୁଣା ନିର୍ଦ୍ଦେଶ ପାଳନରେ ବିଳମ୍ବକୁ ନେଇ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏସବୁ ଦୃଷ୍ଟିରୁ କୋର୍ଟ ନିରାଶା ପ୍ରକାଶ କରିବା ଯଥାର୍ଥ । ପୋଲିସ ସଂସ୍କାର କେବଳ ପଦାନୁକ୍ରମର କଥା ନୁହେଁ, ଏଥିରେ ନ୍ୟାୟ, ଉତ୍ତରଦାୟିତ୍ୱ ଏବଂ ଜନସାଧାରଣଙ୍କ ଆତ୍ମବିଶ୍ୱାସ ଜଡ଼ିତ। ତେବେ ନିର୍ଦ୍ଦେଶକୁ ଅଣଦେଖା କରୁଥିବା ରାଜ୍ୟଗୁଡ଼ିକୁ ଶୀଘ୍ର ଉତ୍ତର ଦେବାକୁ ପଡ଼ିବ।
ବାବୁ ବିବାଦ
ନିକଟରେ କେରଳର ନିଲମ୍ବିତ ଆଇଏଏସ୍‌ ଅଧିକାରୀ ଏନ୍‌. ପ୍ରଶାନ୍ତ ଫେସ୍‌ବୁକ୍‌ରେ ତାଙ୍କର ବରିଷ୍ଠ ସହକର୍ମୀ ଏ. ଜୟତିଲକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଜୟତିଲକଙ୍କ ଅଫିସ୍‌ ତଫସିଲଭୁକ୍ତ ଜାତି( ଏସ୍‌ସି) ଓ ଜନଜାତି(ଏସ୍‌ଟି)ଙ୍କ ସଶକ୍ତୀକରଣ ଯୋଜନାର ଫାଇଲ ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ବାହାରେ ପ୍ରକାଶ କରିଥିବା ପ୍ରଶାନ୍ତ କହିଥିଲେ। ଏସ୍‌ସି /ଏସ୍‌ଟି ସମୁଦାୟଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ ‘ଉନ୍ନତି’ ହିଁ ଏହି ବିବାଦର ମୂଳ କାରଣ। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ ନିକଟକୁ ଜୟତିଲକ ପଠାଇଥିବା ଚିଠିକୁ ଆଧାରକରି ପ୍ରକାଶିତ ଏକ ଖବରକାଗଜ ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରଶାନ୍ତ ତାଙ୍କ ଉତ୍ତରାଧିକାରୀ କେ.ଗୋପାଳକୃଷ୍ଣନ୍‌ଙ୍କୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହସ୍ତାନ୍ତର କରିବାରେ ବିଫଳ ହୋଇଛନ୍ତି। ତେବେ ପ୍ରଶାନ୍ତ ଏହାକୁ ଷଡ଼ଯନ୍ତ୍ର ଦର୍ଶାଇ ତା’ଉପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶକରି ଜୟତିଳକ ଓ ଗୋପାଳକ୍ରିଷ୍ଣନ୍‌ ଡିଜିଟାଲ ରେକର୍ଡରେ ହେରଫେରକରି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବୋଲି ସେ କହିଥିଲେ। ପ୍ରଶାନ୍ତଙ୍କ ବିରୋଧରେ ଅବମାନନା ଏବଂ ସରକାରଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ଅଭିଯୋଗ ହୋଇଛି। ଡିଜିଟାଲ ଉପକରଣଗୁଡ଼ିକ ବର୍ତ୍ତମାନ ବିବାଦରେ ଅସ୍ତ୍ର ପାଲଟିଯାଇଛି। ଶୃଙ୍ଖଳା ଫେରାଇ ଆଣିବା ଏବଂ ଅମଲାତାନ୍ତ୍ରିକ ଝଗଡ଼ା ଶାସନର ଗୁରୁତ୍ୱ ଯେଭଳି ହ୍ରାସ ନ କରିପାରିବ ତାହା ନିଶ୍ଚିତ କରିବା ଲାଗି ଆଇଏଏସ୍‌ ଅଧିକାରୀ ସଂଘ ଏଥିରେ ହସ୍ତକ୍ଷେପ କରିବା ଉଚିତ। ଏହା ନିଶ୍ଚିତ ଯେ, ଭର୍ଚୁଆଲ ବାଦ ବିବାଦରେ ଜଡ଼ିତ ବରିଷ୍ଠ ଅଧିକାରୀଙ୍କଠାରୁ କେରଳ ଯୋଗ୍ୟ ଅଧିକାରୀ ଆବଶ୍ୟକ କରେ। ବାସ୍ତବରେ ଆବଶ୍ୟକ ହେଉଛି ଉତ୍ତରଦାୟିତ୍ୱ, ବୃତ୍ତିଗତତା ଏବଂ ଜନସେବା ଟୁଇଟର ଝଗଡ଼ା ପାଇଁ ଉଦ୍ଦିଷ୍ଟ ନୁହେଁ।
ଦ୍ୱୈତ ଦାୟିତ୍ୱ
ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌ଙ୍କୁ ମଧ୍ୟବର୍ତ୍ତିକାଳୀନ ରାଜସ୍ବ ସଚିବ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କ୍ୟାବିନେଟ୍‌ ନିଯୁକ୍ତି କମିଟି(ଏସିସି ) ନିର୍ଦ୍ଦେଶ ଅନୁଯାୟୀ, ସ୍ଥାୟୀ ନିଯୁକ୍ତି ନ ହେବା କିମ୍ବା ପୁନଃ ନିର୍ଦ୍ଦେଶ ନ ଦିଆଯିବା ପର୍ଯ୍ୟନ୍ତ ସେ ଏହି ଦ୍ୱୈତ ଦାୟିତ୍ୱ ତୁଲାଇବେ। ୧୯୮୭ ବ୍ୟାଚ୍‌ କର୍ନାଟକ କ୍ୟାଡର ଆଇଏଏସ୍‌ ଅଧିକାରୀ ସେଠ୍‌ ଅର୍ଥନୈତିକ କାର୍ଯ୍ୟରେ ସ୍ଥିରତା ବଜାୟ ରଖିବା ପଦକ୍ଷେପ ପାଇଁ ଜଣାଶୁଣା । ବିଟେକ୍‌ ଏବଂ ଏମ୍‌ବିଏ ଡିଗ୍ରୀ ହାସଲ କରିଥିବା ଆଇଏଏସ୍‌ ଅଧିକାରୀ ସେଠ୍‌ ଏପ୍ରିଲ ୨୦୨୧ ଠାରୁ ଅର୍ଥନୈତିକ ବ୍ୟାପାର ବିଭାଗର ନେତୃତ୍ୱ ନେଉଛନ୍ତି। ବର୍ତ୍ତମାନ କେନ୍ଦ୍ର ବଜେଟରେ ପୁଣି ଥରେ ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। ଏହି ସପ୍ତାହ ପୂର୍ବରୁ ଅବସରପ୍ରାପ୍ତ ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରାଙ୍କୁ ନୂତନ ଆର୍‌ବିଆଇ ଗଭର୍ନର ଭାବେ ନିଯୁକ୍ତ ଦିଆଯିବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଅର୍ଥ ମନ୍ତ୍ରଣାଳୟର ଅଭ୍ୟନ୍ତରୀଣ ଉତ୍ସରୁ ଜଣାପଡ଼ିଛି ଯେ, ଆର୍ଥିକ ନୀତି ନିର୍ଦ୍ଧାରଣରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି, ଯାହା ତାଙ୍କୁ ଏହି ଦାୟିତ୍ୱ ପାଇଁ ଯୋଗ୍ୟ କରିଛି। ଏହା ଏକ ଉଚ୍ଚକୋଟୀର ମୁହୂର୍ତ୍ତ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଚ୍ୟାଲେଞ୍ଜକୁ ମୁକାବିଲା କରିବା ଲାଗି ସେଠ୍‌ଙ୍କ ନିକଟରେ ଦକ୍ଷତା, କୌଶଳ ରହିଛି। ମନ୍ତ୍ରଣାଳୟର କାର୍ଯ୍ୟ ବିଷୟରେ ସେଠ୍‌ଙ୍କର ଗଭୀର ଜ୍ଞାନ ରହିଥିଲେ ମଧ୍ୟ ତାଙ୍କ ନିଯୁକ୍ତି ସୁନିଶ୍ଚିତ କରେ ଯେ ବଜେଟ ପ୍ରକ୍ରିୟାରେ ସମସ୍ୟା ଉପୁଜିବାର ପ୍ରଶ୍ନ ନାହିଁ । ହେଲେ ପ୍ରଶ୍ନ ହେଉଛି: ସେ କେତେଦିନ ପର୍ଯ୍ୟନ୍ତ ଏହି ଦ୍ୱୈତ ଭୂମିକାକୁ ସୁଚାରୁରୂପେ ତୁଲାଇପାରିବେ? ବର୍ତ୍ତମାନ ପାଇଁ ସମସ୍ତଙ୍କ ନଜର ତାଙ୍କ ଉପରେ ଅଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri