ନିର୍ଦ୍ଦେଶକୁ ଅଣଦେଖା

Dillip Cherian

କୋଚିରେ କଠିନ ବର୍ଜ୍ୟ ପରିଚାଳନା ପ୍ରଭାବୀ ଢଙ୍ଗରେ କରାଯାଉନାହିଁ। ବହୁଦିନ ହେବ ଲାଗି ରହିଥିବା ଏଭଳି ଅବ୍ୟବସ୍ଥାକୁ ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) କେରଳର ମୁଖ୍ୟ ଶାସନ ସଚିବ ବିଶ୍ୱାସ ମେହେଟାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୂତ୍ରରୁ ଜଣାପଡିଛି ଯେ,ମେହେଟା ଦାଖଲ କରିଥିବା ସତ୍ୟପାଠ ଉପରେ ଟ୍ରିବ୍ୟୁନାଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଛନ୍ତି। ଏ କ୍ଷେତ୍ରରେ ପରିବେଶଗତ ମାନଦଣ୍ଡ ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ତାଙ୍କ ସତ୍ୟପାଠ ଦାଖଲ କରିବା ପରେ ବି ବର୍ଜ୍ୟ ପରିଚାଳନାରେ କୌଣସି ଠୋସ୍‌ ପଦକ୍ଷେପ ନେବା ଦେଖାଯାଇ ନ ଥିତ୍ଲା, ଯାହାକୁ ନେଇ ଟ୍ରିବ୍ୟୁନାଲ ଦୁଃଖ ପ୍ରକାଶ କରିଛନ୍ତି। ଏପରିକି ଗତ ଦୁଇ ବର୍ଷ ମଧ୍ୟରେ ଅନେକ ନିର୍ଦ୍ଦେଶ ଜାରି କରାଯିବା ସତ୍ତ୍ୱେ ଏହାକୁ ଅଣଦେଖା କରାଯାଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ରିପୋର୍ଟକୁ ଆଧାର କରି ଏନ୍‌ଜିଟି କହିଛନ୍ତି ଯେ,କୋଚି ନଗର ନିଗମ ଅଧିକାରୀମାନେ ଲଗାତର ବେଆଇନ କାର୍ଯ୍ୟ କରୁଥିଲେ ଏବଂ ବାୟୋ ମାଇନିଂର କାର୍ଯ୍ୟ ଏବେ ସୁଦ୍ଧା ବି ଆରମ୍ଭ ହୋଇନାହିଁ। ବର୍ଜ୍ୟ ସଂଗ୍ରହ, ଠୁଳକରିବା, ପୃଥକୀକରଣ ଏବଂ କୋଚିର ବ୍ରହ୍ମପୁରା ଅଞ୍ଚଳରେ ବର୍ଷ ବର୍ଷ ଧରି ଗଦା ହେଉଥିବା ବର୍ଜ୍ୟର ଅପସାରଣ ପାଇଁ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ତାହା ଜାଣିବା ଲାଗି ଏନ୍‌ଜିଟିରେ ଏକ କେସ୍‌ ଦାୟର ହୋଇଥିତ୍ଲା। ଟ୍ରିବ୍ୟୁନାଲ ଏହି କେସ୍‌ର ଶୁଣାଣି କରିବା ସମୟରେ ଏହି ନିର୍ଦ୍ଦେଶ ଦେଇଥିଲେ। ଆଶ୍ଚର୍ଯ୍ୟର କଥା, ସେହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିପରୀତ ମନ୍ତବ୍ୟ ପ୍ରକାଶ ପାଇଥିଲା। ଗ୍ରୀନ୍‌ ପ୍ରୋଟୋକଲକୁ ଦୃଢ଼ ଭାବେ ପାଳନ କରାଯାଉଛି ବୋଲି ରାଜ୍ୟ ସରକାର ଦାବି କରିବା ସହ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗଣତନ୍ତ୍ର ଦିବସରେ ୧୧,୦୦୦ରୁ ଊର୍ଦ୍ଧ୍ୱ ସରକାରୀ ଅଫିସ୍‌ ଏବଂ ରାଷ୍ଟ୍ରାୟତ୍ତ ସେକ୍ଟରଗୁଡ଼ିକୁ ‘ଗ୍ରୀନ୍‌’ବୋଲି ଘୋଷଣା କରିଥିଲେ।
ଏଥର ଅପାରଗଙ୍କ ପାଳି
ଗତବର୍ଷ ବିହାରରେ ଅପାରଗ କର୍ମଚାରୀଙ୍କୁ ଚିହ୍ନଟ କରି ଅବସର ଦେବାକୁ ନୀତୀଶ କୁମାର ସରକାର ଘୋଷଣା କରିଥିଲେ। ଏବେ ଏ କ୍ଷେତ୍ରରେ ସରକାର ଆଉ ପାଦେ ଆଗକୁ ବଢ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ରାଜ୍ୟ ଗୃହ ବିଭାଗ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଦୁଇଟି ଉଚ୍ଚସ୍ତରୀୟ କମିଟି ଗଠନ କରିଛିି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅମିର ଶୁଭାନିଙ୍କ ନେତୃତ୍ୱରେ ଗଠିତ କମିଟି ଉକ୍ତ ବିଭାଗର ଅଯୋଗ୍ୟ ଗ୍ରୁପ ଏ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ କରିବ। କମିଟିର ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ସ୍ବତନ୍ତ୍ର ସଚିବ ବିକାଶ ବୈଭବ। ଅଉ ଏକ କମିଟିର ମୁଖ୍ୟ ରହିଛନ୍ତି ଗୃହ ବିଭାଗ ସଚିବ କେ.ସେନ୍ଥିଲ କୁମାର ଏବଂ ଅନ୍ୟ ବରିଷ୍ଟ ଅଧିକାରୀଙ୍କ ମଧ୍ୟରେ ବିଭାଗୀୟ ଯୁଗ୍ମ ସଚିବ ବିମଳେଶ କୁମାର ଝା ସ୍ଥାନ ପାଇଛନ୍ତି। । ଏହି କମିଟିକୁ ଗ୍ରୁପ ବି, ସି ଏବଂ ଡି କର୍ମଚାରମାନଙ୍କ ମଧ୍ୟରେ ରହିଥିବା ନିକମା ବା ଅଯୋଗ୍ୟ କର୍ମଚାରୀଙ୍କୁ ଠାବ କରିବାର ଦାୟିତ୍ୱ ଦିଆଯାଇଛି। ଚିହ୍ନଟ ଅଯୋଗ୍ୟ କର୍ମଚାରୀମାନଙ୍କୁ ଅବସର ଦେବା ପାଇଁ ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରିବା ଲାଗି ଏହି ଦୁଇ କମିଟି ପ୍ରତିବର୍ଷ ଜୁନ ଏବଂ ଡିସେମ୍ବରରେ ବୈଠକ କରିବେ। ପୁନଶ୍ଚ ଗୃହ ବିଭାଗ ସମସ୍ତ ଅଫିସ ଏବଂ ନିର୍ଦ୍ଦେଶାଳୟଗୁଡ଼ିକୁ ସେମାନଙ୍କ ସ୍ତରରେ ଏଭଳି କମିଟି ଗଠନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛି। ପୂର୍ବରୁ ୨୦୧୭ରେ ମାଟ୍ରିକ ଓ ଇଣ୍ଟରମିଡିଏଟ ପରୀକ୍ଷାରେ ନୈରାଶ୍ୟଜନକ ଫଳାଫଳ ଆସିବା ପରେ ଅପାରଗ ଶିକ୍ଷା ବିଭାଗର ଅଧିକାରୀ,ସ୍କୁଲ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ସରକାର ଘୋଷଣା କରିଥିଲେ। କିନ୍ତୁ ଏହି ନିର୍ଦ୍ଦେଶକୁ ପାଳନ କରାଯାଇ ନ ଥିଲା ବୋଲି ଜଣାପଡିଛି। ତେବେ ଭାବୁଛନ୍ତି କି ଏଥର କିଛି ନୂଆ କଥା ହେବ?
ବାବୁ ଫେରିବେ କି
କଶ୍ମୀରରେ ନିରନ୍ତର ଘଟୁଥିବା ମୃତ୍ୟୁର ପ୍ରତିବାଦରେ ଜମ୍ମୁ-କଶ୍ମୀରର ପୂର୍ବତନ ଆଇଏଏସ୍‌ ଅଧିକାରୀ ଶାହା ଫୈସଲ ଇସ୍ତଫା ଦେଇଥିଲେ। ଏବେ ପୁଣି ପଦକୁ ଫେରିବାକୁ ଇଚ୍ଛା କରୁଥିତ୍ବା ଜଣାପଡୁଛି। କଶ୍ମୀରବାସୀ ଭାବେ ପ୍ରଥମେ ସିଭିଲ ସର୍ଭିସ ପରୀକ୍ଷାରେ ସେ ଟପ୍ପର ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ସମ୍ପର୍କରେ ଫୈସଲଙ୍କ ଟୁଇଟ୍‌ରୁ ତାଙ୍କ ମାନସିକତାରେ କିଛି ପରିବର୍ତ୍ତନ ହୋଇଥିବା କୁହାଯାଉଛି। ଟୁଇଟ୍‌ରେ ଫୈସଲ ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ‘ଯୋଗାଯୋଗ ଏକତା ଆଣିପାରିବ…’ ବୋଲି ଉଲ୍ଲେଖ କରିଥିଲେ। ଫୈସଲ ସେବାରୁ ଇସ୍ତଫା ଦେବାର ପ୍ରାୟ କିଛି ମାସ ପରେ ଜମ୍ମୁ ଆଣ୍ଡ୍‌ କଶ୍ମୀର ପିପୁଲ୍ସ ମୁମେଣ୍ଟ ରାଜନୈତିକ ଦଳ ଗଠନ କରିଥିଲେ। ବିଶେଷକରି ନିଜେ ଗଢିଥିତ୍ବା ଦଳ ଛାଡିଥିବାରୁ ତାଙ୍କ ଯୋଜନାକୁ ନେଇ ଚର୍ଚ୍ଚା ହେଉଛି। ଆଇଏଏସ୍‌ ଅଧିକାରୀ ଭାବେ ୨୦୧୯ରେ ସେ ଇସ୍ତଫା ଦେଇଥିଲେ। କୌତୂହଳର ବିଷୟ, ତାଙ୍କ ଇସ୍ତଫାକୁ ଏବେ ସୁଦ୍ଧା ସ୍ଥଗିତ ରଖାଯାଇଛି। ସରକାର ଏହାକୁ ଗ୍ରହଣ କରିନାହାନ୍ତି। ସୋସିଆଲ ମିଡ଼ିଆରେ ତାଙ୍କର କେତେକ ପୋଷ୍ଟ ଉପରେ ତଦନ୍ତକୁ ଅଟକାଯାଇଛି। ସରକାର ତାଙ୍କ ଇସ୍ତଫାକୁ ଗ୍ରହଣ କରିନାହାନ୍ତି ମାନେ ଆଇଏଏସ୍‌ରେ ପୁଣି ଯୋଗ ଦେବା ଲାଗି ଫୈସଲଙ୍କ ପଥ ଉନ୍ମୁକ୍ତ ରହିଛି। ବାବୁ ଫେରିବେ କି ନାହଁି ତାଜା ଖବର ଜାଣିବାକୁ ଏହି ଘଟଣା ଉପରେ ନଜର ରଖ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri