ସିସିଟିଭି ସ୍ଥାପନ ନିର୍ଦ୍ଦେଶକୁ ଅଣଦେଖା

ଯାଜପୁର,୨୫ା୯(ହର୍ଷବର୍ଦ୍ଧନ ବେହେରା):ବାଲି ଚୋରିକୁ ନିୟନ୍ତ୍ରଣ କରିବା ପାଇଁ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ପକ୍ଷରୁ ୨୦୨୨ ଅଗଷ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ଉକ୍ତ ରାୟରେ ବାଲି ଖାଦାନଗୁଡ଼ିକର ପ୍ରସ୍ଥାନ ଓ ପ୍ରବେଶ ପଥ ତଥା ବାଲି ଶଯ୍ୟା ନିକଟରେ ସିସିଟିଭି କ୍ୟାମେରା ବ୍ୟବହାର, ବାଲି ପରିବହନ ଗାଡ଼ିରେ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ(ଜିପିଏସ୍‌) ଲଗାଇବା ବାଧ୍ୟତାମୂଳକ ହୋଇଛି। ଏହାବାଦ ବାର୍ଷିକ ପରିବେଶ ଅଡିଟ୍‌ ପାଇଁ କ୍ଷେତ୍ର ବିଶେଷଜ୍ଞଙ୍କ ଦ୍ୱାରା ଫଳପ୍ରଦ ଯନ୍ତ୍ରକ୍ରିୟା(ଇଫେକ୍ଟିଭ ମେକାନିଜମ୍‌) ନିଶ୍ଚିତ କରିବାକୁ ପଡ଼ିବ ବୋଲି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉକ୍ତ ନିର୍ଦ୍ଦେଶକୁ ୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଯାଜପୁର ଜିଲାର ବାଲି ଖାଦାନଗୁଡ଼ିକରେ ସିସିଟିଭି କ’ଣ ଲାଗିବ ଓଲଟା କଳେବଳେ କୌଶଳେ ବେଆଇନ ଉତ୍ତୋଳନକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଭୁଲ ରିପୋର୍ଟ ପ୍ରସ୍ତୁତ ହେଉଛି। ବର୍ଷ ବର୍ଷ ଧରି ଉଚ୍ଚ କ୍ଷମତା ସମ୍ପନ୍ନ ମେଶିନ ଲଗାଇ ବାଲି ଲୁଟ୍‌ କରାଯାଉଥିଲେ ବି ତଦନ୍ତକାରୀ ଦଳ ହସ୍ତଚାଳିତ ଖାଦାନ ଚାଲିଛି ବୋଲି ଦର୍ଶାଇ ଏନଜିଟି ତଥା କୋର୍ଟ କଚେରିରେ ବିଭିନ୍ନ ରିପୋର୍ଟ ଦାଖଲ କରୁଥିବା ଅଭିଯୋଗ ହେଉଛି। ବାଡ଼ ଯଦି ଫସଲ ଖାଇବ ତେବେ କାହାକୁ ଗୁହାରି କରାଯିବ ଭଳି ଅଭିଯୋଗକାରୀମାନେ ଅସହାୟ ପ୍ରକାଶ କରୁଛନ୍ତି।
ଯାଜପୁର ଜିଲାରେ ଅଧିକ ଲାଭ ଆଶାରେ ପ୍ରାୟ ସମସ୍ତ ଲିଜପ୍ରାପ୍ତ ବାଲି ଖାଦାନରେ ହସ୍ତଚାଳିତ ବଦଳରେ ଉଚ୍ଚ କ୍ଷମତା ସମ୍ପନ୍ନ ମେଶିନ ବ୍ୟବହାର କରାଯାଉଛି। ଫଳରେ ବାଲି ଉତ୍ସଗୁଡ଼ିକ କ୍ଷତିଗ୍ରସ୍ତ ହେବାକୁ ବସିଛି। ବିଜ୍ଞାନ ବିରୋଧ ବାଲି ଖାଦାନ ଏବଂ ବେଆଇନ ବାଲି ଉଠାଣ କେବଳ ରାଜ୍ୟର ରାଜସ୍ବ କ୍ଷତି କରୁନାହିଁ ବରଂ ନଦୀର ପ୍ରାକୃତିକ ସମତୁଳନ ପ୍ରକ୍ରିୟାକୁ ବ୍ୟାହତ କରୁଛି। ଏହିକ୍ରମରେ ବାଲିଘାଟ ପରିଚାଳନା ଉପରେ ଏନ୍‌ଜିଟି ମାମଲା(୬୭/୨୦୨୧/ଇଜେଡ)ର ଶୁଣାଣି କରି ଜୁଡିସିଆଲ ମେମ୍ବର ଜଷ୍ଟିସ ବି. ଅମିତ ସ୍ଥାଲେକର ଏବଂ ଏକ୍ସପାର୍ଟ ମେମ୍ବର ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାଦାନଗୁଡ଼ିକରେ ସିସିଟିଭି ଲଗାଇବାକୁ ଗୁରୁତ୍ୱାରୋପ କରିଥିଲେ। ହେଲେ ଏଯାଏ ଉକ୍ତ ସିସିଟିଭିର ଦେଖାମିଳିନି। ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ସାଲବା, ଧନତ୍ରୀ, ଗୋବିନ୍ଦପୁର ଆଦି ବାଲିଘାଟରେ ଦିନ ଦ୍ୱିପହରରେ ମେଶିନ ଲଗାଯାଇ ବାଲି ଉତ୍ତୋଳନ ହେଉଥିବା ଦେଖିବାକୁ ମିଳୁଛି। ଏହାସହ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଏକାଧିକ ଘାଟରେ ମଧ୍ୟ ଅନୁରୂପ ଭାବେ ବାଲି ଉତ୍ତୋଳନ ହେଉଥିଲେ ହେଁ ବିଭାଗୀୟ ଅଧିକାରୀ ମାସିକ ବଟି ନେଇ ନୀରବ ରହୁଥିବା ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲାରେ ପରିବେଶ ଆଇନକୁ ଉଲ୍ଲଂଘନ କରି ହସ୍ତଚାଳିତ ବାଦ ମେଶିନରେ ବେଆଇନ ଭାବେ ଚାଲିଥିବା ସମସ୍ତ ବାଲିଘାଟକୁ ବନ୍ଦ କରିବାକୁ ଏନଜିଟି ୨୦୨୧ ଅଗଷ୍ଟରେ ନିର୍ଦ୍ଦେଶ ଦେଇଥିଲେ। ଏହାର ଅନୁପାଳନ କରିବାକୁ ପରିବେଶ ଓ ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସମନ୍ବିତ ଆଞ୍ଚଳିକ କାର୍ଯ୍ୟାଳୟର ବୈଜ୍ଞାନିକ, ଯାଜପୁର ଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ବୈଜ୍ଞାନିକ, ଷ୍ଟେଟ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ସିଆ)ର ବୈଜ୍ଞାନିକ ଏବଂ ଯାଜପୁର ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ(ଡିଡିଏମ୍‌)ଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇ ୧ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ବ୍ରାହ୍ମଣୀ ନଦୀର ଉତ୍ତରପ୍ରତାପ ବାଲିଘାଟରେ ମେଶିନ ସହାୟତାରେ ବାଲି ଉତ୍ତୋଳନ ହେଉନାହିଁ ବୋଲି ବିଭାଗୀୟ ରିପୋର୍ଟ ଦାଖଲ ହୋଇଥିଲା। ଏହାକୁ ପୁଣି ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ୧୯ା୧୨ା୨୦୨୧ରେ ଜେସିବି ମେଶିନରେ ବାଲି ଉତ୍ତୋଳନ ହେଉଥିବା ଫଟୋ ସହ ସତ୍ୟପାଠ ରିପୋର୍ଟ ଦାଖଲ କରିଥିଲେ। ଏଥିରେ କମିଟି ମିଛ ରିପୋର୍ଟ କିମ୍ବା ନଦୀରେ ପାଣି ପ୍ରବାହିତ ସମୟରେ ତଦନ୍ତ କରି ଯେନତେନ ପ୍ରକାରେ ରିପୋର୍ଟ ଦାଖଲ କରିଛନ୍ତି ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ପାଣି ଦର୍ଶାଇଥିଲେ। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନ୍‌କୁ ରବିବାର ରାତି ୭ଟା ୩୮ ମିନିଟରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?