ପ୍ରକଳ୍ପ ନିର୍ମାଣରେ ଗୁଣବତ୍ତାକୁ ଉପେକ୍ଷା

ଯାଜପୁର ଅଫିସ,୩୧।୮: ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୬,୬୭୬ କୋଟି ଟଙ୍କାର ୯୦ ମେଗା ପାଇପ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୬ଟି ଯୋଜନାରେ ଚାଲିଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ୮ ପ୍ରକଳ୍ପ ରହିଛି। ୩ୟ ଓ ୪ର୍ଥ ପର୍ଯ୍ୟାୟରେ ୧୮,୪୯୮ କୋଟି ଟଙ୍କାର ୧୨୫ ପ୍ରକଳ୍ପକୁ ମଞ୍ଜୁରୀ ମିଳିସାରିଛି। ଏହି କ୍ରମରେ ସମୁଦାୟ ୩୫ ହଜାର କୋଟି ଟଙ୍କାର ୨୧୫ ପ୍ରକଳ୍ପ ରାଜ୍ୟବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବ ବୋଲି ସରକାର ଆଶା ବାନ୍ଧିଛନ୍ତି। ତେବେ କେତେକ ପ୍ରକଳ୍ପ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଦ୍ୱାରା ୨୦୧୬ରୁ ରାଜ୍ୟ ବାହାରର ଠିକାସଂସ୍ଥାମାନଙ୍କ ସହ ଚୁକ୍ତି ହୋଇଥିଲେ ହେଁ ତାହା ଏଯାଏ ଲୋକଙ୍କ କାମରେ ଆସିପାରିନାହିଁ। ଅନ୍ୟପକ୍ଷରେ ପୂର୍ବରୁ କେତେକ ପ୍ରକଳ୍ପରେ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ହେଉଥିବା ନେଇ ଇଞ୍ଜିନିୟର୍ସ ଅଥରିଟି ପକ୍ଷରୁ ଚିହ୍ନଟ ହୋଇଥିଲା। ଅଣଓଡ଼ିଆ ଠିକାଦାରମାନଙ୍କୁ ଆଖିବୁଜି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ବିଶ୍ୱାସ କରି ନେଉଥିବାରୁ ପ୍ରାୟ ୩୫ ହଜାର କୋଟି ଟଙ୍କାର ମେଗା ପ୍ରକଳ୍ପର ଦୀର୍ଘସ୍ଥାୟୀ ନେଇ ସାଧାରଣରେ ସଂଶୟ ସୃଷ୍ଟି ହୋଇଛି।
ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରେ ଅନୁଗୋଳ ଜିଲାର ତାଳଚେର, କଣିହା ଓ ଛେଣ୍ଡିପଦା ଅଞ୍ଚଳ ପାଇଁ ୨, ଝାରସୁଗୁଡା ଜିଲାର ଲଖନପୁର, ଝାରସୁଗୁଡା, କିରିମିରା, ଲଇକେରା ଓ କୋଲାବିରା ବ୍ଲକ ଅଞ୍ଚଳ ଲାଗି ୨ ଏବଂ କେନ୍ଦୁଝର ଜିଲାର ସାହାରପଡା, ଘଷିପୁରା, ଆନନ୍ଦପୁର ଅଞ୍ଚଳ ନିମନ୍ତେ ୩ ଏଭଳି ଭାବେ ୭ ପ୍ରକଳ୍ପ ପାଇଁ ୧୫୫୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଖଣି ସମ୍ବନ୍ଧୀୟ କାର୍ଯ୍ୟକଳାପ ହେତୁ ଜଙ୍ଗଲ ତଥା ପରିବେଶରେ ହୋଇଥିବା କ୍ଷତିର ପୁନରୁଦ୍ଧାର ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଓଏମ୍‌ବିଏଡିସି(ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ଗଠନ ହୋଇଛି। ଏହି ଯୋଜନାରେ ୪୮୩୧ କୋଟି ଟଙ୍କାର ୨୦ ପ୍ରକଳ୍ପ ନିର୍ମାଣ କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲାରେ ଚାଲିଛି। ୪ର୍ଥ ରାଜ୍ୟ ଅର୍ଥ କମିଶନ ପାଣ୍ଠିରେ ୭୦୭ କୋଟି ଟଙ୍କାର ୭ ପ୍ରକଳ୍ପ ନିର୍ମାଣ ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, କେନ୍ଦୁଝର, ପୁରୀ, କଟକ ଓ ଜଗତ୍‌ସିଂହପୁର ହେଉଛି। ଏହିସବୁ ପ୍ରକଳ୍ପ ପାଇଁ ୨୦୧୬ରୁ ଚୁକ୍ତି ହୋଇଥିଲେ ହେଁ ସେଥିରୁ ଏଯାଏ ଜଳଯୋଗାଣ ଠିକ ଭାବେ ହୋଇପାରିନାହିଁ। ବସୁଧା ଯୋଜନାରେ ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲାରେ ୨୦୪୬ କୋଟି ଟଙ୍କାର ୮ ପ୍ରକଳ୍ପ ନିର୍ମାଣ ହେଉଛି। ରୁରାଲ ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫଣ୍ଡ (ଆର୍‌ଆଇଡିଏଫ୍‌)ରେ ନୂଆପଡ଼ା, ଭଦ୍ରକ, ସମ୍ବଲପୁର, ପୁରୀ, ନବରଙ୍ଗପୁର, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ଗଜପତି ଓ ବରଗଡ଼ ଜିଲାରେ ୩୭୪୭ କୋଟି ଟଙ୍କାର ୨୧ ପ୍ରକଳ୍ପ ନିର୍ମାଣ କରାଯାଉଛି। ଜଳ ଜୀବନ ମିଶନ (ଜେଜେଏମ୍‌) ପକ୍ଷରୁ ଯାଜପୁର, କୋରାପୁଟ, ଝାରସୁଗୁଡ଼ା, ନବରଗଙ୍ଗପୁର, ଦେବଗଡ଼, ରାୟଗଡ଼ା, କଟକ, ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, ସମ୍ବଲପୁର ଓ କନ୍ଧମାଳ ଜିଲାରେ ୪୦୧୨ କୋଟି ଟଙ୍କାର ୨୭ ପ୍ରକଳ୍ପ ତିଆରି ଚାଲିଛି। ଏହିସବୁ ପ୍ରକଳ୍ପଗୁଡିକର ନିର୍ମାଣ ରାଜ୍ୟ ବାହାରର ଠିକାସଂସ୍ଥା ଏନ୍‌ସିସି, ଏଲଆଣ୍ଡଟି, ଏମ୍‌ଇଆଇଏଲ୍‌, ଜେଏମ୍‌ସି, ଜିଭିପିଆର୍‌, ଜେଭି, ଭୋଲଟାସ୍‌, କାବେରୀ, ଆଇଏଚ୍‌ପି, ରାମ୍‌କୀ, ଜୁବେରୀ ଇତ୍ୟାଦି ଠିକାସଂସ୍ଥା କରୁଛନ୍ତି। ତେବେ ଏହି ଅଣଓଡ଼ିଆ ଠିକାସଂସ୍ଥା ସହ କେତେଜଣ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ନିମ୍ନମାନର ଷ୍ଟିଲ ସାମଗ୍ରୀ ବ୍ୟବହାର, ଶ୍ରମିକ ସୁରକ୍ଷା, ଖାତ ଖୋଲା, ଖାତର ଗଭୀରତା ପ୍ରଭୃତିରେ ଅନିୟମିତତା ସହ ଇଏସ୍‌ଆର ସ୍ତମ୍ଭରେ ବିଭିନ୍ନ ତ୍ରୁଟି ଏବଂ ସିଧା ଭାବେ ନିର୍ମାଣ ହୋଇନାହିଁ ବୋଲି ଇଞ୍ଜିନିୟର୍ସ ଅଟରିଟି ପୂର୍ବରୁ ଯାଜପୁର ଜିଲାର ସୁକିନ୍ଦା ପ୍ରକଳ୍ପରେ ଦେଖିବାକୁ ପାଇଥିଲା। ତେଣୁ ଅଣଓଡିଆ ଠିକାସଂସ୍ଥାକୁ ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା କରି ପ୍ରାୟ ୩୫ ହଜାର କୋଟି ଟଙ୍କାର ୨୧୫ଟି ପ୍ରକଳ୍ପ ଟେକି ଦେଇ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri