ପ୍ରକଳ୍ପ ନିର୍ମାଣରେ ଗୁଣବତ୍ତାକୁ ଉପେକ୍ଷା

ଯାଜପୁର ଅଫିସ,୩୧।୮: ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୬,୬୭୬ କୋଟି ଟଙ୍କାର ୯୦ ମେଗା ପାଇପ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୬ଟି ଯୋଜନାରେ ଚାଲିଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ୮ ପ୍ରକଳ୍ପ ରହିଛି। ୩ୟ ଓ ୪ର୍ଥ ପର୍ଯ୍ୟାୟରେ ୧୮,୪୯୮ କୋଟି ଟଙ୍କାର ୧୨୫ ପ୍ରକଳ୍ପକୁ ମଞ୍ଜୁରୀ ମିଳିସାରିଛି। ଏହି କ୍ରମରେ ସମୁଦାୟ ୩୫ ହଜାର କୋଟି ଟଙ୍କାର ୨୧୫ ପ୍ରକଳ୍ପ ରାଜ୍ୟବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବ ବୋଲି ସରକାର ଆଶା ବାନ୍ଧିଛନ୍ତି। ତେବେ କେତେକ ପ୍ରକଳ୍ପ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଦ୍ୱାରା ୨୦୧୬ରୁ ରାଜ୍ୟ ବାହାରର ଠିକାସଂସ୍ଥାମାନଙ୍କ ସହ ଚୁକ୍ତି ହୋଇଥିଲେ ହେଁ ତାହା ଏଯାଏ ଲୋକଙ୍କ କାମରେ ଆସିପାରିନାହିଁ। ଅନ୍ୟପକ୍ଷରେ ପୂର୍ବରୁ କେତେକ ପ୍ରକଳ୍ପରେ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ହେଉଥିବା ନେଇ ଇଞ୍ଜିନିୟର୍ସ ଅଥରିଟି ପକ୍ଷରୁ ଚିହ୍ନଟ ହୋଇଥିଲା। ଅଣଓଡ଼ିଆ ଠିକାଦାରମାନଙ୍କୁ ଆଖିବୁଜି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ବିଶ୍ୱାସ କରି ନେଉଥିବାରୁ ପ୍ରାୟ ୩୫ ହଜାର କୋଟି ଟଙ୍କାର ମେଗା ପ୍ରକଳ୍ପର ଦୀର୍ଘସ୍ଥାୟୀ ନେଇ ସାଧାରଣରେ ସଂଶୟ ସୃଷ୍ଟି ହୋଇଛି।
ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରେ ଅନୁଗୋଳ ଜିଲାର ତାଳଚେର, କଣିହା ଓ ଛେଣ୍ଡିପଦା ଅଞ୍ଚଳ ପାଇଁ ୨, ଝାରସୁଗୁଡା ଜିଲାର ଲଖନପୁର, ଝାରସୁଗୁଡା, କିରିମିରା, ଲଇକେରା ଓ କୋଲାବିରା ବ୍ଲକ ଅଞ୍ଚଳ ଲାଗି ୨ ଏବଂ କେନ୍ଦୁଝର ଜିଲାର ସାହାରପଡା, ଘଷିପୁରା, ଆନନ୍ଦପୁର ଅଞ୍ଚଳ ନିମନ୍ତେ ୩ ଏଭଳି ଭାବେ ୭ ପ୍ରକଳ୍ପ ପାଇଁ ୧୫୫୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଖଣି ସମ୍ବନ୍ଧୀୟ କାର୍ଯ୍ୟକଳାପ ହେତୁ ଜଙ୍ଗଲ ତଥା ପରିବେଶରେ ହୋଇଥିବା କ୍ଷତିର ପୁନରୁଦ୍ଧାର ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଓଏମ୍‌ବିଏଡିସି(ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ଗଠନ ହୋଇଛି। ଏହି ଯୋଜନାରେ ୪୮୩୧ କୋଟି ଟଙ୍କାର ୨୦ ପ୍ରକଳ୍ପ ନିର୍ମାଣ କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲାରେ ଚାଲିଛି। ୪ର୍ଥ ରାଜ୍ୟ ଅର୍ଥ କମିଶନ ପାଣ୍ଠିରେ ୭୦୭ କୋଟି ଟଙ୍କାର ୭ ପ୍ରକଳ୍ପ ନିର୍ମାଣ ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, କେନ୍ଦୁଝର, ପୁରୀ, କଟକ ଓ ଜଗତ୍‌ସିଂହପୁର ହେଉଛି। ଏହିସବୁ ପ୍ରକଳ୍ପ ପାଇଁ ୨୦୧୬ରୁ ଚୁକ୍ତି ହୋଇଥିଲେ ହେଁ ସେଥିରୁ ଏଯାଏ ଜଳଯୋଗାଣ ଠିକ ଭାବେ ହୋଇପାରିନାହିଁ। ବସୁଧା ଯୋଜନାରେ ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲାରେ ୨୦୪୬ କୋଟି ଟଙ୍କାର ୮ ପ୍ରକଳ୍ପ ନିର୍ମାଣ ହେଉଛି। ରୁରାଲ ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫଣ୍ଡ (ଆର୍‌ଆଇଡିଏଫ୍‌)ରେ ନୂଆପଡ଼ା, ଭଦ୍ରକ, ସମ୍ବଲପୁର, ପୁରୀ, ନବରଙ୍ଗପୁର, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ଗଜପତି ଓ ବରଗଡ଼ ଜିଲାରେ ୩୭୪୭ କୋଟି ଟଙ୍କାର ୨୧ ପ୍ରକଳ୍ପ ନିର୍ମାଣ କରାଯାଉଛି। ଜଳ ଜୀବନ ମିଶନ (ଜେଜେଏମ୍‌) ପକ୍ଷରୁ ଯାଜପୁର, କୋରାପୁଟ, ଝାରସୁଗୁଡ଼ା, ନବରଗଙ୍ଗପୁର, ଦେବଗଡ଼, ରାୟଗଡ଼ା, କଟକ, ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, ସମ୍ବଲପୁର ଓ କନ୍ଧମାଳ ଜିଲାରେ ୪୦୧୨ କୋଟି ଟଙ୍କାର ୨୭ ପ୍ରକଳ୍ପ ତିଆରି ଚାଲିଛି। ଏହିସବୁ ପ୍ରକଳ୍ପଗୁଡିକର ନିର୍ମାଣ ରାଜ୍ୟ ବାହାରର ଠିକାସଂସ୍ଥା ଏନ୍‌ସିସି, ଏଲଆଣ୍ଡଟି, ଏମ୍‌ଇଆଇଏଲ୍‌, ଜେଏମ୍‌ସି, ଜିଭିପିଆର୍‌, ଜେଭି, ଭୋଲଟାସ୍‌, କାବେରୀ, ଆଇଏଚ୍‌ପି, ରାମ୍‌କୀ, ଜୁବେରୀ ଇତ୍ୟାଦି ଠିକାସଂସ୍ଥା କରୁଛନ୍ତି। ତେବେ ଏହି ଅଣଓଡ଼ିଆ ଠିକାସଂସ୍ଥା ସହ କେତେଜଣ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ନିମ୍ନମାନର ଷ୍ଟିଲ ସାମଗ୍ରୀ ବ୍ୟବହାର, ଶ୍ରମିକ ସୁରକ୍ଷା, ଖାତ ଖୋଲା, ଖାତର ଗଭୀରତା ପ୍ରଭୃତିରେ ଅନିୟମିତତା ସହ ଇଏସ୍‌ଆର ସ୍ତମ୍ଭରେ ବିଭିନ୍ନ ତ୍ରୁଟି ଏବଂ ସିଧା ଭାବେ ନିର୍ମାଣ ହୋଇନାହିଁ ବୋଲି ଇଞ୍ଜିନିୟର୍ସ ଅଟରିଟି ପୂର୍ବରୁ ଯାଜପୁର ଜିଲାର ସୁକିନ୍ଦା ପ୍ରକଳ୍ପରେ ଦେଖିବାକୁ ପାଇଥିଲା। ତେଣୁ ଅଣଓଡିଆ ଠିକାସଂସ୍ଥାକୁ ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା କରି ପ୍ରାୟ ୩୫ ହଜାର କୋଟି ଟଙ୍କାର ୨୧୫ଟି ପ୍ରକଳ୍ପ ଟେକି ଦେଇ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?