କେନ୍ଦୁପତ୍ର କର୍ମଚାରୀଙ୍କୁ ଅଣଦେଖା

ବରଗଡ଼ ଅଫିସ୍‌, ୨୦।୧୦-
କେନ୍ଦୁପତ୍ର କର୍ମଚାରୀଙ୍କ ସମସ୍ୟା ବଢ଼ି ଚାଲିଛି। କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ୱାଚର, ତୋଳାଳି, ବନ୍ଧେଇ ଶ୍ରମିକମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କିଛି ପଦକ୍ଷେପ ନିଆଯାଉନାହିଁ। ଅନ୍ୟପକ୍ଷେ କେନ୍ଦୁପତ୍ର କର୍ମଚାରୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ କେନ୍ଦୁପତ୍ର କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ଏବଂ ଏହି ଅସନ୍ତୋଷ ଆନ୍ଦୋଳନ ପାଇଁ ମୁଣ୍ଡ ଟେକିଛି। ସୋମବାର ବରଗଡ ଜିଲା ପାଇକମାଲ କେନ୍ଦୁପତ୍ର ଅତିଥିଭବନରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘ ରାଜ୍ୟ ସମ୍ପାଦକ କୋକିଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଶ୍ରମିକ ମଙ୍ଗଳ ପାଣ୍ଠିରେ ସହାୟତା, ଗ୍ରାଚ୍ୟୁଇଟି ପ୍ରଦାନ, ପଦୋନ୍ନତି ଆଦି କ୍ଷେତ୍ରରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଥିଲା। କେନ୍ଦୁପତ୍ର କର୍ମଚାରୀଙ୍କ ପ୍ରତି ସରକାରଙ୍କ ଏଭଳି ଉଦାସୀନ ମନୋଭାବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ପଦ୍ମପୁର କେନ୍ଦୁପତ୍ର ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।
କୋଭିଡ୍‌ ନିୟମ ଆଧାରରେ ଆନ୍ଦୋଳନ କରାଯିବ ଏବଂ ଆନ୍ଦୋଳନ ପୂର୍ବରୁ ଏ ନେଇ ପଦ୍ମପୁର ଉପଜିଲାପାଳଙ୍କୁ ଲିଖିତ ଜଣାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ସିଜିନାଲ କର୍ମଚାରୀଙ୍କ ପ୍ରମୋଶନ, କେନ୍ଦୁପତ୍ର ତୋଳାଳୀଙ୍କୁ ୧୦ଚଟା ପତ୍ରରେ ଶ୍ରମିକ ମଙ୍ଗଳ ପାଣ୍ଠିରେ ସହାୟତା ଯୋଗାଇ ଦେବା, ଅବସରପ୍ରାପ୍ତ ସିଜିନାଲ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ କରିବା ଆଦି ଦାବିକୁ ନେଇ ଏହି ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବୈଠକରେ ପଦ୍ମପୁର ଡିଭିଜନ ଅନ୍ତର୍ଗତ ୯ଟି ରେଞ୍ଜର ହେଡ୍‌ ଚେକର୍‌, ସର୍କଲ ଚେକର୍‌, ରେଞ୍ଜ ସମ୍ପାଦକ, ୱାଚର, ତୋଳାଳୀ ଆଦି ଶତାଧିକ ସଦସ୍ୟ ଯୋଗ ଦେଇଥିଲେ। କେନ୍ଦୁପତ୍ର କର୍ମଚାରୀ ସଂଘର ଏହି ବୈଠକରେ ସଂଘର ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପଣ୍ଡା, ରାଜେନ୍ଦ୍ର ପ୍ରସାଦ ଯୋଶୀ, ରୁଷଭ ପ୍ରଧାନ, ଚୂଡ଼ାମଣି ପାଣିଗ୍ରାହୀ, ବସନ୍ତ ସାହୁ, ଜୟକୁମାର ତାଣ୍ଡି, ନାରାୟଣ ସାହୁ, ଜଗବନ୍ଧୁ ମିର୍ଦ୍ଧା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ ଉଦ୍‌ବୋଧନ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନରେ କାହିଁକି ତୃତୀୟ ଥର ପାଇଁ ବଢିଲା ପେଟ୍ରୋଲ-ଡିଜେଲ ଦାମ? ଇଣ୍ଡିଆନ ଅଏଲ କହିଲା ଅସଲ କାରଣ

ନୂଆଦିଲ୍ଲୀ,୨୩।୬: ଶନିବାର, ମେ ୨୩, ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ପେଟ୍ରୋଲ ୮୭ ପଇସା ମହଙ୍ଗା ହୋଇଛି, ଯେତେବେଳେ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ପେଟ୍ରୋଲ-ଡିଜେଲ ପରେ ଏବେ LPG ପାଳି? ଜାଣନ୍ତୁ ଆଜି କେତେ ରହିଛି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୩।୫: ଦେଶରେ ସାଧାରଣ ଜନତାଙ୍କ ପକେଟ ଉପରେ ପୁଣି ଥରେ ମହଙ୍ଗା ମାଡ଼ ହୋଇଛି। ଆଜି (୨୩ ମଇ, ୨୦୨୬) ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି…

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ, ଟିଏମସି ନେତା ସଞ୍ଜୟ ଦାସଙ୍କ ମୃତଦେହ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

କୋଲକାତା,୨୩।୫: ପଶ୍ଚିମବଙ୍ଗରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦକ୍ଷିଣ ଦମ ଦମ ମ୍ୟୁନିସିପାଲିଟିର ତୃଣମୂଳ କଂଗ୍ରେସ କାଉନସିଲର ସଞ୍ଜୟ ଦାସଙ୍କ ମୃତଦେହ ତାଙ୍କ ବାସଭବନରେ ସନ୍ଦେହଜନକ…

ରାତିରେ ତେଲ ଆସୁଛି କିନ୍ତୁ ସକାଳୁ ସରିଯାଉଛି: ବଡ଼ ବଡ଼ ବ୍ୟାରେଲରେ ବୋହି ନେଉଛନ୍ତି, ବିରୋଧ କରୁଛନ୍ତି…

ମୋହନା,୨୩।୬(ମନ୍ମଥ ମିଶ୍ର): ବଡ଼ବଡ଼ ବ୍ୟାରେଲରେ ପେଟ୍ରୋଲ ଡିଜେଲ ଦିଆଯିବା ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖୁବାକୁ ମିଳିଛି। ଗଜପତି ଜିଲା ମୋହନା ବ୍ଲକ ଲୁହାଗୁଡ଼ି ୩୨୬ ଜାତୀୟ…

ହରିଣ ଶିକାର କଲାବେଳେ ମାଡ଼ିବସିଲା ବନ ବିଭାଗ, ଶିକାରୀଙ୍କଠାରୁ ଫାଶ ସହ ଜବତ କଲା…

ମହାକାଳପଡ଼ା,୨୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଶାସନପେଟା ଗ୍ରାମ ପାର୍ଶ୍ୱ ଜଙ୍ଗଲରୁ ଦୁଇ ଶିକାରୀ ହରିଣ ଶିକାର କରିଥିବାବେଳେ…

୭୦୧୫ ଚାଷୀଙ୍କ ଧାନବିକ୍ରି ଟୋକନ BLOCKED: ସମାଧାନ ନ ହେଲେ ବିଧାୟକ, ଏମ୍‌ପିଙ୍କ ଅଫିସ ଆଗରେ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ଦିନରେ ପହଞ୍ଚିଛି । ତେବେ ଧାନ ବିକ୍ରି ପାଇଁ ଆବେଦନ କରିଥିବା…

ପୋତାଗଡ଼ ଗଡଖାଇରୁ ଆହତ ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ସ୍ଥାନୀୟ ଯୁବକ

ଗଞ୍ଜାମ,୨୩।୫(ଅନାଥ ତରାଇ ): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ଅସହାୟ ହରିଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୋତାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri