ବିଜେଡି ବିଧାୟକଙ୍କୁ ଅଣଦେଖା: ଗଣେଶ୍ୱର

କେନ୍ଦ୍ରାପଡ଼ା,୨୭ା୧୦(ଜଗନ୍ନାଥ ଧଳ)ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ ଦଳ କେନ୍ଦ୍ରାପଡ଼ା ଜିଲାର ବିଜେଡି ବିଧାୟକଙ୍କୁ ଅଣଦେଖା କରିଛନ୍ତି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଏପରି ଅଭିଯୋଗ ଶନିବାର ଆଣିବା ପରେ ଦଳୀୟ କର୍ମକର୍ତ୍ତା ଏହାର ଭିଡିଓକୁ ଭାଇରାଲ କରିଛନ୍ତି। ଫଳରେ ବାତ୍ୟାର କ୍ଷୟକ୍ଷତି ଏବେ ରାଜନୀତି ସମୀକରଣରେ ଚାଲିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

ଗତ ଗୁରୁବାର ମଧ୍ୟରାତ୍ରି ଓ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ସାମୁଦ୍ରିକ ଝଡ଼ ‘ଦାନା’ କେନ୍ଦ୍ରାପଡ଼ା ଜିଲାର ହାବେଳିଖଟିଠାରେ ଲ୍ୟାଣ୍ଡଫଲ୍‌ କରିଥିଲା। ଏହି ସ୍ଥାନରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବ ବୋଲି ପୂର୍ବ ଆକଳନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଗୁରୁବାର କେନ୍ଦ୍ରାପଡ଼ାରେ ପହଞ୍ଚତ୍ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ। ଏଥିସହ ଶୁକ୍ରବାର ସନ୍ଧ୍ୟାରେ ବାତ୍ୟା ସମ୍ପର୍କରେ ସମୀକ୍ଷା ବୈଠକ କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ଏହି ବୈଠକରେ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ସହ ପ୍ରଶାସନିକ ଅଧିକାରୀ ଓ ଭାଜପାର ଜିଲା କର୍ମକର୍ତ୍ତା ସାମିଲ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀ ସିଂଦେଓଙ୍କ ଏହି ଗସ୍ତ କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ ଥିଲା ବୋଲି ଶନିବାର କେନ୍ଦ୍ରାପଡ଼ା ବିଧାୟକ ବେହେରା ଗରାପୁରସ୍ଥ ନିଜ ଘରେ ଏକ ଖବରଦାତା ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ଜିଲାକୁ ଜଣେ ଲେଖାଏ ମନ୍ତ୍ରୀଙ୍କୁ ପଠାଯାଇଥିବାରୁ ଏହି ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ତେବେ ଉପମୁଖ୍ୟମନ୍ତ୍ରୀ ସିଂଦେଓଙ୍କ ଗସ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା। ଗୁରୁବାର ବାତ୍ୟା ପରିଚାଳନା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଡକାଇଥିଲେ। ଏଥିରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲାର ୫ ବିଧାୟକ ଓ ଏମ୍‌ପି ସାମିଲ ହେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ବୈଠକକୁ ଅଧ ଘଣ୍ଟା ପୂର୍ବରୁ ବାତିଲ କରାଯାଇଥିଲା। ଏ ସମ୍ପର୍କରେ ଜିଲାପାଳ ପ୍ରଧାନ ଉପମୁଖ୍ୟମନ୍ତ୍ରୀଙ୍କ ଜିଲା ଗସ୍ତ ଶେଷରେ ବୈଠକ ହେବ ବୋଲି ସୂଚନା ଦେଇଥିଲେ। ଏହାପରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କେବଳ ପ୍ରଶାସନିକ ଅଧିକାରୀ, ଶାସକ ଦଳର ବିଧାୟକ ଓ ଜିଲା କର୍ମକର୍ତ୍ତାଙ୍କୁ ସାମିଲ କରାଯାଇଥିଲା, ଯାହା ଜିଲାବାସୀଙ୍କ ପାଇଁ ଆଦୌ ଅନୁକୂଳ ନୁହେଁ। ଲୋକଙ୍କ ମତ ଅନୁଯାୟୀ, ନୂଆ ସରକାର ଗଠନ କରାଯାଇଛି। ଜିଲାର ୪ ବିଧାୟକ ବିଜେଡିର ହୋଇଥିବାରୁ ସମ୍ଭବତଃ ଏହି ସମୀକ୍ଷା ବୈଠକରେ ସେମାନଙ୍କୁ ସାମିଲ କରାଯାଇ ନ ଥିଲା। ଫଳରେ ଜିଲାର ସମସ୍ତ ଅଞ୍ଚଳର କ୍ଷତି ପ୍ରତିଫଳନ ହୋଇପାରିନାହିଁ। ଏ ସମ୍ପର୍କରେ ଜିଲାପାଳ ପ୍ରଧାନ ସମୀକ୍ଷା ବୈଠକ ଡାକି ନ ଥିବା ଫୋନରେ ଜଣାଇବା ପରେ ବାତ୍ୟା ପରିଚାଳନାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ବାତ୍ୟାରେ ଜିଲାବାସୀଙ୍କ ବହୁ କ୍ଷତି ହୋଇଛି। ସମସ୍ତ ଅଞ୍ଚଳର କ୍ଷତିକୁ ଆକଳନ କରିବା ଓ କ୍ଷତିଭରଣା ଠିକ୍‌ ଭାବେ କରାଯାଉ ବୋଲି ବିଧାୟକ ବେହେରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?