ଅଣଦେଖା ଆଚରଣ

ମୋର ସମସ୍ୟା ଅଛି ବୋଲି ଯେତେବେଳେ ମୁଁ ସ୍ବୀକାର ନ କରି ତାହାକୁ ଅଣଦେଖା କରେ ସେତେବେଳେ କି ଲାଭ ହୁଏ? ଅଣଦେଖା କରିବାରେ ଯଦି ସବୁକିଛି ଚାଲିଯାଏ ବା କ୍ଷତି ହୁଏ ସେତେବେଳେ କ’ଣ ଘଟେ? ଆସନ୍ତୁ, ମଣିପୁର ସମସ୍ୟା ପରିପ୍ରେକ୍ଷୀରେ ଏଭଳି ପ୍ରଶ୍ନଗୁଡ଼ିକର ପ୍ରାସଙ୍ଗିକତାକୁ ଦେଖିବା। ପ୍ରଧାନମନ୍ତ୍ରୀ ମଣିପୁରରେ ହିଂସା ହେଉ ନ ଥିବାର ୭୯ ଦିନ ଛଳନା ପରେ ତାହାକୁ ସ୍ବୀକାର କଲେ। ୨ ମାସ ପୂର୍ବର ଏକ ଭିଡିଓ ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିବାରୁ ମଣିପୁରକୁ ସାର୍ବଜନୀନ ବିତର୍କକୁ ଫେରାଇ ଆଣିଲା ଓ ତାହା ପ୍ରଧାନମନ୍ତ୍ରୀଙ୍କୁ ମୁହଁ ଖୋଲିବାକୁ ବାଧ୍ୟକଲା। ଭାରତର ପ୍ରଧାନ ବିଚାରପତି ମଧ୍ୟ କିଛି କ୍ରୋଧ ପ୍ରକାଶ ହେଉଥିବା ଭଳି ଶବ୍ଦ କହିଛନ୍ତି ଏବଂ ସେହି ଘଟଣାରେ ଅବହେଳା କରିଥିବା ମଣିପୁର ପୋଲିସ ଉକ୍ତ ମାମଲାରେ ହଠାତ୍‌ ଗିରଫଦାରି ଆରମ୍ଭ କରିଦେଲା। ପୋଲିସକୁ କାହିଁକି ଏତେ ସମୟ ଲାଗିଲା? କାରଣ ହେଲା, ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରୁ ଦୃଷ୍ଟି ହଟାଇ ନେଲେ ଏବଂ ପ୍ରମୁଖ ଗଣମାଧ୍ୟମକୁ ନ କହିବା ପାଇଁ ସଙ୍କେତ ଦେଲେ। ଯେତେବେଳେ ଏହି ଘଟଣା ଘଟୁଥିଲା ସେତେବେଳେ ସେ ବେଙ୍ଗାଲୁରୁରେ ରୋଡ୍‌ ଶୋ କରୁଥିଲେ। ଏହାପରେ ସେ ଦୁଇଥର ବିଦେଶ ଯାଇ ପାର୍ଟିରେ ଯୋଗଦେଇ ପରେଡ୍‌ ଦେଖୁଥିଲେ। ଭାରତରେ ବି ସେ ଟ୍ରେନ୍‌ର ଶୁଭାରମ୍ଭ ଏବଂ ଉଦ୍‌ଘାଟନ ଇତ୍ୟାଦି ଜାରି ରଖିଥିଲେ। ସେ ମଣିପୁର ବିଷୟରେ ପଦୁଟିଏ କହି ନ ଥିଲେ। ତେବେ ସମସ୍ତଙ୍କ ସମ୍ମୁଖରେ ଏହି ସମସ୍ୟା ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହାକୁ ଏକ ସମସ୍ୟା ଭାବେ ସ୍ବୀକାର ନ କରିବାରେ ଲାଭ ଅଛି। ଅସ୍ବୀକାର କରିବାର ପ୍ରଥମ ଲାଭ ହେଉଛି ଏହା ମୋ ସମସ୍ୟା ନୁହେଁ ବୋଲି ସଙ୍କେତ ଦେବା। ଧରାଯାଉ ଯଦି କିଛି ନ ଘଟିବାର ମୁଁ ଛଳନା କରେ ତେବେ ଏହା ମୋର ସମସ୍ୟା ବୋଲି ସ୍ବୀକାର କରିବି ନାହିଁ ଏବଂ ସେଥିପାଇଁ ମୋତେ ଏହାର ସମାଧାନ କରିବାକୁ ପଡ଼ିବ ନାହିଁ। ଦ୍ୱିତୀୟ ସୁବିଧାଟି ହେଉଛି, ଏକ କଠିନ ପରିସ୍ଥିତିକୁ ତୁରନ୍ତ ସାମ୍ନା କରିବାକୁ ଥିବାରୁ ଏହାକୁ ଜଣେ ଅଣଦେଖା କରନ୍ତି ଏବଂ ସମ୍ଭବତଃ ଏହା ଆପେ ଚାଲିଯିବ ବୋଲି ଭାବି ଏପରି କରିଥାନ୍ତି। କୋଭିଡ୍‌ ମହାମାରୀର ଦ୍ୱିତୀୟ ଲହରରେ ପ୍ରଧାନମନ୍ତ୍ରୀ ଏହି କୌଶଳ ବ୍ୟବହାର କରିଥିଲେ। ସାଧାରଣତଃ ପ୍ରତିଦିନ କିଛି କାର୍ଯ୍ୟକ୍ରମରେ ଦେଖାଦେଉଥିଲେ। କିନ୍ତୁ ପଶ୍ଚିମବଙ୍ଗରେ ରାଲି ବନ୍ଦ କରିବା ପରେ ସେ ୨୦ ଦିନ ପାଇଁ ଅଦୃଶ୍ୟ ହୋଇଯାଇଥିଲେ। ଅମ୍ଳଜାନ ବିନା ଶତାଧିକ ଲୋକଙ୍କର ମୃତ୍ୟୁ ଘଟୁଥିବାବେଳେ ସେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ୩ ସପ୍ତାହ ପରେ କମ୍‌ ମୃତ୍ୟୁ ହେଉଥିବାବେଳେ ସେ ମୁହଁ ଦେଖାଇଲେ ଏବଂ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ସେ ମଧ୍ୟ ଗଲଓ୍ବାନ୍‌ରେ ସମାନ କାର୍ଯ୍ୟ କରିଥିଲେ। ଗଲଓ୍ବାନ୍‌ ସଂଘର୍ଷକୁ ୩ ବର୍ଷ ପୂରିଯାଇଥିଲେ ବି ସେନା ସେ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ। ବରଂ କିଛିଦିନ ନୀରବତା ପରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଏକ ସଂକ୍ଷିପ୍ତ ବିବୃତି ଦେଇ ପୁଣି ଚୁପ୍‌ ରହିଗଲେ।
ଏକ ସମସ୍ୟାକୁ ଅସ୍ବୀକାର କରିବାରେ ତୃତୀୟ ଲାଭ ବି ଅଛି। ଏହାଦ୍ୱାରା ମୁଁ ମୋର ପ୍ରତିଛବିକୁ ଅକ୍ଷୁଣ୍ଣ ରଖିପାରେ। ମୋର ଅନୁଗାମୀ ଏବଂ ଭକ୍ତମାନଙ୍କ(ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ଏମାମାନଙ୍କ ସଂଖ୍ୟା ଅନେକ) ଭକ୍ତି ଓ ସମର୍ଥନ ଜାରି ରହିଲେ ମୁଁ କିଛି ଭୁଲ୍‌ କରିନାହିଁ ବୋଲି ନିଜକୁ କହିପାରିବି। ଯଦି ଅଧିକ ସଂଖ୍ୟକ ଲୋକ ମୋ ଉପରେ ବିଶ୍ୱାସ ଜାରି ରଖନ୍ତି, ତେବେ ମୋର କାର୍ଯ୍ୟ ଠିକ୍‌ ଏବଂ ମୋର ନିଷ୍କ୍ରିୟତା ମଧ୍ୟ ଉଚିତ ମନେହେବ। ଏଥିରେ ଆଉ କିଛି ଛୋଟ ଲାଭ ହୋଇପାରେ। ବୋଧହୁଏ କେତେଜଣ ଲୋକ କେବଳ ଅନେକ ଦାବିକୁ ମନେରଖନ୍ତି ଏବଂ ଖରାପ ଖବରକୁ ଅଣଦେଖା କରାଯିବା ଘଟଣାକୁ ନୁହେଁ। ଭାରତ ଏକ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ବୋଲି କରାଯାଉଥିବା ଦାବିକୁ ଅନେକେ ବିଶ୍ୱାସ କରନ୍ତି। କିନ୍ତୁ ୨୨ ଜୁଲାଇରେ ଭାରତ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ନୁହେଁ ବୋଲି ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ୨୦୨୨ରେ ସାଉଦି ଆରବ ୮.୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି, ତା’ପରେ ଭିଏଟ୍‌ନାମର ରହିଛି ୮ ପ୍ରତିଶତ। ୨୦୨୩ର ପ୍ରଥମ ତ୍ରୈମାସିକରେ ଫିଲିପାଇନ୍ସ ୬.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରି ଭାରତକୁ ଟପିଯାଇଛି। ଏହି ସମୟରେ ଯଦି ମୁଁ ‘ଦ୍ରୁତ ଅଭିବୃଦ୍ଧି’ ବିଷୟରେ ଆଲୋଚନା ନ କରି କିଛି ବର୍ଷ ପରେ ପୁନର୍ବାର ଏହାକୁ ଉପସ୍ଥାପନ କରିବି, ତେବେ ଅନେକେ ଅନୁଭବ କରିବେ ଯେ, ମୁଁ ସର୍ବଦା ଶୀର୍ଷରେ ଅଛି।
ସମସ୍ୟାକୁ ଜଣେ ନେତା ଭାବେ ଅସ୍ବୀକାର କଲେ କ’ଣ କ୍ଷତି ହୁଏ ଆସନ୍ତୁ ସେ ଦିଗକୁ ଫେରିବା। ପ୍ରଥମଟି ହେଉଛି, ଏହି ସମସ୍ୟା ଲାଗିରହିବ ଏବଂ ଅନେକ ସମୟରେ ମଣିପୁର ଭଳି ଆହୁରି ଖରାପ ହେବ। ଭାରତ ସରକାର ମଣିପୁର ସମସ୍ୟାକୁ ଅଣଦେଖା କରିବା ଯୋଗୁ ହିଂସାରେ କେତେଜଣଙ୍କର ମୃତ୍ୟୁ ଘଟିଛି, ଆଉ କେତେଜଣ ମହିଳା ଓ ବାଳିକାଙ୍କୁ ଆକ୍ରମଣ କରାଯାଇଛି, ଆଉ କେତେ ଘର ପୋଡ଼ିଛି ତାହା ପ୍ରଶ୍ନ ଘେରରେ। ସମ୍ଭବତଃ ଐତିହାସିକମାନେ ଏହାର ହିସାବ କହିବେ, କାରଣ ଅଧିକାଂଶ ଗଣମାଧ୍ୟମ ତାହା କରିବେ ନାହିଁ। ଦ୍ୱିତୀୟ କ୍ଷତି ହେଉଛି ଲୋକମାନେ ଏହାର ଲାଭ ଉଠାଇବେ। ମଣିପୁର ମୁଖ୍ୟମନ୍ତ୍ରୀଙ୍କ କଥା ଦେଖାଯାଉ। ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ଯଦି ମଣିପୁରରେ କୌଣସି ଅସୁବିଧା ନାହିଁ ତେବେ ମଣିପୁର ମୁଖ୍ୟମନ୍ତ୍ରୀ କାହିଁକି ଇସ୍ତଫା ଦେବେ? ଯେତେବେଳେ କିଛି ବାହ୍ୟ ଚାପ ଥିଲା, ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପାଇଁ ଏକ ନାଟକ କରିଥିଲେ ଓ ପରେ ନୀରବ ରହିଗଲେ। ସେ ଜାଣିଥିଲେ ଯେ ନୀରବତାକୁ ତାଙ୍କ ସୁବିଧା ପାଇଁ ବ୍ୟବହାର କରିପାରିବେ। ତୃତୀୟ କ୍ଷତିରେ ରହିଛି ଦେଶ କଥା। ଦେଶ ନିଜ ଆଭିମୁଖ୍ୟ ଜାରି ରଖିପାରିବ ଯେ ଏହା ମହାନତା ଆଡ଼କୁ ଗତି କରୁଛି ଏବଂ ଆଭ୍ୟନ୍ତରୀଣ ନିଆଁ ଏହାକୁ ବିଚ୍ୟୁତ କରିପାରିବ ନାହିଁ। ବୋଧହୁଏ ଏସବୁ ଦୁର୍ବଳ ଅବଗଣନାରୁ ପ୍ରଧାନମନ୍ତ୍ରୀଙ୍କର ଅଣଦେଖା ଆଚରଣ ଦେଖାଯାଇଛି କିମ୍ବା ପ୍ରବୃତ୍ତିରୁ ଆସିଛି। ଯେଉଁଟା ବି ସତ ହୋଇଥାଉ, ତାଙ୍କୁ ଏଥିରୁ କ’ଣ ଲାଭ ମିଳିଛି ଏବଂ ଆମର କ’ଣ ସବୁ କ୍ଷତି ଘଟିଛି ତାହାର ପ୍ରମାଣ ୧୦ ବର୍ଷ ଶାସନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri