ବିଶ୍ୱମ୍ଭର ବିଦ୍ୟାପୀଠ ପ୍ରତି ଅଣଦେଖା

ପୁରୀ ଅଫିସ, ୧୮ା୧୧: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନର କରିବା ପାଇଁ ୫-ଟି ଯୋଜନାରେ ସରକାରୀ ବିଦ୍ୟାଳୟଗୁଡ଼ିକର ରୂପାନ୍ତରକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହାସତ୍ତ୍ୱେ ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଶ୍ରେଣୀଗୃହ ସମସ୍ୟା ପ୍ରଭୃତି ଲାଗିରହିଛି। ପୁରୀ ଜିଲାର ପ୍ରମୁଖ ତଥା ୭୫ବର୍ଷର ପୁରାତନ ଶିକ୍ଷାନୁଷ୍ଠାନ ବିଶ୍ୱମ୍ଭର ବିଦ୍ୟାପୀଠରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ଗତ ସେପ୍ଟେମ୍ବରରୁ ବିଶ୍ୱମ୍ଭର ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ପଦବୀ ଖାଲିପଡ଼ିଛି। ପୁରୀ ଜିଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର ଏହାର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ବିଶ୍ୱମ୍ଭର ବିଦ୍ୟାପୀଠ ଓ ଜିଲା ସ୍କୁଲର ଦୂରତା ପ୍ରାୟ ୨ କି.ମି. ହେବ। ଏହି ଦୁଇଟି ପ୍ରମୁଖ ଶିକ୍ଷାନୁଷ୍ଠାନରେ ପ୍ରାୟ ୪ହଜାର ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ତେବେ ପୂର୍ଣ୍ଣକାଳୀନ ପ୍ରଧାନ ଶିକ୍ଷକ ନ ଥିବାରୁ ବିଦ୍ୟାଳୟର ପରିଚାଳନା ନେଇ ସମସ୍ୟା ଉପୁଜୁଛି। ବିଶ୍ୱମ୍ଭର ବିଦ୍ୟାପୀଠକୁ ଜିଲାପାଳ ପୌଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ଦୀର୍ଘ ଅଢେଇ ମାସ ହେବ ଏହି ବିଦ୍ୟାପୀଠ ଅସ୍ଥାୟୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଚାଲୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ। ଏଥିଯୋଗୁ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲା ସ୍କୁଲର ପୂର୍ବତନ ଛାତ୍ର ବିଜୟ ବେହେରା କହିଛନ୍ତି, ପୁରୀର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପ୍ରଧାନ ଶିକ୍ଷକ ପଦ ଖାଲିପଡ଼ିବା ନିନ୍ଦନୀୟ ଘଟଣା। ସରକାର ୫-ଟି ଯୋଜନାରେ ବିଦ୍ୟାଳୟ ଗୁଡ଼ିକର ବିକାଶ କରୁଥିଲେ ମଧ୍ୟ ବହୁ ପୁରାତନ ବିଶ୍ୱମ୍ଭର ବିଦ୍ୟାପୀଠ ପ୍ରତି ଦୃଷ୍ଟି ନ ଦେବା ଦୁଃଖର କଥା। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ସରକାର ଖେଳ ଖେଳିବା ଉଚିତ୍‌ ନୁହେଁ। ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଯଦି ଶିକ୍ଷାଦାନରେ କୌଣସି ତ୍ରୁଟି ଦେଖାଯିବ ତେବେ ଶିକ୍ଷା ବିଭାଗ ଦାୟୀ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ବିଶ୍ୱମ୍ଭର ବିଦ୍ୟାପୀଠର ପୂର୍ବତନ ଛାତ୍ର ଗୋପାଳ ଚନ୍ଦ୍ର ବରାଳ କହିଛନ୍ତି, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଘରୋଇ ସ୍କୁଲର ଛାତ୍ରୀଛାତ୍ରୀଙ୍କ ଶିକ୍ଷାରେ ଉନ୍ନତି ଘଟୁଥିବାବେଳେ ସରକାରୀ ବିଦ୍ୟାଳୟର ପିଲାମାନେ ନିମ୍ନଗାମୀ ହେଉଛନ୍ତି। ଅତୀତରେ ଏହି ଦୁଇଟି ସ୍କୁଲର ଛାତ୍ରୀଛାତ୍ର ରାଜ୍ୟରେ ଟପ୍‌ଟେନ୍‌ ତାଲିକାରେ ସ୍ଥାନ ପାଉଥିଲେ। ମାତ୍ର ବର୍ତ୍ତମାନ ସେପରି ଫଳାଫଳ ଦେଖିବାକୁ ମିଳୁନାହିଁ। ୫-ଟି ଯୋଜନାରେ ବିଶ୍ୱମ୍ଭର ବିଦ୍ୟାପୀଠକୁ ସରକାର ଗୁରୁତ୍ୱ ଦେଉଥିବା ଭଳି ମନେ ହେଉନାହିଁ। ଅବସରପ୍ରାପ୍ତ ଶିକ୍ଷକ-କର୍ମଚାରୀ ସଂଘର ସମ୍ପାଦକ ବିଶ୍ୱନାଥ ବେହେରା କହିଛନ୍ତି, ବିଶ୍ୱମ୍ଭର ବିଦ୍ୟାପୀଠ ପ୍ରତି ସରକାର ଅବହେଳା କରୁଛନ୍ତି। ଏଠାରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନ ଥିବାରୁ ବିଦ୍ୟାଳୟ ପରିଚାଳନା ସହ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ତେଣ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ। ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ପାଇଁ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲାଣି। ଅନ୍ୟପକ୍ଷରେ ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର କହିଛନ୍ତି, ମୁଁ ୩ ମାସରୁ ଊର୍ଦ୍ଧ୍ୱ ହେଲା ବିଶ୍ୱମ୍ଭର ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛି। ଦୁଇଟି ସ୍କୁଲକୁ ଠିକ୍‌ ଭାବେ ପରିଚାଳନା କରିବାରେ କୌଣସି ଅସୁବିଧା ହେଉନାହିଁ। ଆବଶ୍ୟକତା ଅନୁସାରେ ଉଭୟ ସ୍କୁଲକୁ ସମପରିମାଣର ସମୟ ଦେଉଛି। ଦୁଇଟି ଯାକ ସ୍କୁଲର ଉନ୍ନତିମୂଳକ କାର୍ଯ୍ୟ ସହ ଶିକ୍ଷାଦାନ ଠିକ ଭାବେ ଚାଲିଛି। ମୁଁ ଦାୟିତ୍ୱ ନେବା ପରେ ସରକାରଙ୍କୁ ଚିଠି ଲେଖି ବିଶ୍ୱମ୍ଭର ସ୍କୁଲରେ ୧୨ଟି ସ୍ମାର୍ଟ ରୁମ୍‌ ଓ ଖେଳପଡ଼ିଆର ଉନ୍ନତୀକରଣ କାର୍ଯ୍ୟ ଜାରି ରଖିଛି। ବିଶ୍ୱମ୍ଭର ବିଦ୍ୟାପୀଠ ଜିଲାପାଳଙ୍କ ପୋଷ୍ୟ ସ୍କୁଲ ହୋଇଥିବାରୁ ସେ ଏହାର ଉନ୍ନତି ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ସେହିପରି ଜିଲା ଶିକ୍ଷାଧିକାରୀ ବିଶ୍ୱଜିତ୍‌ ଘୋଷ କହିଛନ୍ତି, ବିଶ୍ୱମ୍ଭର ବିଦ୍ୟାପୀଠରେ ଥିବା ପ୍ରଧାନ ଶିକ୍ଷକ ସୁଶିଲ କୁମାର ବ୍ରହ୍ମା ବଦଳି ହୋଇ ଗୋପ ବ୍ଲକ ଶିକ୍ଷାଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ଫଳରେ ଜିଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗତ କିଛି ମାସ ହେବ ବିଶ୍ୱମ୍ଭର ବିଦ୍ୟାପୀଠର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଦୁଇଟିଯାକ ସ୍କୁଲ ପରିଚାଳନାରେ କିଛି ସମସ୍ୟା ହେଉନାହିଁ। ତେବେ ଡିସେମ୍ବର ୧୫ ସୁଦ୍ଧା ବିଶ୍ୱମ୍ଭର ବିଦ୍ୟାପୀଠରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?