ବିଶ୍ୱମ୍ଭର ବିଦ୍ୟାପୀଠ ପ୍ରତି ଅଣଦେଖା

ପୁରୀ ଅଫିସ, ୧୮ା୧୧: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନର କରିବା ପାଇଁ ୫-ଟି ଯୋଜନାରେ ସରକାରୀ ବିଦ୍ୟାଳୟଗୁଡ଼ିକର ରୂପାନ୍ତରକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହାସତ୍ତ୍ୱେ ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଶ୍ରେଣୀଗୃହ ସମସ୍ୟା ପ୍ରଭୃତି ଲାଗିରହିଛି। ପୁରୀ ଜିଲାର ପ୍ରମୁଖ ତଥା ୭୫ବର୍ଷର ପୁରାତନ ଶିକ୍ଷାନୁଷ୍ଠାନ ବିଶ୍ୱମ୍ଭର ବିଦ୍ୟାପୀଠରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ଗତ ସେପ୍ଟେମ୍ବରରୁ ବିଶ୍ୱମ୍ଭର ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ପଦବୀ ଖାଲିପଡ଼ିଛି। ପୁରୀ ଜିଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର ଏହାର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ବିଶ୍ୱମ୍ଭର ବିଦ୍ୟାପୀଠ ଓ ଜିଲା ସ୍କୁଲର ଦୂରତା ପ୍ରାୟ ୨ କି.ମି. ହେବ। ଏହି ଦୁଇଟି ପ୍ରମୁଖ ଶିକ୍ଷାନୁଷ୍ଠାନରେ ପ୍ରାୟ ୪ହଜାର ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ତେବେ ପୂର୍ଣ୍ଣକାଳୀନ ପ୍ରଧାନ ଶିକ୍ଷକ ନ ଥିବାରୁ ବିଦ୍ୟାଳୟର ପରିଚାଳନା ନେଇ ସମସ୍ୟା ଉପୁଜୁଛି। ବିଶ୍ୱମ୍ଭର ବିଦ୍ୟାପୀଠକୁ ଜିଲାପାଳ ପୌଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ଦୀର୍ଘ ଅଢେଇ ମାସ ହେବ ଏହି ବିଦ୍ୟାପୀଠ ଅସ୍ଥାୟୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଚାଲୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ। ଏଥିଯୋଗୁ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲା ସ୍କୁଲର ପୂର୍ବତନ ଛାତ୍ର ବିଜୟ ବେହେରା କହିଛନ୍ତି, ପୁରୀର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପ୍ରଧାନ ଶିକ୍ଷକ ପଦ ଖାଲିପଡ଼ିବା ନିନ୍ଦନୀୟ ଘଟଣା। ସରକାର ୫-ଟି ଯୋଜନାରେ ବିଦ୍ୟାଳୟ ଗୁଡ଼ିକର ବିକାଶ କରୁଥିଲେ ମଧ୍ୟ ବହୁ ପୁରାତନ ବିଶ୍ୱମ୍ଭର ବିଦ୍ୟାପୀଠ ପ୍ରତି ଦୃଷ୍ଟି ନ ଦେବା ଦୁଃଖର କଥା। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ସରକାର ଖେଳ ଖେଳିବା ଉଚିତ୍‌ ନୁହେଁ। ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଯଦି ଶିକ୍ଷାଦାନରେ କୌଣସି ତ୍ରୁଟି ଦେଖାଯିବ ତେବେ ଶିକ୍ଷା ବିଭାଗ ଦାୟୀ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ବିଶ୍ୱମ୍ଭର ବିଦ୍ୟାପୀଠର ପୂର୍ବତନ ଛାତ୍ର ଗୋପାଳ ଚନ୍ଦ୍ର ବରାଳ କହିଛନ୍ତି, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଘରୋଇ ସ୍କୁଲର ଛାତ୍ରୀଛାତ୍ରୀଙ୍କ ଶିକ୍ଷାରେ ଉନ୍ନତି ଘଟୁଥିବାବେଳେ ସରକାରୀ ବିଦ୍ୟାଳୟର ପିଲାମାନେ ନିମ୍ନଗାମୀ ହେଉଛନ୍ତି। ଅତୀତରେ ଏହି ଦୁଇଟି ସ୍କୁଲର ଛାତ୍ରୀଛାତ୍ର ରାଜ୍ୟରେ ଟପ୍‌ଟେନ୍‌ ତାଲିକାରେ ସ୍ଥାନ ପାଉଥିଲେ। ମାତ୍ର ବର୍ତ୍ତମାନ ସେପରି ଫଳାଫଳ ଦେଖିବାକୁ ମିଳୁନାହିଁ। ୫-ଟି ଯୋଜନାରେ ବିଶ୍ୱମ୍ଭର ବିଦ୍ୟାପୀଠକୁ ସରକାର ଗୁରୁତ୍ୱ ଦେଉଥିବା ଭଳି ମନେ ହେଉନାହିଁ। ଅବସରପ୍ରାପ୍ତ ଶିକ୍ଷକ-କର୍ମଚାରୀ ସଂଘର ସମ୍ପାଦକ ବିଶ୍ୱନାଥ ବେହେରା କହିଛନ୍ତି, ବିଶ୍ୱମ୍ଭର ବିଦ୍ୟାପୀଠ ପ୍ରତି ସରକାର ଅବହେଳା କରୁଛନ୍ତି। ଏଠାରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନ ଥିବାରୁ ବିଦ୍ୟାଳୟ ପରିଚାଳନା ସହ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ତେଣ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ। ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ପାଇଁ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲାଣି। ଅନ୍ୟପକ୍ଷରେ ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର କହିଛନ୍ତି, ମୁଁ ୩ ମାସରୁ ଊର୍ଦ୍ଧ୍ୱ ହେଲା ବିଶ୍ୱମ୍ଭର ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛି। ଦୁଇଟି ସ୍କୁଲକୁ ଠିକ୍‌ ଭାବେ ପରିଚାଳନା କରିବାରେ କୌଣସି ଅସୁବିଧା ହେଉନାହିଁ। ଆବଶ୍ୟକତା ଅନୁସାରେ ଉଭୟ ସ୍କୁଲକୁ ସମପରିମାଣର ସମୟ ଦେଉଛି। ଦୁଇଟି ଯାକ ସ୍କୁଲର ଉନ୍ନତିମୂଳକ କାର୍ଯ୍ୟ ସହ ଶିକ୍ଷାଦାନ ଠିକ ଭାବେ ଚାଲିଛି। ମୁଁ ଦାୟିତ୍ୱ ନେବା ପରେ ସରକାରଙ୍କୁ ଚିଠି ଲେଖି ବିଶ୍ୱମ୍ଭର ସ୍କୁଲରେ ୧୨ଟି ସ୍ମାର୍ଟ ରୁମ୍‌ ଓ ଖେଳପଡ଼ିଆର ଉନ୍ନତୀକରଣ କାର୍ଯ୍ୟ ଜାରି ରଖିଛି। ବିଶ୍ୱମ୍ଭର ବିଦ୍ୟାପୀଠ ଜିଲାପାଳଙ୍କ ପୋଷ୍ୟ ସ୍କୁଲ ହୋଇଥିବାରୁ ସେ ଏହାର ଉନ୍ନତି ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ସେହିପରି ଜିଲା ଶିକ୍ଷାଧିକାରୀ ବିଶ୍ୱଜିତ୍‌ ଘୋଷ କହିଛନ୍ତି, ବିଶ୍ୱମ୍ଭର ବିଦ୍ୟାପୀଠରେ ଥିବା ପ୍ରଧାନ ଶିକ୍ଷକ ସୁଶିଲ କୁମାର ବ୍ରହ୍ମା ବଦଳି ହୋଇ ଗୋପ ବ୍ଲକ ଶିକ୍ଷାଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ଫଳରେ ଜିଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗତ କିଛି ମାସ ହେବ ବିଶ୍ୱମ୍ଭର ବିଦ୍ୟାପୀଠର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଦୁଇଟିଯାକ ସ୍କୁଲ ପରିଚାଳନାରେ କିଛି ସମସ୍ୟା ହେଉନାହିଁ। ତେବେ ଡିସେମ୍ବର ୧୫ ସୁଦ୍ଧା ବିଶ୍ୱମ୍ଭର ବିଦ୍ୟାପୀଠରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଓଲଟି ଭିତରେ ପଶିଗଲା ପାଣି, ଅଣନିଶ୍ୱାସୀ ହୋଇ ଚାଲିଗଲା…

ପାରାଦୀପ, ୨।୯ (ଶରତ ରାଉତ): ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ତଥା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ ଗେଟ୍‌ ବଜାର ନିକଟରେ ବୁଧବାର ସକାଳେ…

ଆଜି ତୁଳା ରାଶିରେ ଶୁକ୍ରଙ୍କ ପ୍ରବେଶ: ମେଷ ସମେତ ଏହି ୫ ରାଶିର ହେବ ବମ୍ଫର ରୋଜଗାର, ଘଟିବ ଯାହା କେବେ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ପ୍ରେମ, ସୁଖ-ସୁବିଧା, ଧନ, ବୈଭବ ଓ ଐଶ୍ୱର୍ଯ୍ୟର କାରକ ବୋଲି ମନେ କରାଯାଏ। ଶୁକ୍ରଙ୍କ ରାଶି ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି…

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଟିମ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସ୍ଥାନ, କାନ୍ଦିଲେ ବଡ଼ ବଡ଼ ଖେଳାଳି!

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଗୋଟିଏ କିମ୍ବା…

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

ବୁଧବାରଠୁ ମଙ୍ଗଳଙ୍କ ରାଶି ପରିବର୍ତ୍ତନ: ୪ ରାଶିଙ୍କ ଭାଗ୍ୟ ଚମକିବ, ଏମାନେ ରୁହନ୍ତୁ ସାବଧାନ

ବୁଧବାର ଦିନ ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶି ପାଇଁ ଗ୍ରହ-ନକ୍ଷତ୍ର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିବ। ୨ ସେପ୍ଟେମ୍ବର ୨୦୨୬ରେ ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ…

ଚମକାଇଲା BCCIର ନିଷ୍ପତ୍ତି: ଆଫଗାନିସ୍ତାନ ସିରିଜ୍‌ରୁ ୮ ଷ୍ଟାର୍‌ ଖେଳାଳି ଆଉଟ୍‌, ପଛରେ ରହିଛି ଏହି ବଡ଼ କାରଣ!

ନୂଆଦିଲ୍ଲୀ,୨।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସେପ୍ଟେମ୍ବର ୧ରେ ବିସିସିଆଇ ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri