ଏସବୁ କଥା ମାନି ଚଳିଳେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ହେବନି ଝଗଡ଼ା, ବଢ଼ିବ ଧନ

କୁହାଯାଏ, ସ୍ତ୍ରୀ-ସ୍ବାମୀ ଗୋଟିଏ ଗାଡିର ଦୁଇଟି ଚକ। ଯଦି ଗୋଟିଏ ଚକ ନ ରୁହେ, ତେବେ ଗାଡି ଚାଲିବା କଷ୍ଟକର ହୋଇପଡେ। ଠିକ୍‌ ସେହିପରି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଘଟିଥାଏ। ଜଣଙ୍କ ବିନା ଅନ୍ୟ ଜଣଙ୍କ ପାଇଁ ଜୀବନ ବିତାଇବା କଷ୍ଟକର ହୋଇପଡ଼େ। ଆଚାର୍ଯ୍ୟ ଚାଣକ୍ୟ ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ମଜବୁତ କରିବା ପାଇଁ କିଛି ପରାମର୍ଶ ଦେଇଛନ୍ତି।

ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ, ବୈବାହିକ ଜୀବନରେ ସୁଖୀଥିବା ଦମ୍ପତି ସବୁ କ୍ଷେତ୍ରରେ ସଫଳତା ପାଇଥାନ୍ତି। ତେଣୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କେବେହେଲେ ବିବାଦ ନ ରହିବା ଉଚିତ୍‌। କୌଣସି କାରଣରୁ ଯଦି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ଘଟେ ତେବେ ଏହାକୁ ଅପମାନ ଭାବିବା ଅନୁଚିତ୍‌। ଏପରି କରିବା ଦ୍ୱାରା ପରିବାରରେ ସବୁବେଳେ ଖୁସି ରହିଥାଏ।
ସକରାତ୍ମକ ଚିନ୍ତାଧାରା ହେଉଛି ସଫଳତାର ଚାବିକାଠି। ତେଣୁ ଚାଣକ୍ୟ କହିଛନ୍ତି, ଘରେ ସୁଖ, ଶାନ୍ତି ପାଇଁ ପରିବାରର ସମସ୍ତ ସଦସ୍ୟ ପରସ୍ପରର ସମ୍ମାନ କରିବା ସହ ପ୍ରେମରେ ବାନ୍ଧି ରଖିବା ଉଚିତ। ଏମିତି ଘରେ ସୁଖ, ଶାନ୍ତି ଏବଂ ଧନ ବୃଦ୍ଧି ହୋଇଥାଏ।
ଅପରପକ୍ଷେ, ଯଦି ଚାପ ଏବଂ ଯନ୍ତ୍ରଣା ସବୁବେଳେ ଜୀବନରେ ରହିଥାଏ, ତେବେ ସମାଜରେ ପ୍ରଭାବଶାଳୀ ହେବା ପରେ ମଧ୍ୟ ତାଙ୍କୁ ଜୀବନରେ ଜଣେ ସଫଳ ବ୍ୟକ୍ତି କୁହାଯାଇ ପାରିବ ନାହିଁ। ତେଣୁ ଜୀବନରେ ସର୍ବଦା ଖରାପ ଅଭାସକୁ ତ୍ୟାଗ କରିବା ଆବଶ୍ୟକ।
ସ୍ତ୍ରୀ-ସ୍ବାମୀ ପରସ୍ପରକୁ ସମାନ ବ୍ୟବହାର କଲେ ସୁଖୀ ଦାମ୍ପତ୍ୟ ଜୀବନ ସଫଳ ହୁଏ। ସେହି ଘରେ କେବେହେଲେ ଟେନଶନ ରୁହେ ନାହିଁ। ତେଣୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ କେବେହେଲେ କମ ହେବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମାତୃଗର୍ଭରୁ ସ୍ଥିର ହୋଇଥାଏ ପିଲାଙ୍କ ସହ ଜଡ଼ିତ ଏହି ୫ କଥା

ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମାନବ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ମାନବ ଜୀବନ ସହିତ ଜଡ଼ିତ ୫ କଥା...

ଶୀତଦିନେ ନିହାତି ଖାଆନ୍ତୁ ଗ୍ରୀନ୍‌ ମଟର

ସାଧାରଣତଃ ଶୀତଦିନେ ଗ୍ରୀନ୍‌ ମଟର ହୋଇଥାଏ। ଛୋଟରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ସମସ୍ତ ପ୍ରକାରର ତରକାରିରେ...

ଏହିସବୁ କାରଣରୁ ଦୁର୍ବଳ ହୁଏ ଦାନ୍ତ

ଆଧୁନିକ ଜୀବନଶୈଳୀ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତନ୍ମଧ୍ୟରୁ ଦାନ୍ତ ସମସ୍ୟା ଅନ୍ୟତମ, ତେବେ କେବଳ ଖଟା ଓ ମିଠା ଦାନ୍ତକୁ ଖରାପ କରେ...

ସ୍କିନ୍‌ ପାଇଁ ସେବତୀ

ଆପଣ ସେବତୀ ଫୁଲ ଦେଖିଥିବେ କିମ୍ବା ଜାଣିଥିବେ, ଯାହା ସ୍ବାସ୍ଥ୍ୟ ଏବଂ ତ୍ୱଚା ଲାଗି ବହୁତ ଉପକାରୀ। ସବୁପ୍ରକାର ସ୍କିନ୍‌ ପାଇଁ ଏହାକୁ ବ୍ୟବହାର କରିପାରିବେ।...

ମ୍ୟାଙ୍ଗୋ ଫେସ୍‌ ପ୍ୟାକ

ଖରାଦିନେ ସହଜରେ ମିଳୁଥିବା ଆମ୍ବରୁ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ। ଏହି ଫେସପ୍ୟାକକୁ ଖରାଦିନେ ବ୍ୟବହାର କଲେ ତ୍ୱଚାର ଚମକ ବଢ଼ିବା ସହିତ ତ୍ୱଚା ଅଧିକ ସୁନ୍ଦର...

ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଘରୋଇ ଉପଚାର

ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା କେବଳ ବୟସ୍କ ବ୍ୟକ୍ତି ନୁହନ୍ତି ଯୁବପିଢ଼ିଙ୍କଠାରେ ଦେଖିବାକୁ ମିଳିଲାଣି। ଏହାର ଲକ୍ଷଣ ଜାଣିବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା...

ଏହି ସମୟରେ ଏସବୁ ଫଳ ଖାଇଲେ ବଢ଼ିବ ଇମ୍ୟୁନିଟ ପାଓ୍ବାର

ଫଳ ସ୍ବାସ୍ଥ୍ୟ ପାଇଁ ଉପକାରୀ। ସେଥିପାଇଁ ଯଦି କାହାର ଦେହ ଖରାପ ହୋଇଯାଏ, ଡାକ୍ତର ତାଙ୍କୁ ଫଳ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। କାରଣ ଫଳରେ ଅନେକ...

ଘରୋଇ ଫେସ୍‌ ପ୍ୟାକ୍‌

ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜୀବନଶୈଳୀ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ଆଦି କାରଣରୁ ତ୍ୱଚା ମଧ୍ୟ ପ୍ରଭାବିତ ହେଉଛି। ଏମିତିରେ ତ୍ୱଚାକୁ ସୁନ୍ଦର ଏବଂ ଫିଟ୍‌ ରଖିବାକୁ...

Advertisement


Archives

Model This Week

Why Dharitri