‘ଚାଷରେ ଏ ସବୁକୁ ବ୍ୟବହାର କଲେ ଭଲ ହେବ ଫସଲ’, ଉତ୍ତମ ବିହନ ଉତ୍ପାଦନ ଉପରେ ତାଲିମ ଶିବିର

ଭଞ୍ଜନଗର,୧୭।୧୦(ବାବୁଲା ପ୍ରଧାନ): ରାଜ୍ୟ ସରକାର ଏବଂ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୧ ଭଞ୍ଜନଗର ସମ୍ମିଳନୀ କକ୍ଷଠାରେ ସୁସ୍ଥ ଓ ଉତ୍ତମ ବିହନ ଉତ୍ପାଦନ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଜିଲା କୃଷି ଅଧିକାରୀ ଡ. ଅଜୟ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିହନ ପ୍ରମାଣନ ଅଧିକାରୀ ରଘୁନାଥ ମହାପାତ୍ର ଗଞ୍ଜାମ, କୃଷି ଜିଲା ଅଧିକାରୀ ବୌମ୍ୟକେଶ ମିଶ୍ର, ଭଞ୍ଜନଗର ଏବଂ ସତ୍ୟବ୍ରତ ଦାସ ଆସ୍କା, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଭଞ୍ଜନଗର ଡ. ସୁତନୁ କୁମାର ଶତପଥୀ, ଗୋଷ୍ଠୀ କୃଷି ଅଧିକାରୀ ଭଂଜନଗର, ଆସ୍କା, ବୁଗୁଡା, ଜଗନ୍ନାଥ ପ୍ରସାଦ ଓ ବେଲଗୁଣ୍ଠା, ଆୟୋଜକ ସଂସ୍ଥା ଇରୀର ବିଶେଷଜ୍ଞ-ବିହନ ପ୍ରଣାଳୀ ଏବଂ ଉତ୍ପାଦ ପରିଚାଳନା ଗିରିଜା ପ୍ରସାଦ ସ୍ବାଇଁ, କୃଷି ପରିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, କୃଷକ ଉତ୍ପାଦକ ସଂଘ ଓ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ। ପ୍ରଥମେ ସହଯୋଗୀ ଅନୁଷ୍ଠାନ ନିର୍ଦ୍ଦେଶର ନିର୍ଦ୍ଦେଶକ ଗିରିଧାରୀ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଆୟୋଜକ ସଂସ୍ଥା ଇରୀର ବିଶେଷଜ୍ଞ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ପୋଷଣ ଯୁକ୍ତ ଧାନ ଚାଷ, ଗୁଣାତ୍ମକ ବିହନ କିପରି ସଂଗ୍ରହ କରାଯାଇପାରିବ ଓ ଏହାକୁ ଚାଷ କ୍ଷେତ୍ରରେ ବ୍ୟବହାର କଲେ ଫସଲ ନିରୋଗ ହେବା ସହିତ ଅଧିକ ଅମଳ ହୋଇପାରିବ ବୁଝାଇଥିଲେ । ବିହନ ପ୍ରମାଣନ ଅଧିକାରୀ ବିହନ ସଂଗ୍ରହ ପ୍ରଣାଳୀ, ସଂରକ୍ଷଣ ଓ ପ୍ରୟୋଗ ବିଷୟରେ ଆଲୋଚନା କରିଥିଲେ। ବ୍ଲକ କୃଷି ଅଧିକାରୀ ଭଞ୍ଜନଗର ସରକାରଙ୍କ ଦ୍ୱାରା ମିଳୁଥିବା କୃଷି ଯନ୍ତ୍ରପାତି, ଜଳସେଚନ ବ୍ୟବସ୍ଥା ଉପରେ ବୁଝାଇବା ସହିତ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଜୈବିକ ସାର ପ୍ରୟୋଗ, ବିହନ ପରିଚାଳନା ଦ୍ୱାରା ଉତ୍ପାଦିତ ଶସ୍ୟରୁ କ’ଣ ପୃଷ୍ଟିସାର ମିଳିଥାଏ ତାହା ପିପିଟି ମାଧ୍ୟମରେ ବୁଝାଇଥିଲେ। ଜିଲା କୃଷି ଅଧିକାରୀ ସମସ୍ତ ଆଲୋଚନା ବିଷୟ କିଭଳି ସଫଳ କାର୍ଯ୍ୟକ୍ଷମ ହେବା ସହିତ ଗୁଣାତ୍ମକ ଓ ସୁସ୍ଥ ବିହନ ଉତ୍ପାଦନ କରିବା ଓ ଏହାର ସଂରକ୍ଷଣ ନିମନ୍ତେ ପରାମର୍ଶ ଦେଇଥିଲେ । ଡ. ସାତୀ ସଙ୍ଗପ୍ରଭା କୃଷି ବିଜ୍ଞାନ କେନ୍ଦ୍ର, ଭଞ୍ଜନଗର, ଗଞ୍ଜାମ-୧ ବିଷୟ ବସ୍ତୁ ବିଶେଷଜ୍ଞ ଧନ୍ୟବାଦ ପ୍ରଦାନ କରିଥିଲେ ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri