Posted inଫୁରସତ

ମାସ୍କ ପିନ୍ଧି ଖାଇବା ଅର୍ଡର କଲେ ଦେବାକୁ ପଡ଼ିବ ଜରିମାନା

କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଅନେକ ଲୋକଙ୍କ ଜୀବନ ଯାଇଛି। ବହୁ ଲୋକ ଏଥିରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ ବି କରୁଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ମାସ୍କ ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ମାତ୍ର ଆମେରିକାର ଏମିତି ଏକ ରେଷ୍ଟୁରାଣ୍ଟ ଯେଉଁଠି ମାସ୍କ ଲଗାଇଲେ ଲୋକଙ୍କୁ ଜରିମାନା ଦେବାକୁ ପଡ଼ିଥାଏ।

ଆମେରିକାର କାଲିଫର୍ନିଆ ସହରରେ ଫିଡ୍‌ଲହେଡ୍‌ସ କାଫେରେ ଏପରି ଅଜବ ନିୟମ ଚାଲୁଥିବାରୁ ଚର୍ଚ୍ଚାରେ ରହିଛି। ଏହି କାଫେର ମାଲିକ ହେଉଛନ୍ତି କ୍ରିସ୍‌ କାସଲମ୍ୟାନ। ସେ ସବୁବେଳେ କରୋନା ଗାଇଡ୍‌ଲାଇନକୁ ବିରୋଧ କରିଥାନ୍ତି। ଖାଲି ଏତିକି ନୁହେଁ ସେ କରୋନା ଟିକା ମଧ୍ୟ ନେବାକୁ ରାଜି ନୁହନ୍ତି। କ୍ରିସ୍‌ କୁହନ୍ତି, ଲକ୍‌ଡାଉନ୍‌ ଚାଲିଥିବାରୁ ଆମେରିକାକୁ ଅନେକ କ୍ଷତି ସହିବାକୁ ପଡ଼ିଛି।

ଆମେରିକାର କାଲିଫର୍ନିଆ ଏବଂ ହାଓ୍ବାଇ ଏପରି ରାଜ୍ୟ ଯେଉଁଠି ଟିକାକରଣ ପରେ ଲୋକଙ୍କୁ ଘରେ ମାସ୍କ ପିନ୍ଧିବାକୁ କୁହାଯାଇଛି। ମାତ୍ର କ୍ରିସ ତାଙ୍କ ରେଷ୍ଟୁରାଣ୍ଟରେ କାହାକୁ ମାସ୍କ ପିନ୍ଧିଥିବା ଦେଖିବାକୁ ଚାହାନ୍ତି ନାହିଁ। ତାଙ୍କ ରେଷ୍ଟୁରାଣ୍ଟରେ ଏହା ପ୍ରଥମ ନିୟମ। ଯଦି କେହି ମାସ୍କ ପିନ୍ଧିଥିବାର ନଜର ଆସନ୍ତିି ତେବେ ତାଙ୍କୁ ୫ ଡଲାର ଜରିମାନା ଦେବାକୁ ପଡ଼ିବ।

ଏହି ରେଷ୍ଟୁରାଣ୍ଟରେ ଆଉ ଏକ ଅଜବ ନିୟମ ରହିଛି। ଯେଉଁ ବ୍ୟକ୍ତ କରୋନା ଟିକାର ପ୍ରଶଂସା କରିବ ତାଙ୍କ ଉପରେ ମଧ୍ୟ ୫ ଡଲାର ଜରିମାନା ଲାଗିବ। କ୍ରିସ୍‌ କହିଛନ୍ତି, ଏହି ଜରିମାନା ସ୍ଥାନୀୟ ଏକ ଟ୍ରଷ୍ଟକୁ ଯିବ।

କ୍ରିସ୍‌ ତାଙ୍କ ରେଷ୍ଟୁରାଣ୍ଟ ବାହାରେ ଏକ ସାଇନ୍‌ବୋର୍ଡ ଲଗାଇଛନ୍ତି। କିଛି ଲୋକ ଏହା ଦେଖି ରେଷ୍ଟୁରାଣ୍ଟରୁ ମୁହଁ ଫେରାଇ ନେଉଥିବା ବେଳେ ଆଉ କିଛି ଲୋକ ଖାଇବା ପାଇଁ ଆସିଥାନ୍ତି। କ୍ରିସ୍‌ କୁହନ୍ତି, ଏହି ନିୟମ ସେ ଆଗାମୀ କିଛିମାସ ପାଇଁ ଆପଣାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri