Posted inଫୁରସତ

ମାସ୍କ ପିନ୍ଧି ଖାଇବା ଅର୍ଡର କଲେ ଦେବାକୁ ପଡ଼ିବ ଜରିମାନା

କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଅନେକ ଲୋକଙ୍କ ଜୀବନ ଯାଇଛି। ବହୁ ଲୋକ ଏଥିରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ ବି କରୁଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ମାସ୍କ ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ମାତ୍ର ଆମେରିକାର ଏମିତି ଏକ ରେଷ୍ଟୁରାଣ୍ଟ ଯେଉଁଠି ମାସ୍କ ଲଗାଇଲେ ଲୋକଙ୍କୁ ଜରିମାନା ଦେବାକୁ ପଡ଼ିଥାଏ।

ଆମେରିକାର କାଲିଫର୍ନିଆ ସହରରେ ଫିଡ୍‌ଲହେଡ୍‌ସ କାଫେରେ ଏପରି ଅଜବ ନିୟମ ଚାଲୁଥିବାରୁ ଚର୍ଚ୍ଚାରେ ରହିଛି। ଏହି କାଫେର ମାଲିକ ହେଉଛନ୍ତି କ୍ରିସ୍‌ କାସଲମ୍ୟାନ। ସେ ସବୁବେଳେ କରୋନା ଗାଇଡ୍‌ଲାଇନକୁ ବିରୋଧ କରିଥାନ୍ତି। ଖାଲି ଏତିକି ନୁହେଁ ସେ କରୋନା ଟିକା ମଧ୍ୟ ନେବାକୁ ରାଜି ନୁହନ୍ତି। କ୍ରିସ୍‌ କୁହନ୍ତି, ଲକ୍‌ଡାଉନ୍‌ ଚାଲିଥିବାରୁ ଆମେରିକାକୁ ଅନେକ କ୍ଷତି ସହିବାକୁ ପଡ଼ିଛି।

ଆମେରିକାର କାଲିଫର୍ନିଆ ଏବଂ ହାଓ୍ବାଇ ଏପରି ରାଜ୍ୟ ଯେଉଁଠି ଟିକାକରଣ ପରେ ଲୋକଙ୍କୁ ଘରେ ମାସ୍କ ପିନ୍ଧିବାକୁ କୁହାଯାଇଛି। ମାତ୍ର କ୍ରିସ ତାଙ୍କ ରେଷ୍ଟୁରାଣ୍ଟରେ କାହାକୁ ମାସ୍କ ପିନ୍ଧିଥିବା ଦେଖିବାକୁ ଚାହାନ୍ତି ନାହିଁ। ତାଙ୍କ ରେଷ୍ଟୁରାଣ୍ଟରେ ଏହା ପ୍ରଥମ ନିୟମ। ଯଦି କେହି ମାସ୍କ ପିନ୍ଧିଥିବାର ନଜର ଆସନ୍ତିି ତେବେ ତାଙ୍କୁ ୫ ଡଲାର ଜରିମାନା ଦେବାକୁ ପଡ଼ିବ।

ଏହି ରେଷ୍ଟୁରାଣ୍ଟରେ ଆଉ ଏକ ଅଜବ ନିୟମ ରହିଛି। ଯେଉଁ ବ୍ୟକ୍ତ କରୋନା ଟିକାର ପ୍ରଶଂସା କରିବ ତାଙ୍କ ଉପରେ ମଧ୍ୟ ୫ ଡଲାର ଜରିମାନା ଲାଗିବ। କ୍ରିସ୍‌ କହିଛନ୍ତି, ଏହି ଜରିମାନା ସ୍ଥାନୀୟ ଏକ ଟ୍ରଷ୍ଟକୁ ଯିବ।

କ୍ରିସ୍‌ ତାଙ୍କ ରେଷ୍ଟୁରାଣ୍ଟ ବାହାରେ ଏକ ସାଇନ୍‌ବୋର୍ଡ ଲଗାଇଛନ୍ତି। କିଛି ଲୋକ ଏହା ଦେଖି ରେଷ୍ଟୁରାଣ୍ଟରୁ ମୁହଁ ଫେରାଇ ନେଉଥିବା ବେଳେ ଆଉ କିଛି ଲୋକ ଖାଇବା ପାଇଁ ଆସିଥାନ୍ତି। କ୍ରିସ୍‌ କୁହନ୍ତି, ଏହି ନିୟମ ସେ ଆଗାମୀ କିଛିମାସ ପାଇଁ ଆପଣାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri